Chandra Sekhar Bhol

Romance Inspirational

4.8  

Chandra Sekhar Bhol

Romance Inspirational

ସିକ୍ରେଟ ଲଭ

ସିକ୍ରେଟ ଲଭ

4 mins
595


1979 ମସିହାରେ ମାଟ୍ରିକ ପାସ୍ କଲା ପରେ ଗାଁରେ ଉଚ୍ଚ ଶିକ୍ଷା ପାଇଁ ସୁବିଧା ନଥିବାରୁ, ଗାଁ ଛାଡି ଚାଲି ଆସିଥିଲି କଟକ ରେଭେନ୍ସା କଲେଜରେ +2 ପଢିବା ପାଇଁ l ସେ ସମୟର   କଲେଜ ଜୀବନ ଆଉ ଆଜିର କଲେଜ ଜୀବନ ଭିତରେ ଅନେକ ପାର୍ଥକ୍ୟ l ଆଜି କାଲିତ ଯେଉଁଠି ଦେଖିବ କଲେଜ ଭିତରେ ପୁଅଝିଅ ଏକାଠି ବସିଥିବେ, ବୁଲୁଥିବେ କିନ୍ତୁ ଆମ ସମୟରେ ସେମିତି ନଥିଲା l ଏକା ଶ୍ରେଣୀରେ ପଢ଼ୁଥିବା ପୁଅ ଝିଅ ମଧ୍ୟ ଅତି ଦରକାର ନଥିଲେ ନିଜ ଭିତରେ କଥା ହେଉ ନଥିଲେ l ମୁନି, ମୋର ସହପାଠିନୀ ଆମେ ଗୋଟିଏ ଶ୍ରେଣୀରେ ପଢ଼ୁଥିଲେ ମଧ୍ୟ ଆମେ କେବେ ପରସ୍ପର ଭିତରେ କେବେ କଥା ହେଇନଥିଲୁ l ଦିନେ ଦଶହରା ଛୁଟିରେ ମୁଁ ମୋର ଗାଁ ଜଗତସିଂହପୁରକୁ ଯିବା ପାଇଁ ଷ୍ଟେସନରେ ଟିକେଟ କାଟୁଥାଏ, ପଇସା ଦେବାପାଇଁ ପକେଟରେ ହାତମାରେ ତ ପଇସା ନାହିଁ, କୋଉଠି ରାସ୍ତାରେ ହଜି ଯାଇଛି l ମୁହଁ ମୋର ମଳିନ ପଡିଗଲା, ପାଖରେ କେହି ନାହାନ୍ତି, ଆଉ ତ ପଇସା ନାହିଁ, ଘରକୁ କେମିତି ଯିବି, ଏମିତି ଦ୍ଵନ୍ଦରେ ପଡିଗଲି l ମୁନି, ଯିଏ ମୋର ସହପାଠିନୀ ଆଗରୁ କହି ରଖିଛି, ସେ ମଧ୍ୟ ଘର ରାଉରକେଲା ଯିବା ପାଇଁ ଅଗ୍ରିମ ଟିକଟ କାଟିବାକୁ ଆସିଥାଏ, କିନ୍ତୁ ମୋର ନଜର ତା ଆଡେ ନଥିଲା l ସେ ମୋର ବ୍ୟସ୍ତତା ଦୂରରୁ ଦେଖୁଥାଏ, କିଛି ସମୟ ପରେ ମୋ ପାଖେ ଆସି ମୋ ବ୍ୟସ୍ତତାର କାରଣ ପଚାରିଲା, ମୁଁ ମଧ୍ୟ ସବୁ କାରଣ କହିଲି l ସେ ମଧ୍ୟ କୁଣ୍ଠିତ ନା ହେଇ ହସି ହସି ମୋର ଟିକଟ ପାଇଁ ମୋତେ ପଇସା ବଢ଼େଇ ଦେଲା l ମୁଁ ମଧ୍ୟ ଘରକୁ ଯିବା ଖୁସିରେ ଆଗପଛ ବିଚର ନକରି ଧନ୍ୟବାଦ କହି ନୋଟ ଖଣ୍ଡିକ ତା ହାତରୁ ଭିଡି ନେଲି l ବାସ, ଏଇଠୁ ଆମର ବଧୂତ୍ବର ମୂଳଦୁଆ ପଡିଥିଲା l ମୁଁ ଯେବେ ଚୁଟିପରେ ଘରୁ ଫେରିଲି, ବୋଉ ଦେଇଥିବା କିଛି ମୁଆଁ, ରାଶି ଲଡ଼ୁ, ବାଦାମ ଆଉ ଉଦ୍ଧାର ପଇସା ସହ ମୁନିକୁ ତା ହଷ୍ଟେଲ ଆଗରେ ଫେରେଇ କି ଆସିଲି l ବାସ, ଯାହା ମାନପଡୁଛି ଆଉ ତାପରେ ଆମେ ଦୁହେଁ କେବେ ପରପରସ୍ପରକୁ ଆଚିନl ଭାବିନାହୁଁ l ବନ୍ଧୁତ୍ୱର ସମ୍ପର୍କ ଆସି ପ୍ରେମରେ ପହଂଚି ଗଲା l କିନ୍ତୁ ଆଗକୁ କଣ ହେବ ସେ ସୁଦୂର ରାଉରକେଲାର ଝିଅ ଆଉ ମୋର ଘର ଜଗତସିଂହପୁର l ତାପରେ ଆଜିକାଲିର ସମୟ ପରି ଆମେ ମଧ୍ୟ ଆମର ପ୍ରେମ ଘରେ ଜଣେଇ ପାରିଲୁ ନାହିଁ l ଜଣେଇଥାନ୍ତୁ ବା କେମିତି, ଆମ ଦୁଇ ଜଣଙ୍କ ଘରର ରୀତିନୀତି ପୁରା ଖାଣ୍ଟି ଓଡ଼ିଆ ପରମ୍ପରାର ହିଁ ଥିଲା l ତାପରେ ମୁଁ ମଧ୍ୟ ଜାଣିବାକୁ ପାଇଲି ମୁନି ମୋଠାରୁ ବୟସରେ ପାଖାପାଖି ବର୍ଷେ ବଡ ହେବ l ଆମେ ଭାବିନେଇଥିଲୁ ଆମର ପ୍ରେମ, ବନ୍ଧୁତ୍ୱରେ ହି ରହି ଯିବ l ମୋର ସେଦିନ ବି ମାନଅଛି ଯୋଉଦିନ ଆମର କଲେଜ ପଢା ଶେଷ ହେଇଥିଲା ଆଉ ଆମେ ନିଜର ଠିକଣା ଅଦଳ ବଦଳ କରି ପରସ୍ପରକୁ ଲୁହଭିଜା ଆଖିରେ ବିଦାୟ ଦେଇଥିଲୁ l ଆମେ ଭାବିନେଇଥିଲୁ ପ୍ରେମ ଆମର ଏତିକି, ଆଉ ଜୀବନରେ ବୋଧେ କେବେ ଭେଟିବାର ସୁଯୋଗ ମିଳିବନି l ତାପରେ ଆମେ କେବେ କେବେ ନିଜ ଭିତରେ ବର୍ଷକୁ ପରସ୍ପରକୁ ଖଣ୍ଡେ ଚିଠି ପଠାଉ l ଆଜି କାଲି ପରି ସେ ସମୟରେ ଫୋନ ର ବ୍ୟବସ୍ତା ନାଥିଲା l ମୁନି +2 ପାସ୍ ପରେ ସିଟି କରି ଘରପାଖ ସ୍କୁଲରେ ଶିକ୍ଷୟତ୍ରୀ କାର୍ଯ୍ୟ କରୁଥାଏ ଆଉ ମୁଁ ବିଏ, ଏମଏ, ମଫିଲ କରି ଚାକିରୀ ଖୋଜୁଥାଏ l ଜାଣିବାକୁ ପାଇଲି ରାଉରକେଲାସ୍ଥିତ ଆର.ଇ. ସି (ବର୍ତମାନର ଏନ.