The Stamp Paper Scam, Real Story by Jayant Tinaikar, on Telgi's takedown & unveiling the scam of ₹30,000 Cr. READ NOW
The Stamp Paper Scam, Real Story by Jayant Tinaikar, on Telgi's takedown & unveiling the scam of ₹30,000 Cr. READ NOW

Panchanan Jena

Tragedy

4.5  

Panchanan Jena

Tragedy

ସମାଜବାଦର ଆର୍ତ୍ତନାଦ

ସମାଜବାଦର ଆର୍ତ୍ତନାଦ

8 mins
59



     ବାହାରେ ମୌସୁମୀ ବର୍ଷର ଧମା ଧମ୍ ତାଣ୍ଡବ ଚାଲିଥିଲେ ବି , ବିଜୁଳି ଘଡ଼ଘଡିର ବଜ୍ର ଗମ୍ଭିର ରଡିରେ ଗଗନ ପବନ ଥରୁଥିଲେ ବି, ବାଲେଶ୍ଵର ରେଳ ଷ୍ଟେସନର ବାହାରେ ଆଜି ବହୁତ ଗହଳି ଚହଳି । କରେ।ନାର କରାଳ ଜିହ୍ବାର ସର୍ବଗ୍ରାସୀ ରୂପ ତ ହାଟ ବଜାରରେ ମଣିଷ ମାନଙ୍କ ଆଚାର ବ୍ୟବହାରରେ କିମ୍ଵା ଆମିଷ କିଣିବାର ଡହଳ ବିକଳ କଳି ତକରାଳ ମୂଲ ତ୍ଵଲ ସମୟରେ ଦେଖି ଅନୁମାନ କରିବା ବଡ଼ ବଡ଼ ସମାଜଣାସ୍ତବିତ୍ ମାନଙ୍କୁ ନିଶ୍ଚିତ କିମ୍ଭୁତ କମ୍ଭାକାର ଚକ୍ରବ୍ୟୁହର ଛନ୍ଦ କପଟରେ ପକେଇବ ହିଁ ଧସେଇବ । କିନ୍ତୁ ଟେଲିଭିଜନ ପରଦାରେ ଘଣ୍ଟାକୁ ଘଣ୍ଟା ପଞ୍ଚାବନ ନିୟୁଜ ଚ୍ୟାନେଲରେ ଅଠାନବେ ଥର ପ୍ରସାରିତ କରେ।ନା ଗ୍ରାସିତ ପଜିଟିଭ ଆକ୍ରାନ୍ତଙ୍କ ଲମ୍ବା ଫର୍ଦ୍ଦ ଦେଖି ଶୁଣି ଡର ଭୟର ଏକ ଶୀତଳ ଆସ୍ତରଣ ମନ ମଗଜକୁ ଆବୋରି ରଖୁଛି , ଖତେଇ ଡରେଇ ଧମକେଇ ରଖିଲା ଭଳିଆ ମଣିଷ ସମାଜକୁ ଲାଗୁଛି । ଲକ୍ ଡାଉନର ପୁନଃ ପ୍ରତ୍ୟାଗମନ ହୋଇପାରେ କି ? 

ମାତ୍ର ରେଳ ଷ୍ଟେସନର ସମ୍ମୁଖ ଭାଗରେ ଅରଗିନତ ବସ୍ ପଛକୁ ପଛ ଧାଡି ବାନ୍ଧି ଛିଡା ହୋଇଛନ୍ତି ସ୍ଵାଧୀନତା ଦିବସ ଦିନ ସମର ଶିକ୍ଷାର୍ଥୀ ବାହିନୀର ଛାତ୍ର ପରି । ଖାଲି ସେତିକି ନୁହଁ । ପଛକୁ ପଛ ଅସଂଖ୍ୟ କାର- ବୋଲେରୁର ବି ପସରା। ଦଳଦଳ ଡାକ୍ତର, ନର୍ସ, ପ୍ରଶାସକ , ପୋଲସ ଇତ୍ୟାଦି କରେ।ନା ଯୋଦ୍ଧା ଦଳ ସବଳ । ସମସ୍ତେ ସଜବାଜ ତତ୍ପର ଜଣା ପଡ଼ୁଛନ୍ତି ତାଙ୍କ ପଇଁତରା ଓ ରଂଗ ଢଙ୍ଗରୁ । 

