Unmask a web of secrets & mystery with our new release, "The Heel" which stands at 7th place on Amazon's Hot new Releases! Grab your copy NOW!
Unmask a web of secrets & mystery with our new release, "The Heel" which stands at 7th place on Amazon's Hot new Releases! Grab your copy NOW!

Pramod Kumar Jena

Inspirational

2.1  

Pramod Kumar Jena

Inspirational

ସମାଧାନ

ସମାଧାନ

3 mins
494



       : ଆପଣଙ୍କ ବାବା ଜଣେ ଭଦ୍ରଲୋକ ଥିଲେ l ପୁରା ଦଶ ଖଣ୍ଡ ଗାଆଁରେ ଯେତେ ନ୍ୟାୟ ନିଶାପ ହୁଏ, ସେଠି ସେ ଉପସ୍ଥିତ ରହୁଥିଲେ l ଆଉ ଆପଣତ ତାଙ୍କ ପୁଅ l କିଛି ତ କଳା ଥିବ l ମନା କରନ୍ତୁ ନାହିଁ l ଟିକିଏ ସମୟ ବାହାର କରି କାଲି ସନ୍ଧ୍ୟା ବେଳେ ଆମ ଘରକୁ ଆସିବେ l କିଛି ନ କହିଲେ ନାହିଁ l ଟିକେ ବସିବେ l

ବାପାଙ୍କ ପ୍ରତି ଏତେ ସମ୍ମାନ ଓ ଆଦର ଦେଖି ମୁଁ ଆଉ ମନା କରି ପାରିଲି ନାହିଁ l ଯିବା ପାଇଁ ସମ୍ମତି ଜଣେଇଲି l ମୋ କଥାରେ ଆଶ୍ୱସ୍ତ ହୋଇ ରମା ବାବୁ ଗଲେ l ଭୁବନେଶ୍ୱରରେ ଚାକିରି କରିଛନ୍ତି l ଗାଆଁକୁ ଆସିଛନ୍ତି ଜମିବାଡି, ଘର ଡିହ ବଣ୍ଟାବଣ୍ଟି ପାଇଁ l ସେମାନେ ତିନି ଭାଇ ଆଉ ଦୁଇ ଭଉଣୀ l ବାପା ବୋଉଙ୍କ ଦେହାନ୍ତ ପରେ ଏକାଠି ରହିବା ସମସ୍ତଙ୍କ ପାଇଁ ଯେମିତି ଅସମ୍ଭବ ହୋଇ ପଡିଲା l ତାଙ୍କ ଦେହାନ୍ତକୁ ଯେମିତି ଏମାନେ ଅପେକ୍ଷା କରି

ରହିଥିଲେ l ମଝିଆ ଭାଇ ମଧ୍ୟ କଲିକତାରେ ଚାକିରି କରନ୍ତି l ସାନ ଭାଇ କେବଳ ଗାଆଁରେ ରହେ l ଗାଆଁ ପାଖ ବିଦ୍ୟାଳୟରେ ଶିକ୍ଷକତା କରେ l ଝଗଡା ନ ହେଲେ ବି ଆସ୍ତେ ଆସ୍ତେ ଅସନ୍ତୋଷ ବଢିଚାଲିଛି, ଜମିବାଡି ଓ ଘରଡିହର ଭାଗବଣ୍ଟା ନେଇ l ସେଥିପାଇଁ ସବୁ ଭାଇ ଭଉଣୀ ଏକତ୍ରିତ ହୋଇ ମୋତେ ଘରକୁ ଜଣେ ଭଦ୍ରଲୋକ ହିସାବରେ ଡାକିଛନ୍ତି l ଭାବିଲି ଯିବି, ଯାହା କହିବେ ଧୈର୍ଯ୍ୟ ଧରି ଶୁଣିବି l ଯଦି ଇଚ୍ଛା ହୁଏ କିଛି ମତ ଦେବି l ନହେଲେ ଚୁପ୍

