ସ୍ନେହ ର ପାଉଣା
ସ୍ନେହ ର ପାଉଣା
ଇତସ୍ଥତ ହୋଇ ବୁଲି କାଗଜ କୁ ସାଉଁଟୁ ଥିବା ଲୋକ ଟି ଉପରେ ଆଖି ପଡେ ସତଷଠି ବର୍ଷୀୟ ଝୁନି ନାମ୍ନୀ ଭିକାରୁଣୀ ର l କାହିଁ କୋଉ ଯୁଗରୁ ବାଳ ଗୁଡିକରେ ତେଲ ଟିକେ ବାଜିନି l ଚିରା ଫଟା ଡ୍ରେସ ବହୁଦିନରୁ ଭୋକିଲା ଚେହେରା l ଶୂନ୍ୟ ଆକାଶ ତଳେ ରାସ୍ତା କଡ଼କୁ ନିଜର ନୀଡ଼ ବନେଇ ଥିବା ଝୁନି ସହିପାରିଲାନି l
ତାକୁ ପାଖକୁ ଆଣି ତାର ଚିରା ପଣତରେ ପୋଛି ବାବୁ ମୁଁ ତୋର ଝୁନି ମା l ପାଖରେ ଥିବା ଶୁଖିଲା ରୁଟି କୁ ହାତରେ ଖୁଏଇ ଦେଲା ତାକୁ l ବାହୁ ପତାଇ କୋଳକୁ ନିଏ ଅଜଣା ପୁଅକୁ l ସ୍ନେହ ର ଅସରନ୍ତି ଭଣ୍ଡାର ମା ର ହୃଦୟ କାନ୍ଦି ଉଠେ ଅପରିଚିତ ଲୋକ ଟିର ଅସହାୟତାକୁ ଦେଖି l ଗଭୀର ନିଦରେ ଶୋଇ ପଡେ ଲୋକଟି l ଗୋଡ଼ରେ ତାକୁ ସେମିତି ଧରି ତା ପଣତକୁ ଘୋଡେଇ ସାରା ରାତି କଟି ଯାଏ ତାର ଅନିଦ୍ରାରେ l
ସକାଳୁ ଝୁନି ପଚରିଲା ବାବୁ ତୋ ନା କଣ l ମୁଁ ମୁଁ....... ବାବୁ କହି ତାଳି ମାରିବାକୁ ଲାଗିଲା l ସେ ହରାଇ ଥିଲା ସ୍ମରଣ ଶକ୍ତି ବୁଝିପାରି ଝୁନି କହିଲା ମୁଁ ତୋର ଝୁନି ମା l ଲୋକଟି ହସି ହସି ଝୁନି ମା ...
ଝୁନି ମା -ସେ ବି ଥିଲା ଜଣେ ହସଖୁସି ଭରା ପରିବାର ର ସଦସ୍ୟ l ସ୍ୱାମୀ ଆଉ ପୁଅ ଚାଲି ଗଲେ ଅକାଳରେ
ବଦଳିଗଲା ବୋହୂ ମାନଙ୍କ ବ୍ୟବହାର l ଦେହକୁ ତାତଲା
ପେଜ ଫୋପାଡ଼ି ବାହାର କରିଦେଇଥିଲେ ତାକୁ l ଏବେ ଏ ପୁରା ସଂସାର ତା ପରିବାର l
ନିଜେ ଯାହା ଭିକ ମାଗିପାଏ ତାହା ତା ପେଟ କୁ ନିଅଣ୍ଟ l କିନ୍ତୁ ସେ ଆଗ ତା ବାବୁ କୁ ଖୁଏଇ ବଳିଲେ କିଛି ଖାଇ ନିଏ l ଧୀରେ ଧୀରେ ଲୋକଟି ପ୍ରକୃସ୍ଥିତ ହେବାକୁ ଲାଗିଲା ଝୁନି ମା ର ମମତାର ଛୁଆଁରେ l ଗୋଟି ଗୋଟି କରି ବଖାଣି ବାକୁ ଲାଗିଲା ନିଜର ଦୁଃଖ ଭରା ଅତୀତ l
ସେ ଥିଲା ଜଣେ ପ୍ରତିଷ୍ଠିତ ଶିଳ୍ପପତି l ପ୍ରଥମ ପତ୍ନୀ ର ବିୟୋଗ ପରେ ଗ୍ରହଣ କରିଥିଲା ଦ୍ୱିତୀୟ ପତ୍ନୀ l କିନ୍ତୁ ତାର ଲୋଲୁପ ଦୃଷ୍ଟି ଥିଲା ସୁମନ୍ତ ର ଧନ ରେ l ସେ ତାର ପ୍ରେମିକ ସହ ମିଶି ଦିନେ ତାକୁ ଖାଦ୍ୟ ରେ ନିଶା ଦେଇ ସକଳ ସମ୍ପତି କୁ ନିଜର ହସ୍ତଗତ କରିନେଇଥିଲା l
ତାର ପଛରେ ଶକ୍ତ ଆଘାତ କରିଥିଲା ଏକଫୁଲଦାନୀ ଦ୍ୱାରା l ଫୋପାଡ଼ି ଦେଇଥିଲା ରାସ୍ତା କଡ଼ରେ l
ସୁମନ୍ତ ଝୁନିମା କୁ ଧନ୍ୟବାଦ ଦେଇ ଚାଲିଲା ନିଜର ସବୁକିଛି ଫେରିପାଇବା ଉଦ୍ଦେଶ୍ୟରେ l ଉଚିତଶିକ୍ଷା ଦେବାକୁ ଚାହୁଁଥାଏ ପ୍ରତରିକା ହୀରାମଣି କୁ l ତାର ଜଣେ ଓକିଲ ବନ୍ଧୁ ପାଖରେ ପହଂଚି ଜଣେଇଥିଲା ସବୁକିଛି ।ସାଙ୍ଗର ଅକ୍ଲାନ୍ତ ପରିଶ୍ରମ ରେ ପାଇଥିଲା ହତ ସମ୍ପତି l
ସେ ଦୁହିଁଙ୍କୁ ମିଳିଥିଲା ସେମାନଙ୍କ କଲା କର୍ମ ର ଫଳ l
ତତ୍ପରେ ସୁମନ୍ତ ର ମନପଡେ ଝୁନି ମା କଥା l ତା ସ୍ନେହ ମମତା ର ପାଉଣା ଶୁଝିବା ଉଦ୍ଦେଶ୍ୟ ଦୌଡି ଯାଏ ତା ପାଖକୁ l ସେଠି ଯାଇ ଦେଖେ ଝୁନି ମା ତାର ଆଉ ନାହିଁ l ଯାହା ପାଇଁ ସେ ପାଇଥିଲା ନବଜୀବନ l
ତା ସ୍ନେହ ର ପାଉଣା ରହିଗଲା ଅଧାରେ l
