STORYMIRROR

Sunanda Mohanty

Abstract Inspirational Others

4  

Sunanda Mohanty

Abstract Inspirational Others

ସମ୍ପର୍କ ର ଡୋରି

ସମ୍ପର୍କ ର ଡୋରି

2 mins
161

  ଗଗନ ଆଉ ମିତା ପିଲାବେଳୁ ଧୂଳି ଘର କରି ଖେଳୁ ଖେଳୁ ଯେବେ ଷୋହଳ ବର୍ଷ ରେ ପଦାର୍ପଣ କଲେ ଆଖିରେ ମିଶିଲା ଆଖି, ମନରେ ମିଶିଲା ମନ ଆଉ ମିଛି ମିଛିକା ବୋହୂ ବୋହୁକା ଖେଳ ସତ କରିବାକୁ ଦୁହେଁ ଯେବେ ନିଷ୍ପତ୍ତି ନେଲେ ସେତେବେଳେ ସମସ୍ତ ପ୍ରତିବନ୍ଧକ କାଟି, ଜାତି ପ୍ରଥା, ପରିବାର, ଉଚ୍ଚନୀଚ୍ଚ ଭେଦଭାବ ଭୁଲି ଦୁହେଁ ଘର ଛାଡି ମନ୍ଦିରରେ ବିବାହ କରି ସ୍ୱାମୀ ସ୍ତ୍ରୀ ହୋଇଗଲେନି ଯେ ଦୁଃଖ ସୁଖର ଚିରସାଥି ହୋଇଗଲେ । ସବୁ ବାଧା ବିଘ୍ନ ଦୁରେଇ, ନିଜଗୋଡ଼ରେ ନିଜେ ଠିଆ ହୋଇ ଗୋଟିଏ ଝିଅ ଆଉ ପୁଅର ପିତା ମାତା ହୋଇ, ସେ ଦୁହିଁଙ୍କୁ ବଡ଼ କରୁ କରୁ ସେଦିନ ଝିଅ ପୁଟୁଲୁ ଓ ପୁଅ ସିପୁନର ପ୍ରଶ୍ନ ତାଙ୍କୁ ଦୋହଲେଇ ଦେଇଥିଲା l

  ଦୁହେଁ ସେମାନଙ୍କ ଅଜା ଆଇ ଆଉ ଜେଜେବାପା ଓ ଜେଜେମାଆଙ୍କ ଖୋଜ ଖବର ରେ ବେତିବ୍ୟସ୍ତ କରିପକାଉଥିଲେ, ଆମ ସ୍କୁଲର ସାଙ୍ଗ ମାନେ ଛୁଟି ହେଲେ ଅଜା ଆଇ ଘରକୁ ଯାଆନ୍ତି, ଆଇ ଅଜାଙ୍କ ସ୍ନେହ ଶ୍ରଦ୍ଧା ପାଆନ୍ତି ତ ଆମ ଅଜା ଆଇ କିଏ ବୋଲି ପ୍ରଶ୍ନ କରୁଥିଲା ପୁଅ ସିପୁନ ଆଉ ଝିଅ ମଧ୍ୟ ତା ସାଙ୍ଗ ମାନେ କିପରି ଜେଜେ ବାପାଙ୍କ ସହ ସ୍କୁଲ ଆସନ୍ତି, ଜେଜେମା ଙ୍କ ହାତ ତିଆରି ଟୀଫିନ ଆଣନ୍ତି, ତଥା ଜେଜେମା କେମିତି ସେମାନଙ୍କୁ ଗପ କୁହନ୍ତି, ସେମାନେ ରାମାୟଣ ମହାଭାରତ ର ସବୁ କାହାଣୀ ଓ ଶ୍ରବଣକୁମାର ତଥା ହରିଶ୍ଚନ୍ଦ୍ର ଙ୍କ କଥା ଜାଣନ୍ତି, ତ ଆମ ଜେଜେମା ଓ ଜେଜେ କାହାନ୍ତି ଉତ୍ତର ଗଗନ ଓ ମିତା ଙ୍କୁ ବାଧ୍ୟ କରିଥିଲା କିଛି କରିବାକୁ ତ ସେମାନେ ଗ୍ରାମ କୁ ଯାଇ ପିତା ମାତା ଙ୍କ ଖୋଜ ଖବର ନେବାରେ ଜାଣିଥିଲେ ସେମାନେ ଏଵେ ଅନାଥଶ୍ରମ ରେ ରହୁଛନ୍ତି, ଲୁହ ଧାର ଧାର ଗଡିପଡୁଥିଲା ସେମାନଙ୍କ ଆଖିରୁ l

  ଅନାଥଶ୍ରମ ଖୋଜି ଉଭୟ ପଟର ପିତା ମାତାଙ୍କୁ ସେଠାରୁ ଆଣି ଘରେ ରଖିଥିଲେ ଗଗନ ଆଉ ମିତା, ବାପା ମାଆ ପୂର୍ବ କଥା ଭାବି ମନସ୍ତାପ କଲାବେଳେ ସେ ସବୁ ଭୁଲି ଯିବାକୁ କୁହନ୍ତି ଗଗନ ଆଉ ମିତା, ସ୍ୱାମୀ ସ୍ତ୍ରୀ ଦୁହେଁ ଉଭୟ ବାପା ମାଆ ଓ ପିଲାଙ୍କ ସହ ପୁରୀ ଯାଇ ମହାପ୍ରସାଦ ସେବନ କରି ଚତୁର୍ଦ୍ଧା ମୂର୍ତ୍ତୀ ଦର୍ଶନ କରି ଓ କରଇ ନିଜକୁ ଦୋଷୀ ମନେ କରୁଥିବା ବେଳେ ବାପା ମାଆ ଦୁଇପଟର ଆର୍ଶୀବାଦ ଢାଳୁଥିଲେ ଗଗନ ମିତାଙ୍କ ସହ ସିପୁନ ଓ ପୁତୁଲ ଖୁବ ଖୁସି l


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Abstract