STORYMIRROR

Sunanda Mohanty

Abstract Inspirational Thriller

3  

Sunanda Mohanty

Abstract Inspirational Thriller

ସ୍ମୃତି ଅନୁଭୂତି

ସ୍ମୃତି ଅନୁଭୂତି

1 min
176

  ମୋବାଇଲ ଟି ହଜିଗଲା ପୁଅର, ମୋବାଇଲ ର ଡାଟା ଉଡିଗଲା ବୋହୁର, ସେ ଦୁହେଁ ବିଚଳିତ ହୋଇ ବନ୍ଧୁ ବାନ୍ଧବ, ଚିହ୍ନା ଜଣା, ଭାଇ ଭଉଣୀ ଙ୍କୁ ମାଗିଥିଲେ, ଟିକି ପୁଅ ର ବିଭିନ୍ନ ସମୟର ଫଟୋ ଓ ଭିଡ଼ିଓ ସବୁକୁ। କିନ୍ତୁ ପାଇନଥିଲେ କେଉଁଠୁ କିଛି , ସବୁରି ଫୋନ ଜାମ ହେବାରୁ ସମସ୍ତେ ଦିଲିଟ କରିପକାଇଥିଲେ ତ କିଛି କିଛି ମାମୁଁ ମାଇଙ୍କ ଠୁ ମିଳିଯାଇଥିଲା ।

  ଶେଷକୁ ପୁଅ ମାଆ ଙ୍କୁ ପଚାରିଥିଲା, ହୁଏତ, ଜେଜେମା ଡିଲିଟ ନକରି ରଖିଥିବେ, ହେଲେ ଜେଜେମା ମଧ୍ୟ ରଖିନଥିଲେ, କିନ୍ତୁ ଭାବୁଥିଲେ ଫେସବୁକ୍ ରେ ସେଭ କରିଦେଇଥିଲେ ବା ପେନ୍ ଡ୍ରାଇଭରେ ରଖିନେଇଥିଲେ ହୁଏତ ସବୁ ମିଲିଯାଇଥାନ୍ତା। ତଥାପି ଜେଜେମା ପୁଅ ବୋହୁ ଦୁହିଁଙ୍କୁ ପରାମର୍ଶ ଦେଇଥିଲେ, ଏବେବି ସମୟ ଅଛି, ତଥାପି ନାତି ଛୋଟ ଅଛି, ତ ପୁଣି ଫଟୋ ଓ ଭିଡିଓ ସବୁକୁ ଉଠାଇ ଫେସବୁକ୍ ବା ପେନ୍ଡ୍ରାଇଭ୍ ବା ଗୁଗଲ ବା ନିଜର ବ୍ୟକ୍ତିଗତ କ୍ୟାସେଟ୍ କରି ରଖିନିଅ। ସେୟା ହେଲା ପୁଣି ନୂଆ ନୂଆ ଫୋଟୋ ଉଠିଲା ନାତିର, ଭିଡିଓ ସବୁ ହେଲା ଓ ସବୁ ଅନଲାଇନ ରେ ଉପଲୋଡ ହେବା ସହ ନିଜସ୍ଵ କ୍ୟାସେଟ୍ କରି ରଖାଗଲା।

  ତ୍ ହଠାତ୍ ଜେଜେମା ଙ୍କର ଗୋଟିଏ ସ୍ମୃତି ମନେପଡ଼ିଲା। ସେ ପୁରୁଣା କ୍ୟାସେଟ୍ ବକ୍ସ ରୁ ଖୋଜୁଥିଲେ ସ୍ଵାମୀଙ୍କ ଅବସରକାଳୀନ କ୍ୟାସେଟ୍ ଟିକୁ, ଆଉ ନପାଇ ବ୍ୟାକୁଳିତ ହେଇଥିଲେ, ହେଲେ ପୁଅ ସେଇଟିକୁ ଟିଭିରେ ଅପଲୋଡ଼ କରି ରଖିଥିଲା। ଲାଜରେ ଜେଜେମା କହୁଥିଲେ ନାତିର ଏମିତି ଅପଲୋଡ଼ କରିଦେଇଥିଲେ କେତେ ଭଲ ହୋଇଥାନ୍ତା। ପୁଅ କିନ୍ତୁ ମାଆ ଫୋନରୁ ସବୁ ଫଟୋ ଓ ଭିଡିଓ ଉଦ୍ଧାର କରି ସମସ୍ତଙ୍କୁ ଖୁସି କରିଦେଇଥିଲା। ପ୍ଲେ ଷ୍ଟୋରରେ ସବୁ ମହଜୁଦ ଥିଲା ତ ଜେଜେ ବାପା ବେଶୀ ଖୁସି ହୋଇଥିଲେ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Abstract