Trushna Das

Abstract Drama Thriller

4  

Trushna Das

Abstract Drama Thriller

ସକାଳର ସୂର୍ଯ୍ୟ କିରଣ

ସକାଳର ସୂର୍ଯ୍ୟ କିରଣ

7 mins
591


ଗାରିମା ଆଉ ସମ୍ବିତ ( ସମୁ ) ଙ୍କ ବୈବାହିକ ଜୀବନ ବହୁତ ହସ ଖୁସିରେ ଚାଲୁ ଥିଲା। ସମ୍ବିତ ଙ୍କ ଘରେ ବାପା, ମାଆ, ସାନ ଭାଈ ବାସୁ ଆଉ ପୁଅ ଚାରି ବର୍ଷର ମିତୁ।ସମ୍ବିତ ବାହାଘର ଆଗରୁ ଆଉ ଜଣଙ୍କୁ ଭଲ ପାଉ ଥିଲେ। ହେଲେ ସମ୍ବିତଙ୍କ ଆର୍ଥିକ ଅବସ୍ଥା ଭଲ ନ ଥିବାରୁ ସେ ଝିଅ ତାଙ୍କୁ ବିବାହ କରିବାକୁ ମନା କଲା। ତାପରେ ଘର ଲୋକଙ୍କ ପସନ୍ଦ ଅନୁଯାୟୀ ସମୁ ଗାରିମାଙ୍କୁ ବିବାହ କଲେ। ବିବାହ ସ୍ଥିର ହେବା ସମୟରେ ସମୁ ଗାରିମାଙ୍କୁ ସବୁ କହି ଥିଲେ।ବିବାହ ପରେ ଗାରିମାଙ୍କ ଗୁଣ ଦେଖି ସମ୍ବିତ ତାଙ୍କୁ ମନରୁ ଗ୍ରହଣ କଲେ। ଗାରିମା ବୋହୂ ହୋଇ ଆସିଲା ପରେ ସମୁଙ୍କ ଜୀବନରେ ବହୁତ ପରିବର୍ତ୍ତନ ହେଲା। ତାଙ୍କର ବ୍ୟବସାୟରେ ଉନ୍ନତି ହେଲା। ସେ ଏବେ ସହରର ଏଣେ ପ୍ରତିଷ୍ଠିତ ବ୍ୟବସାୟୀ ଯିଏ କି ବିଦେଶର କମ୍ପାନୀ ସହ ବି ବ୍ୟବସାୟ କରୁଛନ୍ତି। ପ୍ରାୟ ସମୁଙ୍କ ବ୍ୟବସାୟ ବିଷୟରେ ଖବରକାଗଜରେ ବାହାରେ। ସମସ୍ତେ ଗାରିମାଙ୍କୁ ଲକ୍ଷ୍ମୀ ବୋଲି କୁହନ୍ତି। 


ବାସୁ ବର୍ଷେ ହେବ ବଡ ଭାଈ ସମୁ ସହ ବ୍ୟବସାୟରେ ଯୋଗ ଦେଇଛନ୍ତି। ହସ ଖୁସିରେ କଟୁ ଥାଏ ସମୟ। ଗାରିମା ଆଉ ବାସୁ ସବୁବେଳେ ଥଟ୍ଟା ମଜା କରୁ ଥାଆନ୍ତି। ଦୁହିଁଙ୍କ ବୟସ ବି ସମାନ ହେଲେ ଗାରିମା ବଡ ଭାଉଜର ସବୁ କର୍ତ୍ତବ୍ୟ କରୁ ଥାଆନ୍ତି। 


ବାସୁ ପାଇଁ ଝିଅ ଖୋଜା ଖୋଜି ଦାୟିତ୍ବ ଗାରିମା ଉପରେ। ଦିନେ ଗାରିମା ଘରେ ନିଜ ମାମୁଁ ଝିଅ ଗୁଞ୍ଜନ ସହ ବାସୁଙ୍କ ପାଇଁ ପ୍ରସ୍ତାବ ପକାଇଲେ। ଏକଥାରେ ଘରେ ସବୁ ରାଜି। କାରଣ ଗାରିମାଙ୍କ ବିବାହ ପାଖରୁ ସମସ୍ତେ ଗୁଞ୍ଜନ କୁ ଜାଣନ୍ତି। ଗୁଞ୍ଜନ ବହୁତ ଶାନ୍ତ ଝିଅଟି। ଦେଖିବା ପାଇଁ ଯେତେ ସୁନ୍ଦର ଗୁଣ ଆହୁରି ଭଲ। ପୁରା ଗାରିମା ଙ୍କ ପରି। ଗୁଞ୍ଜନ ଓ ବାସୁଙ୍କ ଲଗ୍ନଧରା ହୋଇ ଗଲା। 


