STORYMIRROR

Trushna Das

Drama Romance Others

4  

Trushna Das

Drama Romance Others

ସମ୍ପର୍କର ଦୁଇ ପାର୍ଶ୍ଵ 2

ସମ୍ପର୍କର ଦୁଇ ପାର୍ଶ୍ଵ 2

5 mins
456


କାହାଣୀଟିକୁ ବୁଝିବା ପାଇଁ ସମ୍ପର୍କର ଦୁଇ ପାର୍ଶ୍ଵର ପୂର୍ବ ଭାଗକୁ ଦୟା କରି ପଢନ୍ତୁ। କାହାଣୀଟି ଆରମ୍ଭ ହୋଇଛି ସୁଜିତ ବାବୁଙ୍କ ଝିଅ ଲୀନାଙ୍କୁ ପୁଅ ଘର ଦେଖିବାକୁ ଆସିଛନ୍ତି।ଲୀନାକୁ ମାଆ ସୁମନ ଚାହା ନେଇ ପୁଅ ଘର ସାମ୍ନାକୁ ଯିବା ପାଇଁ କହିବାରୁ ଲୀନା ନର୍ଭସ ହୋଇ ଯାଇଛନ୍ତି। ତାପରେ

ରୀନା ପିଉସୀ ଲୀନାଙ୍କୁ ଚାହା ନେଇ ଯିବା ପାଇଁ ତଳକୁ ଯିବାକୁ କହିଲେ।

ଲୀନାଙ୍କ ନର୍ଭସ ଦେଖି ତାଙ୍କର ହେବାକୁ ଯାଉଥିବା ନଣନ୍ଦ ଧାନୀ ତାଙ୍କ ହାତ ଧରି କହିଲେ ଭାଉଜ ଚାଲ। ଡର ନାହିଁ। ଆମେ ତୁମ ସାଙ୍ଗରେ ଅଛୁ ନା।

ଠିକ୍ ସେହି ସମୟରେ ମେଘା ଲୀନାଙ୍କର ସାଙ୍ଗ)ର ଫୋନ ଆସିଲା। ସେ ବ୍ୟସ୍ତ ହୋଇ ତନୁ ଲୀନାଙ୍କର ଭଉଣୀ ଙ୍କୁ କହି ପଲେଇଲେ।।

ଲୀନା ତଳକୁ ଗଲେ। ସାଙ୍ଗରେ ଚାହା ନେଇ ଲୀନା ପୁଅ ଘର ସାମ୍ନାକୁ ଗଲେ।

ଲୀନାକୁ ପୁଅର ମାଆ ସୀତା ଦେବୀ କହିଲେ ଗୋଟିଏ ଜାଗାରେ ଦଣ୍ଡବତ କରିବା ପାଇଁ। ଲୀନା ସମସ୍ତଙ୍କୁ ପ୍ରଣାମ କରି ସାରିଲା ପରେ ଜେଜେମା ସୁମିତ୍ରା ଦେବୀ ତାଙ୍କ ପାଖରେ ବସିବା ପାଇଁ କହିଲେ।

ସୀତା ଦେବୀ ନିଜ ପୁଅ ଅମନ ଆଡକୁ ହାତ ବଢାଇ କହିଲେ ଲୀନା ଏ ହେଉଛି ମୋ ପୁଅ ତୋ ସହ ପ୍ରସ୍ତାବ ପଡିଛି ତୋର। ଲୀନା ଲାଜରେ ଅମନ ଆଡକୁ ଆଉ ଚାହିଁ ପାରିଲେ ନାହିଁ। କି ଅମନ ମଧ୍ୟ ଲୀନାକୁ ସମସ୍ତଙ୍କ ସାମ୍ନାରେ ଦେଖିଲେ ନାହିଁ।

