ସ୍ମାର୍ଟ
ସ୍ମାର୍ଟ
ସାମନ୍ତବାବୁ ସ୍ମାର୍ଟ ଲୁକ୍ ନିକୁକୁ ସ୍କୁଲ ଛାଡିବାକୁ ଯାଉଥିଲେ ।ଫେରିଲା ବେଳେ ବ୍ଯାଙ୍କଜମା ଖାତାରୁ ପଇସା ଉଠେଇ ଫେରିବେ ଭାବୁଥିଲେ ।ସରକାରୀ ବଖୁରିଆ କ୍ୱାର୍ଟର୍ସ ଘର ତାଙ୍କର ।କ୍ଷେତ୍ରଫଳକୁ ସ୍ୱପ୍ନ ବହକେ ।ଥାନ ଉଣା ପଡେ ।
ବାଟରେ .....
_କିରେ ! ବାରି ପଟେ ମାଟିଖପରା ଖୋଳା ହେଇଛି ।ନେଇକି ଗଦେଇଦବୁ ତ କୁଆଡେ,ପଛ ବଖରାଟା ରିମଡେଲିଂ କରୁଛି ତ ପୁଅର ଷ୍ଟଡି ପାଇଁ ।କାମ ସାରିକି ଆ....ସେ ହାତ ଲଗା ଟିକେ ଏପଟେ ।
ବାସ୍ ଖାଲି ଗାମୁଛାଟେ ପିନ୍ଧିଥିବା ଖୋଲା ଦେହର ଟ୍ରଲି ଭିଡୁଥିବା ମଣିଷଟିକୁ ଚାହିଁ କହିଲେ ସାମନ୍ତବାବୁ ।
ଖାଲି ପାଦ ସାରା ତାର ଫାଟ, ପାଣିଖିଆ ଆଉ ମାଛଆଖିଆମାନଙ୍କର ଭିଡ ।
" ହଁ ବାବୁ ଆସୁଛି..... ଏଇ ଟିକେ ଇସ୍କୁଲୁ ଦେଖିବ କହିଲା ତ ..... ବୁଲେଇ ଆଣୁଛି ",କହି ପେଡାଲ ଗଡୁଥିଲା ।
ପଛରେ ବସି ସ୍ୱପ୍ନ ବୁଣୁଥିଲା ସେଇ ନିକୁ ସାଙ୍ଗର ବିଲୁଟା ।ନିକୁର ପୁରୁଣା ସ୍କୁଲ ଜାମା ଜୋତା ପିନ୍ଧି ସିଏ ବି ସ୍ମାର୍ଟ ଲାଗୁଥିଲା ।
ଆଲୁରା ବାଲୁରା ମଗ୍ନ ସ୍ୱପ୍ନର ଧାରାଟି ହସୁଥିଲା ପୁଙ୍ଗୁଳା ।ପାଖରେ ପୁରୁଣା ଟାୟାର ଚକଟେ ଖଡା ଡାଙ୍ଗ ଖଣ୍ଡେ ସହ ମିତ ବସିଥିଲା ।
