Trushna Das

Drama Thriller Others

4  

Trushna Das

Drama Thriller Others

ସମ୍ପର୍କର ଦୁଇ ପାର୍ଶ୍ଵ  : 4

ସମ୍ପର୍କର ଦୁଇ ପାର୍ଶ୍ଵ  : 4

6 mins
517



କାହାଣୀଟିକୁ ଭଲ ଭାବରେ ବୁଝିବା ପାଇଁ ଦୟା କରି " ସମ୍ପର୍କର ଦୁଇ ପାର୍ଶ୍ଵ " କାହାଣୀଟିର ପୂର୍ବ ଭାଗଗୁଡିକୁ ଭଲ ଭାବରେ ପଢନ୍ତୁ। ଆଗ ଭାଗରେ ଆମେ ପଢିଥିଲୁ ଯେ ଲୀନାଙ୍କ ବିବାହ ଠିକ ନିର୍ଦ୍ଧାରିତ ସମୟରେ ହେଲା। ତାପରେ କାହାଣୀଟି ପାଞ୍ଚ ବର୍ଷ ଆଗକୁ ବଢି ଯାଇଛି। ଲୀନା ଜଣେ ଜଣାଶୁଣା ଓକିଲ ହୋଇ ସାରିଛନ୍ତି। ସେ ଗର୍ଭବତୀ ଅଛନ୍ତି। ହେଲେ ହାତରେ ଶଙ୍ଖା ନାହିଁ କି ମଥାରେ ସିନ୍ଦୁର ନାହିଁ କି ବେକରେ ମଙ୍ଗଳଶୁତ୍ର ନାହିଁ। ମେଘାର ଭଉଣୀ ପ୍ରିୟା ମେଘାଙ୍କ ହତ୍ୟାର କେସ୍ ନେଇ ଆସିଛି ଯେଉଁଥିରେ ଆସାମୀ ଆଉ କେହି ନୁହେଁ..... ସେ ହେଉଛନ୍ତି ଅମନ। ଲୀନା କେସ୍ କୁ ନେବା ପାଇଁ ମନା କରିଛନ୍ତି। କାରଣ ମେଘା ଆଉ ଅମନଙ୍କ ପାଇଁ ଲୀନାଙ୍କ ଜୀବନ ବର୍ବାଦ ହେଇଛି ବୋଲି ଲୀନା କହିଲେ। ତାପରେ ଲୀନା ଘରକୁ ଯାଇ ଅତୀତର ଭାବନାରେ ବୁଡ଼ି ଯାଇଛନ୍ତି। ବାସର ରାତିରେ କାହାର ଏତେ ଫୋନ ଆସୁ ଥିଲା ଏବଂ କାହାର ଫୋନ ଦେଖି ଅମନ ଚିନ୍ତିତ ହୋଇ ପଡିଲେ ଜାଣିବା ପାଇଁ କାହାଣୀର ଆଗାମୀ ଭାଗ ପଢିବା ଚାଳନ୍ତୁ :

ଅତୀତର ଭାବନାରେ :

ଅମନ ଲୀନାଙ୍କୁ କହିଲେ କାରଖାନାରେ ନିଆଁ ଲାଗି ଯାଇଛି। ସଞ୍ଜୁ ନିଆଁ ଲିଭାଇବା ପାଇଁ ଯାଇ ଆହତ ହୋଇଛି। ମୋତେ ଯିବା ପାଇଁ ପଡିବ। Sorry ଲୀନା ଆଜି ଭଳି ରାତିରେ ତୁମକୁ ମୁଁ ଏମିତି ଛାଡି ଯାଉଛି।

ଲୀନା : ମୋ କଥା ଭାବ ନାହିଁ। ତୁମେ ଯାଅ କାରଖାନା ସେଥି ତୁମର ଦରକାର ଅଛି।

ଅମନ ବାହାରକୁ ବାହାରି ଦେଖିଲେ ଯେ ସବୁ ବ୍ୟସ୍ତ ଅଛନ୍ତି କାରଖାନା ପାଇଁ। ଅମନଙ୍କ ବାପା ସୁରେଶ ଓ ସଞ୍ଜୁ ଯାଇଛନ୍ତି କାରଖାନା।

