Kamal Kumar Dash

Inspirational

2  

Kamal Kumar Dash

Inspirational

ସ୍କୁଲ ଡ୍ୟାନ୍ସ କମ୍ପିଟେସନ

ସ୍କୁଲ ଡ୍ୟାନ୍ସ କମ୍ପିଟେସନ

2 mins
369


ସବୁ ବର୍ଷ ଭଳି ଏ ବର୍ଷ ବି ସ୍କୁଲରେ ଡ୍ୟାନ୍ସ କମ୍ପିଟେସନ ପାଇଁ ନୋଟିସ ବାହାରିଲା । ଗୁରୁମା ସବୁ ପିଲାଙ୍କୁ ନାଚ ଶିଖିବାକୁ ଓ ପ୍ରୋଗ୍ରାମରେ ଭାଗ ନେବାକୁ କହିଲେ । ନିତୁ ଡ୍ୟାନ୍ସ କମ୍ପିଟେସନ ପାଇଁ ଡ୍ୟାନ୍ସ ଟିଚରଙ୍କ ପାଖକୁ ଯାଇ ନାଚ ଶିଖିଲା । ଦିନେ ତାର ପ୍ରିୟ ସାଙ୍ଗ ଲକିକୁ ତା ନାଚ ଦେଖାଇଲା , ତା ନାଚ ଲକିକୁ ଭାରି ଭଲ ଲାଗିଲା । ଲକି ନିଜେ ଝିଙ୍କାରି ଡ଼ାକେରେ ଝୀଂ ଝୀଂ ଗୀତ ବୋଲି ନିଜ ଘରେ ନାଚିଲା ଓ ତା ବୋଉଙ୍କୁ ଦେଖାଇଲା । ତା ନାଚ ଦେଖି ବୋଉ ବହୁତ ଖୁସି ହୋଇଗଲେ ।

ତା ପରଦିନ ଗୁରୁମା ପିଲାମାନଙ୍କୁ କହିଲେ ଯେଉଁ ମାନେ ପ୍ରୋଗ୍ରାମରେ ନାଚିବ ହାତଟେକ । ଲକି ,ନିତୁ ଓ ଆଉ କିଛି ପିଲା ହାତ ଟେକିଲେ । ଗୁରୁମା’ ଜଣ ଜଣକରି ଆଗକୁ ଆସି ନାଚ କରିବାକୁ କହିଲେ । ଲକି ଆଗ ଧାଡିରେ ବସେ ,ତେଣୁ ସେ ପ୍ରଥମେ ଉଠି ନାଚ କଲା ଓ ଗୀତ ବୋଲିଲା ,ଝିଙ୍କାରି ଡ଼ାକେରେ ଝୀଂ ଝୀଂ । ଗୁରୁମା ତାର ନାଚ ଗୀତ ଦେଖି ତାକୁ ପ୍ରଶଂସା କଲେ କିନ୍ତୁ ନିତୁ ଆଖିରେ ପାଣି ଆସିଗଲା । ଗୁରୁମା ପଚାରିଲେ ଆରେ ନିତୁ କଣ ହେଲା ? ସେ କହିଲା ଗୁରୁମା ମୁଁ ବି ସେଇ ଗୀତ ବୋଲି ନାଚ କରିବାକୁ ଠିକ କରିଥିଲି ହେଲେ ଲକି ମୋ ଗୀତ ବୋଲିଦେଲା । ଗୁରୁମା ତାକୁ କହିଲେ ତୁ ବି ସେ ଗୀତ ବୋଲି ନାଚ , ସେ ନାଚିଲା ହେଲେ ଗୁରୁମାଙ୍କୁ ଲକିର ନାଚ ଓ ଗୀତ ଭଲ ଲାଗିଲା । ସେ ନିତୁକୁ ଡାକି ବୁଝାଇଲେ ,କହିଲେ ତୁ ଗୀତ ଶିଖୁଛୁ ନା ? ସେ ହଁ କଲା । ତାକୁ କହିଲେ ଆଉ କଣ ଶିଖିଚୁ କହ ? ନିତୁ ଛୋଟ ମୋର ଗାଁଟି ଗୀତ ବହୁତ ସୁନ୍ଦର ବୋଲିଲା । ଗୁରୁମା ତା ସାଙ୍ଗରେ ଆଉ କିଛି ପିଲାଙ୍କୁ ମିଶାଇ ଛୋଟ ମୋର ଗାଁଟି ଗୀତଟି ନାଚରେ ସୁନ୍ଦର ଭାବରେ ପ୍ରସ୍ତୁତ କଲେ । ପ୍ରୋଗ୍ରାମ ଶେଷରେ ଦି ଜଣଙ୍କୁ ପୁରସ୍କାର ମିଳିଲା ।


Rate this content
Log in

Similar oriya story from Inspirational