ବ୍ୟବସାୟ କାମରେ ବାସୁ ଗୋଟିଏ ମାସ ପାଇଁ ଆସାମ ଗୋଲେ। ଆସାମରୁ ଆସିବା ପନ୍ଦର ଦିନ ପରେ ବିବାହ ହେବ ବୋଲି ସ୍ଥିର ହେଲା। 


ଆସାମରୁ ଆସିବି ଦିନ ଘରେ ସବୁ ଖୁସିରେ ଅପେକ୍ଷା କରିଛନ୍ତି। ଗୁଞ୍ଜନ ଓ ତାଙ୍କର ବାପା ମାଆ ବି ଆସିଛନ୍ତି। ସନ୍ଧ୍ୟାରେ ବାସୁ ଆସି ପହଞ୍ଚିବା କଥା। 


ମିତୁକୁ ଗୁଞ୍ଜନ ଓ ଗାରିମା ଖୁଆଉ ଥାଆନ୍ତି। ଗାଡି ଆସି ପହଞ୍ଚିଲା।ଗାଡି ଶବ୍ଦ ଶୁଣି ଶାଶୁ ମାଆ ଗାରିମାକୁ ଆଳତି ଥାଳି ଆଣିବାକୁ ଡାକିଲେ। କାରଣ ବାସୁ ଗୋଟିଏ ବହୁତ ବଡ ପ୍ରୋଜେକ୍ଟ ପାଇଛନ୍ତି। ଗାରିମା ଗୁଞ୍ଜନକୁ ଆଳତି ଥାଳି ନେଇ ଯିବା ପାଇଁ କହିଲେ ଏବଂ ସେ ମିତୁକୁ ଖୁଆଇ ଖୁଆଇ ବାହାର ରୁମକୁ ଆସିଲେ। ଗୁଞ୍ଜନ ଉତ୍ସାହର ସହ ଚାହିଁ ରହିଥାନ୍ତି ବାସୁଙ୍କ ଆସିବାକୁ। 


ବାସୁଙ୍କୁ ଆସିବା ଦେଖି ଗୁଞ୍ଜନଙ୍କ ହାତରୁ ଲୁହ ବୋହି ଗଲା ଏବଂ ହାତରୁ ଆଳତି ଥାଳି ଖସି ଗଲା। କାରଣ ବାସୁ ଏକା ଆସି ନ ଥିଲେ। ତାଙ୍କ ସହ ଆସିଥିଲେ ଜଣେ ନବ ବଧୁ। ମାନେ ବାସୁ ଆଉ ସେ ଝିଅଟି ବିବାହ କରି ବିବାହ ଜୋଡାରେ ଆସି ଥିଲେ। ସବୁ ଆଶ୍ଚର୍ଯ୍ୟ ହୋଇ ଚାହିଁ ରହିଥିଲେ। 


ଗାରିମା ହାତ ଧୋଇ ଆସି ବାସୁଙ୍କୁ ପଚାରିଲେ ତୁମେ ଏ କଣ କଲ? 


ବାସୁଙ୍କ ମାଆ ସୁଭଦ୍ରା ବାସୁ କୁ ଚଟକଣା ମାରି ପଚାରିଲେ ଏ କଣ କଲୁ ? ଗୁଞ୍ଜନ ଏଠି ତୋର ଅପେକ୍ଷା କରି ବସିଛି ଆଉ ତୁ ସେ ଝିଅକୁ ବାହା ହୋଇ ପଳାଇ ଆସିଲୁ। 


ବାସୁ : ଗୁଞ୍ଜନକୁ ମୁଁ କେବେ ଭଲ ପାଇ ନ ଥିଲି। ତୁମେମାନେ ମୋତେ ସେଠି ବିବାହ ପାଇଁ ରାଜି କରାଇଲ। ହେଲେ ଆସାମରେ ମୋର ନେନା ସହ ଦେଖା ହେଲା ପରେ ମୁଁ ଜାଣିଲି ଯେ ପ୍ରେମ କଣ ? ଆଉ ଜାଣି ଥିଲି ତୁମେମାନେ ଗୁଞ୍ଜନ ବଦଳରେ ନେନା ସହ ମୋର ବାହାଘର କେବେ କରାଇ ଦେବ ନାହିଁ। ତେଣୁ ମୁଁ ଆସାମରୁ ହିଁ ତାକୁ ବିବାହ କରି ଆସିଛି। 