ଅମନଙ୍କ ଘର ଲୋକ ନାନା ପ୍ରକାର ପ୍ରଶ୍ନ ଲୀନାଙ୍କୁ କଲେ। ଯେମିତି ଲୀନା କୌଣସି ଚାକିରୀ ପାଇଁ ଇଣ୍ଟର୍ଭ୍ୟୁ ଦେବା ପାଇଁ ଯାଇଛନ୍ତି। ଲୀନା ଭିତରେ ଭିତରେ ପୁରା ନର୍ଭସ ତଥାପି ସମସ୍ତଙ୍କ ସହ ଭଲରେ କଥା ହେଲେ।ଲୀନା ଥରେ କଣେଇ କଣେଇ ଅମନଙ୍କ ଆଡକୁ ଚାହିଁଲେ।ହେଲେ ସେ ଜାଣି ପାରିଲେ ନାହିଁ ଅମନ କିଏ। କାରଣ ସୀତା ଦେବୀ ଯୁଆଡେ ହାତ ବଢାଇ ଥିଲେ ସେଠି ଦୁଇ ଜଣ ଟୋକା ଥିଲେ।

କିଛି ସମୟ ପରେ ଲୀନାକୁ ପିଉସୀ ରୀନା ନେଇ ଲୀନାଙ୍କ ରୁମକୁ ନେଲେ। ତାପରେ ଲୀନା ରୁମରେ ବସି ଥାଆନ୍ତି। ତାଙ୍କୁ ସୀତା ଦେବୀ ବହୁତ ଭଲ ଲାଗିଲା। ହେଲେ ଭାବୁ ଥାନ୍ତି କଣ ସେ ଏତେ ବଡ ପରିବାରକୁ ସମ୍ଭାଳି ପାରିବେ।

ଏମିତି ଭାବୁ ଭାବୁ ଧାନୀ ରୁମକୁ ଆସିଲେ ଆଉ କହିଲେ ଭାଉଜ ମୁଁ ତୁମ ସହ ଖାଇବି।ସାଙ୍ଗରେ ଅମନଙ୍କ ସାନ ଭାଇ ରହନ ର ସ୍ତ୍ରୀ ମିଶ୍ରି ତାଙ୍କ ଝିଅ ମାମୁନକୁ ନେଇ ଆସିଥିଲେ। ଧାନୀ ସେମାନଙ୍କ ପରିଚୟ କରେଇ ଦେଲେ। ତନୁ ଆଉ ରୀନା ଖାଇବା ନେଇ ରୁମକୁ ଆସିଲେ।

ଖାଇବା ସମୟରେ ଧାନୀ ମଜା କରି ପଚାରିଲେ ଭାଉଜ ମୋ ଭାଈ ପସନ୍ଦ ତ।

ଲୀନା ଚୁପ ରହିଲେ। କଣ ବା କହିବେ? ସେ ତ ଠିକ ରେ ଅମନଙ୍କୁ ଦେଖି ନାହାଁନ୍ତି ।ଖିଆପିଆ ସରିଲା। କିଛି ସମୟ ପରେ ରୀନା ଆସିଲେ। ଲୀନାକୁ କହିଲେ ଏବେ ଅମନ ଆସିବେ ତ ସହ କଥା ହେବା ପାଇଁ।

ଲୀନା ଆହୁରି ନର୍ଭସ ହୋଇ ଗଲେ।

ଲୀନା ଲାଜରେ ତଳକୁ ମୁହଁ କରି ଛିଡା ହୋଇ ଥାଆନ୍ତି। ସେହି ସମୟରେ ଦୁଇ ଟୋକା ରୁମକୁ ଆସିଲେ। ଧାନୀ ଆଉ ମିଶ୍ରି ଯିବା ସମୟରେ ଧାନୀ କହିଲେ ସଞ୍ଜୁ ଭାଈ ତୁମେ ପରେ ଭାଉଜ ସହ ଦେଖା କରିବ ମ।ଆଗ ଅମନ ଭାଈ ଭାଉଜ ସହ କଥା ହେଉ।

ତାପରେ ଧାନୀ ଗୋରା ହୋଇ ଦେଖିବାକୁ ସୁନ୍ଦର ଥିବା ଝିଅ ପରି ଦେଖା ଯାଉଥିବା ଟୋକାକୁ ଦେଖାଇ କହିଲେ ଭାଉଜ ଏ ହେଉଛନ୍ତି ଆମ ସଞ୍ଜୁ ଭାଇ। ଆମ ରୁପା ପିଉସୀଙ୍କ ପୁଅ। ଅମନ ଭାଈଙ୍କ ଠାରୁ ଛଅ ମାସର ସାନ। ତୁମ ଦିଅର ହେବେ।

