STORYMIRROR

Priyadarshini Mishra

Tragedy

3  

Priyadarshini Mishra

Tragedy

ସମୟ

ସମୟ

2 mins
350


    ସମୟ ବଡ଼ ବଳବାନ।ସମୟ ଚକ୍ର ରେ ମଣିଷ ରାଜାରୁ ରଙ୍କ ପାଲଟୁଥିବା ବେଳେ ରଙ୍କ ରାଜଗାଦି ପ୍ରାପ୍ତ ହୁଏ।କିଏ କେତେବେଳେ କେଉଁଠି ପହଞ୍ଚି ଯାଏ ତାହା ଜଣା ପଡେନା।ଯେମିତି ଆମ ଗାଁ ଜମିଦାର ଅଭିମନ୍ୟୁ ଚମ୍ପତିରାୟ।ସେ ଗାଁର ମୁଖିଆ। ଗାଁ ର ଭଲ ମନ୍ଦ ସବୁଥିରେ ତାଙ୍କର ଉପସ୍ଥିତି ନିହାତି ଆବଶ୍ୟକ।ଗାଁ ରେ ନ୍ୟାୟ ନିଶାପରେ ତାଙ୍କର ନିଷ୍ପତ୍ତି ସମସ୍ତଙ୍କ ଶିରୋଧାର୍ଯ୍ୟ। ସେ କେବେ କାହା ପ୍ରତି ଅନ୍ୟାୟ କରିବା କେହି ଜାଣି ନାହାଁନ୍ତି।ଗାଁରେ ସମସ୍ତେ ତାଙ୍କୁ ଯଥେଷ୍ଟ ସମ୍ମାନ କରନ୍ତି। ଏହା ଛଡା ସେ ଗାଁ ଲୋକଙ୍କର ସୁଖ ଦୁଃଖର ସାଥୀ।କାହାର ଅଭାବ ଅସୁବିଧାରେ ସାହାଯ୍ୟ କରିବାରେ କେବେ କୁଣ୍ଠା ପ୍ରକାଶ କରନ୍ତି ନାହିଁ।

     

 ମା' ସାଆନ୍ତାଣୀ ଓ ଦୁଇ ପୁଅଙ୍କୁ ନେଇ ତାଙ୍କର ସୁଖର ସଂସାର।ଦୁଇ ପୁଅ ଭଲ ପାଠ ପଢ଼ନ୍ତି।ଦୁଇ ପୁଅଙ୍କୁ ମଣିଷ ଭଳି ମଣିଷ କରିବା ତାଙ୍କର ଏକମାତ୍ର ଲକ୍ଷ୍ୟ ।ଦୁଇ ପୁଅଙ୍କୁ ଗାଁରେ ପଢ଼ା ସରିବା ପରେ ସହରକୁ ପଢିବା ପାଇଁ ପଠାଇବାର ବ୍ୟବସ୍ଥା କରାଗଲା। ସେଠାରେ ମଧ୍ୟ ଦୁଇ ପୁଅ ଭଲ ପାଠ ପଢି ଗାଁର ନାଁ ରଖିଲେ। ବାବୁ ଓ ମା ସଆନ୍ତାଣୀ ଗାଁରେ ବୁଲି ବୁଲି ପୁଅ ମାନଙ୍କ କୃତିତ୍ୱ ବଖାଣି ଥିଲେ।ଗାଁରେ ସମସ୍ତେ ତାଙ୍କ ଖୁସିରେ ଖୁସି ଥିଲେ। ପୁଅ ଦୁଇଜଣ ଭଲ ଚାକିରୀ କରିଗଲା ପରେ ଦୁଇଜଣ ସୁନାନାକି ବୋହୁ ଘରକୁ ଆସିଲେ।ବୋହୁ ଦୁଇଜଣ ସତେ ଯେମିତି ଲକ୍ଷ୍ମୀ ପ୍ରତିମା।

   

