Ambuja Mohanty

Tragedy Inspirational

3  

Ambuja Mohanty

Tragedy Inspirational

ସମ୍ପର୍କ

ସମ୍ପର୍କ

6 mins
175


ସେଦିନ ରେଳ ଯାତ୍ରାରେ ଟିକିଏ ଆଖି ଲାଗି ଯାଇଥିଲା ହୃଦାନନ୍ଦ ବାବୁଙ୍କର । ହେଲେ ଗୋଟିଏ ମଧୁର ସୁଲଳିତ କଣ୍ଠ ସ୍ଵରରେ ନିଦ କେଜାଣି ଭାଙ୍ଗିଗଲା.. କେହି ଜଣେ ଗାଉଥିଲା ଗୋଟିଏ ଗୀତ ...ରାଜା ଝିଅ ସଙ୍ଗେ ହୋଇଥିଲା ଭାବ... ଭୁବନେଶ୍ୱରର ହାଟରେ...

ଆହା କି ମଧୁର ସେ ସ୍ୱର ସତରେ । ଚାହିଁ ମଧ୍ୟ ଅନେକ ସମୟ ଯାଏଁ ଶୋଇ ପାରିଲେ ନାହିଁ ସେ, ଆଉ ତାଙ୍କ ପାଦ ଆପେ ଆପେ ଟାଣି ହେଇଗଲା ସେହି ଆଡ଼କୁ । ହଁ ଟ୍ରେନର ସେହି ବଗିର ବାଥରୁମ୍ ପାଖରେ ବସି ପିଲାଟି ଗୀତ ଗାଉଥିଲା । ପାଖରେ ଗୋଟିଏ କାର୍ଡ ବୋର୍ଡରେ ଲେଖା ହେଇଛି ମୁଁ ଅନ୍ଧ... ଦୟାକରି କିଛି ଯଦି ଦେବେ ଉପକୃତ ହେବି । ପଇସା ଦେବା ପାଇଁ ଆପଣ ବାଧ୍ୟ ନୁହେଁ କିଛି ଖାଇବା ଦେଲେ ମଧ୍ୟ ଚଳିବ । ଆପଣକଂ ମନୋରଞ୍ଜନ ପାଇଁ ମୁଁ ଅବିରତ ସଙ୍ଗୀତ ଗାନ କରୁଥିବି । ଦଶ ବାର ବର୍ଷର ପିଲାଟି । ପିନ୍ଧିଚି ମଳିଆ ପ୍ୟାଣ୍ଟ୍ ସାର୍ଟ ଖଣ୍ଡେ । ଆଉ ଗୀତ ଗାଇ ଚାଲିଛି ମୁହଁରେ ଲାଖି ରହିଛି ମଧୁର ହସ । ଅନ୍ଧ ହେବାର ଦୁଃଖ ନାହିଁ କିମ୍ବା କାହା ଉପରେ ଅଭିମାନ ନାହିଁ ଅପେକ୍ଷା କରି ନାହିଁ ସେ କାହାକୁ । ପାଖରେ ଗୋଟିଏ କମ୍ବଳ । ଅନେକ ଜାଗାରେ ଫୁଟି ଗଲାଣି ତାହା ପୁଣି । ଗୀତ ସରିଲା ବେଳକୁ ହାତ ବୁଲାଇଲା ସେ ସାମ୍ନାରେ ଥିବା ଥାଳିରେ । କିଛି ଖାଦ୍ୟ ନଥିଲା କିନ୍ତୁ ଥିଲା କିଛି ପଇସା । ମୁହଁରେ ହସ ଖେଳିଗଲା ପିଲାଟିର । ଏବେ ଚାହା ବିସ୍କୁଟ ଡାକି ଯାଉଥିବା ସେହି ଚାହା ବଲାକୁ ଡାକିଲା ସେହି ପିଲା । ସେ ଆସିଲା ଆଉ ତା ହାତକୁ ବଢ଼େଇଲା ଦଶ ଟଙ୍କାଟିଏ ଓ କହିଲା ମଉସା ଚାହା କପେ ଆଉ ବିସ୍କୁଟ ଦିଟା ଦିଅ । ସେହି ଲୋକଟି ହସି ହସି କହିଲା ଆରେ ପାଗେଲା ମୋ କଣ୍ଠ କେମିତି ଜାଣୁଛୁ ??, ହଉ ନେ ତୋ ଚା ଆଉ ବିସ୍କୁଟ । ପିଲାଟି ହାତରେ ଧରେଇଦେଲା ସେ ଆଉ କହିଲା ଖା ତାପରେ ମୁଁ ଯିବି । ପିଲାଟି ସେହି କାଗଜ ପ୍ଲେଟରେ ହାତ ବୁଲେଇ କହିଲା ପୁଣି ଗୋଟିଏ ପ୍ୟାକ ଅଧିକ ଦେଇଛ ନା । ଓଃ ତମେ ବିକ୍ରି କରିବ ନା ଭିକାରୀ ହୋଇଯିବ । 