ଘରେ କିଛି ସମ୍ପର୍କୀୟ ଲୀନାଙ୍କୁ ନେଇ ଟିପଣି କରିବା ଆରମ୍ଭ କଲେଣି ଯେ ବୋହୂ ଟି କେମିତି କେ ଜାଣ। ଆସୁ ଆସୁ ଏତେ ବଡ କ୍ଷତି। ଏ ଘରର ଉନ୍ନତି ହେଲେ ହେଲା। ଏହା ଶୁଣି ଲୀନା ମନ ଦୁଃଖ କରିଛନ୍ତି। ହେଲେ ଅମନଙ୍କ ମାଆ ସୀତା ଦେବୀ ବୋହୂର ଦୋଷ ନାହିଁ କହି ଲୀନା ସପକ୍ଷରେ ଯୁକ୍ତି ଉପସ୍ଥାପନ କରିଥିଲେ।

କିଛି ଘଣ୍ଟା ପରେ ଅମନ ଘରକୁ ଫୋନ୍ କରି କହିଲେ ଦମକଳ ଗାଡି ଆସି ନିଆଁ ଲିଭାଇଛି। ସଞ୍ଜୁ ଟିକିଏ ଆହତ ହୋଇଛନ୍ତି। ତେଣୁ ସେମାନେ ଡାକ୍ତରଙ୍କୁ ଫୋନ କରି ଘରକୁ ଡାକି ଦେଇଛନ୍ତି। କିଛି ସମୟ ମଧ୍ୟରେ ସେମାନେ ଘରେ ପହଞ୍ଚିବେ।

ଲୀନା ସହ ତାଙ୍କର ସାନ ଭଉଣୀ ତନୁ ଆସି ଥିଲା ଲୀନାଙ୍କ ଶାଶୁ ଘରକୁ। ତନୁ ଲୀନାକୁ ବୁଝାଉ ଥାଏ ସମ୍ପର୍କିୟ ଙ୍କ କଥାରେ ଦୁଃଖୀ ନ ହେବା ପାଇଁ।

କିଛି ସମୟ ପରେ ସଞ୍ଜୁଙ୍କୁ ନେଇ ଅମନ ଓ ସୁରେଶ ଆସିଲେ। ଡାକ୍ତର ବି ସେମାନଙ୍କ ପଛେ ପଛେ ଆସିଲେ। ସଞ୍ଜୁଙ୍କ ହାତରେ ନିଆଁ ଝାସ ବାଜି ଥିବାରୁ ସଞ୍ଜୁଙ୍କ ହାତରେ ବ୍ୟାଣ୍ଡେଜ କରି ଦେଲେ ଏବଂ କହିଲେ ସଞ୍ଜୁଙ୍କ ପାଖରେ କେହି ନା କେହି ଏବେ ରହିବେ। କିଛି ଦିନ ପରେ ସଞ୍ଜୁ ଠିକ ହୋଇ ଯିବେ।

ସମ୍ପର୍କିୟ ଲୋକଙ୍କ କଥାରେ ପଡି ଅମନଙ୍କ ପିଉସୀ ମାନେ ସଞ୍ଜୁଙ୍କ ମାଆ ରୂପା କହିଲେ ଆଜି ଏମିତି ଗୋଟାଏ ଅଶୁଭ ହୋଇ ଗଲା। ଲୀନା ଆଉ ଅମନଙ୍କ ବାସର ରାତି ଏବେ ନ କରି ମାସେ ପରେ ଭଲ ସମୟ ଦେଖି କଲେ ଭଲ ହେବ।