ଗାରିମା କହିଲେ ଯାହା ବି ହେଉ ନେନା ଏବେ ଏ ଘରର ବୋହୂ। ନବ ଯୋଡିକୁ ସେ ଆଳତି କରି ଘରକୁ ପ୍ରବେଶ କରାଇଲେ। 


ଗୁଞ୍ଜନ ଆଉ ଗୁଞ୍ଜନଙ୍କ ବାପା ମାଆ ବହୁତ କଟୁ କଥା କହି ଗାରିମାଙ୍କ ପରିବାର ସହ ସମ୍ପର୍କ କାଟି ପଳାଇଲେ।


ତାପରେ ନେନାଙ୍କ ଓଢଣୀ ଟେକି ମୁହଁ ଦେଖା ହେଲା। ନେନାଙ୍କୁ ଦେଖି ସମୁ ଜୋରରେ ଚେୟାରରେ ବସି ପଡିଲେ। ଆଖିରୁ ଲୁହ ବହି ଗଲା। 


ଗାରିମା ଯାଇ ସମୁଙ୍କୁ ପଚାରିଲେ କଣ ହେଲା? 


ସମୁ ଗାରିମାଙ୍କ ହାତ ଧରି କହିଲେ ମୋ ଅତୀତ।


ଗାରିମା : ମାନେ? 


ସମୁ କହିଲେ ବାହାରକୁ ଚାଲ। 


ବାହାରେ ସମୁ କହିଲେ ଯେ ନେନା ଆଉ କେହି ନୁହେଁ ସେଇ ଝିଅ ଯିଏ ସମ୍ବିତଙ୍କ ସହ ଭଲ ପାଇବାର ସମ୍ପର୍କରେ ଥିଲେ। ହେଲେ ସମ୍ବିତଙ୍କ ଆର୍ଥିକ ଅବସ୍ଥା ଭଲ ନ ଥିବାରୁ ସମ୍ବିତଙ୍କୁ ଛାଡି ଆଉ ଜଣକୁ ବିବାହ କରିଥିଲେ।


ଗାରିମା ଏ ସବୁ ଶୁଣି ସମୁଙ୍କ ହାତ ଧରି କହିଲେ ଚାଲ ଆମେ ଏ ବିଷୟରେ ବାସୁଙ୍କୁ ଜଣାଇ ଦେବା। 


ଭିତରକୁ ଯାଇ ସେମାନେ ଶୁଣିଲେ ବାସୁ ନିଜେ ଘରେ ସମସ୍ତଙ୍କୁ କହିଲେ ଯେ ସେ ଯେଉଁ ପ୍ରଜେକ୍ଟ ପାଇଲେ ସେ କମ୍ପାନୀର ମାଲିକାଣୀ ହେଇଛନ୍ତି ନେନା। ନେନାଙ୍କ ଘର ଲୋକ ଜବରଦସ୍ତି କରି ଗୋଟିଏ ବୁଢା ମାନେ କମ୍ପାନୀର ମାଲିକଙ୍କ ସହ କରି ଦେଇଥିଲେ। ବିବାହର ତିନି ବର୍ଷ ପରେ ସେ ଲୋକ ମରିଗଲେ। ବିଚାରି ନେନା ତାଙ୍କ ଜୀବନରେ ଏତେ ସବୁ କଷ୍ଟ ସହିଲେ। 