ବାଲେଶ୍ଵର ଜିଲ୍ଲାର ଦୁଇ ଜଣ ସବୁଠୁଁ ବଡ଼ ଅଧିକ।ରୀ , ସ୍ଵୟଂ ଜିଲ୍ଲାଧୂଶ କଲେକ୍ଟର ଶ୍ରୀଯୁକ୍ତ କେ. ମଣିକଣ୍ଡନ ମହାଭାଗ ଓ ପୋଲିସ ଡିଆଇଜି ଶ୍ରୀଯୁକ୍ ରମାବଲ୍ଲଭ ପାଣିଗ୍ରାହୀ ମହାଶମ୍ଭ ମଧ୍ଯ ଛିଡ଼ା ହୋଇ ପୂରା ସ୍ଥିତିକୁ ନିଜ ନିୟନ୍ତ୍ରଣରେ ରଖିଛନ୍ତି । ବେଳେ ବେଳେ ହାତ ଘଣ୍ଟା ଉପରେ ଶ୍ଵେନ ଦୃଷ୍ଟି ପକେଇ ପୂରା ବ୍ୟାଟାଲିୟନ ଉପରେ କଡ଼ା ନିଜର ବୁଲେଇ ପୁରେଇ ଆଣୁଛନ୍ତି ଏବଂ ରୋମାଲରେ କପାଳ ପ୍ରଦେଶରୁ ଘିମିରି ଭଳିଆ ଫୁଟି ଆସୁଥିବା ବୁନ୍ଦା ବୁନ୍ଦା ଝାଳକୁ ପୋଛି ପକଉଥାନ୍ତି । ଦୁଇଟି ବଡ଼ ବଡ଼ ଟେଣ୍ଟ ବନ୍ଧା ଯାଇଛି ଷ୍ଟେସନ ଆଗ ଖାଲି ଯାଗାରେ "ଚକାଡୋଳା" ସାଇକେଲ ଗ୍ୟାରେଜ ଆଗକୁ ଲାଗିକରି ଲାଖି କରି ।

କିଛି ବୁଝି ହେଉନି କି ବୁଝା ପଡୁନି । କରୋନା ମହାମାରୀ କାଳରେ ତ କୌଣସି ରାଜନୈତିକ ବ୍ୟକ୍ତିଙ୍କ ଆବିର୍ଭାବକୁ ନିଆଯିବା ଅସମିଚିନ ଲାଗୁଛି କାରଣ ଭାର୍ରଚୁଆଲ ରାଲି- ଗୋଗୁଲ ମିଟ ଓ ଭିଡ଼ିଓ କନଫାରେନସର ଯମାନା । ରାଜ୍ୟସଭା ନିର୍ବାଚନ ରଣାଙ୍ଗନ ପାଇଁ ପ୍ରସ୍ତୁତି ଆଡ଼ମ୍ବର ତ ଏମିତି ହୁଏନା । ଗଲଜ୍ଞାନ ଘାଟିରେ ଚୀନ ସୈନିକ ସହ ଲଢେଇ କରି ବୀର ସହିଦ ସୁବେଦାର ମୟୁରଭଞ୍ଜ ମାଟିର ସୁପୁତ୍ର ସୁରେନ୍ଦ୍ର ସୋରେନଙ୍କ ମର ଶରୀର ଆସି ପହଞ୍ଚିବ କି ? କିଛି ବିନ୍ଦୁ ବିସର୍ଗ ବି ଅନୁମାନ କରିବା କଷ୍ଟକର ଲାଗୁଥାଏ । 

ଥୟ ଥର । ସମୟ ସବୁ ଠିକ୍ କରିଦେବ । ସବୁ ଗୁମର କଥାର ସୂତ୍ର ସମାଧାନ କହି ଦେବ । ମଣିଷ କଳାମୁଣ୍ଡିଆ କେବେ ଚେତିବ ? ହେ କଳା ସାଆନ୍ତ ! ଜ୍ଞାନ ଚକ୍ଷୁ ଫିଟେଇ ଦେ । ବେନି ନେତ୍ର ଫେଡ଼ି ଧୈର୍ଯ୍ୟ ସହକାରେ ବସନ୍ତୁ ଓ ସମୟର ପଟ୍ଟ ପରିବର୍ତ୍ତନ ଦେଖିବାକୁ ସାହସ ଦେ ରେ କାଳିଆ ଦେ !

