ସମ୍ପର୍କର ନଦୀ ତୀରେ
ସମ୍ପର୍କର ନଦୀ ତୀରେ
ମଣିଷ ଜୀବନରେ ଭୁଲ୍ ହୁଏ ,ହେଲେ ମୋ ଭୁଲ୍ କହିଲେ ପୋଥିଟିଏ ହେବ । ମୋ ନାଁ ବିବେକ୍ । ଯେବେ ମୋ ପାଖରେ ସବୁ କିଛି ଥିଲା ସେବେ ମୁଁ ସେ ସବୁର ମୂଲ୍ୟକୁ ବୁଝି ପାରୁନଥିଲି । ହେଲେ ଏବେ ସେସବୁ ମୋ ପାଖରେ ନାହିଁ । ଏବେ ଠିକ୍ ବୁଝି ପାରିଛି ସେ ସବୁର ଉଚିତ୍ ମୂଲ୍ୟ । ମୋ ପାଖରେ କ'ଣ ନଥିଲା କୁହ ? ସବୁ କିଛି ଥିଲା । ସୁନ୍ଦରୀ ସ୍ତ୍ରୀ ,ଗାଉଁଲୀ ସରଳ ହେଲେ ବି ଭାରି ସୁନ୍ଦରୀ । ମଫୁ ଭଳି ବଡ ସିନ୍ଦୂର ଟୋପାକୁ ନାଲି ଲୁଗା ଗୋଇଠି ଉପରେ ପିନ୍ଧି ସେ ମୋ ଆଗରେ ଯେବେ ଚାଲିଯାଏ । ସେବେ ମୋ ହୃଦୟରେ କିଏ ଛାପ ପକେଇ ଦେଇ ଯାଏ ପ୍ରେମର । ଅଳତା ଲଗା ପାଦରେ ଧୀରେ ଧୀରେ ଆସି ମୋ ପାଖରେ ଚା'ଥୋଇ ଦେଇ ଯାଏ । ବହାଘର ବର୍ଷେ ପରେ ବି ମତେ ଯେବେ ସକାଳର ସୁନେଲି କିରଣରେ ପ୍ରଥମେ ସେ ଦେଖେ । ଲାଜ ଲାଜରେ ତା' ଆଖି ପତା ନଇଁ ଯାଏ ତଳକୁ । ମୋ ହସ ଦେଖି ଦେଲେ ସେ ଓଢ଼ଣାକୁ ଆଉ ଟିକେ ମୁୁହଁ ଉପରକୁ ଟାଣି ଦେଇ ଚାଲିିି ଯାଏ ରୋଷେଇ ଘରକୁ । ବୋଉ ମୋର କୁହେ, ଘରକୁ ଲକ୍ଷ୍ମୀ ଠାକୁରାଣୀ ଆସିଛନ୍ତି । ବାପା ବୋଉ ଭାରି ଖୁସି ଥିଲେ ମୋ ଶୁଭି ଉପରେ । ମୁଁ ବି ଭାରି ଖୁସିରେ ଥିଲି । ହେଲେ ଅଚାନକ ମୋ ଜୀବନକୁ ପଶି ଆସିଲା ମୌସୁୁମୀ । ତା' ଆଧୁନିକ ପୋଷାକ ପରିିଛଦ ଦେଖି ସହରୀ ମନ ମୋର ଢଳି ଗଲା । ନିଶା ପିଇ ତା' ସହ ନାଚରେ ମାତି ଗଲି । ମତେ ବି ନାଚ ଆସେ ବୋଲି ମୁଁ ପ୍ରଥମ ଥର ହିଁ ଜାଣୁ ଥିଲି ସେଦିନ । ମୋ ଶୁୁୁଭିର ଲାଜୁଆ ମୁହଁକୁ ଭୁୁୁଲି ।
ମୌସୁମୀର ଲାଜ ବିହୀନ ବେଫିକର ଆଖିକୁ ଦେଖିବାକୁ ଲାଗିଲି । ସେ ଆଖିରେ ଥିଲା ଅପୂର୍ବ ମାଦକତା । ହେଲେ ଜାଣିନଥିଲି ସେ ମାଦକତା ଯେ ଟଙ୍କାର ମୋହ ବୋଲି ।
ଶେଷରେ ବାପା ବୋଉଙ୍କୁ ପର କଲି । ଚାଲି ଆସିଲି ମୁମ୍ବାଇ । ଚାକିରୀ କଲି ଟଙ୍କାର ଅଭାବ ନଥିଲା । ହେଲେ ଅଭାବ ପଡିଲା ସମ୍ପର୍କର । ଏ ସମୟ ବିହୀନ ମଣିଷ ପାଖରେ ଅଭାବ ପଡିଲା ମାନବିକତାର । ହଁ ମୋର ବି କୋଉ ମାନବିିିକତା ଥିଲା କି । ନ ହେଲେ କ'ଣ ମୁଁ ମୋ ଶୁୁଭିକୁ ।