ଆଇ. ଟି) ରେ କିଛି ପ୍ରଫେସର ପୋଷ୍ଟର ବିଜ୍ଞାପନ ବାହାରିଚି l କଲାବିଳମ୍ବ ନକରି ମୁଁ ମଧ୍ୟ ଚାକିରୀ ଦରଖାସ୍ତ କରିଥିଲି ଆଉ ଭଗବାନଙ୍କ ଦୟାରୁ ମୋର ସେଇଠି ପ୍ରଫେସର ଚାକିରୀ ହେଲା l ମୁଁ ମଧ୍ୟ ମୁନିକୁ ଚିଠିରେ ମୋର ଚାକିରୀ କଥା ଜଣେଇଲି l ସେ ମଧ୍ୟ ମୋ ଚାକିରୀ ଖବରରେ ପାଇଁ ବହୁତ ଖୁସି ହେଇ ଚିଠିଟିଏ ମୋ ପାଖକୁ ପଠେଇଥିଲା l ମୁଁ ଏକୁଟିଆ ପୁଅ ହେଇ ଥିବାରୁ ବାପା-ବୋଉ ଙ୍କୁ ସାଥିରେ ଧରି ରାଉରକେଲା ପଳେଇ ଆସିଲି l ପୁଅର ଚାକିରୀ ମଧ୍ୟ ହେଇ ଗଲା, ବର୍ତ୍ତମାନ ବାପା ମୋର ଲାଗିପଡିଲେ ମୋର ବାହାଘର ପାଇଁ ଝିଅ ଦେଖିବାକୁ l ସେତବେଳକୁ ମୁନୀର ବାହାଘର ହେଇ ନଥାଏ l ମୁଁ ଭାବିନେଲି ଭଗବାନ ମତେ ଆଉ ମୁନିକୁ ଏକାଠି କରିବାକୁ ଚାହୁଁଛନ୍ତି ନହଲେ କଣ ପାଇଁ ମତେ ତାର ଘର ପାଖେ ଆଣି ଚାକିରୀ ଦେଲେ l ମୁଁ ଭାବିବାକୁ ଲାଗିଲି ଏବେ କଣ କରାଯାଇ ପାରିବ? ହଟାତ, ମନରେ ଭାବି ବୋଉକୁ ପ୍ରସ୍ତାବ ଦେଇଥିଲି ବୋଉ ମୋର ଚାକିରୀରେ ତ ବଦଳି ନାହିଁ, ସାରା ଜୀବନ ମୋର ଏଇଠି କାଟିବ, ପଖାପଖି ଝିଅ ଦେଖିଲେ ଭଲ ହେବ l ଆମେ ତ ଗାଁ ଛାଡି ଆସିଲେ, ଏଇଠି ବନ୍ଧୁ ବାନ୍ଧିଲେ କିଏ ଆମର ସୁବିଧା ଅସୁବିଧାରେ ଛିଡା ହେବ l ଏକଥା ବୋଉ ମନକୁ ପାଇଲା ଆଉ ସେ ମଧ୍ୟ ବାପାଙ୍କୁ କହି ରାଜି କରେଇ ଦେଲା l ବାସ ବଡ କାମଟା ସଫଳ ହେଇଗଲି, ଏବେ ଚିନ୍ତା ପ୍ରସ୍ତାବ କେମିତି ଆମ ଦୁଇ ଜଣଙ୍କ ଘରକୁ ଯିବ l ଏଇକଥା କଥା ହେବ ପାଇଁ ଦିନେ ମୁଁ ଲୁଚି କରି ମୁନିକୁ ସ୍କୁଲରେ ଦେଖା କାଲି l ମୁଁ ଯେ ସତରେ ସେଦିନର ପବିତ୍ର ପ୍ରେମକୁ ବିବାହର ରୂପ ଦେବାକୁ ତା ପାଖରେ ଛିଡା ହେଇଛି, ସେ ବି ବିଶ୍ୱାସ କରି ପାରୁନଥିଲା l ତାପରେ ଯୋଜନା ମୁତାବକ ଜଣେ ମଧ୍ୟସ୍ଥି ଠିକ କଲୁ, ଯିଏ ଆମ ଦୁଇ ଜଣକ ପ୍ରସ୍ତାବ ନେଇ ଦୁଇ ଜଣକ ଘରେ ଦେଲା l ଭାଗ୍ୟବସତ, ଆମେ ଦୁଇଜଣ ସମାଜରେ ସେ ସମୟରେ ଶିକ୍ଷିତ ହେଇ ଛିଡା ହେଇଥିବାରୁ, ଦୁଇ ପରିବାର ବେଶୀ ଆଲୋଚନା ପର୍ଯ୍ୟାଲୋଚନା ନକରି ଆମର ଦୁଇ ଜଣକ ମତ ନେଇ ବିବାହ ପାଇଁ ସ୍ବୀକୃତି ଦେଇଥିଲେ ତେଣୁ ମୁନୀର ବୟସ ଆଉ ବାଧକ ସାଜି ପାରିଲା ନାହିଁ l ମୋର ଏବେ ବି ମନ ଅଛି ବିବାହ ପରେ ବି ଆମେ ସମାଜ ଆଖିରେ ପରସ୍ପରକୁ ଜଣେ ଜଣକ ପାଇଁ ନୂଆ ଥିବାର ଅଭିନୟ କରୁଥିଲୁ l ଆମର ପ୍ରେମ କାହାଣୀ ର କେହି ସାକ୍ଷୀ ନଥିଲେ, ଦୁହିଁଙ୍କ ମନରେ ଆରମ୍ଭ ହେଇ ଦୁହିଁଙ୍କ ମନରେ ହିଁ ରହି ଯାଇ ଥିଲା l ଭାବିନଥିଲୁ ଆମର ଲୁଚା ଛପା ପ୍ରେମକୁ କିଏ ବିବାହର ତିରିଶ ବର୍ଷ ପରେ ଧରିପାରିବ ଆଉ ଆମେ ତାକୁ ନ ଲୁଚେଇ ଆମର ପ୍ରେମ କାହାଣୀ କହିବୁ l ଆଜ୍ଞା, ହଁ ଆମର ଝିଅ ଯିଏ ଏବେ ଆମେରିକାରେ ଚାକିରୀ କରୁଛି, ଆମ ଦୁଇ ଜଣଙ୍କୁ ତା ପାଖକୁ ବୁଲେଇ ନବାପାଇଁ ଆମର ପାସପୋର୍ଟ ବନେଇବା ପାଇଁ ଆମର ସବୁ ଡକୁମେଣ୍ଟସ ମାଗିଥିଲା l ସେଇ ଡକୁମେଣ୍ଟସରୁ ଜାଣି ବାକୁ ପାଇଥିଲା ମୁଁ, ମୁନି ଠାରୁ ବୟସରେ ସାନ l ତାପରେ ସେ ତାର ମା କୁ ଏସବୁ ପ୍ରଶ୍ନ କରିଥିଲା l ଆମେ ଦୁଇ ଜଣ ମିଶି ଭାବିଲୁ ଆମର ପ୍ରେମର କାହାଣୀ ଆମ ଝିଅ ସହ ସେଆର କରିବୁ ବୋଲି l ଅଉ ଶେଷରେ ସେଇଆ ହିଁ କଲୁ, ଦୀର୍ଘ ଦିନର ସଫଳ ପ୍ରେମକୁ ପ୍ରଥମ କରି ତା ନିକଟରେ ସେଆର କଲୁ l ଆଉ ସେ ବି ଏଇ କଥା ନିଜ ପାଖରେ ରଖି ପାରିଲାନି, ଯାଇ ତାର ଜେଜେ, ଜେଜେମା, ଅଜା, ଆଇ ସମସ୍ତଙ୍କୁ ଏଇକଥା ଜଣେଇ ଦେଲା l ସମସ୍ତେ ଶୁଣି ହସିବାକୁ ଲାଗିଲେ, ମୁଁ ଆଉ ମୁନିର ମୁହଁ ଲାଜରେ କିଛିସମୟ ପାଇଁ ତଳକୁ ହେଇ ଗଲା l


Rate this content
Log in

Similar oriya story from Romance