କିଛି ସମୟ ପରେ ଲମ୍ବା ହ୍ୱିସିଲ୍‌ ବଜେଇ ପ୍ଲାଟଫର୍ମ ଏକରେ ରେଳଗାଡ଼ି ପହଞ୍ଚିଲା ପରି ଲାଗିଲା। ଜଣା ପଡିଲା ଏହି ଶ୍ରମିକ ସ୍ପେଶାଲ ଟ୍ରେନଟି ଅହମଦାବାଦରୁ ୨୩୪୫ ଓଡ଼ିଆ ପ୍ରବାସୀ ଶ୍ରମିକ ମାନଙ୍କୁ ନେଇ ଦୀର୍ଘ୍ୟ ୪୮ ଘଣ୍ଟାର ଲମ୍ବା ଯାତ୍ରା ପରେ ଆସି ବାଲେଶ୍ଵର ମାଟିରେ ପହଞ୍ଚିଛି । ଦେଖାଗଲା ଭାରତର ମଞ୍ଚେଷ୍ଟର ଅହମଦାବାଦର ସୂତାକଳରେ କାମ କରିବାକୁ ବା ସରଳ ଭାଷାରେ ଦାଦନ ଖଟିବାକୁ ଯାଇଥିବା ଓଡ଼ିଆ ଶ୍ରମିକମାନେ ନିଜ ନିଜର ବ୍ୟାଗ- ଗଣ୍ଠିଲି- ପ୍ଲାଷ୍ଟିକ ବୁରା ସ୍ତ୍ରୀ- ପିଲା କବିଲା ସହିତ ଦୟନୀୟ ସ୍ଥିତିରେ ଓହ୍ଲେଇଲେ । କଲେକ୍ଟର ବାବୁଙ୍କ ନିର୍ଦ୍ଦେଶକ୍ରମେ ଜଣେ ଜଣେ ଥର୍ମାଲ ଟେଷ୍ଟ କରେଇ ଦୁଇ ନମ୍ବର ଟେଣ୍ଟ ତଳକୁ ଆଗଉଥିଲେ ଯେଉଁଠାରେ ତାଙ୍କ ଅଭ୍ୟର୍ଥନା ପାଇଁ ଭାତ- ଡାଲମାର ବ୍ୟବସ୍ଥା ହୋଇଥିଲା ।

ପ୍ରବାସୀ ଶ୍ରମିକ ଵଗଦା ଗ୍ରାମର ବାଲିଆପାଳ ବ୍ଳକର ଗଦାଧର (ଗଦା) ରାଉତ ସହିତ ତା'ର ସ୍ତ୍ରୀ ମାଳତୀ (ମାଳି ) ଓ ପାଞ୍ଚବର୍ଷର କୁନି ପୁଅ ଦୀପୁ ଥିଲା । ଦୀପୁ ଦୁଇ ନମ୍ବର ଟେଣ୍ଟ ତଳେ ବସି ଭାତ - ଡାଲମା ଖାଉଥିଲା ମୁଁହରେ ବନ୍ଧ। ମାସ୍କକୁ ହୁଗୁଳା କରିଦେଇ। ଦୁଇ ତିନି ଗୁଣ୍ଡା ଭାତ -ଡାଲମା ଭିତରକୁ ଯାଇଛି କି ନାହିଁ ଦୀପୁ ଏପଟ ସେପଟ କୁନି କୁନି ଆଖିରେ ଚାହୁଁଥାଏ । ଦେଖିଲା ରଂଗ ବେରଙ୍ଗ ଟେଣ୍ଟ କନାର ଫାଙ୍କରେ ଦୂର ନିଳିଆ ଆକାଶକୁ , ଅନ୍ୟ ପଟେ ଲୋକ ମାନଙ୍କ ଗହଳି ଚହଳି କରେ।ନା ଯୋଦ୍ଧା ମାନଙ୍କର ମହାକାଶଚାରୀ ଡ୍ରେସ ସବୁ । କିଛି ବୁଝି ନ ପାରି ଡବ ଡବ ଆୟତ ଆଖିରେ ଏପଟ ସେପଟ ଏକଡ଼ ସେକଡ଼ ଚଙ୍ଗ ଚଙ୍ଗ ଚେଙ୍ଗ ମାଛ ପରି ହେଉଥାଏ । ବାଳୁତ ମନ । ଖାଲି ସିଲଟ। ସାଧା କାଗଜ ।

