STORYMIRROR

Sunanda Mohanty

Abstract Action Others

3  

Sunanda Mohanty

Abstract Action Others

ସ୍କୁଲ ରେ ଦିନେ

ସ୍କୁଲ ରେ ଦିନେ

1 min
252

ବଉଳ ଗଛ ସାରା କୋଳିରେ ଭର୍ତ୍ତି । ସବୁବର୍ଷ ଏ ସମୟରେ ଟେଷ୍ଟ ପରୀକ୍ଷା ସରି ଯାଇଥାଏ । ପିଲାଙ୍କୁ ରିଭିଜନ କ୍ଲାସକୁ ଆସିବା କଷ୍ଟ ତ, ଫେବୃଆରୀ ରେ ବି ମାଟ୍ରିକ ପରୀକ୍ଷା ଆରମ୍ଭ ହୋଇଯାଏ ଯେ ଅନ୍ୟ କ୍ଲାସ ପିଲାମାନେ ବି ଆସନ୍ତି ନାହିଁ ସ୍କୁଲକୁ । ମାଟ୍ରିକ ପିଲାମାନେ ମଧ୍ୟ ପରୀକ୍ଷା ସରୁ ସରୁ ଫେରିପଡ଼ନ୍ତି ଘରକୁ । ସହଜେ ସେମାନେ ଏ ସ୍କୁଲ ପିଲା ନୁହନ୍ତି । ଆମ ପିଲାମାନେ ଆଉ କୋଉ ସେଣ୍ଟରକୁ ଯାଆନ୍ତି, ତ ବଉଳ କୋଳି ଗୁଡିକ ଭୂମିରେ ପଡି ନଷ୍ଟ ହୁଏ । ଏ ବର୍ଷ ବି ବହୁ କୋଳି ହେଇଛି l

   ଝରକା ଦେଇ ଚାହିଁଲି ବାହାରକୁ । ଛେଳି ଟିଏ ପଶି ଆସିଛି, ଚରୁଛି ଘାସ, ପିଠିରେ ବସିଛି ବଗ ଟିଏ, କଣ ତା ପିଠିରୁ ଖାଉଛି, ପୁଣି ତଳକୁ ଆସି ପୋକ ଜୋକ ଖାଉଛି । ଖାଦ୍ୟ ସନ୍ତୁଳନ କଥା ମନେ ପଡିଲା, ନହେଲେ ଏ ସୃଷ୍ଟିରେ ଅସନ୍ତୁଳନ ଦେଖାଯାଆନ୍ତା ନିଶ୍ଚୟ । ପିଲାମାନଙ୍କର ସାପ୍ତାହିକ ପରୀକ୍ଷା ଚାଲିଛି, ଗୋଟେ ପର୍ଯ୍ୟାୟ ସରି ଆସିଲାଣି । ଝିଅଟିଏ କୋଳି ତୋଳି ଖାଉଛି, ତାକୁ ଦେଖି ବଗଟି ଉଡିଯାଉଛି । ଛେଳି ଟି ନିର୍ଲିପ୍ତ, ସେ କାଁହୁ ବୁଝିବ ଯୋଉ ମଣିଷ ପାଖେ ଆଜି ବଢୁଛି, ରକ୍ଷକ ହୋଇଛି, ସେ ଦିନେ ଭକ୍ଷକ ହୋଇ କଂସେଇ ହାତରେ ଟେକି ଦେବ ତାକୁ ! ଝିଅଟି ମତେ ଚାହିଁ ଫେରିଯାଉଛି, ତୋଳେ ତୋଳେ ଖାଅ କୋଳି ବୋଲି କହିପାରୁନି ମୁଁ କିନ୍ତୁ ଭିଡ଼ିଓ ଟି ସମାପ୍ତ ହୋଇଯାଇଛି । ପଠେଇବି ନାତୁଣୀ ଦେଖିବ ବଗ l


Rate this content
Log in

Similar oriya story from Abstract