ତାପରେ ଧାନୀ ସଞ୍ଜୁଙ୍କୁ ଡାକି ନିଜ ସହ ନେଇ ଗଲେ।

ରୁମରେ ଏବେ କେବଳ ଲୀନା ଆଉ ଅମନ। କବାଟକୁ ବାହାର ଆଡୁ ଆଉଜି ଦିଆଗଲା।

ଲୀନା ମୁହକୁ ତଳ କରି ଛିଡା ହୋଇ ଥାଆନ୍ତି ଆଉ ଅମନଙ୍କୁ ସଫାରେ ବସିବା ପାଇଁ କହିଲେ।

ଅମନ ଲୀନାଙ୍କ ଆଡକୁ ନ ଚାହିଁ କହିଲେ ଦେଖନ୍ତୁ ମୋତେ ଭୂଲ ବୁଝିବେ ନାହିଁ। ଆପଣ ବହୁତ ଭଲ। କିନ୍ତୁ ମୁଁ ଏ ବାହାଘର କରି ପାରିବି ନାହିଁ। ଆପଣ କଣ ମୁଁ କାହାକୁ ବି ବିବାହ କରିବି ନାହିଁ। ମୁଁ କିଛି ନା କିଛି ବାହାନାରେ ଏ ବାହାଘର ପାଇଁ ମନା କରି ଦେବି।

ଲୀନା ବି ତ ବିବାହ ପାଇଁ ରାଜି ନ ଥିଲେ। ମନେ ମନେ ଖୁସି ହୋଇ ଗଲେ। ସେ କହିଲେ ହଁ ଆପଣଙ୍କ ଯାହା ଇଚ୍ଛା।

ଏତିକି ବେଳେ ତନୁ ବାହାରୁ ନାନୀ ନାନୀ ଡାକିବାରୁ ଲୀନା ବାହାରକୁ ଗଲେ। ତନୁ ଦୁଇଟି ଆଇସ୍କ୍ରିମ କନ୍ ଆଣି କି ଲୀନାକୁ ଦେଲା।

ଲୀନା ଆଇସ୍କକ୍ରିମ ନେଇ ଅମନଙ୍କୁ ଦେଲେ। ଆଇସ୍କକ୍ରିମ ଧରୁ ଧରୁ ଲୀନାର ହାତକୁ ଧରି ପକାଇଲେ। ସେତେବେଳେ ସେ ମୁହଁ ଉଠାଇ ଲୀନାଙ୍କୁ ଚାହିଁଲେ। କିଛି ସମୟ ସେ ଲୀନାଙ୍କୁ ଚାହିଁ ରହିଗଲେ।

ଅମନ ମନେ ମନେ ଭାବୁ ଥାଆନ୍ତି ଆହାଃ କେତେ ସୁନ୍ଦରୀ।

ତାପରେ ଲୀନା ପଚାରିଲେ ଆପଣ ଘରେ ଆଗରୁ କଣ ପାଇଁ ମନା କଲେ ନାହିଁ।

ଅମନ ହଠାତ ଆସିବାର ଯୋଜନା ହେଲା। ମୁଁ ଆଉ ଘରେ କହି ପାରିଲି ନାହିଁ।

କିଛି ସମୟ ଦୁହେଁ ଚୁପ୍ ବସିଲେ। ଅମନ ତାପରେ ପଚାରିଲେ ମୁଁ ଯଦି ମନା କରି ଦିଏ ଆପଣଙ୍କ ଘରେ କିଛି ଅସୁବିଧା ହେବ ନାହିଁ ତ?