ସମୁ : ହେଲେ ନେନା ତ ବଡ ତୋ ଠାରୁ। 


ବାସୁ : ହଁ ହେଲେ ପ୍ରେମରେ ସେ ସାନ ବଡ ନ ଥାଏ। 


ବିବାହ ର ନୀତି ନିୟମ ଆରମ୍ଭ କରିବା ପାଇଁ ସମସ୍ତେ ଭିତକୁ ଗଲେ। ସେ ରୁମରେ କେବଳ ସମୁ ଓ ନେନା। 


ନେନା : ସମୁ ମୁଁ ଜାଣେ ତୁମେ ମୋତେ ରାଗିଛ। ରାଗିବାର ବି ହେଉଛି। ମୁଁ ଭୂଲ ସେମିତି କରିଛି। ଆଉ ତାର ଦଣ୍ଡ ବି ପାଇଛି ଆଉ ପ୍ରାୟଶ୍ଚିତ୍ତ ବି କରୁଛି। ତୁମ ଠାରୁ ଅଲଗା ହେଲା ପରେ ମୋ ଜୀବନରେ ଆଉ ଖୁସି ବୋଲି ନ ଥିଲା। ତାପରେ ବାସୁ ସହ ଦେଖା ହେଲା। ପୁଣି ମୁଁ ସହିବାକୁ ଲାଗିଲି। ଆଉ ତାଙ୍କୁ ପ୍ରେମ କଲି। ଏତେ ଦିନ ପରେ ମୋ ଜୀବନରେ ଖୁସି ପୁଣି ଥରେ ଫେରିଛି। ତୁମେ ମୋର ଆଉ ତୁମ ସମ୍ପର୍କ ବିଷୟରେ ବାସୁଙ୍କୁ କହି ଆଉ ମୋ ଜୀବନେ ଝଡ ଆଣ ନାହିଁ। 


ସମସ୍ତେ ଭିତରକୁ ପଶି ଆସିଲେ। ସମୁ କିଛି ନ କହି ପୁଅ ମିତୁକୁ ନେଇ ନିଜ ରୁମ ଭିତରକୁ ଗଲେ। 


ଗାରିମା ରାତିରେ ଯାଇ ସମୁଙ୍କୁ ବଝାଇଲେ। ନେନା ଅତୀତରେ ତୁମ ପ୍ରେମିକା ଥିଲେ। ଏବେ ସେ ବାସୁଙ୍କର ସ୍ତ୍ରୀ। ତୁମେ ଅତୀତକୁ ଆଣି କାଲିର ସୂର୍ଯ୍ୟ କିରଣରେ ଗ୍ରହଣ କର ନାହିଁ। ନ ହେଲେ ଆମ ପରିବାର ଭାଙ୍ଗି ଯିବ। 


ସମୁ : ତୁମେ ସତ ଜାଣି ବି ନେନାକୁ ଏ ଘରେ ଦେଖି ତୁମ ମନକୁ ବି ତ କଷ୍ଟ ହେଉ ଥିବ ନା? 


ଗାରିମା : ତାଙ୍କୁ ମୁଁ ସେ ନଜରରେ ଦେଖିବାକୁ ଚାହେଁ ନାହିଁ।


ବାହାଘରର କିଛି ମାସ ଭିତରେ ସମସ୍ତଙ୍କୁ ଆପଣାଇ ନେଲେ। ହେଲେ ଆସ୍ତେ ଆସ୍ତେ ଗାରିମା ଓ ସମୁଙ୍କ ସମ୍ପର୍କ ଖରାପ ହେବାକୁ ଲାଗିଲେ। ଆସ୍ତେ ଆସ୍ତେ ଗାରିମାଙ୍କ ରୋଷେଇ ବି ଖରାପ ହେଉଛି ତ ପୁଣି କେତେବେଳେ ଲୁଗା ଆଇରନ ଦେଲା ବେଳେ ଜଳି ଯାଉଛି ତ ପୁଣି ଛୁଆର ଯତ୍ନ ବି ସେ ଠିକରେ କରି ପାରୁ ନାହାଁନ୍ତି। ସମୁ ଭାବିଲେ ବୋଧେ ନେନାକୁ ନେଇ ଗାରିମା ଚିନ୍ତିତ। 


ସମୁ ଦଖୁ ଥାଆନ୍ତି ଯେ ନେନା ସବୁବେଳେ ମନ ଦୁଃଖରେ ରହୁଛନ୍ତି। କାରଣ ତାଙ୍କୁ ଲାଗୁଛି ଗାରିମା ଓ ବାସୁଙ୍କ ମଧ୍ୟରେ ସମ୍ପର୍କ କେବଳ ଭାଉଜ ଓ ଦିଅରର ନୁହେଁ ବରଂ ଆଉ କିଛି ରହିଛି। ବାସୁ ଓ ଗାରିମାଙ୍କ ଏକାଠି ବସି କଥା ହେବା ବୁଲିବା ସମୁଙ୍କ ମନରେ ସନ୍ଦେହ ଆଣିଲା। 


ଦିନକର କଥା ସମୁ ବାହାରକୁ ଯାଇ ଥାଆନ୍ତି। ସେଦିନ ରାତିରେ ଫେରୁ ଫେରୁ ଡେରି ହୋଇଗଲା। ସେ ଫେରି ଦେଖିଲେ ଯେ ଗାରିମା ଆଉ ବାସୁ ଏକାଠି ଶୋଇଛନ୍ତି।


ଏହା ଦେଖି ସମୁ ଚିଲାଇ ଉଠିଲେ। ପାଟି ଶୁଣି ବାସୁ ଓ ଗାରିମା ଉଠିଲେ। ଯେତେବେଳେ ସମୁ ପଚାରିଲେ ଯେ ଏ ସବୁ କଣ ଚାଲିଛି? 


ଗାରିମା ଓ ବାସୁ କହିଲେ ସେ ଦୁହେଁ ପରସ୍ପରକୁ ଭଲ ପାଆନ୍ତି ଓ ଏକାଠି ରହିବାକୁ ଚାହାଁନ୍ତି। ଏ କଥା ଘରେ କେହି ବିଶ୍ୱାସ କରି ପାରୁ ନ ଥିଲେ। ସମସ୍ତେ ବହୁତ କିଛି କହିଲେ। ନେନା ଭୋ ଭୋ ହୋଇ କାନ୍ଦିବାକୁ ଲାଗିଲେ। ସମୁ ଗାରିମାଙ୍କୁ ଘୃଣା ଚକ୍ଷୁରେ ଦେଖିଲେ ଏବଂ ନେନାଙ୍କୁ ସହାନୁଭୂତି ଚକ୍ଷୁରେ ଦେଖିଲେ। 


ତାପରେ ଗାରିମା ଆଉ ବାସୁ ଘର ଛାଡ଼ି ପଳାଇଲେ। ଦିନ ଯାକ ସମୁ ପୁଅକୁ ସମ୍ଭାଳୁ ଥାଆନ୍ତି ଏବଂ ଭାବୁ ଥିଲେ ବାହାଘର ପାଞ୍ଚ ବର୍ଷ ଭିତରେ ସେ କେବେ ଗାରିମା ଓ ବାସୁ ଭିତରେ ଏ ପରି ସମ୍ପର୍କ ଅଛି ବୋଲି ଜାଣି ନ ଥିଲେ। ହେଲେ ଆଜି ଏ କଣ ହୋଇଗଲା। ଗାରିମା କେମିତି ନିଜ ଛୁଆକୁ ଛାଡ଼ି ପଳାଇଲେ ଆଉ ଲକ୍ଷ୍ମଣ ପରି ଭାଈ ଏତେ ବଡ ବିଶ୍ବାସଘାତକ ହେଲା କିପରି? ସେପଟେ ବିଚାରି ନେନାର ଭୂଲ କଣ ଥିଲା ? ଗାରିମା ସତରେ କଣ ଛଳନା କରିଛନ୍ତି ପ୍ରଶ୍ନ ହୃଦୟରେ ଉଠୁ ଥିଲେ ମଧ୍ୟ ମନ ମାନିବାକୁ ନାରାଜ। 


ଏମିତି ଭାବୁ ଭାବୁ ସମୁଙ୍କୁ ରାତିରେ ନିଦ ଆସିଲା ନାହିଁ ।ସେ ନେନା ଶୋଇଛନ୍ତି କି ନାହିଁ ଦେଖିବାକୁ ଗଲେ। ନେନା ରୁମରେ ନ ଥିଲେ। ସେଠାରେ ସେ ନେନାଙ୍କ ଡାଏରୀ ପାଇଲେ ଏବଂ ତା ସହ ଗାରିମାଙ୍କ କଟା ଶାଢୀ ସହ ବାସୁର ଗାମୁଛା ବନ୍ଧା ହୋଇ ସିନ୍ଦୁର ଆଉ ରକ୍ତ ଲାଗି ଥିବାର ଦେଖିଲେ। ଏ ସବୁ ଦେଖି ସେ ଆଶ୍ଚର୍ଯ୍ୟ ହୋଇ ଗଲେ। ଯେମିତି କଳା ଯାଦୁ କରା ହୋଇଛି। ଡାଏରୀରୁ ସେ ଜାଣିଲେ ଯେ ନେନା ସମ୍ମୋହନ ବିଦ୍ୟା ଓ କଳା ଯାଦୁ ଆସାମରେ ଜଣେ ବାବାଙ୍କ ଠାରୁ ଶିଖିଛନ୍ତି। ଆଉ ସେ ବିଦ୍ୟା ପ୍ରୟୋଗ କରି ନିଜ ପ୍ରଥମ ସ୍ୱାମୀକୁ ନିଜ ରାସ୍ତାରୁ ହଟାଇଛନ୍ତି। ଆଉ ଏବେ ବାସୁ ଓ ଗାରିମାକୁ ହଟାଇ ସମୁଙ୍କୁ ପାଇବା ପାଇଁ ଚେଷ୍ଟା କରୁଛନ୍ତି। 