ସେହି ଚା ବାଲା କହିଲା ତୁ ପାଗଳଟା । ଶୀଘ୍ର ଖାଇଦେ । 

ଏହି ସବୁ ଦୃଶ୍ୟ ଦେଖୁଥିଲେ ହୃଦାନନ୍ଦ ବାବୁ, କେଜାଣି କାହିଁ ତାଙ୍କ ନିସଙ୍ଗତା ତାଙ୍କୁ ବାଧ୍ୟ କରିଲା ସେହି ପିଲାଟି ସହ ଦୁଇପଦ କଥା ହେବାକୁ । ତେଣୁ ସେ ଅପେକ୍ଷା କରି ରହିଲେ

ଚାହା ବାଲା ଚାଲିଗଲାଣି ଏବେ ପିଲାଟି ପୁଣି ଗୀତ ଗାଇବାରେ ବ୍ୟସ୍ତ ତାହା ପୁଣି ନଦୀର ନାମ ଅଳସ କନ୍ୟା ...

ଏବେ ହୃଦାନନ୍ଦ ତା ପାଖରେ ଯାଇ ବସିଲେ ଟିକିଏ ଟେକି ହେଇ କହିଲେ ବାବୁ...ଖୁବ୍ ସୁନ୍ଦର୍ ଗୀତ ଗାଉଛ ତମେ.. ଏତେ ସୁନ୍ଦର ସୁଲଳିତ କଣ୍ଠ ସତରେ ଯେପରି କୋକିଳ । 

ଧନ୍ୟବାଦ ସାର୍ ପିଲାଟି କହିଲା...

ତୁମ ଗୀତ ଆଉ ସ୍ୱର ଏତେ ସୁନ୍ଦର୍ ଯେ ତାହା ଆଗରେ ପଇସା ଖାଇବା ସବୁ କମ୍ । । 

ସାର୍ ଆପଣଙ୍କ ଏହି କଥା ପଦେ ମୋ ପାଇଁ ଖୁବ୍ ବଡ଼ । 

ତେବେ ତୁମର ଜୀବନରେ ଲକ୍ଷ୍ୟ କିଛି ଥିବ ନିଶ୍ଚିତ??

ହଁ ସାର୍ ମୋ ଲକ୍ଷ୍ୟ ହେଲା ମୁଁ ଜୀବନରେ ଜଣେ ବଡ଼ ସଙ୍ଗୀତଜ୍ଞ ହେବି ମାନେ ସିଙ୍ଗର..

ଆଛା ତେବେ ମୋ ସହ ମୋ ଘରକୁ ଯିବ ସେଥି ରହିବ,ମୋ ସହ ପଢ଼ିବ, ଖେଳିବ, ଆଉ ଗୀତ ଶିଖିବ..

ଆରେ ବାଃ ଏହା ଖୁବ୍ ଚମତ୍କାର..ହେଲେ ଆପଣ ମତେ ନେଇ ଭିକ ମଗେଇବେ ନାହିଁ ତ?? ଯଦି ଏହା ଆପଣଙ୍କ ପ୍ଲାନ୍ ଥିବ ତେବେ ମୁଁ ନିଜର ସୁରକ୍ଷା ଜାଣେ । 

ଆରେ ନା ନା ମୁଁ ଜଣେ ଅବସର ପ୍ରାପ୍ତ ବ୍ୟକ୍ତି.. ମୋର ଗୋଟିଏ ଝିଅ ବିବାହ କରି ଚାଲିଗଲାଣି । ମୁଁ ଏକା ରୁହେ । ମୋ ସ୍ତ୍ରୀ ଖୁବ୍ ପୂର୍ବରୁ ପରଲୋକ ଗମନ କରିଛନ୍ତି । ତେଣୁ ମୁଁ ଏକା । ମୋ ନାମ ହୃଦାନନ୍ଦ ମିଶ୍ର । ତୁମ ନାମ??

