Chandra Sekhar Bhol

Inspirational

4  

Chandra Sekhar Bhol

Inspirational

ବାରଗେନିଙ୍ଗ

ବାରଗେନିଙ୍ଗ

3 mins
396


ବାରଗେନିଙ୍ଗ ବା ମୁଲଚାଲ ଶବ୍ଦଟି ଆଜି କାଲି ସମାଜରେ ପ୍ରାୟ ଲୋପ ପାଇବାକୁ ବସିଲାଣି । ଆଜିକାଲି, ଯୋଉ ଦୋକାନକୁ ବି ଯିବ ସବୁଠି ଫିକ୍ସ ପ୍ରାଇଜ ଲେଖି ଦୋକାନ ସାମ୍ନାରେ ଖଣ୍ଡେ ଫଳକ ଝୁଲେଇ ଦେଉଛନ୍ତି । ଏଇ ପରିପେକ୍ଷୀରେ ମନହୁଏ, ଆଗାମୀ ଦିନର ପିଢ଼ି ପାଇଁ ଏଇ ମୁଲଚାଲ ଶବ୍ଦଟି ହୁଏତ ଖାଲି ଶବ୍ଦକୋଷର ସଂଗ୍ରହାଳୟାରେ ଉପଲବ୍ଧ ହେବ । କିନ୍ତୁ ଆମ ସମୟରେ ଏଇ ଶବ୍ଦର ବହୁତ ପ୍ରୟୋଗ ଥିଲା, ତା ଛଡା ବଜାରରେ ମୁଲଚାଲ କରି ଜିନିଷ କିଣିବାର ଶୈଳୀ ଓ ଜ୍ଞାନ ସମସ୍ତଙ୍କୁ ଜଣାବି ନଥାଏ । କିଛି ପାର୍ବପର୍ବାଣି କିମ୍ବା ବିବାହ, ବ୍ରତ ସମୟରେ ବଜାରରେ ଜିନିଷ କିଣିବାକୁ ହେଲେ ସେଇ ମୁଲଚାଲ କରି ଶସ୍ତାରେ ଜିନିଷ କିଣି ପାରୁଥିବା ଲୋକଟିର ଖୁବ ଲୋଡ଼ା ପଡେ । କହିବାକୁ ଗଲେ ମୋର ଏଇ ମୁଲଚାଲ ଉପରେ ଜ୍ଞାନ କିଛିବି ନଥିଲା, ବାସ ଏମିତି ଦୋକାନୀକୁ ଜିନିଷ କିଣିଲା ବେଳେ ପଚାରି ଦିଏ, ଟିକିଏ ସଠିକ ମୂଲ୍ୟ କରନ୍ତୁ ଆଉ ଯଦି ଦୋକାନୀଟି ଜିନିଷଟିର କିଛି ମୂଲ୍ୟ କାଟି ଦିଏ ମୋର ଖୁସି କହିଲେ ନସରେ । କିନ୍ତୁ ଏଇ ମୁଲଚାଲରେ ଯେ ଗଭୀର ଜ୍ଞାନ ଦରକାର ହୁଏ, ମୁଁ ଆଗରୁ ଜାଣି ନଥିଲି ।