ଲୀନା : ନା ନା କିଛି ନାହିଁ।

ହଠାତ୍ ଅମନଙ୍କ ତାଳକୁ ଉଠିଲା। ଲୀନା ତାଙ୍କୁ ନେଇ ପାଣି ଗ୍ଲାସ୍ ଦେବା ପାଇଁ ଯିବା ସମୟରେ ଲୀନାଙ୍କ ଗୋଡ ଖସରି ଗଲା। ସେ ପଡି ଯାଉଥିବା ସମୟରେ ଅମନ ତାଙ୍କୁ ଧରି ପକାଇଲେ। ଅମନଙ୍କ ଗୋଟିଏ ହାତ ଲୀନାଙ୍କ ଅଣ୍ଟାରେ ଆଉ ଗୋଟିଏ ହାତରେ ଆଇସ୍କ୍ରିମ ସହ ଲୀନାଙ୍କ ହାତ।ଲୀନା ଆଉ ଅମନ ପରସ୍ପର ସ୍ପର୍ଶରେ ତାଙ୍କ ଭିତରେ ଗୋଟିଏ ନୂଆ ଅନୁଭବ। ଦୁହେଁ ଦୁହିଁଙ୍କ ଆଖିରେ ବୁଡି ଯାଇ ଥାଆନ୍ତି। ହଠାତ୍ ଆଇସ୍କ୍ରିମ ତରଳାଇ ଲୀନାଙ୍କ ମୁହଁରେ ପଡିବାରୁ ଦୁହିଁଙ୍କ ଚେତା ଆସିଲା। ଦୁହେଁ ଲାଜେଇ ଗଲେ। ଅମନ ଲୀନାଙ୍କୁ ପଚାରିଲେ ଆପଣ ଠିକ୍ ଅଛନ୍ତି ତ। ଲୀନା ମୁଣ୍ଡ ହଲାଇ କହିଲେ ହଁ।

ଅମନଙ୍କ ସାର୍ଟରେ ଆଇସ୍କ୍ରିମ ଲାଗି ଯାଇଥିଲା। ଲୀନା ତାଙ୍କୁ ତାଙ୍କ ରୁମ ଭିତରେ ଥିବା ବାଥରୁମକୁ ନେଇଗଲେ ଏବଂ ତାକୁ ଓଦା ହାତରେ ପୋଛୁ ପୋଛୁ କହିଲେ sorry ମୋ ପାଇଁ ଆପଣଙ୍କ ଏତେ ଦାମୀ ସାର୍ଟରେ ଦାଗ ଲାଗିଲା।

ଅମନ : ଏ କଣ କହୁଛନ୍ତି। ଏଥିରେ ଆପଣଙ୍କ ଭୂଲ କଣ?

ତାପରେ ଦୁହେଁ ଆସି ରୁମରେ ବସିଲେ। ସେଇ ସମୟରେ ଅମନଙ୍କ ପାଖକୁ କାହାରି ଗୋଟିଏ ଫୋନ ବାରମ୍ବାର ଆସୁ ଥାଏ। ହେଲେ ଅମନ ଫୋନ ନ ଉଠାଇ ସାଇଲେଣ୍ଟ କରି ଦେଲେ।

କିଛି ସମୟ ପରେ ସୀତା ଦେବୀ ଅମନଙ୍କ ମାଆ  ଆସି ଅମନଙ୍କୁ ଡାକିଲେ। ଆଉ ସଗୁଣ ହିସାବରେ ଲୀନାଙ୍କ ହାତରେ ପାଞ୍ଚ ହଜାର ଟଙ୍କା ଦେଇ ଲୀନାଙ୍କୁ ଚୁମ ଦେଇ ଗଲେ।

ଅମନଙ୍କ ବାପା ସୁରେଶ ବାବୁ କହିଲେ ସେମାନେ ସମସ୍ତଙ୍କ ସହ ଘରେ କଥା ହୋଇ ଜଣାଇବେ। ଲୀନା ସମସ୍ତଙ୍କୁ ମୁଣ୍ଡିଆ ମାରିଲେ। ଅମନଙ୍କ ଘର ଲୋକ ଏବେ ବିଦାୟ ନେଲେ। ଅମନ ଗାଡିର ଝରକାରେ ଲୀନାଙ୍କୁ ଚାହିଁ ରହିଥିଲେ।

ଜେଜେମା ଆସି ଲୀନାଙ୍କୁ ପଚାରିଲେ ତୋତେ ପୁଅ କେମିତି ଲାଗିଲା। କାଶ ସେମାନେ ହଁ କହି ଦିଅନ୍ତେ କି।