ମୋର କିଛି ନାମ ନାହିଁ.. ଯିଏ ଯାହା ଇଛା ତାହା ଡାକନ୍ତି । 

ହଉ ତେବେ ୟା ପର ଷ୍ଟେସନରେ ଆମେ ଓହ୍ଲେଇ ଯିବା । କେଜାଣି ଗୋଟିଏ ଅଜଣା ଭୟ ଆଉ ଆତଙ୍କ ମୁହଁରେ ଥାଇ ମଧ୍ୟ ଗୋଟିଏ ସୁନ୍ଦର ଭବିଷ୍ୟତ ସ୍ୱପ୍ନରେ ସେ ହଁ ଭରିଲା । ଷ୍ଟେସନ ପାଖେଇ ଆସିଲା ସେ ଦୁହେଁ ଓହ୍ଲାଇ ଗଲେ । 


ହୃଦାନନ୍ଦ ମିଶ୍ର ତାଙ୍କୁ ସାଙ୍ଗରେ ଆଣିଲେ । ସୁନ୍ଦର୍ ଗୃହଟିଏ । ପିଲାଟି ପାଇଁ ସେ ବଜାର ଯାଇଁ ଆଣି ଆସିଲେ ପୋଷାକ ପତ୍ର ଆଦି । ତାକୁ ରହିବାକୁ ସୁନ୍ଦର୍ ରୁମଟିଏ ଦେଲେ । ତାର ନାମ କରଣ କରିଲେ ଗଣେଶ... ଗଣେଶ ମିଶ୍ର..

ତାର ସବୁ ବ୍ୟବସ୍ଥା କରିଦେଲେ ସେ ଖୁବ୍ ଆନନ୍ଦିତ ହୋଇ । ଅନ୍ଧମାନଙ୍କ ପଢିବା ପାଇଁ ବିଦ୍ୟାଳୟରେ ତାର ଆଡ଼ମିଶନ ହେଲା । ଗୀତ ଶିକ୍ଷକ ତା ପାଇଁ ଯୋଗାଇ ଦେଲେ । କେଉଁଥିରେ ତାର ଅବହେଳା ନାହିଁ । ତାଙ୍କ ପାଇଁ ଗୋଟିଏ ନୂଆ କାର୍ଯ୍ୟ ଯେପରି ମିଳି ଯାଇଥିଲା । ଝିଅକୁ ମଧ୍ୟ ସବୁ କଥା କହିଲେ ଆଉ ସେ ମଧ୍ୟ ଶୁଣି ଖୁବ୍ ଖୁସି ହେଲା କାରଣ ତାର ବାପା ଆଉ ଏକ ନାହାନ୍ତି କେହି ଅଛି ତାଙ୍କ ସାଙ୍ଗରେ । ସେ ପୁଅକୁ ତାଙ୍କ ଝିଅ ରାକ୍ଷୀ ପୂର୍ଣ୍ଣିମାରେ ଆସି ରାକ୍ଷୀ ମଧ୍ୟ ବାନ୍ଧିଲା । ଗୋଟିଏ ସୁନ୍ଦର୍ ଆଉ ସୁଖଦ ଜୀବନ ଚାଲିଥିଲା । 


ଏହି ଭିତରେ ଦଶ ବର୍ଷ ବିତିଗଲାଣି...ଗଣେଶ ମଧ୍ୟ ନିଜର ଅତୀତ ଭୁଲି ସାରିଲାଣି ଏତେ ସ୍ନେହ ବାପା ଆଉ ଦିଦି ଭାଇଙ୍କ ଠାରୁ ପାଇ । 


ସେଦିନ ସନ୍ଧ୍ୟା... (ଭଉଣୀ) ଫୋନ କରିଲା ଆରେ ଗଣେଶ ଗୋଟିଏ ସୁପର୍ ସିଙ୍ଗର ଶୋ ପାଇଁ ଆବେଦନ କରିବାକୁ ଆସିଛି ତୁ କରୁନୁ । 

ହେଲେ ଦିଦି ମୁଁ କଣ ସିଲେକ୍ଟ ହେବି??

