STORYMIRROR

Trushna Das

Drama Romance Others

3  

Trushna Das

Drama Romance Others

ସମ୍ପର୍କର ଦୁଇ ପାର୍ଶ୍ଵ : 5

ସମ୍ପର୍କର ଦୁଇ ପାର୍ଶ୍ଵ : 5

5 mins
377



( ଲୀନାଙ୍କର ଅଭିମାନ )

କାହାଣୀଟିକୁ ଭଲ ଭାବରେ ବୁଝିବା ପାଇଁ ଦୟା କରି " ସମ୍ପର୍କର ଦୁଇ ପାର୍ଶ୍ଵ " କାହାଣୀର ପୂର୍ବ ଭାଗଗୁଡିକୁ ପଢନ୍ତୁ। ଆଗରୁ ଆମେ ପଢିଥିଲୁ ଯେ ବାହାଘରର ପାଞ୍ଚ ବର୍ଷ ପରେ ଲୀନା ଜଣେ ବଡ ଓକିଲ ହୋଇଯାଇଛନ୍ତି। ହେଲେ ସେ ଏବେ ଅମନଙ୍କ ଠାରୁ ଅଲଗା ରହୁଛନ୍ତି ମାନେ ଡିଭର୍ସ ହୋଇସାରିଛି। ଲୀନା ଗର୍ଭବତୀ ଅଛନ୍ତି। ହଠାତ୍ ଲୀନାଙ୍କ ପାଖକୁ ମେଘାର ଭଉଣୀ ପ୍ରିୟା ମେଘାଙ୍କ ହତ୍ୟା ଅଭିଯୋଗରେ ଅମନଙ୍କ ବିରୁଦ୍ଧରେ କେସ ଆଣିବାରୁ ଲୀନା ଅତୀତ ଭାବନାରେ ବୁଡ଼ି ଯାଇଥିଲେ। ମୋବାଇଲ ଆଲାରାମ ବାଜିବାରୁ ସେ ଅତୀତ ଭାବନାରୁ ବାହାରି ନିଜ ଗର୍ଭର ସନ୍ତାନ ପାଇଁ ରାତ୍ରି ଭୋଜନ କରିବା ପାଇଁ ଗଲେ।

ତାପରେ :

ଲୀନାଙ୍କୁ ଖାଇବା ପାଇଁ ଜମାରୁ ଇଚ୍ଛା ନ ଥିଲେ ବି ଜବରଦସ୍ତି ଖାଇ ଶୋଇବା ପାଇଁ ଗଲେ। ହେଲେ ନିଦ ତାଙ୍କୁ ଆସୁ ନ ଥାଏ। କିଛି ସମୟ ଭିତରେ ସେ ଅତୀତର ଭାବନାରେ ପୁଣି ବୁଡି ଗଲେ।

ତନୁ ଥଟ୍ଟାରେ କହିଲେ ଅମନଙ୍କୁ ଜିଜୁ ମୋତେ ତୁମ ସହର ବୁଲାଇବ ନାହିଁ କି? ଅମନ ବିଦେଶ ଯିବା ଆଗରୁ କହିଲେ ଯେ ସେ ତନୁ ଆଉ ଲୀନାଙ୍କୁ ପାଖାପାଖି ଜାଗାକୁ କିଛି ଦିନ ମଧ୍ୟରେ ବୁଲାଇ ଦେବେ। ଏ କଥା ଶୁଣି ତନୁ ଖୁସି ହୋଇ ଗଲେ ଏବଂ କହିଲେ ଯେ ସଞ୍ଜୁ ବି ଯିବେ। ସଞ୍ଜୁ ବି ଖୁସି ହୋଇ ହଁ କହିଲେ।

ଚାରି ଜଣ ବୁଲିବା ପାଇଁ ଗଲେ। ଲୀନା ସହ ବୁଲିବା ପାଇଁ ସୁଯୋଗ ଖୋଜୁ ଥାଆନ୍ତି। ହେଲେ ତନୁ ଓ ସଞ୍ଜୁ ଥିବାରୁ ସେ ଠିକରେ ଲୀନାଙ୍କ ସହ କଥା ହୋଇପାରୁନଥାଆନ୍ତି।

