Unmask a web of secrets & mystery with our new release, "The Heel" which stands at 7th place on Amazon's Hot new Releases! Grab your copy NOW!
Unmask a web of secrets & mystery with our new release, "The Heel" which stands at 7th place on Amazon's Hot new Releases! Grab your copy NOW!

Chandra Sekhar Bhol

Romance Inspirational Others

4.4  

Chandra Sekhar Bhol

Romance Inspirational Others

ସମ୍ପର୍କର ଶେଷ ପ୍ରଶ୍ନ

ସମ୍ପର୍କର ଶେଷ ପ୍ରଶ୍ନ

2 mins
399



ସମ୍ପର୍କର ଡୋରି କେବେଠୁ ସେ ଛିଣ୍ଡେଇ ସାରିଥିଲା କହିଲେ ଚଳେ । ଅନେକ ବାର ଚେଷ୍ଟା କରିଛି ତାକୁ ବୁଝେଇ ଶୁଝେଇ ସମ୍ପର୍କକୁ ଆଗେଇ ନବା ପାଇଁ । ନିଜର ଆତ୍ମସନମାନକୁ ପଛରେ ପକାଇ ବହୁତ ବାର ନିଜଆଡୁ ଫୋନ ମଧ୍ୟ କରିଛି କିନ୍ତୁ ଫୋନ ଏମିତି ରିଂ ହେଇହେଇ ଅନେକ ବାର କାଟି ଯାଇଛି କେବେ ଉତର ପାଇନି । ଥରେ ତାକୁ ଦେଖା କରିବାକୁ ତାର ହଷ୍ଟେଲ ମଧ୍ୟ ଯାଇଥିଲି କିନ୍ତୁ ସେ ଅନ୍ୟ କାମରେ ବ୍ୟସ୍ତ ଅଛି ଆଉ ଦେଖାହେଇ ପାରିବନି କହି ସିକ୍ୟୁରିଟି ଗାର୍ଡ ହାତରେ ମୋ ପାଖକୁ ଖବର ଦେଇଥିଲା । ବାସ, ତା ପରେ କେଜାଣି କାଇଁ ମୁଁ ଆଉ ତାକୁ ଡିଷ୍ଟର୍ଵ କରିବାକୁ ମନ କରିନି । କିନ୍ତୁ ସତ କହିବାକୁ ଗଲେ ସେ ମୋ ହୃଦୟରେ ସବୁବେଳେ ଥାଏ । କିଏ ବା କେମିତି ନିଜ ପ୍ରେମକୁ ଭୁଲି ପାରିବ?


ଦିନେ ସଖାଳେ ମୁଁ କିଛି କାମରେ ବାହାରକୁ ଯିବାକୁ ନିଜକୁ ପ୍ରସ୍ତୁତ କରୁଥାଏ ମୋବାଇଲର ରିଂ ଶୁଭିଲା । ପାଖକୁ ଯାଇ ଦେଖେତ ତାର କଲ ଆସିଛି । ମୁଁ ନିଜକୁ ବିଶ୍ୱାସ କରି ପାରିଲି ନାହିଁ । ସତରେ କଣ ସିଏ ମତେ ଦୁଇବର୍ଷ ପରେ ମଧ୍ୟ ମନ ରଖିଛି, ମୋ ସହ କଥା ହେବ ପାଇଁ କଲ କରିଛି । ହସ ହସ ମୁହଁରେ କଲ ରିସିଭ କଲି ।


ସେ: କ'ଣ ଏବେ ଫାଙ୍କା  ଅଛ? ମତେ ଆସି ମୋ କଲେଜ ପାଖରେ ଦଶଟା ସମୟରେ ଦେଖା କରି ପାରିବ?

 