ରହିବି l ତା’ ପର ଦିନ ତାଙ୍କ ଘରକୁ ଗଲି l ପରିସ୍ଥିତି ଟିକେ ଗରମ ଥିବା ଭଳି ଲାଗିଲା l ସମସ୍ତଙ୍କ ମୁହଁ ଫୁଲା ଫୁଲା l ମତେ ନମସ୍କାର କରି ବସେଇଲେ l ଆସ୍ତେ ଆସ୍ତେ ଜାଣିଲି ଯୁକ୍ତିତର୍କ ଚାଲିଛି କିଏ କ’ଣ ଦେଇଛି..... କାହାର କେତେ କ୍ଷମତା, କାହାର କେତେ ଅଧିକ ସ୍ୱଚ୍ଛଳତା, କାହାର କେତେ ଡିପୋଜିଟ୍ ଓ କାହାର କେତେ ବ୍ୟାଙ୍କ୍ ବାଲାନ୍ସ୍ ଇତ୍ୟାଦି ଇତ୍ୟାଦି l କିଛି ସମୟ ପରେ ବଡ ପୁଅ କିଛି କାଗଜ ଆଣି ସମସ୍ତଙ୍କ ସାମ୍ନାରେ ରଖିଲେ l ମୋରି ଉପସ୍ଥିତିରେ ସମସ୍ତେ ପାଳି ପାଳି କରି ତନଖି ତନଖି ଦେଖୁଥାନ୍ତି l ବୁଝିବାକୁ ଡେରି ହେଲାନି ଯେ ସେଇଟା ଭାଗବଣ୍ଟାର ଏକ ନମୁନା l କୌଣସି ନା କୌଣସି ବିନ୍ଦୁରେ ଜଣଙ୍କର ବିରୋଧ ରହୁଥିଲା l ତିନିଜଣଙ୍କର ରାୟ ତିନି ପ୍ରକାର ଥିଲା l ଦୁଇ ଭଉଣୀ ଭାଇମାନଙ୍କ ଏତାଦୃଶ୍ୟ ହାବଭାବ ଦେଖି ନିରବଦ୍ରଷ୍ଟା ସାଜିଥିଲେ l ମଝିରେ ମଝିରେ କିନ୍ତୁ ସେମାନେ କହୁଥାନ୍ତି, ଆରେ ଆମେ ସମସ୍ତେ ତ ଭାଇ ନା….? କିଏ କ’ଣ ଅଲଗା ଲୋକ ନେଇ ଯିବ କି ? କାହାର ଟିକେ କମ୍ ହୋଇଯିବ l କାହାର ଟିକେ ବେଶି ହୋଇଯିବ l କିନ୍ତୁ ଯେତେବେଳେ ହିସାବରେ ଇଞ୍ଚେ କମ୍ ପଡୁଛି, ଭୀମ ଭଳି ଅଡି ବସୁଛନ୍ତି l ଦେଖିଲି ତୁଟିବାର ସମ୍ଭାବନା କ୍ଷୀଣ l ଅଣନିଃଶ୍ୱାସୀ ଲାଗିଲା l ପରିସ୍ରା କରିବା ବାହାନାରେ ବାହାରକୁ ଆସିଲି l ବାଟ ଘର କାନ୍ଥରେ ଲଗାଯାଇଥିବା ଫଟୋକୁ ଦୁଇଟି କୁନି ଛୁଆ ଚିହ୍ନା ଚିହ୍ନି ହେଉଛନ୍ତି l ରମାବାବୁଙ୍କ ମାଆଙ୍କ ବଡ ଫଟୋଟିକୁ ଦେଖି ଗୋଟିଏ କୁନି ଝିଅ କହିଲା, ଏଇଟା ଆଇଙ୍କ ଫଟୋ l ଅନ୍ୟ ଝିଅଟି ବିରକ୍ତ ହୋଇ କହିଲା, ନା......ରେ ଏଇଟା ଜେଜେମାଆଙ୍କ ଫଟୋ l ବୁଝିବାକୁ ଡେରି ଲାଗିଲାନି, ତାଙ୍କ ଭିତରୁ ଜଣେ ଭାଇର ଝିଅ, ଅନ୍ୟଟି ଭଉଣୀର ଝିଅ l ତାଙ୍କ ଝଗଡା ଆସ୍ତେ ଆସ୍ତେ ବଢିବାକୁ ଲାଗିଲା l ବେଶ୍ କୌତୁହଳର ସହ ମୁଁ ଉପଭୋଗ କରୁଥାଏ l ଦୁହେଁ ଅଡି ବସିଲେ ନିଜ ନିଜ ଜିଦରେ l ଶେଷରେ ଜଣେ ଟିକେ ଚିନ୍ତା କରି କହିଲା, ଆରେ ମୁଁ ଭାବୁଛି ତାଙ୍କ ଡାକ ନାଁ ଜେଜେମାଆ ଆଉ ସ୍କୁଲ୍ ନାଁ ଆଇ l ଲାଗିଲା ଦୁହେଁ ଏକମତ ହୋଇଗଲେ l ମୁଁ ଭାବିଲି ଏତେ ଛୋଟ ଛୋଟ ଦୁଇଟା ପିଲା l କେତେ ଆରାମରେ ସେମାନଙ୍କ ଝଗଡାର ସମାଧାନ କରିଦେଲେ l ଆଉ ଏମାନେ ଏ ବୟସରେ ଏତେ ପାଠ ଶାଠ ପଢି, ଏତେ ପ୍ରତିପତ୍ତିସମ୍ପନ୍ନ ହୋଇ ମଧ୍ୟ ନିଜ ଛୋଟ ସମସ୍ୟାର ସମାଧାନ କରିପାରୁନାହାନ୍ତି l



Rate this content
Log in