STORYMIRROR

Disambar Meher

Thriller

2  

Disambar Meher

Thriller

ସମିଆଁର୍ ଧାରେ ମୁନୁସ୍

ସମିଆଁର୍ ଧାରେ ମୁନୁସ୍

2 mins
567

ଝୋ ଝୋ ପାଏନ୍ ରୁକେଇ ଦେଉଛେ ।ଗାଗ୍ରେ ଅଂଘା ଖଣେ ନେଇନା ,ପାଏନ୍ ନେ ଭିସି ଦିହି ତାର୍ ଥୁର୍ ଥୁରି ଜଉଜେ ।ମୁଡର୍ ବାଲ୍ ଗର୍ରା ବାଗିର୍ ଛେତକା ଛେତକା ।ପେଏଁଟ୍ ଖଣେକ୍ ପିନ୍ଧିଛେ ଜେ ମୁଏଲ୍ କଟ୍ କଟି ଜାଉଛେ । ମକେ ମୁଁହୁ ଚିହ୍ନା ଚିହ୍ନା ଲାଗ୍ଲା ।ଚେହେରା ନୁ ଜାନି ଦେଉଥାଏ ୩-୪ ଦିନର୍ ଭୁକେ ଅଛେ ବାଗିର୍ ହେନକେ ବୁଢ଼ା ଗୁଟେ ମକା ଜହ୍ନା ପୁଡେଇକରି ବିକୁଥାଏ ।ସେ ବୁଢ଼ା ମୁଁହୁ କେ ଦେଖୁଥାଏ ଭାଏଲ୍ ମେକା ଗୁଟେକ୍ ଦେଲେ ଖାଏମି । ଲେକିନ୍ ବୁଢ଼ା ଗୁଏଲ୍ ଦେଉଥାଏ -ବହରା ପାଗଲ୍ କାହିଁ ଥିଲା ଜେ ଆଇ କରି ଇନ ବସ୍ଲା । ମେକା ଜହ୍ନା ଛୁଲ୍କା କେ ତାର୍ ଦିହିନେ ଫିକିକରି ଭାଗ୍ ବଲି ଖେଦଲା ।ଫେର୍ ଭି ସେ ହେନୁ ନି ଉସକଲା ।ଅଫିସର୍ ବାବୁ ଗୁଟେ ଆସ୍ଲେ ହେନକେ ଆର୍ ମେକା ଜହ୍ନା ଗୁଟେ ମାଗ୍ଲେ ଖେଇ ଖେଇ କରି ଦୁକାନ୍ ବାଲା ବୁଢ଼ା କେ କହେଲେ ଇ ବହରା ପାଗଲ୍ ମାନକେ ଦୁକାନ ସାମ୍ନାରେ କେନ୍ତା ରକ୍ସ ହୋ ବୋବା । ମେକା ଖୁବ୍ ପୁଡି ଜାଇଛେ ବୋଲି ବାଇନି ଦେଲେ ବାବୁ ଅଧା ଖାଇଲେ ଆର୍ ରୁଡେ ଫିକିଦେଲେ ।ରଘୁ ସେ ମେକା କେ ବେଟି ଆନ୍ଲା ଆର୍ ମସ୍ ମସ୍ ଖାଏଲା ।ଭୁକେ ଜେନ୍ତା ରଟକି ଦେଲା ଜେ ମୁଇଁ ଆଏଁଖ୍ ମିଟକା ମାରତେ ମାରତେ ସରେଇ ଦେଲା । ଇସ୍କୁଲ୍ ଛୁଆ ମାନେ ହେନ ଥିଲେ ରଘୁକେ ଖିଜୋଉ ଥିଲେ କାଗଜ୍ ମାନ୍କେ ତାର୍ ଦିହିନେ ଫିକିଦେଲେ ରଘୁ ଗିସ୍ମିନେ ହେଇ ଉଠି ପର୍ଲା ଆର୍ ତାକର୍ ପାସ୍କେ ଧେଇଁ ଗଲା ବାଗିର୍ କଲାକେ ଛୁଆ ଗୁଟେ ଢେଗାନ ଲବଡେଇ ଦେଲା ଜେ ରଘୁର୍ ଗୁଡେ ବାଜ୍ଲା ।ରକତ୍ ବୁହି ଗଲା ମୋର୍ ଆଏଁଖ୍ ନୁ ଭି ପାଏନ୍ ନିଥ୍ରି ଗଲା ।ରଘୁ ଆଉ ଚାଲି ନାଇଁ ପାର୍ଲା ହେନ ବସି ପଡିଲା ମୁଇଁ ପାସ୍କେ ଗନି ଆର୍ ରକତ୍ ବାହାରୁ ଥିବାର୍ ଠାନେ ମୋର୍ ଉରମାଲ୍ କେ ଚିରି କରି ଓଷୋ ଦୁକାନ୍ ନୁ ଓଷୋ ଖଣେ ଘିନି କରି ବାନ୍ଧି ଦେନି ।ବୁଢ଼ା ପାସୁନ୍ ଜହ୍ନା ଗୁଟେ ଘିନି ଦେନି ।ଆଏଜ୍ କେ ସାତ୍ ବଛର୍ ଆଘେ ରଘୁ କେତେ କାମ୍ କରୁଥିବାର୍ ମୁଇଁ ଦୁଇ ଆଖିରେ ଦେଖିଛେ ବୁଦ୍ଧି ଖଣେ କମ୍ ଥିଲା ମାତର୍ ଗାଏ ଗରୁ ବାଗିର୍ ଖଟେ ଆଏଜ୍ ବହରା ପାଗଲ୍ ବାଗିର୍ ବୁଲୁଛେ । ମୁଁଇଁ ଭାବ୍ନି ଇ ମାନେ ଭି ତ ମୁନୁସ୍ ଅନ, ଜିଇଁବାର୍ ଅଧିକାର୍ ତ ଅଛେ । କାଏଁ ଜେ ଲୋକ୍ ଇ ମାନକେ ଛି ଛା କରସନ୍ ?


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Thriller