STORYMIRROR

Dharitri Das

Tragedy Others

3  

Dharitri Das

Tragedy Others

ସ୍ମୃତି

ସ୍ମୃତି

2 mins
258


    ସେଦିନ ଭୁବନେଶ୍ବର ଇନ୍ଦିରା ପାର୍କରେ ଶିକ୍ଷକ ସଂଘର ଏକ ସଭା ହେଉଥିଲା। ଶିକ୍ଷକ ଶିଷୟିତ୍ରୀମାନେ

ପ୍ରଥମ ଗେଟରେ ପଶି ଏକ ପକା ଚାନ୍ଦିନୀରେ ଯାଇ ବସି ଥିଲେ। ପ୍ରାୟ11ରଟା ବେଳେ ମୁଁ ଯାଇ ପହଞ୍ଚିଲି ଆରପଟ ଗେଟ୍ ପାଖରେ ।

      ସେ ପାର୍କରେ ମୋର ପ୍ରଥମ ଦିନ ଥିଲା। ଫୋନ୍ କରି ପଚାରିବାରୁ ସଭିଏଁ କହିଲେ ଭିତର ଦେଇ ସେପଟ ଗେଟ୍ ପାଖକୁ ଯିବାକୁ। ମୁଁ ଏବଂ ମୋର କ୍ଲର୍କ ଦୁହେଁ ଚାଲିଲୁ।

       ଯିବା ସମୟରେ ସେଠି ମୁଁ ଯାହା ସବୁ ଦେଖିଲି ନ କହିବା ଭଲ। ପ୍ରତ୍ୟକ ଗଛମୂଳେ ଯୋଡ଼ି ଯୋଡ଼ି ହୋଇ କଲେଜ ପୁଅ ଓ ଝିଅ ଯେଭଳି ଅବସ୍ଥାରେ ବସିଥାନ୍ତି ଦେଖିଲେ ଭାରି ଖରାପ ଲାଗୁଥିଲା କାରଣ ମୋ ସହିତ ଆମ କ୍ଲର୍କ ଜଣେ ଅଭିଆଡି ପୁଅ ଥିଲା । ତେଣୁ କ'ଣ କରିବି ଫେରିଆସିବାକୁ ଇଚ୍ଛା ଥିଲେ ମଧ୍ୟ ଆସିପାରୁ ନଥିଲି। କାହିଁକି ନା ଏତେ ବାଟ ଯାଇ ସଭାରେ ଯୋଗ ନ ଦେଇ ଫେରି ଆସିଥାନ୍ତି କିପରି ।ଶେଷରେ ଯାଇ ସଭା ସ୍ଥଳରେ ପହଞ୍ଚିଲି । ସେଠି ଯାଇ ଦେଖିଲି ସେଭଳି ସ୍ଥାନରେ ସଭା ରଖିଥିବାରୁ ସମସ୍ତେ ଲଜ୍ଜିତ ଥିଲେ। ସେ ଯାହାହେଉ କିପରି ଯଥା ଶୀଘ୍ର ଆଲୋଚନା ସାରି ସେଠାରୁ ପ୍ରତ୍ୟାବର୍ତ୍ତନ କରିବେ ସେହି କଥା ସଭିଏଁ ଭାବୁଥିଲେ। ତାହାହିଁ ହେଲା। ଅଳ୍ପକିଛି ସମୟ ଆଲୋଚନା କରି ଅନୁଡ଼ିଙ୍କୁ ସଭା ଅନ୍ୟ ସ୍ଥାନରେ ରଖିବାର ମତାମତ ଦେଇ ସଭାପତି ସଭା ସାଙ୍ଗ କଲେ।

      ସେହିଦିନ ମୁଁ ଘରକୁ ଆସି ଚିନ୍ତା କଲି ଏ କ'ଣ ଆମ ସହରୀ ଜୀବନ। ଏଡେ ସୁନ୍ଦର ପାର୍କର ପରିବେଶକୁ ଏମାନେ କାହିଁକି କଳୁଷିତ କରୁଛନ୍ତି? ସହରରେ ରହି ପିଲା କଲେଜରେ ପାଠ ପଢ଼ିବାକୁ ଯାଇ ଯଦି ଏହିପରି ପାର୍କରେ ଅସଙ୍ଗତ ଅବସ୍ଥାରେ କାଳ କାଟିବେ ତେବେ ଆମ ସମାଜର ଉନ୍ନତି କିପରି ହେବ? ପାଠ ପଢା ବୟସରେ ପିଲା ଯଦି ପାଠ ପଢ଼ା ଛାଡ଼ି ପାର୍କ ଯିବେ , ପ୍ରେମ କରିବେ ତେବେ ପାଠ ତ ନିଶ୍ଚିତ ଚୁଲିକୁ ଯିବ ହିଁ ଯିବ। ଏପରି ହେଲେ ବାପା ମାଆଙ୍କର ଆଶା ତ ଆଶାରେ ରହିଯିବ। କ'ଣ ହେବ ଆମ ଦେଶର ଭବିଷ୍ୟତ?

     ସେହିଦିନଠାରୁ ମୋ ମନରେ ବାର ବାର ଅନେକ ପ୍ରଶ୍ନ ଉଙ୍କି ମାରୁଛି। କଲେଜରେ କ୍ଲାସ ଛାଡ଼ି ପାର୍କ ଯାଇ ଅସଙ୍ଗତ ଅବସ୍ଥାରେ ପୁଅ ଝିଅ ହଳ ହଳ ହୋଇ ବସିବାଟା କ'ଣ ଆମ ସହରୀ ସଭ୍ୟତା? ଏଥିରେ କ'ଣ ପ୍ରେମ ଦୃଢ଼ ହୋଇଥାଏ? ଏମିତି କେତେ ପ୍ରଶ୍ନ। 

      ଏହିଭଳି ପ୍ରଶ୍ନାବଳୀ ମଧ୍ୟରେ ମୁଁ ଭାବି ପାରୁନି ଆମ ସମାଜ ଆଜି କେଉଁ ସ୍ତରରେ ପହଞ୍ଚି ଯାଇଛି ସତରେ। ଏହାଦ୍ବାରା ପ୍ରେମର ସଂଜ୍ଞା କେଉଁ ଆଡ଼କୁ ଗତି କରୁଛି କହି ପାରିବେକି ଶୁଦ୍ଧି ଜନେ।

     ମୁଁ ଖାଲି ମୋ ଜୀବନର ଏକ ଅଭୁଲା ଏବଂ ପ୍ରଶ୍ନବାଚୀ ହୋଇ ରହିଯାଇଥିବା ଏକ ସ୍ମୃତିକୁ କାହାଣୀ ଆକାରରେ ବଖାଣିଲି। ବାକି ଭୁଲ୍ ଠିକ୍ ବିଚାର ଆପଣମାନେ ହିଁ କରିବେ।ରହିଲି।ଧନ୍ୟବାଦ୍।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Tragedy