ହଁ ହଁ ମୁଁ ତାକୁ ଧୋକା ଦେଇଛି । ଏଥର ମୋ ପାଳି । ମୁଁ ଖାଇବି ଧୋକା । ସତ କଥାରେ ଜଣେ କେହି କହିିିଥିଲେ । ଭାଇ ! ତମେ ପ୍ରେମ ଆଉ କିିଛି ଖାଅ କି ନ ଖାଅ ,ହେଲେ ଧୋକା ତ ନିିଶ୍ଚୟ ଖାଇବ ।
ସେହିପରି ମୁଁ ମୋ ସ୍ତ୍ରୀକୁ ଧୋକା ଦେଲି । ଆଉ ମୌସୁମୀ ମତେ ଧୋକା ଦେଲା ।
ହଁ ମୁଁ ମୋ ବିଷୟରେ କହୁଥିଲି ପରା । ମୁଁ ଜଣେ ଇଞ୍ଜିନିୟର । ଭଲ କାମ କରେ ବୋଲି । ମୋର କେତେ କମ୍ପାନୀରୁ ଚାକିିରୀ ଅଫର ଆସେ । ସେଦିନ କାମ ସାରି ଫେରୁୁ ଥାଏ ମୁଁ । ବସ୍ କହିଲେ , ଆଜି ତୁମେ ଟିକେ ମୌସୁମୀଙ୍କର ବ୍ୟବସ୍ତା କର । ସେ ମୁୁମ୍ବାଇରୁ ଆସିଛନ୍ତି ।
ଏବେ ଲାଗିି ଯାଇଥିଲି ଅତିଥି ସେବାରେ ହେଲେ ସେଇ କୁୁୁହୁକ ଆଖିରେ ଫସିିିଯିବି ବୋଲି ମୁଁ କେବେ ଭାବି ନଥିଲି । ସେ ତ ଥିଲା ସଦ୍ୟ ମହକିତ ମୋ ଯାଉବନ କଥା ।
ଏବେ ମୋ ଯୌବନ ଟିକେ ଫିିିକା ପଡ଼ିଲାଣି । ଚାକିରୀ ଚାଲିଯାଇଛି ମୋ ଦେହ ଖରାପ କାରଣରୁ ।
ବୟସ ଚାଳିଶି । ଏଇ ତ ମୁଁ ମୁମ୍ବାଇ ଆସିବା ପରେ ମୋ ଶୁଭି ହୃଦ୍ ଘାତରେ ମରି ଯାଇଛି । ମୋ ବାପା ବୋଉ କୋଉ ଆଶ୍ରମରେ ରହୁଛନ୍ତି ମୁଁ ଜାଣିନି ।
ଆଉ ମୁଁ ଏଠି ପଡି ରହିିିଛି ଘରର ଚାକର ଭଳିଆ । ସତ କଥା ହେଲା , ମଦ ଖାଇ ଗାଡି ଚଲଉ ଥିଲି । ଗୋଟିଏ ଟ୍ରକ୍ ସହ ଧକ୍କା ଆଉ ତା' ପରେ..ଆଉ ତା' ପରେ ମୋ ଡାହାଣ ହାତ ନଷ୍ଟ ହେଇଗଲା ।
ମାର୍ବଲ ଘରର ଚଟାଣ ଉପରେ ମୁଁଁ ଯେବେ ପୋଛା ଲଗଉ ଥାଏ ସେବେ ମୌସୁୁୁମୀ ଦେହରେ ଅଳ୍ପ ପୋଷାାକ ପିିିନ୍ଧି ଉଚ୍ଚ ଜୋତା ସହ ଟପ ଟପ ଚାଲିଯାଏ ...ଚାକିରୀ ଆଉ ପାର୍ଟିକୁ । ଅନେକ ରାତିରେ ଫେରେ। ସବୁବେଳେ ନୂଆ ସାଥି । ସବୁଦିନ କଣ ବେଳା ସମାନ ଥିବ । କେହି ଯଦି । ଏତିକି କହୁ କହୁ ସେ ଫେରିଥିଲା ଚିରା ପୋଷାକ ଏବଂ ଦହନୀୟ ଅବସ୍ଥା ସହ ।
କୋଳେଇ ନେଲି ତାକୁ । ସେ ପୁୁଣି ତା' ପ୍ରେମିିକ ସହ ମିଶିଲା । ଆଉ ଛାଡ ପତ୍ର ଦେବା ପାଇଁ କହିଲା । ସତ କଥା ହେଲା ମୋ ପାାଖରେ ପ୍ରେମ ଭଲ ପାଇବା ଛଡା ଆଉ କିଛି ନଥିଲା ।ଟଙ୍କା ବି ନଥିଲା । ତେଣୁ ସେ ମୋ ଜୀବନରୁ ଚାଲିିିଯିବାକୁ ଚାହୁଁଥିଲା ।