ସୀତା ଦେବୀଙ୍କୁ ଛାଡି ଦେଇ ବାକି ସବୁ ରାଜି ହୋଇ ଗଲେ।। ଅମନ ଓ ଲୀନା ପରସ୍ପର ସହ ରହିବା ପାଇଁ ଚାହୁଁ ଥିଲେ ମଧ୍ୟ ସମସ୍ତଙ୍କ ସାମ୍ନାରେ କିଛି କହି ପାରିଲେ ନାହିଁ।ଠିକ୍ ଏତିକି ବେଳେ ସଞ୍ଜୁ କହିଲେ ତେବେ ଅମନ ମୋ ସହ ରହିଲେ ଭଲ। ଏ କଥାରେ ଘରେ ସବୁ ରାଜି ହୋଇ ଗଲେ। ହେଲେ ସୀତା ଦେବୀଙ୍କ ମୁହଁ ଶୁଖିଗଲା।ସୀତା ଦେବୀ ଏଥିରେ ଆପତ୍ତି ଜଣାଇଲେ। କିନ୍ତୁ ରୁପା କହିଲେ ଭଲ ହେବ ସଞ୍ଜୁ କୁ ବେଶୀ ଅମନ ହିଁ ବୁଝେ। ତାର ସୁବିଧା ଅସୁବିଧା ଅମନ ଆରାମରେ ବୁଝି ପାରିବ।ତାପରେ ସବୁ ଯିଏ ଯାହା ରୁମକୁ ଗଲେ। ଲୀନାଙ୍କ ପାଖରେ ତନୁ ଯାଇ ଶୋଇଲା। ବାସର ରାତି ଆଉ ହୋଇ ପାରିଲା ନାହିଁ।ସୀତା ଦେବୀ ଅମନ ସଞ୍ଜୁ ପାଖରେ ରହିବା ଜାଣି ବ୍ୟସ୍ତ ହେଉ ଥାଆନ୍ତି। ସେ ସୁରେଶଙ୍କୁ ଏ ବିଷୟରେ କହିବା ପାଇଁ ଚାହୁଁ ଥାଆନ୍ତି କିନ୍ତୁ ସୁରେଶ କିଛି ନ ଶୁଣି ରାଗି ଶୋଇ ପଡ଼ିଲେ।

ଅମନଙ୍କ ହାତ ଧରି ସଞ୍ଜୁ ଶୋଇଲେ। ଅମନ ପାଖରେ ଥିବାରୁ ସଞ୍ଜୁ ଟିକିଏ ଖୁସି ଜଣା ପଡୁ ଥାଆନ୍ତି। ହେଲେ ଅମନଙ୍କ ମନ ଲୀନା ପାଖରେ ଥାଏ। ଗୋଟିଏ ପାଖରେ ଲୀନା ସହ ଆଜି ମିଳନ ହେବା ଥିଲା ତ ପୁଣି ଏପଟେ ସଞ୍ଜୁ ପ୍ରତି ତାଙ୍କର କର୍ତ୍ତବ୍ୟ ଅବଶ୍ୟ ଦୁର୍ବଳତା କହିଲେ ଭୂଲ ହେବ ନାହିଁ।

ଲୀନଙ୍କୁ ଆଉ ନିଦ ଠିକ୍ ରେ ହେଲା ନାହିଁ। ସକାଳୁ ଉଠି ନିତ୍ୟକର୍ମ ସାରି ଲୀନାଙ୍କର ରୋଷେଇ ଘର ପୂଜା ଥିଲା। ଲୀନା ଶାଶୁ ସୀତା ଦେବୀ ଙ୍କ ସହ ରୋଷେଇ ପୂଜା ସାରି ତରତର ହୋଇ ରୋଷେଇ କରୁ ଥାଆନ୍ତି। ପ୍ରଥମ ଥର ପାଇଁ ଆଜି ସେ ଶାଶୁଘରେ ରୋଷେଇ କରିବେ, ଠିକ ରେ ନ କଲେ ପୁଣି କିଏ କଣ କହିବ ଭାବି ଲୀନା ଡରି ଯାଉ ଥାଆନ୍ତି। ହେଲେ ସୀତା ଦେବୀ କହିଲେ ତୁ ଡରୁଛୁ କାହିଁକି। ତୁ ମୋର ବୋହୂ ନୁହେଁ ଝିଅ।ଖାଇବା ସମସ୍ତଙ୍କୁ ଭଲ ଲାଗିଲା। ହେଲେ ସଞ୍ଜୁଙ୍କୁ ଏତେ ଭଲ ଲାଗିଲା ନାହିଁ।ଅମନ ଖାଇ ସାରି ଭାବିଲେ ଟିକିଏ ଯାଇ ଲୀନା ସହ କଥା ହେବେ ବୋଲି। ସଞ୍ଜୁ ଶୋଇ ପଡିଥିଲେ। ଅମନ ଲୀନା ରୁମକୁ ଗଲେ। ଲୀନା ଏକୁଟିଆ ବସି ବାହାଘର ଫୋଟୋ ଦେଖୁ ଥାଆନ୍ତି।ଅମନ ଯାଇ ଲୀନା ପାଖରେ ପହଞ୍ଚିଲେ। ଅମନଙ୍କୁ ଦେଖି ଲୀନା ଉଠି ବସିଲେ।

ଅମନ : ରାଗିଛ ମୋ ଉପରେ ?