ତନୁ ଜାଣି ଶୁଣି ସଞ୍ଜୁଙ୍କୁ ସବୁବେଳେ ଡାକି ଅନ୍ୟ ଆଡକୁ ନେବା ପାଇଁ ଚେଷ୍ଟା କରୁଥିଲେ। କାରଣ ସେ ଜାଣିଥିଲେ ଯେ ଲୀନା ଆଉ ଅମନଙ୍କୁ ପରସ୍ପର ବୁଝିବା ପାଇଁ ଏକୁଟିଆ ରହିବା ଦରକାର।

ଯେତେବେଳେ ବି ଅମନ ଆଉ ଲୀନା ଏକୁଟିଆ ଥାଆନ୍ତି ବହୁତ କିଛି କଥା ହେବା ପାଇଁ ଚାହାଁନ୍ତି। ହେଲେ ଲାଜରେ ଠିକ ସେ କଥା ହୋଇ ପାରନ୍ତି ନାହିଁ।

ଲୀନାଙ୍କୁ ଲାଗୁ ଥାଏ ଯେମିତି ଅମନ କିଛି କହିବା ପାଇଁ ଚାହୁଁଛନ୍ତି ହେଲେ କହି ପାରୁ ନାହାଁନ୍ତି ।

ତାପରେ ଚାରି ଜଣ ଯାକ ଆଇସ୍କ୍ରିମ ଖାଇବା ପାଇଁ ଗଲେ। ଅମନ ଆଣି କି ଲୀନାଙ୍କୁ ଆଇସ୍କ୍ରିମ ଦେଲେ। ଦୁଇ ଜଣ ଯାକ ପ୍ରଥମ ଦେଖା ଦିନ ଆଇସ୍କ୍ରିମ ଖାଇବା ସ୍ମୃତିରେ ବୁଡି ଗଲେ। ଆଇସ୍କ୍ରିମ ପୁଣି ତରଳାଇ ବହିବା ପାଇଁ ଲାଗିଲାରୁ ସଞ୍ଜୁ ଯାଇ ଦୁଇ ଜଣଙ୍କ କାନ ପାଖରେ ଚୁଟିକି ମାରି କହିଲେ ଭାଉଜ ଆଉ ଅମନ ଏ ଭାବନା ରାଇଜରୁ ବାହାରକୁ ଆସ। ସବୁ ଏଠି ଦେଖୁଛନ୍ତି ଯେ।

ଅମନ ଓ ଲୀନା ଲାଜେଇ ଗଲେ।

ତାପରେ ଅମନ ବିଲ ପେମେଣ୍ଟ କରିବା ପାଇଁ ଗଲେ। ସଞ୍ଜୁ କହିଲେ ଗୋଟିଏ ଜରୁରୀ ଫୋନ ଆସିଛି। ମୁଁ ଟିକିଏ ଆସେ କହି ତନୁ ଓ ଲୀନାଙ୍କୁ ଛାଡି ଗଲେ।

ଲୀନା ଆଉ ତନୁ ଗାଡି ଆଡକୁ ଯାଉ ଥାଆନ୍ତି। ଆଉ କଥା ହେଉ ଥାଆନ୍ତି କଣ ହେଲା ସଞ୍ଜୁ ଆଉ ଅମନ ଏତେ ଡେରି ହେଲାଣି ଆସିଲେ ନାହିଁ। କିଛି ସମୟ ପରେ ଅମନ ଆଉ ସଞ୍ଜୁ ଆସିଲେ ଏବଂ କହିଲେ କାମ ଅଛି ଜଲଦି ଘରକୁ ଯିବା। ଦୁହିଁଙ୍କ ମୁହଁରୁ ଲାଗୁ ଥାଏ ଦୁହେଁ ଚିନ୍ତାରେ ଅଛନ୍ତି ।

ଲୀନା ଟିକିଏ ଡରି ଡରି ପଚାରିଲେ କଣ କିଛି ଅସୁବିଧା ହୋଇଛି କି?