ଦୀପୁର ଚଞ୍ଚଳ ବାଉଳା ନଜର ଏକ ନମ୍ବର ଟେଣ୍ଟ ଦିଗକୁ ବି ପ୍ରସାରି ଗଲା ଲମ୍ବି ଗଲା । ତା ଆଖି ଯୁଆଡ଼େ ଦୀପୁର ମନ ମଗଜ ବି ସେଆଡ଼େ । ହଠାତ ଏକ ଜାଗାରେ କେନ୍ଦ୍ରୀଭୂତ ହୋଇଗଲା । ଭାତ ଗୁଣ୍ଡା ଆଉ ଉପରକୁ ଉଠିଲାନି କି ମୁଁହ ବି ଖୋଲିଲାନି । ହାତ - ପାଟିର କ୍ରୀୟା- ପ୍ରତିକ୍ରିୟାର ଯେଉଁ ଯୁଗଳବଂଦି ଚାଲିଥିଲା -- ସବୁ ଠକାଠକ୍ ବନ୍ଦ । ମାଛି ମାନେ ବି ଆସି ଭଣଭଣ କରି ଆଖରେ ପାଖରେ ଭାତରେ ମୁଁହରେ ବସିଲେ ଭଡିଲେ । ଦୀପୁର ନିଜର ଏ ଦିଗକୁ ନାହିଁ କହିଲେ ଚଳେ ।

କଥା କ'ଣ କି -- ଦୀପୁର ଆଖି ଯେତେବେଳେ ଏକ ନମ୍ବର ଟେଣ୍ଟେରେ ବିରିଆନି- ସ୍ୟାଣ୍ଡଉଇଚ-କଟଲେଟ- ଜୁସ୍ ଇତ୍ୟାଦି ଖାଉଥିବା ଅନାମଧେୟ ଝିଅ ଉପରେ ପଡିଲା ତା'ର ନିଷ୍ପାପ ମନରେ ଭାବାନ୍ତର । ସେ ସବୁ ସୁଆଦିଆ ଖାଦ୍ୟ- ପାନିୟ ଦେଖି ଭାତ-ଡାଲମା ଖାଇବ କ'ଣ ପୂରା ପୁରି ବେସୁଆଦିଆ ପିତା କଷା ଆମ୍ବିଳ ଲାଗିଲା ଦୀପୁ କୁ । ଅବୋଧ ଶିଶୁ ଦୀପୁ । ସେ ବା କାହୁଁ ବୁଝିବ ଏତେ ଗୁମର କଥା । 

ସେ ବାଁ ଦେଖିଲା ନା ଡାହାଣ । ନା ଦେଖିଲା କୋଭିଡ଼ ସଂକ୍ରମଣ । ସେ ତା'ର ବାଁ ହାତ କୁନି ଆଙ୍ଗୁଳିରେ ଆର ଟେଣ୍ଟ ଆଡ଼େ ଖାଉଥିବା ବିରିୟାନୀ -- ଜୁସ୍ - ପ୍ୟାକେଟ ପୁଡ଼ିଆ ଖାଦ୍ୟ ପାନୀୟ ମା' କୁ ଦେଖେଇ ପଚାରି ବସିଲା । 

" ମା' --- ଆମକୁ କ'ଣ ସେ ଗୁଡ଼ା ମିଳିବନି ? କାହିଁକି ମା' ? ଆଣି ଦେ ମା' ---+ ଖାଇବାକୁ ମନ କରୁଛି --- ଆଣି ଦେ ମା' --- ମାଗି ଆଣ ମା' --- ବେଗି ଆଣ ମା' --"

କଥାକୁ ଅଧାରୁ ଛଡେଇ ମାଳୀ ପୁଅକୁ ଆଖି ଦେଖେଇଲା -- ଢ଼ିମା ଢିମା ଆଖି ତରାଟି ଓଠରେ ବିସି ଆଂଗୁଳିର ତୀରଣ ମୂଦ୍ରାରେ ବାରଣ କରୁ କରୁ ପାଟି ଚୁପ୍ କରି ସୁନା ପୁଅ ପରି ପେଟେ ଖାଇଦେବାକୁ କହିଲା ଦୀପୁ କୁ । 

ଲୋକେ ସବୁ ଏ ଆଡ଼କୁ ବଲବଲ କରି ଦେଖୁଛନ୍ତି -- ମା' ପୁଅର ନାଟକ-ତାମସାକୁ ମନ ଭରି ଅପଲକ ତରାସିଆ ନୟନ ବିଷ୍ଫାରିତ ମୁଦ୍ରାରେ ଉପଭୋଗ କରୁଥାନ୍ତି । ମନେ ମନେ ଚୁପ୍ ଚାପ ଚାପା ଗୁଞ୍ଜରଣ ବି ମାଳୀର କାନମୁଣ୍ଡାରେ ହାଲୁକା ହିଲ୍ଳୋଳ ଦେଇ ଫେରି ଯାଉଥାଏ । 