ଲୀନା : ନାଇ ତ। କଣ ପାଇଁ ରାଗିବି ଯେ।

ଅମନ : ପରିସ୍ଥିତିରେ ପଡି ମୁଁ ତୁମକୁ ଏକୁଟିଆ ଛାଡ଼ି ସଞ୍ଜୁ ରୁମରେ ରହୁଛି।

ଲୀନା : ମୁଁ ଜାଣେ।

ଅମନ ଆଖିରେ ଇସାରା କରି ଲୀନାଙ୍କୁ ପଚାରିଲେ ଯେ ସେ ତାଙ୍କ ହାତ ଧରିବା ପାଇଁ ଚାହାଁନ୍ତି। ଲୀନା ବି ଲାଜେଇ ଆଖିରେ ଇସାରା କଲେ। ଅମନ ତାପରେ ଲୀନାଙ୍କ ହାତକୁ ଧରି ଚୁମ୍ବନ କରି ଲୀନାଙ୍କୁ ପାଖକୁ ଟାଣି ଆଣିଲେ। ଲୀନା ବି ଅମନଙ୍କ ସ୍ପର୍ଶରେ ଜାକି ହୋଇ ରହିଲେ। ଠିକ ଏତିକି ବେଳେ ଅମନଙ୍କ ଫୋନରେ ସଞ୍ଜୁଙ୍କ ଫୋନ ଆସିଲା।

ଅମନ ଫୋନ ଉଠାଇବାରୁ ସଞ୍ଜୁ କହିଲେ ତୁ କେଉଁଠି ଅଛୁ? ମୁଁ ପାଣି ପିଇବା ପାଇଁ ଗ୍ଲାସ୍ ନେଉଥିଲି। ହାତ ବ୍ୟାଣ୍ଡେଜ ପାଇଁ ଧରି ପାରିଲି ନି ଗ୍ଲାସ୍ ତଳେ ପଡି ଭାଙ୍ଗି ଛିଟିକି ଗଲା ଆଉ ଗୋଡ କଟି କି ରକ୍ତ ବାହାରୁଛି।ଅମନ ଏତିକି ଶୁଣି ଦୌଡିଲେ ସଞ୍ଜୁ ଙ୍କ ରୁମକୁ। ସଞ୍ଜୁଙ୍କ ଡାହାଣ ଗୋଡରୁ ରକ୍ତ ବହୁଛି ଦେଖି ଅମନ ବ୍ୟସ୍ତ ହୋଇ ଗଲେ।ପଛେ ପଛେ ଲୀନା ଆଉ ବାକି ଘର ଲୋକ ଗଲେ।ଅମନ ସଞ୍ଜୁ ଙ୍କ ଗୋଡକୁ ପଟି କରି ତାଙ୍କୁ ଧରି କାନ୍ଦିବାକୁ ଲାଗିଲେ। ରୂପା ଅମନଙ୍କ ଉପରେ ଟିକିଏ ବିରକ୍ତ ହେଲେ ଯେ ସେ ଏକୁଟିଆ ଛାଡି କେମିତି ଗଲେ।

ତାପର ଠାରୁ ଅମନ ଦିନ ଯାକ ସଞ୍ଜୁ ଙ୍କ ସହ ରହିଲେ। ଅଫିସ କାମ ଘରୁ ରହି କଲେ।ସମ୍ପର୍କିୟମାନେ କହୁ ଥାଆନ୍ତି ଯେ ଲୀନା ବୋଧେ ସଞ୍ଜୁ ପାଇଁ ଅଶୁଭ।ଠିକ ଏତିକି ବେଳେ ବିଦେଶର ଗୋଟିଏ କମ୍ପାନୀରୁ ଫୋନ ଆସିଲା ଯେ ସେମାନେ ଅମନଙ୍କ କମ୍ପାନୀ ସହ କାମ କରିବା ପାଇଁ ଚାହାଁନ୍ତି।ଏ କଥା ଶୁଣି ଘରେ ସବୁ ଖୁସି ହୋଇଗଲେ। ସଞ୍ଜୁ କହିଲେ ଦେଖିଲ ତ ଭାଉଜ ଆମର ଲକ୍ଷ୍ମୀ।ସେ ଆସୁ ଆସୁ ଏତେ ବଡ ଅଫର ମିଳିଲା।ଅମନ କହିଲେ ସଞ୍ଜୁ ଠିକ ହେଲେ ଆମେ ଦୁହେଁ କିଛି ଦିନ ପାଇଁ ବିଦେଶ ଯିବା।

