STORYMIRROR

Sunanda Mohanty

Abstract Action Thriller

3  

Sunanda Mohanty

Abstract Action Thriller

ସ୍ମୃତି

ସ୍ମୃତି

2 mins
170

  ଚାରିଟା ବେଳେ ଛାତ ଉପରେ ବୁଲିବା ଅଭ୍ୟାସ ସହ ଖୋଜୁଥିଲି ପକ୍ଷୀ ହଳଦୀବସନ୍ତକୁ .ପ୍ରାୟ ଦି ଚାରିଦିନ ହେଲାଣି ଦେଖିନି ହଳଦୀବସନ୍ତକୁ ତ ବସନ୍ତ ଋତୁ ଆସିଥିଲେ ବି ଆସିଲା ପରି ଲାଗୁନି .ତଳେ ଚାଟ ବାଲା ,ତା ଠେଲା ଗାଡ଼ିତାକୁ ପୋଛା ପୋଛି କରି ଠିକଠାକ କଲାଣି ,ଆଜି ବୋଧହୁଏ ଚାଟ ପ୍ରସ୍ତୁତ କରିବ .ହଁ ଏଇତ ,ନିଜ ଲୁନାରେ ଆଣିଥିବା ଚାଟ ଉପକରଣ ଗୁଡିକ ସଜାଡି ରଖିଲାଣି ,ଫେରୁଥିବା ବାଟୋଇ ପଚାରୁଥିଲେ ,ହୁଏତ କେତେବେଳେ ଆରମ୍ଭ ହେବ କି କଣ .ପୁଣି ଟିଉସନ ଯିବା ଛୋଟ ଛୋଟ ପିଲା ଗୁଡିକ ଚାହିଁ ଚାହିଁ ଯାଉଥାନ୍ତି ଆଉ ଆସିଲା ବେଳକୁ ଥିବ କି ନାହିଁ ପଚାରି ଯାଉଥାନ୍ତି ,ସତରେ ପିଲାଦିନେ ଚାଟ ଖାଇବାର ସ୍ୱାଦ ଠାରୁ ଚାଟ ଖାଇବା ଭାବନା ବହୁ ନିଆରା .

   ଆକାଶରେ ଗୋଟେ ହେଲେ ପକ୍ଷୀ ଦୃଶ୍ୟମାନ ହେଉନଥିବା ବେଳେ ,ତଳେ ହଳଦିଆରଙ୍ଗର ଫିତା ବାନ୍ଧି ତିନିଗୋଟି ପିଲା ପଛକୁ ପଛ,ସାଇକେଲରେ ଫିତା ସଂଯୋଗ କରି ,ପ୍ରଥମ ପିଲାଟି ସାଇକେଲ ଚଲାଉଛି ତ ଅନ୍ୟ ଦୁଇଜଣ ଫିତା ସାହାଯ୍ୟରେ ଭିଡି ହେଇ ଚଳାଉଛନ୍ତି ସାଇକେଲ ,ପ୍ୟାଡେଲ ମାରିବାରେ ଆଗପଛ ହେଲେ ପଡିବା ଭୟ ବି ରହିଛି ,ତଥାପି ରାସ୍ତା କଡ଼କୁ ବୁଲିବାଲି ,କଣକାଟି ମଜ୍ଜା ନେଉଛନ୍ତି ପିଲା ତିନିହେଁ ,ତ ଚାଟ ଵାଲା ହସିଦେଉଥାଏ ସେ ଦୃଶ୍ୟରେ.ରାସ୍ତାରେ ଯିବା ଆସିବା ଲୋକ ବି ଚାଂହିଦେଉଥାନ୍ତି ଆଉ ହସୁଥାନ୍ତି ,ପଡିଯିବରେ,ବୋଲି ଆକଟ କେହି କରୁନଥାନ୍ତି .କାରଣ ତାଙ୍କୁ ଦେଖି ସମସ୍ତଙ୍କର ନିଶ୍ଚୟ ପିଲାଦିନର ,ଡାହୁପୁଆ ,ସାଇକେଲ ରିମ ଗଡା଼ ,ତାସ ,ଲୁଡୁ,ନଈରେ ପହଁରା ,ବିଟି ଖେଳ ,ବୋହୁଚାରୀ ,ଡୁଡୁ ,କବାଡି ଖେଳ ଇତ୍ୟାଦି କେତେ ସ୍ମୃତି ଉଙ୍କି ମାରୁଥିବ ମନରେ .ଆଉ ଉପରେ ମୁଁ ବି ଫେରିଯାଉଥିଲି ପିଲାଦିନର ସ୍ମୃତି ସବୁକୁ ତ କଟି ମିଟି ଖେଳ ,ବଣଭୋଜି ,ବୋହୁବୋହୁକା ଖେଳ ତଥା ଖୁଂଟେଇ ,ପୁଚି ,ଦଉଡିଡିଆଁ ଖେଳ ସବୁ ମନେ ପଡିଯାଉଥାଏ .ହଳଦୀବସନ୍ତ ଟା କୋଉଠି ଥିଲା ,ଉଡ଼ିଗଲା ମୁଣ୍ଡ ଉପର ଦେଇ ତ ମୁଁ କହୁଥିଲି କୁଆଡେ ଲୁଚିଥିଲୁ ମତେ ଦେଖାଦେଉ ନଥିଲୁ ,ତ ତୋର ମୋର କଟି ମିଟି .ତଳୁ ଚାଟ ଵାଲାର ଟିନ ଟିନ ଘଣ୍ଟି ବଜାରେ ,ପ୍ରକ୍ରୁସ୍ଥିତି ହେଲି .ସଞ୍ଜ ଦେବାକୁ ହେବ ମତେ .।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Abstract