କିନ୍ତୁ ପୁଅ ଦୀପୁ ନଛୋଡବନ୍ଧା । ରାହା ଧରି ଜିଦ୍ ପରେ ଜିଦ୍‌ କରି ଚାଲିଥାଏ ଆଉ କାନ୍ଦି କହୁଥାଏ --" ଆଣି ଦେ ମା' -- ମାଗି ଆଣ ମା'--- ଆଖି ଦୁଇରୁ ଓ ନାକ ପୁଡା ଦୁଇରୁ କିଛି ଅଠାଳିଆ ଜିନିଷ ବାହାରି ମୁଁହ ଅଇଁଠା ପାଟିରେ ସମାହିତ ହେଉଥିଲେ । ଭଣଜଣିଆ ମାଛି କତିପୟ ଆସି ବସି ପଡୁଥାନ୍ତି ସେହି ସନ୍ତସନ୍ତିଆ ସ୍ଥାନରେ । ସମସ୍ତେ ଦେଖଣାହାରୀ ମାଳମାଳ ଦେଖୁଥାନ୍ତି ନାଟକର କାରୁଣିକ ଦୃଶ୍ୟ ।

ପିତ୍ତ ଚଢିଗଲା ମାଳୀର ମନ ମଗଜକୁ । ତତଲା ରକ୍ତ ଧାଇଁ ଦୈଡିଲେ ତାର ଶୀରା ଧମନୀରେ । ସମ୍ଭାଳି ପାରିଲା ନାହିଁ ସେ । ଦୀପୁର ବାଁ ଗାଲରେ ଦି ଚାପୁଡ଼ା କସିଦେଲା ଆଉ ଗାଳି ଦେବା ଆଳରେ କହିଲା----

" ଚୁପ୍---- ପାଟି ଚୁପ୍--- ଯାହା ମିଳିଛି ଖାଇଦେ ---- ଚୁପ୍ ---"

ଦୀପୁ ମା'ର କଡ଼ା ମୂର୍ତ୍ତିକୁ ଦର୍ଶନ କରନ୍ତେ ଟିକେ ସହମୀ ଗଲା ଆଉ ଆହୁରି କରୁଣ କାନ୍ଦୁରା ଦୃଷ୍ଟିରେ ମା'କୁ ଦେଖୁ ଦେଖୁ ତଳମୁଁହା ହେଲା । କ'ଣ ବୁଝିଲା ସୁଝିଲା କେଜାଣି ସୁନାପିଲାଟି ପରି କାତର ଭାବରେ ଭାତ-ଡାଲମା ଖାଇବାରେ ବ୍ୟସ୍ତ ହୋଇଗଲା ଦୀପୁ ଧଙ୍କେଇ କୁନ୍ଥେଇ ।

କାରଣ ପେଟର ନିଆଁକୁ ତ ଲିଭେଇବାକୁ ପଡିବ । କାରଣ ଦୁଇ ଦିନର ଲମ୍ବା ରେଳ ଯାତ୍ରାରେ ଶୁଖିଲା ବିସ୍କୁଟ- ପାଉଁରୁଟି ପଡ଼ିଥିବା ପେଟରେ ଯେଉଁ ଦାବାନଳର ହାହାକାର ଉଠୁଛି ତାକୁ ବି ତ ପ୍ରସମିତ କରିବାକୁ ହେବ । ବଗଡ଼ା ଭାତ କେଇ ଗୁଣ୍ଡା ପେଟତଳେ ଜମା ହୋଇଗଲେ ଜୀବନଟା କୂଳ ଧରି ଯିବ ପରା ।

ଗଦା- ମାଳି ହେଲେ ଗରିବ ଗୁରୁବା ବିପିଏଲ୍ କାର୍ଡ଼ ଧାରୀ । ସେମାନେ ସେଇଥିପାଇଁ ବୁଝି ଯାଇଛିନ୍ତି । ମାତ୍ର ଅବୋଧ ନିଷ୍ପାପ ପାଞ୍ଚ ବର୍ଷର ପୁଅ ଦୀପୁ ବୁଝି ପାରୁନି ଯେ ବିରିୟାନି ପ୍ୟାକେଟ ବଳିଥିଲେ ବି --- ଜୁସ୍ ବୋତଲ ବଳକା ଅଧିକ। କାଟେ।ନ ମଝିରେ ଅଧା ପ୍ୟାକେଟ ଭିତରେ ସାଇତା ରହିଥିଲେ ବି ତାକୁ କାହିଁକି ମିଳୁନି ?

