Unveiling the Enchanting Journey of a 14-Year-Old & Discover Life's Secrets Through 'My Slice of Life'. Grab it NOW!!
Unveiling the Enchanting Journey of a 14-Year-Old & Discover Life's Secrets Through 'My Slice of Life'. Grab it NOW!!

ଅମୃତା କୁଣ୍ଡୁ

Others

3.8  

ଅମୃତା କୁଣ୍ଡୁ

Others

ଅସମାହିତ ପ୍ରଶ୍ନ

ଅସମାହିତ ପ୍ରଶ୍ନ

3 mins
108


ପାର୍ଥ ବାବୁ ଆଜି କାହିଁକି କେଜାଣି ଏକ ଗଭୀର ଚିନ୍ତାରେ ବସିଛନ୍ତି । କୈାଣସି କାରଣ ନ ଥାଇ ବି ଗୁମ୍‌ସୁମ୍ ହୋଇ ବସି ରହିଛନ୍ତି । ଶତ ଚେଷ୍ଟା ପରେ ବି ନିଜ ମନକୁ ବୁଝାଇ ପାରୁ ନାହାନ୍ତି ପାର୍ଥବାବୁ ।

ପାର୍ଥ ସାରଥୀ ମହାପାତ୍ର, ବୟସ ପାଖାପାଖି ସତୁରୀ । ଓଡ଼ିଶା ସରକାରଙ୍କ ଜଣେ ଅବସରପ୍ରାପ୍ତ ଉଚ୍ଚପଦସ୍ଥ ଅଧିକାରୀ । ନିଜ କର୍ମମୟ ଜୀବନରେ ଯଥେଷ୍ଟ ସୁନାମ ଅର୍ଜନ କରିଛନ୍ତି ସେ । ଜଣେ ସଚ୍ଚୋଟ, ଦାୟିତ୍ୱବାନ, କର୍ମଠ ଓ ବେପରୁଆ ଅଧିକାରୀ ଭାବେ ନିଜକୁ ପ୍ରତିଷ୍ଠିତ କରିପାରିଥିଲେ ସେ । ପାର୍ଥବାବୁ ନିଜ ପାରିବାରିକ ଜୀବନରେ ବି ଯଥେଷ୍ଟ ସଫଳ । ଚାରି ପୁଅ ଝିଅ, ସମସ୍ତେ ନିଜ ନିଜ କ୍ଷେତ୍ରରେ ସଫଳ ଓ ପ୍ରତିଷ୍ଠିତ । ଭାରତର ଭିନ୍ନ ଭିନ୍ନ ସ୍ଥାନରେ ନିଜ ପରିବାରକୁ ନେଇ ସମସ୍ତେ ପ୍ରାୟ ଖୁସିରେ ଅଛନ୍ତି ।

ପାର୍ଥବାବୁଙ୍କ ସବୁଠାରୁ ବଡ଼ ନାତି, ରୁଦ୍ର ଛୋଟ ବେଳୁ ନିଜ ଜେଜେ ବାପାଙ୍କ ପାଖରେ ହିଁ ରହିଛି । କଲେଜରେ ପାଠ ପଢୁଥିଲେ ବି ରୁଦ୍ର ନିଜ ବୟସର ପିଲାଙ୍କଠୁ ଟିକିଏ ଅଲଗା । ପାର୍ଥବାବୁଙ୍କ ସଂସ୍କାର ସେ ଛୋଟ ବେଳୁ ପାଇଛି । ତାଙ୍କ ଆଦର୍ଶରେ ସେ ଅନୁପ୍ରାଣିତ । ପ୍ରାର୍ଥବାବୁ ପ୍ରାୟ ତାଙ୍କର ସବୁ କଥା ରୁଦ୍ର ସହ ଆଲୋଚନା କରନ୍ତି । ନିଜ ମନର ସବୁ ଗହନ ଗହୀର କଥା ତାକୁ ଶୁଣାନ୍ତି । ଏତେ ସବୁ ପରେ ବି ଆଜି କାହିଁକି ପାର୍ଥ ବାବୁ ଏତେ ଅଶାନ୍ତ? କାହିଁକି ତାଙ୍କ ମନ ତାଙ୍କୁ ବାରମ୍ବାର ପ୍ରଶ୍ନ କରୁଛି ? ବାରମ୍ବାର ତାଙ୍କ ମନରେ ସେହି ଗୋଟିଏ କଥା - ପ୍ରବୃତି ପାଇଁ ମୁଁ ମୋର ନିବୃତିକୁ ଛାଡ଼ିଛି । ଏହି ସୁଖ ଏଶ୍ଚର୍ଯ୍ୟର ଜୀବନ ତ ମୁଁ କେବେ ଚାହିଁ ନ ଥିଲି । ଚଉଦ-ପନ୍ଦର ବର୍ଷ ବୟସରେ ନିଜ କିଶୋର ଅବସ୍ଥାରେ ଥିବା ନିଷ୍ପାପ ମନର ସେହି ଈଶ୍ୱରୀୟ ଭାବନାକୁ ସେ ବାରମ୍ବାର ଝୁରି ହେଉଥିଲେ । 

