ଓଡ଼ିଆ ଗଳ୍ପ ଓ କବିତା - ୨

Classics

1.0  

ଓଡ଼ିଆ ଗଳ୍ପ ଓ କବିତା - ୨

Classics

ସମାଜ ସଂସ୍କାରକ ରାଜା ରାମମୋହନ

ସମାଜ ସଂସ୍କାରକ ରାଜା ରାମମୋହନ

2 mins
8.1K


ଶଶଧର ମହନୀ


ଊନବିଂଶ ଶତାବ୍ଦୀର କଥା । ସେତେବେଳେ ଆମ ସମାଜରେ ବହୁ କୁସଂସ୍କାର , ଅନ୍ଧବିଶ୍ଵାସ ଯେପରି ଖୁନ୍ଦି ହୋଇ ରହିଥିଲା । ଏଭଳି କୁତ୍ସିତ ପରମ୍ପରା ମଣିଷ ସମାଜର ବିକାଶ ପରିବର୍ତ୍ତେ ବିନାଶ ଆଡ଼କୁ ଟାଣି ନେଉଥିଲା । ସଂସ୍କାର ମାଧ୍ୟମରେ ମାନବ ସମାଜର ପ୍ରଗତି କରି ଶାନ୍ତି , ମୈତ୍ରୀଭାବ ପ୍ରତିଷ୍ଠା କରିବାକୁ ଆଗେଇ ଆସିଥିଲେ ପ୍ରଖ୍ୟାତ ସମାଜ ସଂସ୍କାରକ ରାଜା ରାମମୋହନ ରାୟ । ପିଲାଦିନରୁ ସେ ଖୁବ ପ୍ରତିଭା ସମ୍ପନ୍ନ ଥିଲେ । ମାତ୍ର ୧୨ ବର୍ଷ ବୟସରୁ ବେଦ , ଉପନିଷଦ , ପଢ଼ିବାକୁ ବାରାଣସୀ ଗଲେ । ଅନେକ ଗ୍ରନ୍ଥ , ଶାସ୍ତ୍ର ଅଧ୍ୟୟନ କରି ଏକ ସାରାଂଶରେ ଉପନୀତ ହେଲେ‘ବ୍ରହ୍ମ ହିଁ ସତ୍ୟ ଓ ଶ୍ରେଷ୍ଠ । ବ୍ରହ୍ମ ହିଁ ଈଶ୍ଵର । ସେ ମଧ୍ୟ ଇଂରାଜୀ , ବଙ୍ଗଳା , ଫରାସୀ , ଲାଟିନ , ସଂସ୍କୃତ , ପାର୍ସୀ , ଆରବୀ , ହିନ୍ଦୀ ଭଳି ଅନେକ ଭାଷା ଜାଣିଥିଲେ । ସେତେବେଳେ ସତୀଦାହ ପ୍ରଥା ଭଳି କଳଙ୍କିତ ଓ କୁସଂସ୍କାର ପ୍ରଥା ମଣିଷ ସମାଜକୁ କବଳିତ କରି ରଖିଥିଲା । ସ୍ଵାମୀର ମୃତ୍ୟୁ ପରେ ତାର ଚିତାଗ୍ନିରେ ବଞ୍ଚିଥିବା ସ୍ତ୍ରୀକୁ ପୋଡ଼ି ଦେଲେ କୁଆଡ଼େ ସତୀତ୍ଵ ମିଳୁଥିଲା । ଏହା ବ୍ୟତୀତ ବାଲ୍ୟ ବିବାହ , ପରଦା ପ୍ରଥା , ଜାତିପ୍ରଥା , ମୂର୍ତ୍ତି ପୂଜା ଭଳି ଅନେକ କୁତ୍ସିତ ପରମ୍ପରା ଓ ଅନ୍ଧବିଶ୍ଵାସକୁ ସମୂଳେ ମୂଳୋତ୍ପାଟନ କରିବାକୁ ରାମମୋହନ ବଦ୍ଧପରିକର ଥିଲେ । ନାରୀ ଶିକ୍ଷାର ପ୍ରସାର ପାଇଁ ମଧ୍ୟ ସେ ସରକାରଙ୍କୁ ସହଯୋଗ କରୁଥିଲେ । ତାଙ୍କର ଏ କୁସଂସ୍କାର ମୂଳପୋଛ କରିବା ପାଇଁ ସକଳ ଉଦ୍ୟମକୁ ଅନେକ ତୀବ୍ର ବିରୋଧ କରୁଥିଲେ । ଏପରି କି ତାଙ୍କ ନିଜ ବାପାଙ୍କ ସହ ସର୍ବଦା କଳହ ଲାଗି ରହୁଥିଲା । ସେ ବାଧ୍ୟ ହୋଇ ଘର ଛାଡ଼ିଦେଲେ ।