ଆରେ ପାଗଳ... ତୁ ହିଁ ପ୍ରଥମ ହେବୁ । ତୋର ଆବେଦନ ପତ୍ର ମୁଁ ଦେଇଦେଉଛି । 

ହଁ ଭରିଲା ଗଣେଶ । ଆଜି ଅଜଣା ଡର ତା ମନରେ ମାଡ଼ି ବସିଥାଏ । ପାଖକୁ ଆସିଲେ ହୃଦାନନ୍ଦ ବାବୁ ଓ କହିଲେ କଣ ହେଲା ବାବା???

କିଛି ନାହିଁ ବାପା,ଆଜି ଖୁବ୍ ଡର ଲାଗୁଛି । ଦିଦି କଥା ଶୁଣିଲ ତମେ ନା??

ହଁ ତୁ ଆମର ସୁପର ସିଙ୍ଗର ପରା ତତେ କିଏ ହରେଇ ପାରିବ । ତୋ ବାପା ଆଉ ଦିଦି ସାଙ୍ଗରେ ସବୁବେଳେ ଅଛନ୍ତି । 

ଏହା କହି ତାକୁ କୋଳେଇ ନେଲେ ହୃଦାନନ୍ଦ ବାବୁ । 

ପ୍ରସ୍ତୁତି ଚାଲିଲା ଗଣେଶର । ଓଡିଶାରୁ ବାହାରି ପହଞ୍ଚିଲା ସେ ସୁଦୂର ବମ୍ବେ ସହରରେ । ଅଡିସନ୍, ମେଗା ଅଡିସନକୁ ପାରି କରି ସେ ପହଞ୍ଚିଲା ଟପ୍ ଷୋହଳ ଜଣଙ୍କ ଭିତରେ । ସାଙ୍ଗରେ ଥାନ୍ତି ବାପା ଓ ଦିଦି । ତାର କାହାଣୀ ଶୁଣିଲା ପରେ ହୁଏତ ସମସ୍ତଙ୍କ ଚକ୍ଷୁ ଅଶ୍ରୁ ପ୍ଲାବିତ ହେଇ ଯାଇଥିଲା । ଜଣେ ପିଲାର ସଙ୍ଗୀତ ପ୍ରତି ମମତା ଓ ଆକର୍ଷଣ ତଥା ହୃଦାନନ୍ଦ ବାବୁଙ୍କ ଭଳି ହୃଦୟବାନ ବ୍ୟକ୍ତିଙ୍କ ଚର୍ଚ୍ଚା ସାରା ଭାରତ କରୁଥିଲା । ଗଣେଶ କଣ୍ଠରେ ସ୍ଵୟଂ ମାଆ ସରସ୍ଵତୀ ବସିଥିଲେ । ସେ ଯେତେବଳେ ଗୀତ ଗାଇବା ଆରମ୍ଭ କରୁଥିଲା ସେତେବେଳେ ଲାଗୁଥିଲା ସ୍ଵୟଂ ସମୟ ଅଟକି ଯାଇ ଶୁଣୁଛି ତାର ସଙ୍ଗୀତକୁ । ମୁଗ୍ଧ ହୋଇ ଯାଉଥିଲେ ସମସ୍ତେ । ଘରେ ଘରେ ଟେଲିଭିଜନ ଆଉ ସେହି ଚ୍ୟାନେଲର ବିକ୍ରି ବଢ଼ି ଯାଇଥିଲା । ଦୃଷ୍ଟିହୀନ ଏହି ପିଲାଟି କିନ୍ତୁ ସବୁ ଶୁଣି ଖୁସି ହେଉଥିଲେ ମଧ୍ୟ ଦେଖି ଉପଭୋଗ କରି ପାରୁନଥିଲା । ତାର ଏହି ଭାବ ବେଶ୍ ଭଲ ଭାବେ ବୁଝି ପାରୁଥିଲେ ହୃଦାନନ୍ଦ ବାବୁ ଆଉ ଈଶ୍ୱରଙ୍କ ଉଦ୍ଦେଶ୍ୟରେ ହାତ ଉଠେଇ ପ୍ରାର୍ଥନା କରୁଥିଲେ ତା ପାଇଁ ଦୃଷ୍ଟି ଶକ୍ତି ଦେବାକୁ । 