ଅମନ : ତୁମ ଝିଅମାନଙ୍କ ଏଇ ପରା ଅସୁବିଧା। ସବୁ କଥାରେ ମୁଣ୍ଡ ପୁରାଇବ।

ଅମନଙ୍କ କହିବା ଷ୍ଟାଇଲ ପୁରା ରାଗି କହିଲା ପରି। ଲୀନାଙ୍କୁ ବହୁତ ଖରାପ ଲାଗିଲା। ତାଙ୍କ ମୁହଁ ଶୁଖିଗଲା। ଆଖିରୁ ଲୁହ ବହିବା ଉପରେ ଥାଏ।

ତନୁ ଲୀନାଙ୍କ ପାଖରେ ପଛ ସିଟରେ ବସିଥିଲେ। ଲୀନାଙ୍କ ମୁହଁ ଦେଖି ଜାଣି ଗଲେ ଯେ ଏବେ ସେ କାନ୍ଦି ପକାଇବେ। ତନୁ ଲୀନାଙ୍କ ହାତ ଧରି ଠାରି କାନ୍ଦିବାକୁ ମନା କଲେ।

ଅମନ ଗାଡି ଚଳାଇବା ସମୟରେ ଲୀନାଙ୍କ ମୁହଁକୁ ବାରମ୍ବାର ଦେଖୁଥାଆନ୍ତି। ହେଲେ କିଛି କହୁ ନଥାଆନ୍ତି।

ଘରେ ପହଞ୍ଚିଲାରୁ ଘରେ ସମସ୍ତେ ଡ୍ରଇଁ ରୁମରେ ବସି ଥାଆନ୍ତି।

ସଞ୍ଜୁ ସିଧା ନିଜ ରୁମକୁ ପଳାଇଲେ। ତନୁ ଧାନୀ ସହ ଧାନୀଙ୍କ ରୁମକୁ ଗଲେ। ଲୀନା ସମସ୍ତଙ୍କ ସହ ବସି ମିଛରେ ହସିବାର ଅଭିନୟ କରୁଥାଆନ୍ତି। ଅମନ ସବୁ ନଜର କରୁଥାଆନ୍ତି। ତାପରେ ସେ ଗଲେ ସଞ୍ଜୁଙ୍କ ରୁମକୁ କିଛି କାମ ପାଇଁ।

ସୀତା ଦେବୀ ଲୀନାଙ୍କୁ କହିଲେ ଯାଇ କି ଶାଢୀ ବଦଳାଇ ଆସିବା ପାଇଁ। ରାତ୍ରିର ଭୋଜନ ସମୟ ହେଲାଣି।

ଲୀନା ନିଜ ରୁମକୁ ଗଲା ବେଳକୁ ଅମନ ରୁମରେ ବସି ଥାଆନ୍ତି। ଲୀନା ଅମନଙ୍କୁ କହିଲେ ସେ ଶାଢୀ ବଦଳାଇବେ। ବାହାରକୁ ଯିବା ପାଇଁ। ହେଲେ ସେ ଥରୁଟିଏ ବି ଅମନଙ୍କ ଆଡକୁ ଚାହିଁଲେ ନାହିଁ। ଅମନ କଥା ହେବା ପାଇଁ ଚାହୁଁଥିଲେ ହେଲେ ସୀତା ଦେବୀ ଲୀନାଙ୍କୁ ଡାକ ପକାଇବାରୁ ସେ ଆଉ କିଛି କହି ପାରିଲେ ନାହିଁ। ରୁମରୁ ଅମନ ବାହାରି ପଳାଇଲେ।

ରାତ୍ରି ଭୋଜନ ସମୟରେ ବି ଲୀନାଙ୍କ ମୁହଁ ଶଖିଲା ଦେଖି ଅମନଙ୍କୁ ଖରାପ ଲାଗୁ ଥାଏ। ଖାଇ ସାରି ଘରର କାମ କିଛି ସାରି ଲୀନା ରୁମକୁ ଗଲା ବେଳକୁ ଦେଖିଲେ ଅମନ ରୁମରେ ବସିଛନ୍ତି।

ଲୀନା କିଛି ନ କହି ସିଧା ଗଲେ ଖଟରେ ଶୋଇ ପଡିଲେ। ଅମନ ଲୀନାଙ୍କୁ ଚାହିଁ ରହିଥାଆନ୍ତି।

ଅମନ ଯାଇ ଖଟରେ ଲୀନାଙ୍କ ପାଖରେ ବସିବାରୁ ଲୀନା ମୋବାଇଲ ଦେଖି କହିଲେ ଆଜି ଏ ଯାଏଁ ତନୁ ଆସିଲା ନାହିଁ। ସେ ଶୋଇବ ନାହିଁ କି। ଫୋନଟା ଲଗାଏ ତାକୁ।

