ସମୟର ଅନ୍ତରାଳେ
ସମୟର ଅନ୍ତରାଳେ
ଏମିତି ଅନେକ ସ୍ମୃତି ଅନେକ ବ୍ୟକ୍ତିତ୍ୱ ପୁଣି ଥରେ ରୋମନ୍ଥନ କରିଦିଏ ଜୀବନକୁ । ମନେପଡେ ପୁଣି ସେ ପୁରୁଣା ଅତୀତ ଏମିତି ଜାଣେ ବ୍ୟତୀତ୍ୱକୁ ଜୀବନରେ ଭେଟିବା ପରେ କିଛି ଲେଖିଦେଲି ।
ସନ୍ଧ୍ୟା ସମୟ....
ମୁଁ ମୋ ନିଜ ଗାଁ କୁ ଯାଇଥାଏ ସେମିତି ବୁଲି ଆସିବା ପାଇଁ । ବୁଲା ବୁଲି ସରିଥାଏ ଗୃହାଣୀ ଫୋନ କଲେ ମେଘ ସହିତ ଜୋରରେ ଓ ବିଜୁଳି ସାଙ୍ଗକୁ ବର୍ଷାର ସମ୍ଭାବନା ଟିକେ ଶୀଘ୍ର ବାହାରି ଆସିବ । ମୁଁ ବି ଭାବିଲି ବାହାରି ପଡେ ଶୀଘ୍ର । ଆମ ଗାଁ ମାଧ କକାର ପୁଅକୁ ଦେଖିଲି ।
ମୋତେ ଦେଖି ଓଳଗିଟେ ହେଲା । ପଚାରି ଦେଲି କେମିତି ଅଛୁ କିରେ?
କାକୀ ଭଲରେ ଅଛନ୍ତି ତ ? ସେ କହିଲା ଘରେ ଅଛି ସେ... ଭଲ ଅଛି ।
ମୁଁ କିଛି ସମୟ ପରେ ବାହାରି ପଡିଲି ଘର ଅଭିମୁଖେ । ଘରେ କଣ କହିଲା ସେ ଯାଇ ମୋ ମାଧ କାକୀକୁ କେଜାଣେ, ସେ ମୋ ଆଗରେ ହାଜିର...। ମୁଁ ବୟସରେ ତାଙ୍କ ପୁଅ ଭଳିଆ ହେଲେ ବ୍ରାହ୍ମଣ ପରିବାରରେ ଜନ୍ମ ମୋର ବୋଲି ମୁଣ୍ଡିଆଟେ ମାରିଲେ ମୋତେ । ସାଙ୍ଗରେ ତାଙ୍କ ଝିଅ ବି ଥାଏ । ସେଇ ମାଧ କକା ଯେ ମୋ ଅଜା ଅମଳରୁ ଆମ ଘରେ ବେସ ପରିଚିତ । କଠିନରୁ ଅତି କଠିନ କାମ ସବୁ ଅତି ସହଜରେ ମାଧ କକା କରିଦିଏ । ସେଥିପାଇଁ ଅଜା ତା ପ୍ରତି ବେସ ଖୁସି ।
ଅଜା ପରେ ବାପା ଓ ମୁଁ ବି ଅନେକ କାମ ତାଙ୍କ ହାତରେ ହିଁ କରେଇଛୁ ।
ଆଉ ସେ କାକୀ ମୋ ମା'ଙ୍କୁ ହାତ ବାରିଶି । ବାଡ଼ି ପଟୁ ଡାକ ଶୁଣିଲା ମାନେ ଖାଇ ବସିଥିଲେ ବି ଉଠିପଡ଼ି ହାଜିର ହୋଇଯାଆନ୍ତି । ଅନେକ କଥା ପଚାରିଦେଲେ ସେଇ ୨ ମିନିଟ ଭିତରେ । ତୁମ ସାନ ପୁଅ କେମିତି ଦିଶୁଛି, ଆଜି ଯାଏଁ ଦେଖିନି ତାକୁ, ମୋ ବୋହୂକୁ କହିଦେବ ମୋ ବଡ଼ ନାତି ବେଳେ ଯେମିତି ପାଉଣା ଦେଇଥିଲେ ମୋ ପାଉଣାଟା ଆଣିଦେବେ । ( କେଜାଣେ ମୋ ବଡ଼ ପୁଅ ଜନ୍ମ ବେଳେ ମୋ ମା ତାକୁ କଣ ଦେଇଥିଲା ) ମୋ ଝିଆରୀ ମାନଙ୍କୁ (ମୋ ଭଉଣୀ ମାନେ )କହିବ ସେମାନେ ବି ମୋତେ ଭୁଲିଗଲେ.. ଏମିତି ଅନେକ ଅଭିମାନ ତାଙ୍କର ।
ସାନ୍ତ୍ୱନା ଦେଇ କହିଲି ହଉ ନିଶ୍ଚେ କହିବି ସେମାନଙ୍କୁ । ସେମାନେ ଆସି ତୁମ ନାତିର ପାଉଣା ଦେଇ ଯିବେ ଓ ଏତିକି ଶୁଣିଲା ପରେ କି ଖୁସି!
ତାଙ୍କ ମୁହଁରେ କିଛି ହାତ ଗୁଞ୍ଜା ଦେଇ ବାହାରି ପଡିଲି ସହର ।
ଘରକୁ ଆସି ସ୍ତ୍ରୀ ହାତରୁ ଚା କପଟା ଧରି ଭାବିଲି... ।
ସ୍ୱାଧୀନତାର ଏତେ ବର୍ଷ ପରେ ବି ଏମାନଙ୍କ ଅଭିବୃଦ୍ଧି କଣ ଏଇଆ ?
ମାଳ ମାଳ ଯୋଜନା କାହା ସ୍ୱାର୍ଥ ପାଇଁ ? କଣ ଏଇ ମାନଙ୍କୁ ଆମେ ସେ ନିଷ୍ବେଶିତ, ଶୋଷିତ, ଅବହେଳିତ, ପ୍ରତାରିତ ଜନତାର ଆଖ୍ୟା ଦେବା ? ସମୟ ଏମାନଙ୍କ ପାଇଁ ଯେମିତି ସ୍ଥିର ହୋଇ ଯାଇଛି...
ଜୀବନ ଚାଲିଛି ସେଇ ଚିରା ଚରିତ ଢଙ୍ଗରେ I