STORYMIRROR

Sunanda Mohanty

Abstract Action Thriller

3  

Sunanda Mohanty

Abstract Action Thriller

ସମ୍ମୋହନ

ସମ୍ମୋହନ

2 mins
155

କ୍ଷଣିକ ସମ୍ମୋହନ ରେ କେତେ ଯେ ଭୁଲ ଠିକ ହୁଏ ତାର ହିସାବ ନାହିଁ। ସେହି ସମ୍ମୋହର ବଶବର୍ତ୍ତୀ ହୋଇ ଅଳକା ଓ ଆଗ୍ନିକ ଭିତରେ ପ୍ରେମ ହେଇଗଲା। ବିବାହରେ ବହୁ ପ୍ରତିବନ୍ଧକ ଆସିଲା ବେଳକୁ ଅଳକା ଅନ୍ତସତ୍ଵା ଥିଲା। ଦୁଇ କୂଳରୁ ସିକୃତି ନପାଇ ମଧ୍ୟ ଆଗ୍ନିକ ଅଳକାକୁ ଗ୍ରହଣ କରିବା ପୁର୍ବରୁ, ଅଳକା ମାଆ ହୋଇସାରିଥିଲା ଓ ଶିଶୁ ପୁତ୍ରକୁ ଦୁହେଁ ଚାଇଲ୍ଡ ହୋମ ରେ ଛାଡ଼ିସାରିଥିଲେ।ସମୟଚକ୍ରରେ ସବୁକଥା ଗଡିଯାଏ ଆଗକୁ ଆଗକୁ କିଛିଦିନ ବିତି ଯିବା ପରେ ଦୁଇ ପଟର ବାପା ମାଆ ସମ୍ମୋହନରେ ଆପଣେଇ ନେଲେ ପୁଅ ବୋହୁ ଓ ଝିଅ ଜୋଇଁ ଙ୍କୁ ଆଉ ବଂଶ ରକ୍ଷା କରିବା ସମ୍ମୋହନ ରେ ଯେତେ ଦିଅଁ ଦେବତା କଲେ ମଧ୍ୟ ଅଳକା ମାଆ ହୋଇପାରିଲା ନାହିଁ। ଶେଷକୁ ନିଜ ପୁଅର ସନ୍ଧାରେ ଚାଇଲ୍ଡ ହୋମ ରେ ପହଞ୍ଚି ପୁଅକୁ ଫେରିପାଇବାକୁ ଯିବା ବେଳକୁ ନେଡି ଗୁଡ କହୁଣି କୁ ବୋହି ସାରିଥିଲା। ପୁଅକୁ ଅନ୍ୟ କେହି ବାପା ମାଆ ନେଇସାରିଥିଲେ, ଆଉ ସେମାନଙ୍କ ପରିଚୟ ବା ତଥ୍ୟ ମିଳିବା ସହଜ ନଥିଲା। ଯେତେ ନେହୁରା ହେଲେ ବି ଚାଇଲ୍ଡ ହୋମ ର କର୍ତ୍ତୃପକ୍ଷ ଗୋପନୀୟତା ବଜାୟ ରଖିଲେ।

ଆଗ୍ନିକର ବଦଳୀ ହୋଇଗଲା। ସବୁକିଛି ଭୂଲି କର୍ତ୍ତବ୍ୟ କର୍ମ ସମ୍ମୋହନ ଭିତରେ ନିଜକୁ ହଜାଇ ଦେବା ବେଳେ, ସେଦିନ ପଡୋଶୀ ସହକର୍ମୀଙ୍କ ପୁଅର ବଲ ଗଡି ଆସିଥିଲା ଆଗ୍ନିକ ବସିଥିବା ଲନ ର ଚେୟାର ଯାଏଁ, ତ ବଲ ଉଠେଇ ପିଲାଟିକୁ ଦେବାକୁ ଯାଇ ଆଗ୍ନିକ ଚମକି ପଡ଼ିଥିଲା, କାରଣ ପିଲାଟିର ମୁହଁ ଅଗ୍ନିକ ଭଳି ଦେଖାଯାଉଥିଲା।

