ଅମୃତା କୁଣ୍ଡୁ

Drama Inspirational Others

3.3  

ଅମୃତା କୁଣ୍ଡୁ

Drama Inspirational Others

ସଂଘର୍ଷ

ସଂଘର୍ଷ

2 mins
29



ଶାନ୍ତିରେ ଦୀର୍ଘ ନିଶ୍ୱାସଟେ ପକାଇଲେ ପାର୍ଥବାବୁ । ଏକ ଯୁଦ୍ଧ ଜିତିଗଲା ପରି ଲାଗିଲା ତାଙ୍କୁ । ଏ କଥା ସେ ନିଜେ ହିଁ ଜାଣନ୍ତି, ଏଥିପାଇଁ ତାଙ୍କୁ କେତେ କଷ୍ଟ ସହିବାକୁ ପଡ଼ିଛି । ପ୍ରାୟ ୧୦ ବର୍ଷଧରି ଚାଲିଥିବା ଏହି ସଂଘର୍ଷରେ କେବେଳ ମୈାନତା ହିଁ ଥିଲା ତାଙ୍କର ଏକମାତ୍ର ସାଥୀ, ଏକମାତ୍ର ଢାଲ । ଏତେ ବର୍ଷ ଧରି କୈାଣସି ଦୋଷ ନ ଥାଇ ବି ଯେପରି ନିଜକୁ ପ୍ରମାଣିତ କରିପାରୁ ନ ଥିଲେ ପାର୍ଥବାବୁ । ଏଥିପାଇଁ ଅନେକ ନିନ୍ଦା ଓ ଲାଂଛନା ବି ଶୁଣିବାକୁ ପଡ଼ିଛି ତାଙ୍କୁ । ସାମନାରେ ନ କହିଲେ ବି ପରିବାରର ସମସ୍ତେ ଯେପରି ମୁରବିଙ୍କ ଉପରୁ ଏକ ପ୍ରକାର ଭରଷା ହରାଇ ବସିଥିଲେ । ଆଜି କିନ୍ତୁ ଏ ସବୁର ଅନ୍ତ ଘଟିବ ।


୭୦ ବର୍ଷର ଜୀବନରେ ଯେଉଁ ମଣିଷ ନିଜ ଦୁଃଖକୁ କେବେ କାହାରି ସହ ବାଣ୍ଟି ନାହାନ୍ତି, ସେ ନିଜର ଏତେ ବଡ଼ ଖୁସିକୁ ନେଇ ବିଶେଷ ଉତ୍ସାହିତ ହୋଇପାରୁନ ଥିଲେ । ସତେ ଯେମିତି ମନର ଏ ଆନନ୍ଦକୁ ଆନ୍ୟମାନଙ୍କ ଆଗରେ ବ୍ୟକ୍ତ କରିବାରେ ତାଙ୍କୁ ସଂକୋଚ ଲାଗୁଥିଲା । କିନ୍ତୁ ସେ ଭଲ ଭାବରେ ଜାଣିଛନ୍ତି, ଯେ ଏହା ଖୁସି କମ୍ ବରଂ ଏକ ବିରାଟ ଆତ୍ମସନ୍ତୋଷ । ଯାହା କିଛି ବି ସେ କରିଛନ୍ତି ବା କରୁଛନ୍ତି ତାହା ଏ ପରିବାର ପାଇଁ ହିଁ ତ । କିନ୍ତୁ ଏ ପରିବାର କଣ ତାଙ୍କୁ ଏଥିରେ ସହଯୋଗ କରିଛି ନା ଦୀର୍ଘ ବର୍ଷର ଏହି ସଂଘର୍ଷରେ ତାଙ୍କୁ ସାନ୍ତ୍ୱନା ଦେଇ ପଦଟିଏ କିଛି କହିଛି? ସତେ ଯେମିତି ଏ ଯୁଦ୍ଧ ସେ ନିଜ ପାଇଁ ହିଁ ଲଢି ଚାଲିଥିଲେ । 