ହଁ ହଁ, ମୁଁ ଯାଇ ପହଁଚୁଛି ।


ସେ: ଜଲ୍ଦି ଆସ, ଏତିକି କହି ଫୋନ ରଖି ଦେଲା ।


ଅନେକ ଅସୁମାରୀ ଆଶା ନେଇ ସବୁ କାମ ଛାଡି ବାହାରି ପଡିଲି ତାର କଲେଜ ଅଭିମୁଖେ । ମନରେ ସବୁ ଦେବାଦେବୀଙ୍କୁ ପ୍ରଣାମ କରି ଅଶେଷ ଧନ୍ୟବାଦ ଦେଲି । ଭାବିଲି ସେ ତାର ଭୁଲ ବୁଝି ଯାଇଛି, ମୁଁ ମୋର ସମ୍ପର୍କ ଆଜି ପୁଣି ଫେରି ପାଇବି । ମୁଁ ପହଞ୍ଚିବା କ୍ଷଣି ସେ ମୋତେ ଆଲିଙ୍ଗନ କରି ପୁଣି ପୂର୍ବ ପରି ସମ୍ପର୍କ ରଖିବାକୁ ମୋ ପାଖରେ ଜିଦ କରି ବସିବ । ତୁମେ ଛୋଟ ପିଲାଙ୍କ ପରି କଣ ହଉଛ ଯେ !! କହି ତାକୁ ଜୋରରେ ଜାବୁଡି ଧରି ଏତେ ଦିନର ଦୂରତା କୁ ଭୁଲି ଯିବାକୁ ଚେଷ୍ଟା କରିବି । ଏମିତି ଭବୁଭାବୁ ରାସ୍ତା ସାରି ଯାଇଥିଲା ଆଉ ମୁଁ ଯାଇ ତାର କଲେଜ ସାମ୍ନାରେ ପହଂଚି ଗଲି ।


କିନ୍ତୁ ଏ କଣ ପୁରା ଅପରଚିତ ପରି ଚାହାଣି!

 

ମୁଁ କିଛି ଭଲମନ୍ଦ ପଚାରିବା ଆଗରୁ ସେ ମତେ ଗୋଟେ ବ୍ୟାଗ ବଢେଇ ଦେଇ କହିଲା, "ଏଇଥିରେ ତୁମର ଦେଇ ଥିବା ସବୁ ଗିଫ୍ଟ ଅଛି, ଏସବୁ ତୁମେ ନେଇ ଯାଅ । ଆଉ, ହଁ ଆଜିଠୁ ଆମର ସବୁ ସମ୍ପର୍କର ପୂର୍ଣ୍ଣଛେଦ । ମୋ ନମ୍ବର ବି ଡିଲିଟ କରି ଦେବ । କେବେ ଆଉ ମୋତେ ସମ୍ପର୍କ କରିବାକୁ ଚେଷ୍ଟା ବି କରିବାନି ।


ଏତିକି କହି ସେ ନିଜ ବାଟରେ ଫେରିବା ପ୍ରାୟ ।


ମୁଁ ହତାବକ ହେଇ ସାରିଥିଲି, ସବୁ ଅସୁମାରୀ ଆଶା ପାଣି ଫୋଟକାର ରୂପ ନେଇ ସାରିଥିଲା ।

ଆଖିରେ ଅମାନିଆ ଲୁହ ମଧ୍ୟ ଆସି ସାରିଥିଲା । ବୁଝି ପାରୁ ନଥିଲି ଏସବୁ କଣ ହେଇ ଚାଲିଛି ।

ମୁଁ ଆଉ ନିଜକୁ ସମ୍ଭାଳି ପରି ନଥିଲି । ଇଛା ନଥିଲେ ବି ଶ୍ୱାସରୁଧ କଣ୍ଠରେ ପ୍ରଶ୍ନ କରି ଦେଇଥିଲି ମୋର ଭୁଲ କଣ ଥିଲା ? ଯାହା ପାଇଁ ଏତେ ବଡ ଦଣ୍ଡ ?


"ଭୁଲ ତୁମର ଏଇଆ ଯେ, ଯୌବନର ଚପଳାମୀକୁ ମୌଜ ମଜଲିସରେ କେମିତି ବିତା ଯାଏ ସେଇଟା ତୁମେ ଶିଖିନ ଆଉ ତାକୁ ତୁମେ ସଚ୍ଚା ପ୍ରେମର ରଙ୍ଗ ଦେଇ ମୋତେ ବିବାହ କରି ମୋ ସହ ଘର ସଂସାର କରିବାକୁ ଚାହୁଁଚ । ଆଠୁ ଆଉ ବଡ ଭୁଲ କଣ ହେଇ ପରେ" ଏମିତି କହିକହି ସେ ତାର ଫେରିବା ରାସ୍ତାରେ ଯେତିକି ଯେତିକି ଆଗକୁ ଆଗକୁ ବଢି ଚାଲିଥିଲା, ମୁଁ ସେତିକି ସେତିକି ଅପରିଚିତ ହେଇଚାଲିଥିଲି...........।


Rate this content
Log in

More oriya story from Chandra Sekhar Bhol

Similar oriya story from Romance