****
ରୋଷେଇ କରୁ କରୁ ଭାବୁୁୁଥିଲି ସତରେ ମୋ ଶୁଭି କେତେ ଭଲଥିଲା । ଆଉ ମୋ ପରିବାର ବି ବହୁତ ଲୁୁୁହ ଆସି ସାରିଥିଲା ଆଖିରେ । ହେଲେ ପୁଅ ନା, ତେଣୁ ମତେ କାନ୍ଦିବା ମନା । କଷ୍ଟ ମତେ ବି ହୁଏ ହେଲେ କେବେ କାନ୍ଦି ପାରେନି ।
ଦିନେ ଡାକ୍ତର ଆସିି କହି ଗଲେ । ତମକୁ କ୍ୟାନ୍ସର ହେଇଛି । ମେଡିକାଲ ଯିବାକୁ ହେବ । ହାତରେ ଆଉ ମାତ୍ର ତିନି ମାସ ଅଛି ।
ମୁଁ ପଡିିିଛି ଡାକ୍ତର ଖାନାରେ ଏକୁଟିିିଆ ।
କରୋନାର ପ୍ରକୋପ । ପାଖରେ କେହି ନାହାଁନ୍ତି । ଆଜି ଭାରି ଏକୁଟିଆ ଏକୁଟିଆ ଲାଗୁଛି । ଜୀବନର ଶେଷ ଇଚ୍ଛା କେବେ ପୂର୍ଣ୍ଣ ହେଇ ପାରିଲାନି । ଟିକେ ବାପା ଡାକ ଶୁୁଣିଲିନି ।
ଶୁଭି ଦୁଇ ମାସର ଗର୍ଭବତୀ ଥିଲା । ହେଲେ ମୋର ଗୋଟିଏ ଭୁଲ୍ ଯୋଗୁଁ ସବୁକିିିଛି ଓଲଟ ପାଲଟ ହେଇଗଲା । ମୁଣ୍ଡରେ ଆଉ କେଶ ନାହିଁ । ନାହିଁ ଆଉ ଯୌବନର ମାଦକତା । ଏବେ କାହା ସ୍ନେହ ଟିକେ ଲୋଡା ।
ସମ୍ପର୍କର ଛାଇ ତଳେ ବସିବାକୁ ଟିକେ ଇଚ୍ଛା ।
ହେଲେ ସବୁ ଗଛ ଯେ ମୁଁ ନିଜ ହାତରେ ହାଣି ଦେଇଛି । ଏବେ ଛାଇ ଆସିବ କୋଉଠୁ । ମୋ ଭାବନାରେ ପୂର୍ଣ୍ଣଛେଦ ପକେଇ ଡାକ୍ତର୍ କହିଲେ, ମୌସୁମୀ ଆସିଛି ।
ତରବର ହେଇ ଚାହିଁଲି ତ ,ବାହାର ବାରଣ୍ଡାରେ କିଛି ଗାଉଁଁଲୀ ସରଳ ଲୋକ କଥା ହେଉଥିଲେ । ଏ ଅବେଳରେ ମୌସୁମୀ କାହିଁକି ଆସିିିଛି । କ'ଣ ପାକେଲା ଫସଲ ନେବାକୁ ? ହଁ ରେ ମୋ ଜେଜେ ବାପାଙ୍କୁ ଜ୍ଵର ହେବ । ମୁଁ ଯାଏ ଘୋଡେ଼ଇ ଦିଏ ।
ତାଙ୍କୁ ଦେଖି ମୋ ମନ ଭିତରଟା କଣ ହେଇ ଯାଉଥିଲା ।
କିିିଛି ସମୟ ପରେ ......
ଛାଡ଼ପତ୍ର କାଗଜ ଧରି ମୌସୁମୀ ପ୍ରବେଶ କଲେ । ଡାକ୍ତର କହିିଲେ, ଆଉ ଅଧ ଘଣ୍ଟା । ବାସ୍ ଆଉ ମୋ ଆଖିକୁ ଆଉ କିଛି ଦେଖା ଗଲାନି ଏବେ ନିରାଟ ଖରାରେ ମୁଁ ଅନ୍ଧ । ପାଖରେ
ମୌସୁମୀ ହେଲେ ଭିିିଜି ପାରିଲିିିନି । ରକ୍ତ ଅମାନିଆ ଭାବେ ପାଟିରୁ ବୋହି ଗଲେ ବାସ୍ ଆଉ କିିିଛି ଲେଖି ପାରିବିିିନି ....କଲମ ଯେ କାଳି ନା....।