ଏ କଥା ଶୁଣି ସୀତା ଦେବୀ ବ୍ୟସ୍ତ ହୋଇ ସୁରେଶଙ୍କୁ ଡାକି କହିଲେ ତୁମେ ସଞ୍ଜୁ ସହ ଅମନକୁ ଯିବା ପାଇଁ ମନା କର।

ସୁରେଶ : କଣ ପାଇଁ।

ସୀତା ଦେବୀ : ତୁମେ କଣ ଜାଣି ନାହଁ ଅମନ କଣ ପାଇଁ ବିବାହ କରିବ ନାହିଁ କହୁ ଥିଲା। ଭଗବାନଙ୍କ ଦୟାରୁ ସେ ଲୀନା ସହ ବିବାହ ପାଇଁ ରାଜି ହେଲା।

ସୁରେଶ : ତୁମେ ସବୁବେଳେ ଏମିତି ଭାବ ବୋଲି ମୋତେ ବିରକ୍ତ ଲାଗେ। ଏବେ ତ ସେ ବିବାହ କରି ସାରିଛି ନା ଆଉ ଅସୁବିଧା କଣ ?

ସୀତା ଦେବୀ : ମୁଁ କେମିତି ବୁଝେଇବି ? ଆରେ ଅମନ ଆଉ ସଞ୍ଜୁ ଦୁଇ ଜଣ ଯାକ ମୋ ଛୁଆ। ହେଲେ ସେ ଦୁଇ ଜଣ ଏକା ସାଙ୍ଗରେ ରହିଲେ ଅନର୍ଥ ହେବ।

ସୁରେଶ ବିରକ୍ତ ହୋଇ କହିଲେ ତୁମ ସହ ଯୁକ୍ତି ରେ କିଏ ପାରିବ। ତୁମେ ଯାହା କରିବା ଅଛି କର। ତା ବାପା ତାକୁ ଛାଡ଼ି ଦେଇଛି ବୋଲି କଣ ତୁମେ ତାକୁ ଏପରି ନଜରରେ ଦେଖିବ। ମୋର ତୁମ ସହ ଯୁକ୍ତି କରିବାର ନାହିଁ। ମୋର ବାହାରେ କାମ ଅଛି ମୁଁ ଆସେ।ଅମନ ଆଉ ସଞ୍ଜୟଙ୍କୁ ଟିକିଏ ବି ଏକୁଟିଆ ଛାଡନ୍ତି ନାହିଁ। ଦୁହେଁ ଅଧିକାଂଶ ସମୟ ରୁମରେ କବାଟ ବନ୍ଦ କରି ରହି ଥାଆନ୍ତି।ଲୀନା ଏକୁଟିଆ ବସି କଣ ଭାବୁ ଥାଆନ୍ତି। ମିଶ୍ରି ( ଲୀନାଙ୍କ ଦିଅର ରହନ ଙ୍କ ସ୍ତ୍ରୀ ) ରୁମ ଭିତରକୁ ଆସିଲେ।

ମିଶ୍ରି : ଦିଦି ଏକୁଟିଆ ଲାଗୁଛି ନା।

ଲୀନା ଟିକିଏ ହସି ଦେଇ କହିଲେ ନା ସେମିତି କିଛି ନୁହେଁ।

ମିଶ୍ରି : ଆମେ ତ ଭାବି ଥିଲୁ ଭାଈ ବିବାହ କରିବେ ନାହିଁ ବୋଲି। ସେ ତ ମନା ବି କରିଥିଲେ ଯେ ବିବାହ କେବେ କରିବେ ନାହିଁ।

ଲୀନା : କଣ ପାଇଁ ? ସେ କଣ ଆଉ କାହାକୁ ଭଲ ପାଉଥିଲେ କି ?

ମିଶ୍ରି : ହଁ ଏଇ ପରା ସଞ୍ଜୁ ଭାଈଙ୍କୁ। ଏତିକି କହି ହା ହା ମାରି ହସିବା ପାଇଁ ଲାଗିଲେ।

ଲୀନା : ମାନେ ମୁଁ ବୁଝି ପାରିଲିନି ?