ଶେଷରେ ସେହି ମୁହୂର୍ତ୍ତ ପହଞ୍ଚିଲା ଯେତେବେଳେ ଗ୍ରାଣ୍ଡ ଫାଇନାଲ ରାତି ହେଲା । ଟପ୍ ତିନି ଜଣଙ୍କ ଭିତରେ ଥିଲା ଗଣେଶ । ଆଜି ତାକୁ ଗୀତ ଗାଇବାର ଥିଲା କିଛି ନିଆରା ଢଙ୍ଗରେ ତେଣୁ ନିଜ ଜୀବନର ସେହି ଗୀତ ଯାହା ତାର ଭାଗ୍ୟ ବଦଳେଇ ଦେଇଥିଲା ତାକୁ ଗୋଟିଏ ହିନ୍ଦୀ ଗୀତ ସହିତ ରିମିକ୍ସ କରି ଗାଇଲା ସେ । ରାଜା ଝିଅ ସଙ୍ଗେ ହୋଇଥିଲା ଭାବ...

କରତାଳିରେ ମେଦିନୀ କମ୍ପି ଉଠିଲା ଆଉ ଶେଷରେ ଗଣେଶ କୁ ଦେଶ ବ୍ୟାପୀ ଜନତାଙ୍କ ପ୍ରବଳ ଭଲ ପାଇବା ଭୋଟ ଆକାରରେ ଆସି ବନେଇଦେଲା ସୁପର ସିଙ୍ଗରର ବିଜେତା । ବିଶ୍ୱାସ କରିବା ଅସମ୍ଭବ ଥିଲା ତା ପାଇଁ ଆଉ ସେ ଖୁବ୍ ଉତ୍ଫୁଳିତ ହୋଇ ନିଜର ବିଜୟର ଶ୍ରେୟ ତାର ପିତାଙ୍କୁ ଦେଇଥିଲା । ସମସ୍ତେ ଖୁସି ହୋଇ ପ୍ରସ୍ଥାନ କରିବା ବେଳେ ପାର୍କିଂରୁ ବାହାରିଲା ବେଳେ ଗୋଟିଏ ବ୍ରେକ ଫେଲ୍ ଗାଡ଼ି ଦୃତ ଗତିରେ ମାଡ଼ି ଆସିଲା ହୃଦାନନ୍ଦଙ୍କ ଉପରକୁ ଆଉ ଚିତ୍କାର କରି ଉଠିଲେ ଭଉଣୀ, ବାପା......

ତୁରନ୍ତ ହୃଦାନନ୍ଦଙ୍କୁ ମେଡିକାଲ୍ ନିଆଗଲା ଆଉ ସାଙ୍ଗରେ ଥିଲେ ଦୁଇ ଭାଇ ଭଉଣୀ । ମୁଣ୍ଡରେ ଆଘାତ ଲାଗିଥିବା ହେତୁ ରକ୍ତ ସ୍ରାବ ଆଦୌ ବନ୍ଦ୍ ହେଉନଥିଲା ଆଉ ସେ ଦୁଇ ଭାଇ ଭଉଣୀକୁ ପାଖକୁ ଡାକି କହିଲେ ଆଜି ଯଦି ମୋର କିଛି ହେଇଯାଏ ଦୁଇଜଣ ମିଶିକି ରହିବ । ତୁ ବଡ଼ ଭଉଣୀ ତାକୁ ଦେଖିବୁ । ମୋ ଭଳି ଭାଗ୍ୟବାନ କିଏ ଅଛି ଆଜି ମୋ ପୁଅ ଗର୍ବରେ ମୋର ଛାତି ଉଚ୍ଚ କରିଦେଲା ଆଜି ଯଦି ମରିବି ଶାନ୍ତିରେ ମରିବି । ବାପା ଏମିତି କୁହନି...ମୁଁ ମରିଯିବି ତମ ବିନା ଗଣେଶ କହୁଥାଏ । ଏତିକିବେଳେ ଡାକ୍ତର ଆସିଲେ ଆଉ ଅପରେସନ ପାଇଁ ନେଇଗଲେ ତାଙ୍କୁ । ଅପରେସନ ବେଡରେ ହୃଦାନନ୍ଦ କହିଲେ ସାର୍ ମୁଁ ଜାଣିଛି ମୁଁ ବଞ୍ଚିବି ନାହିଁ ଯଦି ମୁଁ ମରିଯିବି ମୋର ଚକ୍ଷୁ ମୋ ପୁଅକୁ ଦେଇ ତାକୁ ନୂତନ ଜୀବନ ପ୍ରଦାନ କରିବେ । ଡାକ୍ତର ହଁ ଭରିଲେ । 


