STORYMIRROR

Sunanda Mohanty

Abstract Action Thriller

3  

Sunanda Mohanty

Abstract Action Thriller

ସ୍ମୃତିରୁ ଖିଏ

ସ୍ମୃତିରୁ ଖିଏ

2 mins
111

   ପ୍ରଥମ ଅନୁଭୂତି କହିଲେ ତ ଅନେକ ଦୃଷ୍ଟାନ୍ତ ,କାହାର ଜୀବନର ପ୍ରଥମ ପରୀକ୍ଷା ,ତ କାହାର ପ୍ରଥମ ସ୍କୁଲ ଯିବା ତ କାହାର ପ୍ରଥମ ଚାକିରୀ ଜୀବନ ତ କାହାର ପ୍ରଥମ ପ୍ରେମର ଅନୁcଭୂତି ତ କାହାର ପ୍ରଥମ ବୈବାହିକ ଜୀବନର କଥା ,ଆଉ ମୁଁ ଆଜି ମୋ ବୈବାହିକ ଜୀବନର ପ୍ରଥମ ମିଳନର ରାତିର ସ୍ମୃତି ବିଷୟରେ କହିବାକୁ ଯାଉଛି l

    ଅଶୀ ଦଶକର ଝିଅ ପୁଅ ମାନେ କୋଉ ଢାଞ୍ଚାରେ ଥିଲେ ,ପାଠକେ ନିହାତି ଅବଗତ ଥିଲା ବେଳେ ,ମୁଁ ସେହି ଦଶକ ରେ ଛାତ୍ରୀ ଥିବା ବେଳେ ,ଅନ୍ୟ ପୁଅ ଝିଅମାନଙ୍କର ଆଚରଣ ଦେଖି କାବା ହୁଏ ,ଯେମିତିକି ଆମ ଅନର୍ସ ଝିଅମାନେ କୋଣାର୍କକୁ ଶିକ୍ଷାପର୍ଯ୍ୟଟନ ସ୍ଥଳୀ ରୂପେ ବାଛି ,ବସ ରିଜର୍ଭ କରି ଯାଉଥିଲାବେଳେ ,"ଝୁମୁକା ଟିକେ ତୁତ ହଲେଇ ଦେ,ରୁମ ଝୁମ କରି ଟିକେ ବଜେଇଦେ",ଗୀତର ତାଳେ ତାଳେ ନାଚି ଝିଅମାନେ ଯେଉଁଭଳି ଉନ୍ମତ ହେଉଥିଲେ ,ଭଲଲାଗୁନଥିଲା ମତେ ,ମୁଁ ଏକୁଟିଆ ନୀରବରେ ବସିଥାଏ ଚୁପ ଚାପ ,ତ କେହି କେହି ମତେ ଭିଡି ଚିଡ଼େଇବାକୁ ପଛେଇନଥିଲେ ,ଯେ ଆଉ କେତେ ଦିନ ଏମିତି କଦଳୀ ବେଣୀ ପକେଇବୁ ବାଳିକା ?ମୁଁ ମନେ ମନେ ଖୁବ୍ଧ ହେଇଥିଲି କି ,ଗୋଛେ ଚୁଟି ଅଛି ବୋଲିତ ପକେଇ ପାରୁଛି କଦଳୀ ବେଣୀ ,ତୁମେସବୁ ପକେଇ ପାରିବ କାଁହୁଁ ?

  ସେଇ ଚୁଟି ର ଆକର୍ଷଣ ରେ ଶାଶୁଙ୍କ ପସନ୍ଦରେ ବୋହୁ ହୋଇଗଲି ନିରାଟ ମଫସଲ କୁ ,ସ୍ୱାମୀଙ୍କ ସହ ପ୍ରଥମ ମିଳନ ରାତିରେ ,ତଣ୍ଟି ଅଠା ଅଠା ହେଇଯାଉଥିଲା ବେଳେ ,ସ୍ୱାମୀ ଯେବେ ଇଂରାଜୀ ଗ୍ରାମାର ଓ ଟ୍ରାନ୍ସଲେସନ ସବୁ ପଚାରି ଚାଲିଥିଲେ ,ମତେ ପାଣିଗ୍ଲାସ ଆଉ ଦରକାର ନଥିଲା ,ଆଉ ଖୁବ ଖୁସି ହେଇଥିଲି ମୁଁ ଚାଁହୁଥିବା ପ୍ରେମିକ ମତେ ମିଳି ଯାଇଥିବାରୁ ,କାରଣ ,ବିବାହ ପରେ ହିଁ ଭଲପାଇବା ହୁଏ ,ଆଉ ସେଇଟା ସ୍ୱାମୀଙ୍କ ସହ ବୋଲି ଦୃଢ଼ ଧାରଣା ଥିଲା ନା ମୋର ,ଆଉ ଅଳ୍ପ ଦିନ ପରେ ,ସ୍ୱାମୀଙ୍କ ଦୟାରୁ ମୋର ବିଏଡ଼ ରେ ନାମ ଲେଖା ହୋଇଯାଇଥିଲା l

   ଏଵେର ପ୍ରେମ ,ପ୍ରଣୟ ,ବିଚ୍ଛେଦ ଭିତରେ କେବେ କେବେ ହତାଶ ନିରାଶ ହେଲା ବେଳେ ,ସେହି ସବୁ ପୁରୁଣା ସ୍ମୃତି ମତେ ଜୀବନ୍ତ କରେ ,ମୋ ଭଲପାଇବା ଆରମ୍ଭ ଜୀବନର ପ୍ରଥମ ସ୍ମୃତି ଅବା କେତେ ଜଣଙ୍କ ଭାଗ୍ୟରେ ଥାଏ ?ଏମିତି ପଦେ ଲେଖିଦେବାର ସୌଭାଗ୍ୟ କାହାକୁ ମିଳେ ?ସେ ପ୍ରଥମ ଅନୁଭୂତିର ସ୍ବର୍ଗୀୟ ଶାଶ୍ୱତ ସ୍ମୃତି l


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Abstract