ଗଦା- ମାଳୀ ପରି ଅଗଣିତ ଦାଦନ ଶ୍ରମିକ ଜାଣିଛନ୍ତି ଯେ ଆମ ଦେଶ ଭାରତବର୍ଷ ଗରିବ- ଭାରତ ଓ ଅମୀର- ଇଣ୍ଡିଆରେ ଖଣ୍ଡିତ ବିଭାଜିତ । ଗ୍ରାମୀଣ- ଭାରତ ଓ ସହରୀ- ଇଣ୍ଡିଆରେ ଦ୍ଵିଭାଗରେ ମଣ୍ଡିତ ବିମଣ୍ଡିତ । ଚାଳ- ଛପର ଭାରତ ଓ ଆକାଶଛୁଆଁ ଶୀତତାପ ନିୟନ୍ତ୍ରୀତ ମଖମଲୀ ମାର୍ବଲ ଖଚିତ କୋଠା - ଇଣ୍ଡିଆରେ ନିର୍ମିତ ଶ୍ରୀମଣ୍ଡିତ । ଦୁଇ ଓଳି ଦୁଇ ମୁଠି ଦାନ। ପାଇଁ ଡହଳ ବିକଳ ଭାରତ ଓ ଚିକେନ୍- ମଟନ୍ ବିରିୟାନି-କବାବ଼ ସୁରା- ସାକୀରେ ମାତାଲ୍ ଇଣ୍ଡିଆରେ କବଳିତ ପ୍ରଦର୍ଶିତ । ଦେହ ଢ଼ାଙ୍କିବାକୁ କନାର ଅଭାବୀ ଓ ବାର ହାତ ଶାଢୀ ବିହୁନେ ଦିନ ଦ୍ୱିପହରେ ପୁରା ମାର୍କଣ୍ଡ - ଭାସ୍କରର ଉଜ୍ଜଳ କିରଣ ତଳେ ଆତ୍ମସମ୍ମାନ ଇଜ୍ଜତ ମହତ ପାଇଁ ନେହୁରା ଭାରତ ଓ ୱ୍ୱାରଡର୍ବ- ଆଲମାରୀରେ ବ୍ରାଣ୍ଡେଡ ପୋଷକର ଥାକ ଥାକ ଥିଲେ ହେଁ ଦୈନିକ ମଲ୍ ଓ ଅନ୍ ଲାଇନ୍‌ ସପିଙ୍ଗ୍ ରେସ୍‌ରେ ମସଗୁଲ୍ ଇଣ୍ଡିଆରେ ବିଭକ୍ତ ବିଭାଜିତ । ନୋହିଲେ ତାଙ୍କୁ କ'ଣ କୁକୁର କାମୁଡ଼ି ଗୋଡ଼େଇଲା କି ଜନ୍ମମାଟିକୁ ଛାଡ଼ି, ପଖାଳ କଂସାର ମୋହକୁ ତଡ଼ି, ଜ୍ଞାତି ସୋଦର ମେଳି ଝଡ଼ି, କେତେ ରାଜ୍ୟ ଡେଇଁ ରୋଟି - ପାଣିଆ ଡାଲି ହାପୁରିବାକୁ ଗୁଜୁରାଟର ସୂତା କଳରେ ପ୍ରବାସୀ ଶ୍ରମିକ ଭାବରେ ସେହି ପେଟ ଚାଖଣ୍ଡେ ପାଇଁ ଧାଇଁ ଆସିଥିଲେ ନା ! ସବୁ ସେହି ପେଟର ନାଟ ଦଣ୍ଡନାଟ ।

 ଦୁଃଖ ତ ଥିଲା ଅସୁବିଧା ବି ଅସୁମାରୀ ଥିଲା କିନ୍ତୁ ମାସ ଶେଷକୁ କଡକଡ଼ିଆ ପନ୍ଦର ହଜାର ବ୍ୟାଙ୍କ ଖାତାରେ ଜମା ହୋଇଯାଉଥିଲା । ମୋବାଇଲରେ ଟଙ୍କା ଜମାର ମ୍ୟାସେଜର ସୁଖ ପଠନ ଯେ କେତେ ମାନସିକ ଶାନ୍ତି ପ୍ରଶାନ୍ତିର ପରିବେଶ ଗରିବ ମଳିମୁଣ୍ଡିଆ ଗ୍ରାମୀଣ ଭାରତ ପାଇଁ ---- ସେହି ଛାତି ଭିତର କଥା ବାଳୁତ ଦୀପୁ କେମିତି ବା ବୁଝିବ ?