ଥରେ ମୋର ଜଣେ ବନ୍ଧୁଙ୍କ ସହ ଗୋଟେ ବ୍ୟାଗ କିଣିବାକୁ ବଜାରକୁ ଯାଇଥିଲି । ବହୁତ ବ୍ୟାଗ ଦେଖିଲା ପରେ ଗୋଟେ ନୀଳ ରଙ୍ଗର ବ୍ୟାଗ ବହୁତ ପସନ୍ଦ ହେଲା, ଆଉ ମୁଁ ବି ମୋର ପୁରୁଣା କାଳିଆ ଢାଞ୍ଚାରେ ଦୋକାନୀ ମହାଶୟଙ୍କୁ ପଚାରିଲି, "ଆଜ୍ଞା ଏଇ ବ୍ୟାଗଟି ମୋତେ ଖୁବ ପସନ୍ଦ ହେଇଛି, ଟିକେ ସଠିକ ମୂଲ୍ୟ କରନ୍ତୁ, ମୁଁ ଏଇଟା ନେବି.." ପ୍ରତି ଉତ୍ତରରେ ଦୋକାନୀ ମହାଶୟ ଜଣଙ୍କ ମୋ ପଶନ୍ଦିତ ବ୍ୟାଗଟିର ଗୁଣଗାରିମା ବର୍ଣନା କରିବାରେ ଲାଗିଗଲେ ଅଉ ଶେଷରେ କହିଲେ, ଏଇ ବ୍ୟାଗଟି ଅନ୍ୟ ବ୍ୟାଗଠୁ ସମ୍ପୂର୍ଣ ଭିନ୍ୟ, ଆଉ ଏଇ ବ୍ୟାଗଟି କିଣିଲେ କିଛି ପଇସା କାଟି ପାରିବେନି.... ଯଦି ଅନ୍ୟ କିଛି ବ୍ୟାଗ ମୁଁ ତାଙ୍କ ଦୋକାନରେ କିଣିବି, ତେବେ ଯାଇ ସେଇଥିରେ ମତେ ଶସ୍ତା ମୂଲ୍ୟ କରି କରିବେ । ମୋ ପାଖରେବି କିଛି ବିକଳ୍ପ ନଥିଲା, ମନକୁ ତ ଛୁଇଁଛି, ଶେଷରେ ଦୋକାନୀ ମହାଶୟଙ୍କୁ ସମ୍ପୂର୍ଣ ଟଙ୍କା ଦେଇ ବ୍ୟାଗଟିକୁ ଆଣିଲି । ଏବେ ଯାଏ ଆପଣମାନେ ଭାବୁଥିବେ ଏଇଥିରେ ନୂଆ କଥା କଣ ଅଛି, ମୁଁ ବି ଆପଣ ମାନଙ୍କ ଜାଗାରେ ଥିଲେ ଠିକ ସେଇୟା ହିଁ ଭାବିଥାନ୍ତି । ଫେରିଲା ବେଳକୁ, ବନ୍ଧୁ ଜଣଙ୍କ ନାନାଦି ଗାଳି ଶୁଣେଇ ମୋତେ କହିଲେ, ମୁଁ ଏଇ ବ୍ୟାଗକୁ ଆହୁରି ଶହେ କିମ୍ବା ଦେଢ଼ଶହ ଟଙ୍କା ଶସ୍ତାରେ ଆଣିଥାନ୍ତି । ମୁଁ ଆଶ୍ଚର୍ଯ୍ୟ ହେଇ ଯାଇଥିଲି, କଣ ଇଏ ପାଗଳଙ୍କ ଭଳିଆ ଗପି ଚାଲିଛି । କିନ୍ତୁ ତାର ସବୁ କଥା ଶୁଣିବାପରେ ମୋର ମୁର୍ଖତାକୁ ମୁଁ ଆବିଷ୍କାର କାଲି । ସେ ମତେ କହିଲା, ଦୋକାନୀକୁ କେବେ ଜାଣିବାକୁ ଦବୁନିକି ତୋର କୋଉ ଜିନିଷଟା ବେଶି ପସନ୍ଦ । ଅଲଗା କିଛି ଜିନିଷ ପସନ୍ଦ କରିବୁ ଅଉ ଦୋକାନୀକୁ ସଠିକ ମୂଲ୍ୟ ପାଇଁ କହିବୁ । ସେ ଭାବିବେ ତୋର ସେଇ ଜିନିଷ ପସନ୍ଦ, ଯାହାବି ମୂଲ୍ୟ କହିବେ ତୁ ଦବୁ, ଆଉ ଅଲଗା ଜିନିଷକୁ ଶସ୍ତା କଲେବି ତତେ କିଣିବାର ହିଁ ନାହିଁ । ସେ ସମୟରେ ତୁ ତୋର ରାୟ ବଦଳାଇ, ତୋର ପ୍ରକୁତ ପସନ୍ଦିତ ଜିନିଷଟା ଶସ୍ତାରେ ନେଇ ଆସିବୁ । ଏସବୁ ବିସ୍ତୃତ ଭାବରେ ଶୁଣିବା ପରେ ଜାଣିବାକୁ ପାଇଲି ଏଇ ମୁଲଚାଲ କରିବାର ଶୈଳୀ ଭିତରେ ଲୁଚି ରହିଥିବା ଗଭୀର ଜ୍ଞାନକୁ । ତା ପରଠୁ ଯେବେ ବି ମୁଁ କିଛି ମୁଲଚାଲ କରି ଜିନିଷ କିଣେ, ମୋ ସାଙ୍ଗ ଦେଇଥିବା ଏଇ ଜ୍ଞାନ ପ୍ରୟୋଗ କରେ, ସବୁ ଜାଗାରେ ନହେଲେ ମଧ୍ୟ ପ୍ରାୟ ଜାଗାରେ ଏଇ ଜ୍ଞାନଦ୍ୱାରା ମୁଁ ଉପକୃତ ହୁଏ ।


ଏବେ ପୁଣି ଆପଣ ଭାବିବେଣୀ, ଏଇଟା କୋଉ ବଡ କଥା, କିଛି ନୂଆ ଥିବ ଭାବି ପଢ଼ିଲି, କିନ୍ତୁ ମୋର ସମୟ ନଷ୍ଟ ହେଇ ଗଲା । ନାଇଁ ଆଜ୍ଞା, ଆପଣଙ୍କ ସମୟର ମୂଲ୍ୟ ବହୁତ, ଆଉ, ମୁଁ ତାର ଉପଯୁକ୍ତ ପ୍ରାପ୍ୟ ଦେବାକୁ ଚେଷ୍ଟା କରିବି । ଥରେ ଗଭୀର ଭାବରେ ଭାବି ଦେଖିଲେ ମୋର ବନ୍ଧୁ ଦେଇଥିବା ଏଇ ମୁଲଚାଲ ଉପରେ ଆଧାରିତ ଜ୍ଞାନଟି କଣ ଖାଲି ଏଇ ଦୋକାନ ବଜାରରେ ଜିନିଷ କିଣିବା ପାଇଁ ସୀମିତ, ନା ଏହାର ପ୍ରୟୋଗ ଏଇ ସଂସାରର ସମ୍ପର୍କ ବି ଖୋଜେ? ମୋ ଅନୁଭୂତିରେ ଦେଖିଛି, ଯଦି କେବେ ମୁଁ, ମୋର କୌଣସି ସାଙ୍ଗ, ସାଥି, ପ୍ରିୟ, ପରିଜନଙ୍କୁ ଏମିତି ନୀଳ ବ୍ୟାଗଟିର ଜାଗାରେ ରଖିଛି, ସେବେ ମୋତେ ମୋର ଧର୍ଯ୍ୟ, ବିଶ୍ୱାସ ଓ ଭଲ ପାଇବାର ବହୁତ ମୂଲ୍ୟ ଦେବାକୁ ପଡିଛି.... ଏଇ ପ୍ରସଙ୍ଗରେ ଆପଣଙ୍କ ଅନୁଭୂତି କଣ, ନିଶ୍ଚିତ ଜଣେଇବେ.... ଆପଣଙ୍କ ଅପେକ୍ଷାରେ.......

                                                                


Rate this content
Log in

Similar oriya story from Inspirational