ତା ପରଠୁ ପଡୋଶୀଙ୍କ ସହିତ ଘନିଷ୍ଠତା ଜମିଗଲା କେବଳ ଗୁଗଲ ପାଇଁ, ହେଲେ ସାହସ କରି କେବେ ଅଳକା କି ଆଗ୍ନିକ କିଛି ପଚାରି ପାରନ୍ତି ନାହିଁ ଗୁଗଲର ଜନ୍ମ ବୃତ୍ତାନ୍ତ ବିଷୟରେ। ସେଦିନ ଗୁଗଲର ଜନ୍ମ ଦିନ ଥାଏ, ସମସ୍ତଙ୍କ ସହ ଅଳକା ଓ ଆଗ୍ନିକ ମଧ୍ୟ ଢେର ସାରା ଉପହାର ନେଇ ଯାଇଥାନ୍ତି ଗୁଗଲ ପାଇଁ।

କେକ କାଟିବା ସମୟରେ ପଡ଼ୋଶୀ ସହକର୍ମୀ ଶୁଶାନ୍ତ ବାବୁ ଅଳକା ଓ ଆଗ୍ନିକ କୁ ଡାକି ଗୁଗଲ ପାଇଁ କେକ କାଟିବାକୁ କହିଲା ବେଳେ ସମସ୍ତଙ୍କ ସହ ଅଳକା ଓ ଆଗ୍ନିକମଧ୍ୟ ଆଶ୍ଚର୍ଯ୍ୟ ହେଲେ ଓ ପିତା ମାତା କାଟିବା ଉଚିତ ବୋଲି କହିଲା ବେଳେ ଶୁଶାନ୍ତ ବାବୁ କହିଥିଲେ ହଁ ତ ସେଇଥିପାଇଁ କହୁଛି ଆପଣ ଦୁହେଁ ଗୁଗଲର ପିତା ମାତା ହିସାବରେ କେକ କାଟନ୍ତୁ ପ୍ରଥମେ, ଏହା କହି ତିନିଗୋଟି ସରକାରୀ ଚିଠି ବଢ଼ାଇଥିଲେ ଶୁଶାନ୍ତ ବାବୁ ଆଗ୍ନିକ ବାବୁ ଆମ୍ମୋହନରେ ପଢ଼ିଚାଲିଥିଲେ ଚିଠି ତିନୋଟି।ପ୍ରଥମ ଟି ଗୁଗଲ ର ଜନ୍ମ ପ୍ରମାଣ ପତ୍ର, ଯେଉଁଟା ଚାଇଲ୍ଡ ହୋମ ରୁ ମିଳିଥିଲା ଶୁଶାନ୍ତ ବାବୁଙ୍କୁ, ଯେଉଁଥିରେ ତାର ପ୍ରକୃତ ପିତାମାତାଙ୍କ ନାମ ଉଲ୍ଲେଖ କରାଯାଇଥିଲା। ଦ୍ୱିତୀୟ ଟି ଗୁଗୁଲକୁ ଅଳକା ଓ ଆଗ୍ନିକ ଙ୍କୁ, ତାଙ୍କ ପୁତ୍ରକୁ ହସ୍ତାନ୍ତର ଦଲିଲ। ଆଉ ତୃତୀୟ ଟି ଶୁଶାନ୍ତ ବାବୁଙ୍କ ବଦଳି ଚିଠିଥିଲା। ଭୋ ଭୋ ହୋଇ କାନ୍ଦୁଥିଲେ ଦୁଇ ପରିବାର। ଗୁଗଲ ତାର ଦୁଇ ବାପା ଦୁଇ ମାଆ ପାଇ ସମ୍ମୋହନରେ ଜନ୍ମଦିନ କେକ କାଟୁଥିଲା।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Abstract