ସମୁ ନେନାଙ୍କୁ ଖୋଜୁ ଖୋଜୁ ଷ୍ଟୋର ରୁମ ପାଖରେ ଦେଖିଲେ ଧୂଆଁ ବାହାରୁଛି। ସେ ଦେଖିଲେ ଯେ ଗାରିମା ଓ ବାସୁଙ୍କ ନାମ ନେଇ କହୁଛନ୍ତି ପାଣିକୁ ଡିଆଁ ମାରି ଆତ୍ମହତ୍ୟା କରିବା ପାଇଁ। 


ସମୁ ମୋବାଇଲକୁ ଭିଡିଓ ମୋଡରେ ରଖି ନେନା ଭଲ ଭାବରେ ଆଦେଶ ଦେବା ଆଗରୁ ପାଣି ନେଇ ହମ କୁଣ୍ଡର ନିଆଁରେ ଢାଳି ଦେଲେ ଏବଂ ଗାରିମା ଓ ବାସୁଙ୍କ ଜିନିଷ ସବୁ ଉପରେ ପାଣି ଢାଳି ଅଙ୍କା ହୋଇ ଥିବା ଗାର ସବୁକୁ ଲିଭାଇ ଦେଲେ। 


ଏ ସବୁ ଦେଖି ନେନା କ୍ରୋଧରେ ଗର୍ଜି ଉଠିଲେ ଏବଂ ସେ କିପରି କଳା ଯାଦୁ ଓ ସମ୍ମୋହନ ବିଦ୍ୟା ପ୍ରୟୋଗ କରି ବାସୁ ଓ ଗାରିମାକୁ ବଶୀଭୂତ କରି ଏ ସବୁ କାମ କରିଥିଲେ .... ସବୁ କଥା କହି ପକାଇଲେ। 


ସମୁ : ଏ ସବୁ କରି କଣ ପାଇଲ ନେନା? 


ନେନା : ତୁମକୁ ମୁଁ ଛାଡି ଜୀବନର ସବୁଠାରୁ ବଡ ଭୂଲ କଲି। ସେ ଲୋକକୁ ବିବାହ କଲି ସମ୍ପତ୍ତି ଲୋଭରେ ହେଲେ ଶାରିରୀକ ଖୁସି ପାଇଲି ନାହିଁ। ତୁମ କଥା ବହୁତ ମନେ ପଡୁ ଥାଏ। ଘରେ ଏକା ବସି ବସି କରିବି କଣ। ଶେଷରେ ଆସାମରେ ଜଣେ ବାବାଠାରୁ ଏ ସବୁ ଶିଖିଲି। ଆଉ ତାପରେ ସେ ଲୋକକୁ ମୋର ଜୀବନରୁ ଅଲଗା କଲି। ତୁମ ପାଖକୁ ଆସିବା ପାଇଁ ମୋତେ ଆହୁରି ସାଧନା କଲି ଏବଂ ପ୍ରୋଜେକ୍ଟ କାମ ପାଇଁ ତୁମ କମ୍ପାନୀକୁ ମେଲ କଲି। ହେଲେ ତୁମ ବଦଳରେ ବାସୁ ଗଲା। ତା ଠାରୁ ତୁମ ବିଷୟରେ ଜାଣିଲି। ତୁମକୁ ପାଇବା ପାଇଁ ହେଲେ ଗାରିମାକୁ ତୁମ ଜୀବନରୁ ଦୂର କରିବାକୁ ହେବ। ତେଣୁ ପ୍ରଥମେ ବାସୁକୁ ସମ୍ମୋହନ କରି ବିବାହ ତାପରେ ବାସୁ ଓ ଗାରିମାକୁ ବଶୀଭୂତ କରି ଏସବୁ କାମ କଲି। 