ଦିନ ସାରା ଏକ ପ୍ରକାର ଗୁମ ମାରି ରହିବାପରେ ଇଚ୍ଛା ନ ଥିଲେ ବି ରୁଦ୍ରର ବାରମ୍ବାର ଅନୁରୋଧ ପରେ ଅପରାହ୍ନରେ ନିଜ ଖଟିକୁ ଯିବାକୁ ବାହାରିଲେ ପାର୍ଥବାବୁ । ଖଟିର କିଛି ସଦସ୍ୟ ତାଙ୍କ ଗାଁ ସ୍କୁଲ ବନ୍ଧୁ ଓ ଆଉ କଛି ଜଣ ତାଙ୍କ ଅନୁଗତ । କିନ୍ତୁ କେହି ହେଲେ ବି ତାଙ୍କ ଭଳି ପଦ ମର୍ଯ୍ୟାଦାରେ ରହିନାହାନ୍ତି । ଖଟିକୁ ପହଞ୍ଚିବାର କିଛି ପାଦ ଆଗରୁ ମୋବାଇଲକୁ ମେସେଜଟିଏ ଆସିବାରୁ ପକେଟରୁ ମୋବାଇଲ କାଢି ମେସେଜ ପଢିବାକୁ ଯାଉଥାନ୍ତି ପାର୍ଥବାବୁ । ହଠାତ ତାଙ୍କ କାନରେ ପଡ଼ିଲା ବାଲ୍ୟବନ୍ଧୁ ଉମେଶଙ୍କ କଥା । ପାଖ ଗଳିରେ ଛୋଟିଆ ତେଜରାତି ଦୋକାନଟିଏ କରି ସଂସାର ଚଲାଉଥିବା ଉମେଶ ପାର୍ଥବାବୁଙ୍କ ଅବସର ପର ଠାରୁ ପ୍ରାୟତ: ତାଙ୍କ ସାଂଗରେ ବୁଲା ବୁଲି କରନ୍ତି । ପାର୍ଥବାବୁଙ୍କ ସବୁ ସୁବିଧା, ଅସୁବିଧା, ସବୁ ଠିକଣା ତାଙ୍କୁ ଜଣା । ଉମେଶ କହୁଥାନ୍ତି, ପାର୍ଥ ସବୁବେଳେ ଠାକୁରଙ୍କୁ କହନ୍ତି, ତାଙ୍କର ଗୋଡ଼ ହାତ ଠିକ ଥିବା ଭିତରେ ସେ ପୁଣି ଥରେ ବଡ଼ ଦାଣ୍ଡରେ ବୁଲେିବେ । ଚୁଦ/ପନ୍ଦର ବର୍ଷ ବୟସରେ ସେ ଯେପରି ବେପରୁଆ ହୋଇ ବଡ଼ଦାଣ୍ଡରେ ବୁଲିଥିଲେ, ପୁଣି ଥରେ ସେ ସେହି ଜୀବନ ଜୀଁଇବାକୁ ଚାହାନ୍ତି । ଅତି ସନ୍ତର୍ପଣରେ କିଛି ଦୂରରେ ଠିଆ ହୋଇ ଉମେଶଙ୍କ ଏହି କଥାକୁ ଆଗ୍ରହରେ ଶୁଣୁଥାନ୍ତି ପାର୍ଥ । ଉମେଶ କହିଚାଲିଥାନ୍ତି, କିନ୍ତୁ ପାର୍ଥ ଯଦି ମୋତେ ଛାଡ଼ି ଏକା ଯିବାକୁ ଚେଷ୍ଟା କରିବେ, ତେବେ ମୁଁ କୋର୍ଟରୁ ଗୋଟିଏ ଷ୍ଟେ ଅର୍ଡ଼ର ନେଇଆସିବି । ପାର୍ଥଙ୍କର ତ ଧନ ବଳ, ଜନ ବଳ ଓ ବୁଦ୍ଧି ଯଥେଷ୍ଟ ମାତ୍ରାରେ ରହିଛି । ସେ ଯଦି ତଥାପି ମୋତେ ସାଂଗରେ ନେଇ ନ ଯିବେ, ତାହେଲେ ମୁଁ ପୁଣି ଆବଶ୍ୟକ ପଡ଼ିଲେ ସୁପ୍ରିମ କୋର୍ଟରୁ ଷ୍ଟେ ଅର୍ଡ଼ର ନେଇ ଆସିବି । ତାଙ୍କୁ କିନ୍ତୁ ଏକା ମୁଁ ଛାଡ଼ିବିନି । ତାଙ୍କ ବିନା ମୋର ଆଉ କିଏ ଅଛି ଯେ । ସରଳ ନିଷ୍କପଟ ମନରେ ଏମିତି କେଇ ପଦ କଥା ସେ କହି ଦେଇଗଲେ।