ମିଶ୍ରି : ମଜାରେ କହିଲି। ପ୍ରକୃତ କଥା ହେଉଛି ଭାଈ ଆଉ ସଞ୍ଜୁ ଭାଈ ଏକା ସାଙ୍ଗରେ ସବୁବେଳେ ଫେଭିକଲ ଫରି ଯୋଡି ହୋଇ ରହୁ ଥିଲେ। ଦୁହେଁ ଗୋଟିଏ ରୁମରେ ହିଁ ଶୁଅନ୍ତି। କେତେବେଳେ ଭାଈ ସଞ୍ଜୁ ଭାଈଙ୍କ ରୁମରେ ତ ପୁଣି ସଞ୍ଜ ଭାଈ ଏଇ ଭାଈଙ୍କ ରୁମରେ। ପୁଣି ଦୁହେଁ ବିବାହ କରିବେ ନାହିଁ ବୋଲି କହିଥିଲେ ତ ସେଥିପାଇଁ ଆମେ ଦୁହିଁଙ୍କୁ ଚିଡାଉ।

ଏ କଥା ଶୁଣି ଲୀନାଙ୍କ ମୁହଁ ଶୁଖି ଗଲା। କାରଣ ଅମନ ନିଜେ ବି ପ୍ରଥମେ ବିବାହ ପାଇଁ ମନା କରି ଥିଲେ। ପୁଣି ନିଜେ ହଁ କଲେ କଣ ପାଇଁ ଏ ପ୍ରଶ୍ନ ଏବେ ବି ତ ତାଙ୍କ ମଧ୍ୟରେ ଅଛି।

ଏତିକି ବେଳେ ଧାନୀ ଆଉ ତନୁ ରୁମକୁ ଆସିଲେ।

ଧାନୀ କହିଲେ ଲୀନା ଭାଉଜ ମିଶ୍ରି ଭାଉଜ ବହୁତ ମଜା କରନ୍ତି। ସେ ମଜାରେ କହିଲେ। ପ୍ରକୃତ କଥା ହେଲା ଭାଈ ଆଉ ସଞ୍ଜୁ ଭାଈ ଦୁହେଁ ଅଫିସ କାମରେ ପାଖାପାଖି ରୁହନ୍ତି। ରାତିରେ ଏକାଠି କାମ କରୁ ଥାଆନ୍ତି। ଯାହା ରୁମରେ କାମ କରୁ ଥାଆନ୍ତି ସେଇଠି ଶୋଇ ପଡନ୍ତି।

ବର୍ତ୍ତମାନ : ( 5 ବର୍ଷ ପରେ)

ଏତିକି ଅତୀତ କଥା ଭାବୁ ଭାବୁ ହଠାତ୍ ଲୀନାଙ୍କ ଫୋନର ଆଲାରାମ ବାଜି ଉଠିଲା। ଦେଖିଲା ବେଳକୁ ରାତି ଆଠଟା। ରାତିର ଭୋଜନ କରି ଔଷଧ ଖାଇବା ପାଇଁ। ଲୀନା ଅତୀତର ସେ ସ୍ମୃତିରେ ଆଖିରୁ ବହିଥିବା ଲୁହ ପୋଛି ଇଚ୍ଛା ନ ଥିଲେ ସ୍ୱତ୍ତେ ଖାଇବା ପାଇଁ ଗଲେ କାରଣ ତାଙ୍କୁ ତାଙ୍କ ଗର୍ଭରେ ଥିବା ସନ୍ତାନର ଯତ୍ନ ବି ନେବାର ଥିଲା।

( ପ୍ରକୃତରେ ସୀତା ଦେବୀ ଏମିତି କଣ ଜାଣିଛନ୍ତି ଯେ ସେ ସଞ୍ଜୁ ଆଉ ଅମନ ଏକାଠି ବିଦେଶ ଯିବା କଥା ଶୁଣି ବିବ୍ରତ ହୋଇ ପଡିଲେ। ମିଶ୍ରି ଯେଉଁ ସଞ୍ଜୁ ଓ ଅମନଙ୍କ ସମ୍ପର୍କ ବିଷୟରେ କହିଲେ ସେ ସତରେ ମଜା ଥିଲା ନା ଆଉ କଣ? କାହିଁକି ଅମନ ବିବାହ ପାଇଁ ମନା କରୁଥିଲେ ଏସବୁ ପ୍ରଶ୍ନର ଉତ୍ତର ଜାଣିବା ପାଇଁ " ସମ୍ପର୍କର ଦୁଇ ପାର୍ଶ୍ଵ " ର ଆଗାମୀ ଭାଗ ପଢନ୍ତୁ )

କ୍ରମଶଃ..... ।



Rate this content
Log in

Similar oriya story from Drama