ସମୁ : ଯଦି ବଶୀଭୂତ କରି ପାରୁଛ ମୋତେ ନ କରି ଏତେ ସବୁ କଲ ଯେ। 


ନେନା : ମୋର ସାଧନା ବେଶୀ ଶକ୍ତିଶାଳୀ ନୁହଁ। ମୁଁ କିଛି ଦିନ ପାଇଁ ହିଁ ସମ୍ମୋହନ କରି ପାରି ଥାଆନ୍ତି। ହେଲେ ମୁଁ ତୁମକୁ ସବୁ ଦିନ ମୋର କରିବାକୁ ଚାହେଁ। କାରଣ ମୁଁ ତୁମଠାରୁ ଅଲଗା ହେଲା ପରେ ଯାଇ ଜାଣିଲି ଯେ ତୁମକୁ ମୁଁ କେତେ ଭଲ ପାଏ। 


ଏତିକିବେଳେ ପୋଲିସ ଗାଡି ଆସି ଲାଗିଲା। ପୋଲିସ ଗାରିମା ଓ ବାସୁଙ୍କୁ ନେଇ ଆସିଲା ଆଉ କହିଲା ସାର ଏମାନେ ଆତ୍ମହତ୍ୟା କରିବା ପାଇଁ ଯାଉଥିଲେ। ନଦୀ ପାଖରେ କିଛି ଲୋକ ଅଟକାଇଲେ ଏବଂ ପୋଲିସକୁ ଡାକିଲେ। ଏ ଦୁହେଁ କହୁଛନ୍ତି ତାଙ୍କର କିଛି ମନେ ନାହିଁ। 


ସେତେବେଳକୁ ଘରର ସବୁ ବାହାରକୁ ପଳାଇ ଆସି ଥିଲେ। ସମୁ ପୋଲିସକୁ ନେନା ବିରୁଦ୍ଧରେ ପ୍ରମାଣ ଦେଇ ଗିରଫ କରିବାକୁ କହିଲେ। 


ଗାରିମା କହିଲେ ନେନା ସୂର୍ଯ୍ୟକୁ ଗ୍ରହଣ ଲାଗିଲେ ବି ସୂର୍ଯ୍ୟ କିରଣ ପୁରା ପୁରି ଦୁନିଆରୁ ଚାଳି ଯାଏ ନାହିଁ। ତୁମେ ଆମ ଘର ପାଇଁ ସେଇ ଗ୍ରହଣ ହେଲେ ତୁମେ ତାପର ଦିନ ସକାଳର ସୂର୍ଯ୍ୟ କିରଣ କୁ ମାନେ ଆମ ଭବିଷ୍ୟତର ଖୁସିକୁ ଆସିବାରେ କେବେ ଅଟକାଇ ପାରିବ ନାହିଁ। 


ନେନା ଏବେ ଜେଲରେ ଅଛନ୍ତି। ନେନା ଆଉ ବାସୁଙ୍କ ଡିଭର୍ସ ହୋଇଗଲା। ଗାରିମା ଠାରୁ ଗୁଞ୍ଜନର ପରିବାର ଲୋକେ ସବୁ ଜାଣିଲେ ଯେ ଏ ସବୁ ବାସୁ ନିଜ ଇଚ୍ଛାରେ ନୁହେଁ ବରଂ ସମ୍ମୋହନ ହୋଇ କରିଛନ୍ତି। ଗୁଞ୍ଜନଙ୍କ ବାସୁ ସହ ବିବାହ ପାଇଁ ଗୁଞ୍ଜନ ଓ ତାଙ୍କ ପରିବାର ଲୋକେ ରାଜି ହୋଇ ଗଲେ। ସେ ଦୁହିଁଙ୍କର ବିବାହ ଧୁମ୍ ଧାମରେ ହେଲା। ସମ୍ବିତ ଓ ଗାରିମାଙ୍କ ପରିବାରରେ ନୂତନ ସକାଳର ସୂର୍ଯ୍ୟ କିରଣ ଖୁସି ନେଇ ଆସିଲା।


Rate this content
Log in

Similar oriya story from Abstract