ଏତକ ଶୁଣି ଭାବ ବିହ୍ୱଳ ହୋଇ ପଡ଼ିଥିବା ପାର୍ଥବାବୁ ସାମ୍ନାକୁ ଆସି କହିଲେ, ଉମେଶ, ମୋ କଥା କଣ ଭଗବାନ ଏତେ ସହଜରେ ଶୁଣନ୍ତି? ତୁ ବରଂ ଠାକୁରଙ୍କୁ ଡାକିବୁ । ସେ ନିଶ୍ଚୟ ତୋ ଡାକ ଶୁଣିବେ। ତୋ ଡ଼ାକ ଶୁଣି କାଳେ ଠାକୁର ମୋ ଉପରେ ଟିକିଏ ଦୟା କରି ପାରନ୍ତି ।

 ପାର୍ଥଙ୍କ କଥା ଶୁଣି ଭୋଭୋ ହୋଇ କାନ୍ଦି ଉଠିଲେ ଉମେଶ । ଆଉ କହିଲେ, ତମକୁ ଛାଡ଼ିଲେ ମୋର ଆଉ କେହି ନାହିଁ । ତମେ ଯଦି ଏକା ପଳେଇବ, ତାହା ହେଲେ ମୁଁ କଣ କରିବି କୁହ? 

ଦୈାଡ଼ି ଯାଇ ଉମେଶଙ୍କୁ କୁଣ୍ଢାଇ ପକାଇବା ବେଳେ ପାର୍ଥଙ୍କୁ ଲାଗୁଥିଲା, ଯେପରି, ସକାଳୁ ତାଙ୍କ ମନକୁ ବାରମ୍ବାର ଆନ୍ଦୋଳିତ କରୁଥିବା ସେହି ଅସମାହିତ ପ୍ରଶ୍ନର ଉତ୍ତର ତାଙ୍କୁ ମିଳିଯାଇଛି ।



Rate this content
Log in