ଦୁଇ ତିନି ଦିନ ପରେ ଆଜି ଚକ୍ଷୁ ଅପରେସନ ସରିଲା ଗଣେଶର । ଆଜି ତାର ଆଖି ଖୋଲା ଯିବ ଆଉ ତାକୁ ପଚରା ହେଲା ଆପଣ କାହାକୁ ଦେଖିବେ..?? ସର୍ବପ୍ରଥମେ?? ଆପଣଙ୍କ ଟ୍ରଫି?? ଆପଣଙ୍କ ଭଉଣୀ?? କିମ୍ବା ଆପଣଙ୍କ ଫ୍ୟାନ?? ନା ସାର୍ ଯେଉଁ ବ୍ୟକ୍ତି ମତେ ଆଜି ନୂଆ ଜୀବନ ଦେଇଛି ତାଙ୍କ ଦର୍ଶନ ମିଳିଲେ ମୁଁ କୃତ୍ୟ କୃତ୍ୟ ହେବି ସେ ହେଲେ ମୋ ବାପା । ବାପା ହୃଦାନନ୍ଦଙ୍କ ବଡ଼ ଛବି ଗୋଟିଏ ଧରି ଦିଦିକୁ କହିବେ ମୋ ସାମ୍ନାକୁ ଆସିବା ପାଇଁ । ତାହେଲେ ମୋ ଏହି ଚକ୍ଷୁର ମୂଲ୍ୟ ରହିବ । ଠିକ୍ ସେଇୟା ହେଲା । ଗଣେଶ ଆଖି ଖୋଲିଲା ପରେ ଦେଖିଲା ଦିଦି ଆଉ ବାପା ଦୁହେଁ ସାମ୍ନାରେ ଥିଲେ ,ବାପାଙ୍କର ସେହି ଶାନ୍ତ ଚେହେରା ଆଉ ଆପଣେଇ ନେବା ଭଳି ଆଖି ତାକୁ ଆକର୍ଷିତ କରୁଥିଲା । ଦୁହେଁ ଥିଲେ ଠିକ୍ ତା ଆଖି ଆଗରେ..ଜଣେ ହସୁଥିଲା ଆଉ ଜଣେ କାନ୍ଦୁଥିଲା । ଗଣେଶ କହିଲା ଦିଦି ବାପାଙ୍କ ଏହି ଆଖିକୁ ମୋ ଆଖିରେ ଦେଖ । ଆଜିଠାରୁ ତୋର ଏହି ଭାଇ ତୋର ବାପା ଆଉ ତୋର ଭାଇ । ଏତିକବେଳେ ଭିଣେଇ ତାର ସେହି ଟ୍ରଫିକୁ ହାତରେ ଧରି ଆସିଲେ ଆଉ କହିଲେ ଆଉ ସୁପର୍ ସିଙ୍ଗର ୟାକୁ ବି ଟିକିଏ ଦେଖିନିଅ । ୟା ପାଇଁ ପରା ଈଶ୍ୱର ତମକୁ ଆଖି ଦେଇଛନ୍ତି । ସେହି ଝଲମଲ କରୁଥିବା ଟ୍ରଫିକୁ ଦେଖି ଗୋଟିଏ ଅଜଣା ଆଲୋଡନ ଖେଳି ଯାଇଥିଲା । ଏବଂ ବାପାଙ୍କ ଫଟୋ ସହ ସେହି ଟ୍ରଫିକୁ ଧରି ସେ ନିଜର କୃତଜ୍ଞତା ଜ୍ଞାପନ କରୁଥିଲା ତାଙ୍କ ଚରଣରେ । 



Rate this content
Log in

Similar oriya story from Tragedy