Sunanda Mohanty

Inspirational Others

3  

Sunanda Mohanty

Inspirational Others

ସିଟ ନମ୍ବର ତେଇଶି

ସିଟ ନମ୍ବର ତେଇଶି

2 mins
226


ତେଇଶି ତାରିଖ ଦିନ ନାତୁଣୀ ର ବାହାଘର, ଆମକୁ ଯିବାକୁ ହେବ, ଆଗରୁ ଆମେ ଯେବେ ଝିଅ ଘରକୁ ଯାଉ ନାଇଟ ବସ ବା ଟ୍ରେନରେ ଯାଉ ଯେ ବହୁତ ଅସୁବିଧାର ସମ୍ମୁଖୀନ ହେଇଥାଉ, ଏଵେ କିନ୍ତୁ ଜୟପୁର କୁ ଫ୍ଲାଇଟ ଉଡିଲାଣି ତ ଆଉ ଅସୁବିଧା ନାହିଁ, ଫ୍ଲାଇଟ ରେ ମୋ ନମ୍ବର ଥିଲା ତେଇଶି ତ ଅଜବ ଆଶଙ୍କାରେ ମନ ଭଲ ଲାଗୁନଥିଲା ତ ସ୍ୱାମୀ ବୁଝାଇ ଦେଇଥିଲେ ଯେ ତାଙ୍କର ତ ଚବିଶ, ଛିଣ୍ଡା ସଂଖ୍ୟା, ବ୍ୟସ୍ତ କାହିଁକି, ତଥାପି ମୁଣ୍ଡିଆ ମାରି ନାତୁଣୀର ବାହାଘର ଶୁଭ ଶୁଭରେ ହେଇଯାଉ ପ୍ରଭୁ ଜଗନ୍ନାଥ ଡାକୁଥିଲି l

   ସବୁ ଠିକ ଠାକ ଥିଲେ ବି ନାତୁଣୀ ର ଓଡିଶୀ ନାଚିବା ନେଇ ନାତୁଣୀ ଜୋଇଁଙ୍କର ଘୋର ଆପତ୍ତି ଥିଲା ତ କଥାଟା ସେଇଠି ଅସୁବିଧା ଥିଲା କାରଣ ନାତୁଣୀ ଓଡିଶୀ ନାଚ ରେ ଓଡିଶା ବାହାରେ ପ୍ରସିଦ୍ଧି ଲାଭ କରିସାରିଥିଲା ତ ତାର ସେଥିପ୍ରତି ଦୁର୍ବାର ଆକର୍ଷଣ କୁ ଆଇ. ଏସ ଅଫିସର ନାତୁଣୀ ଜୋଇଁ ଟିକେ କେମିତି ନାପସନ୍ଦ କରିବା ଭଳି ଲାଗୁଥିଲା ତ ଭବିଷ୍ୟତ ଆଶଙ୍କାରେ ସମସ୍ତେ ବିଚଳିତ ଥିଲେ ବି ଭଲ ପ୍ରସ୍ତାବ ହାତଛଡ଼ା କରିନଥିଲେ l

  ବାହାଘର ଭଲରେ ଭଲରେ ସରିଗଲା ଆଉ ସେ ବି ଫେରିଆସିଲେ ସତ ହେଲେ ନାତୁଣୀର କାଲିଫର୍ନିଆ ରେ ଓଡିଶୀ ନାଚ ପ୍ରୋଗ୍ରାମ କୁ ସମ୍ମତି ଜଣେଇ ତା ସ୍ୱାମୀ ଯେବେ ତାକୁ ଏୟାରପୋର୍ଟରେ ଛାଡିବାକୁ ଆସିଥିଲେ ତ ନାତୁଣୀ ଖୁସିରେ ତାଙ୍କୁ ଫୋନ କରି ତା ସିଟ ନମ୍ବର ତେଇଶି ବୋଲି ଜଣାଇଥିଲା ଆଇ ଠାକୁର ଘରେ ଅଖଣ୍ଡ ଦୀପ ଜାଳିବାକୁ ଗଲେ ତ ଅଜା କହୁଥିଲେ ତେଇଶି ନମ୍ବର ଟା ଅତ୍ୟନ୍ତ ଶୁଭ, ତା ରାଶି ପାଇଁ l

   ହେଲେ ଚବିଶ ନମ୍ବର ସିଟ ରେ ବସିଥିବା ଲୋକ ପାଖେ ବସିବାକୁ ରାଜି ହୋଇନଥିବା ନାତୁଣୀ ବହୁ ଅନୁନୟ ବିନୟ କରିଥିଲା ତା ସିଟ ବଦଳେଇବା ପାଇଁ କହିଥିଲା ତ ହଠାତ ସେହି ଭଦ୍ରବ୍ୟକ୍ତି ନିଜ ପରିଚୟ ଦେଇଥିଲେ, ସେ ଥିଲେ ଓଡିଶୀ ନାଚ ର ଜର୍ଜ, ଆଉ ତାଙ୍କ ହାତ ଦୁଇଟି ନଥାଇ ବି ସେ ଯେଉଁ ନାଚ ପରିବେଷଣ କରିଥିଲେ ତାହା ଦେଖି ସେଦିନ ଖାଲି ମୋ ନାତୁଣୀ କାହିଁକି, କାଲିଫର୍ନିଆ ର ସମସ୍ତ ନାଗରିକ ଚମତ୍କୃତ ହୋଇଥିଲେ ଆଉ ପରବର୍ତ୍ତୀ ସମୟରେ ନାତୁଣୀ ଦୀକ୍ଷାର ଗୁରୁ ବନିଥିଲେ ସେହି ବ୍ୟକ୍ତି ତ ଦୀକ୍ଷା ଆଜି ଓଡିଶା ର ଗୌରବ ରୂପେ ଦେଶ ବିଦେଶ ରେ ନାମ କରି ଗୁରୁଙ୍କ ଆର୍ଶୀବାଦ ନେଉଥିଲା ତ ଅଜା ଆଇ, ଆମେ ତାକୁ ଦୂରରୁ ଆର୍ଶୀବାଦ ଦେଇ ଅରମାନ ମେଣ୍ଟେଇ, ଜଗନ୍ନାଥଙ୍କ ଶରଣାପର୍ଣ୍ଣ ହୋଇଥିଲୁ l


Rate this content
Log in

Similar oriya story from Inspirational