ସଂଘର୍ଷମୟ ଜୀଵନ
ସଂଘର୍ଷମୟ ଜୀଵନ


ବହୁ କଷ୍ଟରେ ଜଣେ ମଣିଷ ଜୀବନ ପାଏ।ଆଉ କେବେ ଭୁଲ କରିବୁନି ଏମିତି ଧନ! ତୋ ଜୀବନରେ ତୁ କିଛି କରିପାରିଲୁ ନାହିଁ ବୋଲି ଆତ୍ମହତ୍ୟା କରିଵୁ? ଏହା ବହୁତ ପାପ !ଜୀବନରେ ସଂଘର୍ଷ କରିବାକୁ ଶିଖେ। ଜୀବନରେ ସମସ୍ତଙ୍କର କିଛି ନା କିଛି ଭୁଲ ହୁଏ ଏହାର ମାନେ ନୁହଁ ଜଣେ ଆତ୍ମହତ୍ୟା କରିବ ବୋଲି।ଏ ଜୀବନ ମଣିଷକୁ ବଞ୍ଚିବାର ଶିଖାଏ।ଜୀବନଟା ସବୁବେଳେ ସଂଘର୍ଷମୟ।
ତୁ ମୋ ମୁଣ୍ଡ ଛୁଇଁ କହ କେବେ ଏ ପ୍ରକାର ନିଷ୍ପତି ଭୁଲରେ ସୁଧା ନେବୁ ନାହିଁ ।ଜୀବଠୁ ଆରମ୍ଭ କରି କୀଟଲତା ମନୁଷ୍ୟ ପର୍ଯ୍ୟନ୍ତ ସମସ୍ତଙ୍କର ଜୀବନ ଅଛି।ଏ ଜୀବନ ବହୁତ ମୂଲ୍ୟବାନ।ଜୀବନରେ ତୁ କିଛି କରିଦେଖା। ଏତେ ଅଧର୍ଯ୍ୟ ହୋଇ ଆତ୍ମହତ୍ୟାର ନିଷ୍ପତ୍ତି।ଛି ଛି ତୁ ମୋ ପୁଅ!ମତେ ବହୁତ ଲାଜ ମାଡୁଛି।ଯାହା ବାପା ଜଣେ ବୀର ଯବାନ ଦେଶର ସୀମାରେ ରହି ସୁରକ୍ଷା ଦେଉଛନ୍ତି ଜଣେ କର୍ତ୍ତବ୍ୟ ନିଷ୍ଠା ସଚ୍ଚୋଟ ବ୍ୟକ୍ତି ହିସାବରେ । ତାଙ୍କ ପୁଅ ତୁ।ତୁ ମଧ୍ୟ କିଛି ସମାଜକୁ କରିଦେଖା।ଏ ଦେଶ ଏ ଜାତି ତୋ ପାଇଁ ଗର୍ବ ଅନୁଭବ କରିବ।ତୋ ବାପାକୁ ମୁଁ କି ଉତ୍ତର ଦେବି?ସବୁ ଦାୟିତ୍ବ ମତେ ଦେଇ ଦେଶର ସୁରକ୍ଷା ପାଇଁ ବୋର୍ଡର ବାହାରକୁ ଯାଇଛନ୍ତି।
ବବୁନ୍ ତା ମାଆର ମୁଣ୍ଡ ଛୁଇଁ ଶପଥ ନେଲା ଏ ଜୀବନ ସତରେ ମଣିଷକୁ ବଞ୍ଚିବାର ରାହା ଦେଖାଏ।ଆଉ କେବେବି ଏ ଭୁଲ୍ ନିଷ୍ପତ୍ତି ନେବି ନାହିଁ।ମୁୁଁ ବି ମୋ ବାପାଙ୍କ ପରି ଏ ଦେଶ ଜାତି ପାଇଁ କିଛି କରି ଦେଖାଇବି।ତା ମାଆର ପାଦ ଛୁଇଁ ଧୂଳିଟିକେ ନେଇ ଶପଥ କଲା ଏ ଭାରତମାଟି ମୋର ମାଆ।ଏ ମାଟି ପାଇଁ ନିଶ୍ଚୟ ଲଢିବି।ଜୀବନରେ କିଛି କରି ଦେଖାଇବି।
ତାପରେ ଆରମ୍ଭ ହୋଇଗଲା ବବୁନର ସଂଘର୍ଷମୟ ଜୀବନ।ସେ ଦିନ ରାତି ପରିଶ୍ରମ କଲା। ପରିଶ୍ରମ ସହ ନିଜକୁ ପ୍ରସ୍ତୁତି କରି ଡିଫେନସ ପାଇଁ ପରିକ୍ଷା ଦେଇ ଜଣେ ଆର୍ମି ଅଫିସର ରୂପେ ନିଯୁକ୍ତି ପାଇଲା।ଦେଶ ଜାତିପାଇଁ ଦିନରାତି ଲଢିଲା। ନିଜ ଜୀବନକୁ ଏ ଦେଶ ପାଇଁ ଏବଂ ଭାରତ ମାଆ ପାଇଁ ଉତ୍ସର୍ଗିତ କରି ସେ ପ୍ରଶଂସିତ ଏବଂ ପୁରସ୍କୃତ ଵି ହେଲା।