 ପୁଣି କୁଆଡୁ ଆଇଲା ଅଳପେଇସା କରେ।ନା ମହାମାରୀ ! ଆରମ୍ଭରେ କହୁଥିଲେ କି ଚାଇନା ମାଲ୍ ଗ୍ୟାରେଣ୍ଟି ନାହିଁ । ଦେଖୁ ଦେଖୁ ଦୁଇ ତିନିଟା ମାସରେ ସାରା ଦୁନିଆକୁ ଆଣ୍ଠେଇ ଦେଲାଣି । କି କଷ୍ଟ ହରକତରେ ଗୁଜରାଟ ଛାଡ଼ି ପ୍ରାଣ ବିକଳରେ ଭିଟାମାଟିର ମୋହକୁ ଆବୋରୀ ନ ଖାଇ ନ ଶୋଇ ଆସିଛୁ --- ସେହି ବିଶ୍ଵ ନିୟନ୍ତା ବଳିଆର ଭୂଜ କଳା ସାମନ୍ତ ଜାଣନ୍ତି । 

ସେହି ସବୁ ହାଡ଼ଥରା କଥା ନିଷ୍ଠାପ ଛୋଟିଆ ଛୁଆ ଦୀପୁ ବା ବୁଝିବ କେମିତି ? ସେ ବା କାହୁଁ ଜାଣିବ ଆଧୁନିକ ସମାଜବାଦର ବିଜୟ କେତନ ତଳେ କେତେ କେତେ ଗରିବ ଶୋଷିତ ନିଷ୍ପେଷିତ ସର୍ବହରା ଝରି ପଡ଼ୁଛନ୍ତି ମରିଯାଉଛନ୍ତି ନୁହଁ ତରି ଯାଉଛନ୍ତି ଜୀବନ ଯନ୍ତ୍ରଣାର ଆଢ଼ୁଆଳରେ । ଦୀପୁତ ପାଞ୍ଚ ବର୍ଷିଆ ତରଳ ଚପଳ ଚଳ ଚଞ୍ଚଳ କୁନି ପୁଅ ଟେ । ବକଟେ ପିଲାଟି ଅଧା ଝଡ଼ି ଶୁଖି କଳା କାଠ ଶେତା ଦିଶୁରି ଦୁଇ ଦିନର ରେଳ ଯାତ୍ରା ସହିତ ମୁଣ୍ଡି- ତୁଣ୍ଡି ବନ୍ଧନ ଓ କୀଟନାଶକ ସିଞ୍ଚନ କ୍ରୀୟା ପ୍ରକ୍ରୀୟାରେ । ସେହି ତଥାକଥିତ ଭାରତ ବର୍ଷର ଏମିତି ଯୁଗେ ଯୁଗେ ଦୁଃଖ ଲାଞ୍ଜ୍ଜନା ଯେ ଭାଗ୍ୟ ଲିଖନ ତା'ର ଚପଳମତିରେ ଢୁକନ୍ତା କେମିତି କହିଲେ ଦେଖି ?

ବାଲ୍ୟ ଚପଳ ଛନ୍ଦରେ ଦୀପୁ ତ ବିଭୋର । ସେ ବା କାହୁଁ ବୁଝିବ ଯେ ତାହାରି ବୟସର ପିଲାକୁ ସୁଆଦିଆ ଖାଦ୍ୟ ପାନିୟ ମିଳୁଥିଲେ ହେଁ ତାକୁ କ'ଣ ପାଇଁ ମିଳୁନି ? କାହିଁକି ମିଳିବନି ? 

ହଠାତ୍ ମାଇକରେ ଘୋଷଣା ହେଲା କି ସବୁ ପ୍ରବାସୀ ଶ୍ରମିକମାନେ ନିଜ ନିଜ ବ୍ଳକର ବସ୍ ରେ ବସି ଯାଆନୁ । ତାଙ୍କୁ ତାଙ୍କ ବ୍ଳକରେ ନିର୍ମିତ ସରକାରୀ କ୍ବାରାଣ୍ଟାଇନ୍ କେନ୍ଦ୍ରରେ ବିଭିନ୍ନ ବିଦ୍ୟାଳୟକୁ ନିଆଯିବ ଏବଂ ସେମାନେ ସେଠାରେ ୨୧ ଦିନ ରହିବେ । ତାଙ୍କୁ ସମସ୍ତ ପ୍ରକାର ସୁଖ ସୁବିଧା ଓଡ଼ିଶା ସରକାରଙ୍କ ତରଫରୁ ମାଗଣାରେ ମିଳିବ ।

