Prabhati Mahapatra

Inspirational

4  

Prabhati Mahapatra

Inspirational

ସ୍ମୃତି ଆକାଶରେ ବିଜୟ ମହାନ୍ତି

ସ୍ମୃତି ଆକାଶରେ ବିଜୟ ମହାନ୍ତି

2 mins
289


ଅନୁଭୂତିରୁ ....

ମୁଁ ମୋ ସ୍ୱାମୀଙ୍କ ସାଙ୍ଗରେ ପଶ୍ଚିମ ବଙ୍ଗରେ ରହୁ ଥାଏ ।ବର୍ଷକୁ ଦୁଇ ଥର 

ମାଟି ମା'ର ଆବେଗରେ ଆକର୍ଷିତ ହୋଇ

ଓଡ଼ିଶା ଚାଲି ଆସୁ ଥାଏ । ଦିନେ ହଠାତ୍

ଟ୍ରେନ ଯାତ୍ରା ସମୟରେ ଜଣେ ଭଦ୍ର ବ୍ୟକ୍ତିଙ୍କ ହାତରେ ଓଡ଼ିଆ ପତ୍ରିକା ପୁଣି

ପ୍ରଥମ ପୃଷ୍ଠାରେ ବିଜୟ ମହାନ୍ତିଙ୍କ ସୁନ୍ଦର

ଛବି ଦେଖି ଭାବ ବିହ୍ୱଳ ହୋଇ ଉଠିଲି ।

ମୋର ପାଦ କଥା ମାନି ନଥିଲା ।

ମୁଁ ମୋର ସ୍ଥାନ ପରିତ୍ୟାଗ କରି ତାଙ୍କ ପାଖରେ ପହଁଚିଲି । ନତ ମସ୍ତକରେ 

ନମସ୍କାର କରି ପ୍ରଶ୍ନ ପଚାରିଲି , ଆପଣ କ'ଣ ଓଡ଼ିଆ ?

ଭଦ୍ରବ୍ୟକ୍ତି : ଆଜ୍ଞା ମୁଁ ଓଡ଼ିଆ 

ମୁଁ : ଆପଣ କ'ଣ ବିଜୟ ମହାନ୍ତିଙ୍କୁ ଜାଣନ୍ତି ?

ଭଦ୍ରବ୍ୟକ୍ତି : ଓଲିଉଡ ସିନେ ତାରକା

ବିଜୟ ମହାନ୍ତିଙ୍କୁ କିଏ ବା ନଜାଣେ ।

ମୁଁ : ତାହାଲେ ଆପଣ ତାଙ୍କ ବିଷୟରେ କିଛି କୁହନ୍ତୁ ।

     ଖୁବ୍ ସୁନ୍ଦର ସରଳ ଭାଷାରେ 

କହିବାକୁ ଲାଗିଲେ । ମୁଁ ନିଶିକାନ୍ତ ପ୍ରଧାନ

 କଟକ ନିକଟସ୍ଥ ଏକ ଛୋଟ ଗାଁ ରେ ମୋର ଜନ୍ମ । ପଢା ଶୁଣାରେ ଭଲ ଥିବାରୁ

କଟକ ରେଭେନ୍ସା ମହାବିଦ୍ୟାଳୟରେ

ପଢା ଆରମ୍ଭ କଲି । ଘରର ପରିସ୍ଥିତି ଖୁବ୍

ଖରାପ ଥାଏ । ମୋର ପଡ଼ିଶା ଘର ଝିଅ

ଆଶା ମୋତେ ନିଜ ଠାରୁ ଅଧିକ ଭଲ ପାଉ ଥାଏ । ତାର ସହଯୋଗରେ ପଢା ସାରି ଚାକିରୀ ଅନ୍ବେଷଣରେ ପଶ୍ଚିମବଙ୍ଗ

ଚାଲି ଗଲି କିନ୍ତୁ ସେଠାରେ ଗୋଟିଏ ସଂଭ୍ରାନ୍ତ ବଂଶର ଝିଅ ମୀନା କିପରି ମୋ ହୃଦୟରେ ଜାଗା ପାଇଗଲା ମୁଁ ନିଜେ ବି

ଭାବି ପାରି ନଥିଲି । ମୁଁ ବେଳକୁ ବେଳ

ସ୍ଵାର୍ଥପର ହୋଇ ଆଶାର ସ୍ନେହ , ପ୍ରେମ

ତ୍ୟାଗକୁ ଭୂଲି ଗଲି । ସେ ଝିଅକୁ ନେଇ ମୁଁ

ଓଡ଼ିଆ ଚଳଚ୍ଚିତ୍ର " କାବେରୀ " ଦେଖିବାକୁ 

ଯାଇ ଥାଏ । ପ୍ରଥମେ ପ୍ରଥମେ ଚଳଚ୍ଚିତ୍ର 

କାହାଣୀ ଭଲ ଲାଗୁ ଥିଲା । ଧିରେ ଧିରେ

ମୋ ଜୀବନ ଭିତରକୁ କାହାଣୀଟି ପ୍ରବେଶ

କଲା । ମୋର ପିଶାଚ ମନଟା ଆଘାତରେ

ଛଟ ପଟ କଲା । ବିଜୟ ମହାନ୍ତିଙ୍କ ଅଭିନୟ ଗାଁ ର ଅଳ୍ପ ଶିଖିତ ଭିତରେ 

ଲୁକ୍କାୟିତ ଯେଉଁ ଉଚ୍ଚ କୋଟିର ଭାବନା 

ସମ୍ମୁଖରେ ମୋର ମଥା ନତ ହୋଇ ଯାଉ ଥାଏ । ମୋ ପାଖରେ ବସି ମୋତେ ଭଲ ପାଉ ଥିବା ମୀନା ସବୁ କିଛି ବୁଝି ପାରି ଥିଲା । ସେ ବହୁତ ବୁଦ୍ଧିମତି , ମୋ ଭଳି 

ସ୍ଵାର୍ଥପର ନୁହେଁ । ମୋ କାନ ପାଖରେ 

ଧିରେ କହିବାକୁ ଲାଗିଲା , ଏମିତି ବି ହୁଏ

ଯାହା ହୋଇଛି ଛାଡ । ବିଜୟ ମହାନ୍ତିଙ୍କ

ଅଭିନୟ ତୁମ ହୃଦୟରେ ଆଲୋଡନ

ସୃଷ୍ଟି କରିଛି , ତେଣୁ ଆଗକୁ ଆଉ ଗୋଟିଏ

କାବେରୀ ସୃଷ୍ଟି ନହେଉ ତୁମେ ଯତ୍ନବାନ

ହୁଏ । ବିଜୟ ମହାନ୍ତିଙ୍କ ବିଷୟରେ କେଇ

ପଦ କଥା ଶୁଣି ମୁଁ ଧନ୍ୟ ମନେ କରୁ ଥିଲି

  ଅମ୍ଳାନ ଜ୍ୟୋତି ରୂପେ ସିନେ ଗଗନେ 

ଶୋଭା ପାଉ ଥାନ୍ତୁ । ଏତିକି ମୋର ଅନ୍ତିମ

ଅଭିଳାଷ ।

******


Rate this content
Log in

Similar oriya story from Inspirational