ସିଗାରେଟ୍
ସିଗାରେଟ୍
ସିଗାରେଟ୍, ଧୂଆଁ, ଚାକିରିରୁ ବହିସ୍କାର
ସିଗାରେଟ।
ବିନୟ ଗାଁକୁ ଫେରି ଆସିଥିଲା।ଘରେ ବୁଢାବାପା ମାଆ ତାକୁ ଅକସ୍ମାତ ଆସିବାର ଦେଖି ଚିନ୍ତିତ ହେଇ ପଡିଥିଲେ।କେତେଥର ଘରକୁ ଡାକିଲେ ଆସୁନଥିବା ପିଲା ଆଜି ବିନା ଡାକରାରେ କେମିତି ଚାଲି ଆସିଲା।ସେମାନଙ୍କ ମନରେ ଆଶଙ୍କା ଛୁଉଁଥିଲା।ଆସିଲାତ ଆସିଲା ପୁଣି ମନମାରି ରହୁଛି।ହେଲେ ତାକୁ ପଚାରିଲେ ରାଗିବ ବୋଲି ଚୁପ୍ ପଡିଥାନ୍ତି ସେମାନେ।ଏମିତି ଚାରି ପାଞ୍ଚଦିନ ରହିବାପରେ ଦିନବନ୍ଧୁ ତା ବାପା ପଚାରିଲେ ବିନୟ କେତଦିନ ଛୁଟି ଆଣିଛୁ।ସେ କହିଲା।ସବୁଦିନ ପାଇଁ ଚାଲି ଆସିଛି।ବୁଢା ଭାବିଲା ବୋଧହୁଏ ମଜା କରୁଛି।ପୁଣି ପଚାରିଲା ବେକାରଟାରେ ଏତେଦିନ ଛୁଟି,,,,।ଏବେ ବିନୟ କହିଲା ମତେ ଚାକିରିରୁ ବହିସ୍କାର କରିଦେଲେ।ଏବେ ବୁଢାର ଅବସ୍ଥା ଅସମ୍ଭାଳ ପୁଅର ଭରଷାରେ ହିଁତ ସେମାନେ ଥିଲେ।ତାରି ପଢାରେ ତ ସବୁ ବିକିଭାଞ୍ଜି ସାରିଦେଇଥି୍ଲେ ଘରର ଯାହା ଦାମି ଜିନିଷ ଥିଲା।ତା ଚାକିରି ଟଙ୍କାରେ ପୁଣି ମୁଣ୍ଡ ଟେକିବାକୁ ସକ୍ଷମ ହେବେ ବୋଲି ଭାବୁଥିଲେ।ହେଲେ କଣ ହେଇଗଲା।ସେମାନେ ଏବେ ଚଳିବେ କେମିତି?ପୁଅକୁ ବାହା କରିବାକୁ ସ୍ବପ୍ନ ଦେଖୁଥିଲେ ସେମାନେ।ଘରକୁ ନୂଆବୋହୁ ଟେ ଆସିବ।ଘର ହସି ଉଠିବ।ସେମାନେ କାମ ଜଞ୍ଜାଳରୁ ଟିକେ ନିସ୍ତାର ପାଇବେ।ହେଲେ ଏହା କ'ଣ ହେଇଗଲା।ପୁଅର ତ ସେମିତି କିଛି ଖରାପ ଗୁଣ ନାହିଁ।ପରିଶ୍ରମି ପିଲାଟିଏ।ମଦ ଗଞ୍ଜେଇ କିଛି ନିଶା କରେନି।କେବେ କେବେ ସିଗାରେଟ ଟାଣେ।ସେ ପଚାରିଲା କେତେ କଷ୍ଟରେ ତତେ ଚାକିରିଟା ମିଳିଥିଲା।ଏମିତି କଣ କରିଦେଲୁଯେ ଚାକିରିରୁ ବାହାର କରିଦେଲେ।ବିନୟ କହିଲା ସାମାନ୍ୟ ଭୂଲ ପାଇଁ ମତେ ଏ ଦଣ୍ଡ ମିଳିଛି।ସେଦିନ ଅଫିସରେ ସିଗାରେଟ୍ ପିଇ ଲିଭିଯାଇଛି ଭାବି ଫିଙ୍ଗିଦେଲି ଡଷ୍ଟବିନ୍ ରେ।ତାପରେ ଅଫିସ ବନ୍ଦକରି ଚାଲି ଆସିଲି। ଡଷ୍ଟବିନରେ ଥିବା କାଗଜ ଟୁକୁରାରେ ନିଆଁଧରି ସାରା ଅଫିସର ଫାଇଲ ପତ୍ର ଜଳିଗଲା।ମୋର ଦାୟିତ୍ବ ହିନତାପାଇଁ ଏ ଦୁର୍ଘଟଣା ଘଟିଥିବାରୁ ମତେ ଦଣ୍ଡ ସ୍ବରୁପ ବାହାର କରିଦେଲେ ଚାକିରୀରୁ।
ବୁଢା କହିଲା ସେଥିିପାଇଁ ମୁଁ ତତେ ସିଗାରେଟ୍ ପିଇବାକୁ ମନାକରୁଥିଲି।ଏଗୁଡା ଭଲ ଜିନିଷ ନୁହଁ।ଟଙ୍କା ଖର୍ଚ୍ଚ ହେବ ତାସାଙ୍ଗରେ କେନ୍ସର ଶ୍ବାସରୋଗ ଆଦିର କାରଣ ବି ବନେ।।ହେଲେ ତୁ ବାହାରକୁ ଗଲାପରେ ଏହାକୁ ଅଭ୍ୟାସ କରିଛୁ।ଘରେ ଥିବାଯାଏ ତ ଏସବୁ କିଛି ଖାଉ ନଥିଲୁ।କୁଆଡୁ ପଇସା ପାଆନ୍ତୁ ଯେ ଖାଆନ୍ତୁ।ଟଙ୍କା ମିଳିଲେ ଏ ବାଜେ ଅଭ୍ୟାସ ଗୁଡାକ ପଡେ।ଆଜିଠୁ ଛି କରି ସେ ଅଭ୍ୟାସ ଛାଡିଦେ।ଆମେ ଛୋଟଲୋକ ଏ ବଡଲୋକି ଅଭ୍ୟାସ କରିବା କାହିଁକି?ବିନୟ କହିଲା ହଁ ବାପା ମୁ ବି ଭାବିଛି ନିଶ୍ଚୟ କରିଛି ଆଉ କେବେ ଏହାକୁ ଛୁଇଁବି ନାହିଁ।
ଦିନବନ୍ଧୁ କହିଲା ତାହେଲେ ମୁଁ ଜଣେ ବାବୁଙ୍କୁ ଜାଣିଛି ତାଙ୍କୁ କହିବି ତାଙ୍କର ଗାର୍ଡ କାମରେ ରଖିଦେବ ତତେେ।ସେ ଥରେ ତୋ ବିଷୟରେ ମତେ ପଚାରୁଥିଲେ ଏଠି କାମ କରିବୁକି ବୋଲି।ବିନୟ ଏବେ ବାପାଙ୍କ ପ୍ରସ୍ଥାବରେ ଚାକିରି ପାଇଯାଇଥିଲା ଓ କାମ ଦାୟିତ୍ବ ସହ ତୁଲାଇବାକୁ ଲାଗିଲା।ଏବେ ସେ ସିଗାରେଟକୁ ଛି କରିଦେଇଥିଲା।