କିନ୍ତୁ ପୁଣି ଡାକବାଜି ଯନ୍ତ୍ର ଘୋଷଣା କରି କହୁଥିଲା କି ସହରରୁ ଆସିଥିବା ଭାଇ ଭଉଣୀମାନେ ନିଜ ବାପା-ଦାଦାଙ୍କ ଗାଡିରେ - ମାରୁତି ଓ ବୋଲେରୁରେ ନିଜ ନିଜ ଘରକୁ ଉପଯୁକ୍ତ ସାମାଜିକ ଦୂରତ୍ଵ ବନେଇ ଯିବେ ଏବଂ ହୋମ୍ କ୍ବାରାଣ୍ଟାଇନ୍ ରେ ରହିବେ । ମଝିରେ ମଝିରେ କରେ।ନା ଯୋଦ୍ଧା ସ୍ୱାସ୍ଥ୍ୟଦଳ ତାଙ୍କର ଯନ୍ ନେବାକୁ ତଦାରଖ କରିବାକୁ ଘରକୁ ଆସିବେ । ସାନିଟାଇଜରରେ ହାତ ଧୋଇବା ବାରବାର , ସାମାଜିକ ଦୁରତ୍ଵ ବଳେଇ ରଖିବା ହାଟ ବଜାର । ତେବେ ହେବ କରୋନା ପ୍ରତିକାର ଓ ନିରାକରଣ ପାଇଁ ଉଚିତ ସମର ।

ଘୋଷଣା ସରନ୍ତେ ପ୍ରଥମ ଟେଣ୍ଟେ ରେ ଗହଳି ଚହଳି ଗାଡି ହର୍ଣ୍ଣର ପେଁ ପାଁ ସହିତ ଗୃହାଭିଗମନ ଖୁସି ଖୁସି ଯାତ୍ରାର କଳରୋଳ ଉଲ୍ଲାସ ହିଲ୍ଲୋଳ ଆରମ୍ଭ ହୋଇଗଲା । ଧୂଆଁ ଉଡ଼େଇ ରେଳ ଷ୍ଟେସନ ଛାଡି ଆଖି ପିଛୁଲାକେ ଷ୍ଟେସନ୍ ଛକର ଗୋଲେଇ ପାରି ଦିଗବଳୟ ତଳେ କୁଆଡ଼େ ମିଶିଗଲେ ହଜିଗଲେ ଘରକୁ ଯିବାର ମୁକ୍ତିର ଆନନ୍ଦ ନେଇ ।

ଖାଲି ଟ୍ରେନ୍ ଟି ପୁଣି କର୍କସିଆ ସିଟି ବଜେଇ ବଜେଇ ପ୍ଲାଟଫର୍ମ ଉପରେ ଫେରୁଥିଲା । ଭାରତର ସମାଜବାଦ ଗଦା ରାଉତର ଫଟା ଚପଲ ପରି ତଳ ପଟୁ ଘୋରି ଘୋଷାରି ଫଟା ଫଟ ଶବ୍ଦ ନୁହଁ ବରଂ ଆର୍ତ୍ତନାଦ କରି ଅବୁଝା ଅବ୍ୟକ୍ତ ରାଗରେ ଭାବରେ ବାଲିଆପାଳ ବ୍ଲକ ଯିବାକୁ ଥିବା ସାହୁ ବସ୍ ପାଖକୁ ଆଗଉଥିଲା । ମା' ମାଳତୀର ହାତ ଧରି ଦୀପୁ ପଛେ ପଛେ ସେହି ଭାରତର ଭବିଷ୍ୟତ, ସମାଜବାଦର ପ୍ରତିନିଧି ,ଆଶା ବିଶ୍ୱାସର ସଞ୍ଜିବନି , ନେଇ ଡେଇଁ ଗୀତ ଗାଇ ବେଶ୍ ଫୁର୍ତ୍ତିରେ ସୁନେଲି ଉବିଷ୍ୟତର ଛଟା ରଙ୍ଗ ମଙ୍ଗ ଉମଙ୍ଗ ର ବିଭିନ୍ନ ଭଙ୍ଗିମା କରି ଥୁକୁଳୁ ଥୁକୁଲୁ ବିନ୍ଧାସ୍ ଭାରତ ଚାଲିଥିଲା ଆଗଉଥିଲା ।

ରଚନା - ପଞ୍ଚାନନ ଜେନା , ସ୍ନାତକୋତ୍ତର ଶିକ୍ଷିକ ( ଇତିହାସ )



Rate this content
Log in

More oriya story from Panchanan Jena

Similar oriya story from Tragedy