ଲୀନା କିଛି ନ କହି ଚୁପ ରହିଲେ। କାରଣ ଅମନ ଆଉ ତାଙ୍କ ଘର ଲୋକ ତ ତାଙ୍କୁ ଭଲ ଲାଗିଲେ ହେଲେ ଅମନ ତ ସଫା ସଫା ଏ ବିବାହ ପାଇଁ ମନା କରି ଦେଇଛନ୍ତି।

ଅମନଙ୍କ ଘର ଲୋକ ଯିବାର ଅଧା ଘଣ୍ଟା ବି ଯାଇ ନାହିଁ ରମେଶ ବାବୁ ଲୀନାଙ୍କ ପିଉସା ସୁଜିତ ବାବୁଙ୍କୁ ଫୋନ କଲେ। ଫୋନରେ କଥା ହେଉ ହେଉ ବାପା ପୁରା ଖୁସି ହୋଇ ସମସ୍ତଙ୍କୁ ଡାକିଲେ। ଘରର ସମସ୍ତେ ଆସି ପହଞ୍ଚିଲା ପରେ ସୁଜିତ ବାବୁ କହିଲେ ରମେଶ ବାବୁଙ୍କ ଫୋନ ଆସିଥିଲା। ଅମନ ଘର ଏ ବିବାହ ପାଇଁ ରାଜି। ଆଉ ମୁଁ ବି ଥରେ ରମେଶ ବାବୁଙ୍କ ସହ ଅମନଙ୍କ ଘରକୁ ଯାଇଥିଲି। ସେମାନଙ୍କ ଘର ବହୁତ ବଡ ଆଉ ଭଲ। ସେମାନେ ଏବେ ବଜାରରେ ଅଛନ୍ତି। ସୁନା ମୁଦି କିଣୁଛନ୍ତି ଆଜି ହିଁ ଲଗ୍ନ ଧରା କରିବେ। ମୁଁ ବି ରମେଶ ବାବୁଙ୍କୁ କହିଛି ଆମ ଘର ତରଫରୁ ଅମନ ଙ୍କ ପାଇଁ ଗୋଟିଏ ସୁନାର ମୁଦି ଆଣିବେ। ସେ ଆସିଲେ ମୁଁ ତାଙ୍କୁ ଟଙ୍କା ଦେଇ ଦେବି।

ସୁଜିତ ବାବୁ ସାଙ୍ଗେ ସାଙ୍ଗ ଘରର ପୁରୋହିତ ଆଉ ପାଖାପାଖି ନିଜ ଲୋକଙ୍କୁ ଫୋନ୍ କରି ଡାକିଲେ।

ଏ କଥା ଶୁଣି ଲୀନା ବୁଝି ପାରିଲେ ନାହିଁ ଯେ ସେ ଖୁସି ହେବେ ନା ଆଶ୍ଚର୍ଯ୍ୟ ହେବେ। କାରଣ କିଛି ସମୟ ଆଗରୁ ତ ଅମନ ନିଜେ ଏ ବିବାହ ପାଇଁ ମନା କରିଥିଲେ। ଏମିତି କଣ ହେଲା ନିଜେ ପୁଣି ହଁ କହିଲେ। କାଳେ ଏ ବିବାହ ପାଇଁ ତାଙ୍କୁ ତାଙ୍କ ଘର ଲୋକ ବାଧ୍ୟ କରି ନାହାଁନ୍ତି ତ?

ସୁମନ ଦେବୀ ଲୀନାଙ୍କ ମାଆ ଗୋଟିଏ ନୂଆ ଶାଢୀ ଆଉ କିଛି ଗହଣା ଆଣି ଲୀନାଙ୍କୁ ଦେଲେ ପିନ୍ଧି ବାହାରିବା ପାଇଁ।

ଲୀନାଙ୍କ ମନରେ ବହୁତ ପ୍ରଶ୍ନ। ଭାବୁ ଥାନ୍ତି କେମିତି ସେ ସମସ୍ତଙ୍କ ସାମ୍ନାରେ ଏ ପ୍ରଶ୍ନ ଅମନଙ୍କୁ ପଚାରିବେ।


କ୍ରମଶଃ


Rate this content
Log in

Similar oriya story from Drama