ଯିଏ କୁସଂସ୍କାର ବିରୋଧରେ ନିଜ ଜୀବନକୁ ଉତ୍ସର୍ଗ କରି ଦେଇଥିଲେ ସେ ଘର ଭିତରେ ବନ୍ଦୀ ପରି ରହିପାରିବେ କିପରି ? ଅନେକ ସ୍ଵାର୍ଥପର , ସୁବିଧାବାଦୀ ଲୋକ ତାଙ୍କୁ ଜୀବନରୁ ମାରି ଦେବାକୁ ମଧ୍ୟ ଚକ୍ରାନ୍ତ କରି ଥିଲେ । ସବୁ ଘାତ-ପ୍ରତିଘାତକୁ ଖାତିର ନକରି ଏସବୁ ବିରୁଦ୍ଧରେ ଜନଆନ୍ଦୋଳନ କରିବାକୁ କିଛି ଶିକ୍ଷିତ ବ୍ୟକ୍ତିମାନଙ୍କୁ ସେ ଏକାଠି କଲେ । ପ୍ରଥମେ ସେ ସତୀଦାହ ପ୍ରଥାକୁ ସମ୍ପୂର୍ଣ୍ଣ ଉଚ୍ଛେଦ ପାଇଁ ଉଦ୍ୟମ କଲେ । ଇଂରେଜ ସରକାରଙ୍କ ଉପରେ ସେ ବାରମ୍ବାର ଚାପ ପକାଇଲେ । ଶେଷରେ ଇଂରେଜ ସରକାର ସତୀଦାହ ପ୍ରଥା ସମ୍ପୂର୍ଣ୍ଣ ଉଚ୍ଛେଦ ପାଇଁ ଆଇନ୍ ଗଢ଼ିଲେ । ତାଙ୍କ ଜୀବନର ବଡ଼ ସଫଳତା ମିଳିଲା । ଯେଉଁମାନେ ପ୍ରଥମେ ବିରୋଧ କରୁଥିଲେ , ସେମାନେ ଶେଷରେ ସତୀଦାହ ପ୍ରଥା ଏକ କଳଙ୍କିତ ପ୍ରଥା ବୋଲି ସ୍ଵୀକାର କଲେ । ସେ ମଧ୍ୟ ବ୍ରାହ୍ମଧର୍ମ ଭଳି ନୂଆ ଧର୍ମ ପ୍ରତିଷ୍ଠା କରିଥିଲେ । ସମାଜରେ ଗଢି ଚାଲିଥିବା କୁପରମ୍ପରା , ଅନ୍ଧବିଶ୍ଵାସକୁ ଉଚ୍ଛେଦ କରି ଏକ ସତ୍ୟ ଶିବସୁନ୍ଦର ସମାଜ ଗଢ଼ିବାକୁ ପ୍ରତିଜ୍ଞା ନେଇଥିଲେ । ତାଙ୍କ ଭଳି ଜଣେ ଦେଶ ସେବକ , ସମାଜ ସଂସ୍କାରକ ବିରଳ । ତାଙ୍କର ଅଦମ୍ୟ ପ୍ରଚେଷ୍ଟା , ସତ୍ ସାହସ , ଉନ୍ନତ ଚିନ୍ତା ଓ ଚେତନା ପାଇଁ ମଣିଷ ସମାଜରେ ଆଜି ସେ ଚିର ଅମର ହୋଇ ରହିଛନ୍ତି ।



Rate this content
Log in

Similar oriya story from Classics