STORYMIRROR

Trushna Das

Abstract Drama Crime

3  

Trushna Das

Abstract Drama Crime

ସି.ଆଇ.ଡି଼

ସି.ଆଇ.ଡି଼

1 min
267

ଗାଁରେ ଗବ୍ବର ସିଂର ଉତ୍ପାତ ବଢି ଚାଲିଛି।ଠାକୁରଙ୍କ ହାତ କାଟି ସାରିବା ପରେ ଗବ୍ବରଙ୍କୁ ଗାଁ ଲୋକମାନେ ଡରୁଛନ୍ତି।ଗବ୍ବର ସିଂ ଏବଂ ତା ଲୋକମାନେ ଗାଁରୁ ଯେତେବେଳେ ସେତେବେଳେ ଆସି ଟଙ୍କା ପଇସା ଧନ ସମ୍ପତ୍ତି ଲୁଟି ନିଅନ୍ତି।


ସେମାନଙ୍କ ଉତ୍ପାତ କମାଇବା ପାଇଁ ଠାକୁର ସି.ଆଇ.ଡି଼. ର ସାହାଯ୍ୟ ଲୋଡ଼ିଲେ।ଏସ୍ପି ପ୍ରଦ୍ୟୁମ୍ନ, ଇନ୍ସପେକ୍ଟର ଅଭିଜିତ ଆସି ଗାଁରେ ପହଞ୍ଚିଲେ।ସେମାନେ ଆସି ଗବ୍ବର ସିଂ ବିଷୟରେ ପଚାରିବରୁ କେହି କିଛି ଭୟରେ କହିଲେ ନାହିଁ। 


ତାପରେ ସି.ଆଇ.ଡି. ଗବ୍ବର ସିଂଙ୍କୁ ଧରିବା ପାଇଁ ଇନ୍ସପେକ୍ଟର ଦୟାଙ୍କୁ ଠାକୁରଙ୍କ ସମ୍ପର୍କୀୟ ଭାବରେ ପଠାଇଲେ ଏବଂ ସବ୍ ଇନ୍ସପେକ୍ଟର କିରଣଙ୍କୁ ଦୟାଙ୍କ ସ୍ତ୍ରୀ ଭାବରେ ପଠାଇଛନ୍ତି। ସେମାନେ ସେଠାରେ ଗାଉଁଳିଆ ଭାବରେ ରହିଲେ। 


ଦୟା ଓ କିରଣ ଗାଁରେ ସି. ସି. ଟିଭି କ୍ୟାମେରା ଚାରିଆଡେ ଲଗାଇ ଦେଲେ। ସେମାନେ ପ୍ରମାଣ ସଂଗ୍ରହ କରିବାରେ ଲାଗି ଥାଆନ୍ତି କେମିତି ଗବ୍ବର ସିଂ, ଶାମ୍ବା, କାଳିଆ ଓ ତାଙ୍କ ସାଥୀମାନେ ଆସି ଗାଁ ଲୋକମାନଙ୍କୁ ଡରାଇ ସବୁ ଲୁଟପାଟ କରି ନେଉଛନ୍ତି। ସେ ସବୁ କ୍ୟାମେରାରେ ଲାଇଭ ରେକର୍ଡିଂ ହୋଇ ସି.ଆଇ.ଡି. ଟିମ ପାଖକୁ ଯାଉଥାଏ। ହଠାତ୍ ଦିନେ ଗବ୍ବର ସିଂ ସେ ବିଷୟରେ ଜାଣି ପାରିଲା।ସେ ଓ ତା ସାଥୀମାନେ ଆସି ଠାକୁର, ଦୟା ଓ କିରଣଙ୍କୁ ଉଠାଇ ନେଲେ।ଗାଁ ଲୋକମାନଙ୍କ ଉପରେ ଅନେକ ଅନ୍ୟାୟ ଅତ୍ୟାଚାର କରିଲେ। 


ଏହା ଜାଣିପାରି ସି.ଆଇ.ଡି଼ ଟିମ ଗାଁ ଅଭିମୁଖେ ବାହାରିଲେ। 


ଦୟା ଗବ୍ବରଙ୍କ ମୁକାବିଲା କଲା ବେଳେ ହଠାତ୍ ତାଙ୍କ ଦେହରେ ଗୁଳି ଲାଗିଲା। ଠିକ୍ ସେହି ସମୟରେ ଏସ୍ପି ପ୍ରଦ୍ୟୁମ୍ନ, ଇନ୍ସପେକ୍ଟର ଅଭିଜିତ ଓ ସି.ଆଇ.ଡି ଟିମ ଆସି ପହଞ୍ଚିଲେ। ସେମାନେ ଗବ୍ବରଙ୍କ କିଛି ସାଥୀମାନଙ୍କୁ ମାରି ଦେଲେ। ତାପରେ ଗବ୍ବର, କାଳିଆ, ଶାମ୍ବା ଓ ବାକି ସାଥୀମାନଙ୍କୁ ଗିରଫ କଲେ ପ୍ରମାଣ ସହ। ଦୟାଙ୍କୁ ସଙ୍ଗେ ସାଙ୍ଗ ଆମ୍ବୁଲାନ୍ସରେ ସହରକୁ ନେଇ ଗଲେ। 


ଗାଁ ଲୋକମାନେ ଠାକୁର ଓ ସି.ଆଇ.ଡି଼ ଟିମଙ୍କୁ ଅଶେଷ ଧନ୍ୟବାଦ ଦେଲେ।


#Non-Stop November


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Abstract