ଅମନ : ତନୁ ଆଜି ଆସିବ ନାହିଁ ଏ ରୁମକୁ ଶୋଇବା ପାଇଁ।

ଲୀନା ନ ଶୁଣିଲା ପରି ତନୁଙ୍କୁ ଫୋନ କରି ପଚାରିଲେ କଣ ଏତେ ଡେରି ହେଲାଣି ତୁ ଶୋଇବା ପାଇଁ ଆସିବୁ ନାହିଁ କି?

ତନୁ : ଧାନୀଙ୍କର ଦେହ ଭଲ ଲାଗୁ ନାହିଁ। ତେଣୁ ମୁଁ ତାଙ୍କ ସହ ଶୋଇବି।

ଲୀନା : ହଉ ଠିକ ଅଛି।

ଲୀନା ଧିର କି ଖଟରେ ଶୋଇଥାଆନ୍ତି। ଆଖିରୁ ଲୁହ ବହି ଯାଉଥାଏ।

ଅମନ ଉଠି କବାଟ ବନ୍ଦ କଲେ ଏବଂ ଲୀନାଙ୍କ ପାଖରେ ଯାଇ ଗଡିଲେ।

ଲୀନା ଚମକି ଚାହିଁଲେ ଏ କଣ ଅମନ ଆଜି ସଞ୍ଜୁଙ୍କ ରୁମକୁ ଯିବେ ନାହିଁ କି ? ପଚାରିବେ ବୋଲି ଚାହୁଁଥିଲେ ହେଲେ ଫେରିବା ସମୟର କଥାକୁ ନେଇ ଅଭିମାନ କରି କିଛି ନ କହି ଅମନଙ୍କୁ ପଛ କରି ଶୋଇଲେ।

ଅମନ ଲୀନାଙ୍କୁ ନଜର କରୁଥାଆନ୍ତି। ଅମନଙ୍କୁ ଲାଗିଲା ଲୀନା କାନ୍ଦୁଛନ୍ତି ବୋଲି।

ଅମନ ପୁରା ଲୀନାଙ୍କ ପାଖରେ ଯାଇ ଭିଡି ଗଲେ ଏବଂ ଲୀନାଙ୍କ ପେଟ ଉପରେ ହାତ ରଖିଲେ।ଲୀନା ଚମକି ଗଲେ। ହେଲେ କିଛି ନ କହି ଚୁପଚାପ ଶୋଇ ରହିଲେ।

ଅମନ : ଶୋଇ ଗଲଣି ?

ଲୀନା ମୁଣ୍ଡ ହଲାଇ କହିଲେ ନା।

ଅମନ ଲୀନାଙ୍କ ପେଟରେ ହାତ ଦେଇ ନିଜ ଆଡକୁ ଟାଣିଲେ।

ଲୀନା ଲାଜକୁଳୀ ଲତା ପରି କୁଙ୍କୁଡି ଯାଉ ଥାଆନ୍ତି ହେଲେ କିଛି କହୁ ନ ଥାଆନ୍ତି। ଆଖିରୁ ଲୁହ ବହି ଯାଇଥାଏ।

ଅମନ ଅଧା ଉଠା ହୋଇ ଲୀନାଙ୍କ ମୁହଁକୁ ନିଜ ଆଡକୁ ଟାଣିଲେ। ସେ ଦେଖିଲେ ଯେ ଲୀନା କାନ୍ଦୁଛନ୍ତି !

ଅମନ : ରାଗିଛ ମୋତେ ?