ପୁଅମାନେ ବୋହୁଙ୍କୁ ନେଇ ନିଜ ନିଜର କର୍ମସ୍ଥଳୀକୁ ଚାଲିଗଲେ।ସବୁ ଠିକ ଚାଲିଥିଲା।ହଠାତ ମା ସାଆନ୍ତାଣୀ ଙ୍କ ଦେହ ଖରାପ ହୋଇଗଲା। ଖବର ପାଇ ଦୁଇ ପୁଅ ବୋହୂ ଘରକୁ ଆସିଲେ। ବାପା ମାଆ ଙ୍କୁ ସହର କୁ ନେଇ ଚାଲିଗଲେ। ସେଠାରେ ଭଲ ଚିକିତ୍ସା ହୋଇପାରିବ , ସେଥିପାଇଁ ଗାଁ ଛାଡି ଯିବାକୁ ନାରାଜ ବାବୁ ରାଜି ହୋଇଗଲେ।ବାବୁ ଯିବା ଦିନ ଗାଁ ଗୋଟାକର ଲୋକ ତାଙ୍କ ଘରକୁ ଯାଇ ଥିଲେ। ମା ସଆନ୍ତାଣୀ ଙ୍କ ଆରୋଗ୍ୟ କାମନା କରି ତାଙ୍କୁ ଜଲ୍ଦି ଫେରି ଆସିବା ପାଇଁ କହିଥିଲେ।ବାବୁ ଗଲା ପରେ ଗାଁରୁ ଶ୍ରୀ ଚାଲିଗଲା ଭଳି ପ୍ରତୀତ ହେଲା।ତେବେ ଲୋକମାନଙ୍କୁ ବେଶୀ ଅପେକ୍ଷା କରିବାକୁ ପଡ଼ିଲାନି।

       

କୋଡିଏ ଦିନ ପରେ ବାବୁ ମା ସାଆନ୍ତାଣୀ ଙ୍କୁ ନେଇ ଫେରି ଆସିଲେ।ତାଙ୍କ ମୁହଁ ରେ ପୂର୍ବ ସରସତା ନଥିଲା।ଏହାର ଦୁଇ ଦିନ ପରେ ଦୁଇପୁଅ ଗାଁକୁ ଆସିଲେ।ସେଦିନ ବାବୁଙ୍କ ଘରୁ ପ୍ରବଳ ପାଟି ଶୁଣା ଗଲା।ବାବୁ ପାଟି କରି କହୁଥିଲେ ମୁଁ ଥିବା ଯାଏଁ ସମ୍ପତ୍ତି ଭାଗ ହୋଇ ପାରିବନି।ତୁମେମାନେ ଏଠାରୁ ଚାଲି ଯାଅ।ମୁଁ ମଲା ପରେ ମୋ ଗାଁ ଲୋକ ମୋର ସଂସ୍କାର କରିବେ। ତୁମେମାନେ ସେତେବେଳେ ମଧ୍ୟ ଆସିବା ଦରକାର ନାହିଁ।ଯଦି ପାଠ ପଢି ଦେଲେ ସମସ୍ତେ ମଣିଷ ହୋଇ ଯାଆନ୍ତେ ତେବେ ଏଭଳି ଦେବ ତୁଲ୍ୟ ବ୍ୟକ୍ତିଙ୍କ ପିଲାମାନେ ତାଙ୍କୁ ଏପରି ଦୁଃଖ କିପରି ଦେଇପାରିଲେ। ସାରା ଜୀବନ ସମସ୍ତଙ୍କ ସୁଖ ଦୁଃଖ ର ସାଥୀ ଥିବା ବାବୁ ନିଜ ଅନ୍ତିମ ସମୟରେ କାହିଁକି ଏତେ ଦୁଃଖ ପାଇଲେ। ସବୁ ସମୟର ଖେଳ।କିଏ କେତେବେଳେ ସୁଖ ପାଇବ କେତେବେଳେ ଦୁଃଖ ଭୋଗ କରିବ ସେ ନିଷ୍ପତ୍ତି ସମୟ ହିଁ ନେଇଥାଏ।


Rate this content
Log in

Similar oriya story from Tragedy