ପରିବାରର ସମସ୍ତଙ୍କୁ ପାଖକୁ ଡ଼ାକି ନୂଆ ଘରର କାଗଜପତ୍ର ସେମାନଙ୍କ ହାତକୁ ବଢାଇ ଦେଇ ସାରିଲା ପରେ, ଆଉ ପଦଟିଏ ବି ନ କହି ସେଠାରୁ ଉଠି ଆସିଲେ ପାର୍ଥବାବୁ । ଏ ଘରର କାଗଜପତ୍ର ଯେ କେବେ ମିଳିବ, ତାକୁ ନେଇ ସଂପୁର୍ଣ ଆଶାଶୂନ୍ୟ ହୋଇ ପଡ଼ିଥିବା ପରିବାର ଲୋକେ ହଠାତ୍ ଯେପରି ସତେଜ ହୋଇ ପଡ଼ିଲେ । ମୂରବୀଙ୍କ ଉପରେ ଥିବା ସବୁ ଆସ୍ଥା ପୁଣି ସୁଦୃଢ ହୋଇଗଲା । ତାଙ୍କର ପାରିବା ପଣିଆକୁ ନେଇ କାହାରି ଆଉ କିଛି ସନ୍ଦେହ ରହିଲା ନାହିଁ । ବାପା କେବେ ହାରି ନାହାନ୍ତି, ବାପାଙ୍କ ପାଇଁ ସବୁ ସମ୍ଭବ..... ଏପରି ଅନେକ ବାକ୍ୟ ହଠାତ ଗୁଂଜରି ଉଠିଲା ଘର ଭିତରେ । ପାର୍ଥବାବୁଙ୍କ ପରିବାର ଲୋକେ ଯେ ତାଙ୍କୁ ଶ୍ରଦ୍ଧା ବା ସମ୍ମାନ କରନ୍ତି ନାହିଁ, ତା ନୁହେଁ, କିନ୍ତୁ ସେମାନଙ୍କ ମନର କେଉଁ ଏକ କୋଣରେ ବାପାଙ୍କୁ ନେଇ ଜନ୍ମିଥିବା ସେ ଅବିଶ୍ୱାସ ଆଜି ହଠାତ କାଗଜ ପତ୍ର ଦେଖିଲାପରେ କୁଆଡ଼େ ଉଭେଇଗଲା । 


ଏ ସବୁକୁ ଦୂରରୁ ନିରୀକ୍ଷଣ କରୁଥାଏ ପାର୍ଥବାବୁଙ୍କ ନାତି ରୁଦ୍ର । ଜେଜେ ବାପାଙ୍କ ପାଖେ ପାଖେ ସବୁ ବେଳେ ଥିବାରୁ ତାଙ୍କୁ କିଛିଟା ବୁଝିବାରେ ସେ ସମର୍ଥ । ଏହି ସଂପୂର୍ଣ ଘଟଣାରେ ମୁଖ୍ୟ ଚରିତ୍ର ଥିବା ତାର ଜେଜେବାପା ଯେ ବିଶେଷ ଖୁସି ନାହାନ୍ତି, ଏହ ତାକୁ ସ୍ପଷ୍ଟ ଦେଖାଯାଉଥିଲା । ଆଉ ଏହି ପ୍ରଶ୍ନ ତା ମନକୁ ବାରମ୍ବାର ଆନ୍ଦୋଳିତ କରିଚାଲିଥିଲା । ହଠାତ ଯାଇ ସେ ପାର୍ଥବାବୁଙ୍କୁ ପଚାରିଲା ତାଙ୍କ ସଂଘର୍ଷର କାହାଣୀ, କାହିଁକି ସେ ଏ ଯୁଦ୍ଧରେ କାହାକୁ ବି ସାମିଲ କରି ଥିଲେ, କାହିଁକି ସେ ଚୁପ୍ ହୋଇ ଏତେ ଦିନ ସବୁ ସହି ଚାଲିଥିଲେ ଇତ୍ୟାଦି ଇତ୍ୟାଦି । କିନ୍ତୁ ରୁଦ୍ର ମନର ସବୁ ପ୍ରଶ୍ନକୁ ଅତି ସହଜରେ ସବୁଦିନ ପରି ସମାଧାନ କରିଦେଇଥିଲେ ପାର୍ଥବାବୁ । ଜଗନ୍ନାଥଙ୍କ ନିକଟରେ ପୂର୍ଣ ସମର୍ପଣ ଓ ନିଜ ଉପରେ ଦୃଢ ବିଶ୍ୱାସ, ଏ ଦୁଇଟି ହିଁ ଥିଲା ତାଙ୍କ ସଘର୍ଷର ସାଥୀ । ଜଗନ୍ନାଥଙ୍କ ସାମନାରେ ନିଜ ଦୁଇ ହାତ ଟେକି ମନର କଥା ଖୋଲି କହିବାରେ ସେ କେବେ ବି ସଂକୋଚ କି କାପର୍ଣ୍ୟତା ପ୍ରକାଶ କରି ନାହାନ୍ତି । ଆଉ ଶେଷରେ ପାର୍ଥବାବୁଙ୍କର ସେହି ଗୋଟିଏ ବାକ୍ୟ ରୁଦ୍ର ମନରେ ଯେପରି ବସା ବାନ୍ଧି ଦେଲା । ଜଗନ୍ନାଥଙ୍କ ଉପରେ ଥିବା ବିଶ୍ୱାସ ମୋତେ ଶିଖାଇଛି, To hope against the hope....


Rate this content
Log in

Similar oriya story from Drama