ଲୀନା ଅଭିମାନ ସ୍ୱରରେ ନାଇ। ମୁଁ କଣ ପାଇଁ ରାଗିବି। ମୁଁ ତ ସବୁ କଥାରେ ମୁଣ୍ଡ ପୁରାଏ।

ଅମନ : ପ୍ଲିଜ ରାଗନି ନା। କାଲି ଯେ ବିଦେଶ ଯିବି ନା ସେଇ କଥାରେ ଟିକିଏ ଅସୁବିଧା ହୋଇଯାଇଥିଲା। ଆଉ ମୁଁ ରାଗରେ ଥିଲି। ତୁମେ ସେହି ସମୟରେ ପଚାରିଲାରୁ ମୋ ମୁହଁରୁ ବାହାରି ଗଲା। ଗାଡିରୁ ମୁଁ ଦେଖୁଛି ତୁମେ କାନ୍ଦୁଛ।

ଲୀନା ଜୋରେ କାନ୍ଦିବାକୁ ଲାଗିଲେ।

ଅମନ : Sorry ନା ବାବା। ଚୁପ ହୁଅ। କଣ କରିବି କୁହ ଭୂଲ ତ ମୁଁ କରି ସାରିଛି।

ଲୀନା : ତୁମେ ମୋତେ ଏକୁଟିଆ ଥିବା ସମୟରେ ଗାଳି ଦିଅ କିଛି କହିବି ନାହିଁ ହେଲେ ସମସ୍ତଙ୍କ ସାମ୍ନାରେ ମୁଁ ସହି ପାରିବି ନାହିଁ।

ଅମନ : Sorry । ମୁଁ କେବେ ବି ତୁ ସମସ୍ତଙ୍କ ସାମ୍ନାରେ କଣ ଏକୁଟିଆ ବି ଗାଳି ଦେବି ନାହିଁ।

ଅମନ ଲୀନାଙ୍କ ମୁହଁକୁ ନିଜ ଆଡକୁ ଟାଣି ଓଠରେ ଚୁମ୍ବନ ଦେଲେ। ଚୁମ୍ବନ ଦେବା ସମୟରେ ଦୁହେଁ କିଛି ସମୟ ପାଇଁ ପ୍ରେମ ଭାବନାରେ ବୁଡି ଗଲେ। ଦୁହିଁଙ୍କ ନିଶ୍ୱାସ ଜୋରେ ଚାଲିବାକୁ ଲାଗିଲା। AC ରୁମରେ ବି ଝାଳ ବହିଗଲା।

ତାପରେ ଅମନ ଲୀନାଙ୍କ ମୁହଁରେ ଚାରିଆଡ଼େ ଚୁମ୍ବନ ଦେବାରେ ଲାଗିଲେ। ଆଉ ଲୀନା ପୁରା ଲାଜକୁଳୀ ଲତା ପରି ହେଉଥାଆନ୍ତି। ଲାଗୁଥିଲା ଯେମିତି ଆଜି ବୋଧେ ଯେଉଁ ପବିତ୍ର ମିଳନ ଦୁହିଁଙ୍କ ମଧ୍ୟରେ ହେବାର ଥିଲା ତାହା ବୋଧେ ହୋଇ ଯିବ। ଦୁହେଁ ଦୁହିଁଙ୍କୁ ପ୍ରେମ କରିବାରେ ବ୍ୟସ୍ତ ଥାଆନ୍ତି।

ସେପଟେ ପୁଣି ଅମନଙ୍କ ଫୋନକୁ ବାରମ୍ବାର ଫୋନ ଆସୁଥାଏ। ହେଲେ ଫୋନଟି ସାଇଲେଣ୍ଟରେ ଥିଲା।

( ଅଶୁଭ କହି ଘରେ ଅମନ ଓ ଲୀନାଙ୍କ ମିଳନ ରାତି ଗୋଟିଏ ମାସ ପାଇଁ ବାରଣ କରିଛନ୍ତି। ହେଲେ ଏ ଦୁଇଜଣ କଣ ସେ ସବୁ ନ ମାନି ଆଜି ପୁରା ପୁରି ମିଶି ଯିବେ ନା କଣ କରିବେ.... ଆଉ କିଏ ସବୁଦିନ ରାତିରେ ଅମନଙ୍କୁ ବାରମ୍ବାର ଫୋନ କରୁଛି..... ତାର ଉଦ୍ଦେଶ୍ୟ ଜାଣିବା ପାଇଁ " ସମ୍ପର୍କର ଦୁଇ ପାର୍ଶ୍ଵ " କାହାଣୀର ଆଗାମୀ ଭାଗ ପଢନ୍ତୁ । )

କ୍ରମଶଃ..... ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Drama