STORYMIRROR

Sunanda Mohanty

Abstract Action Thriller

3  

Sunanda Mohanty

Abstract Action Thriller

ଶୂନ୍ୟତାରୁ ପରିପୂର୍ଣ୍ଣତା

ଶୂନ୍ୟତାରୁ ପରିପୂର୍ଣ୍ଣତା

5 mins
2

ସାବି ମନରେ ଅନେକ ଶୁନ୍ୟତା. କେଡେ ଚଳଚଞ୍ଚଳ ଥିଲା ତା ଜୀବନ. ବରା ଦୋକାନ କରି ମାଧବ ଭଲ ଦୁଇପଇସା ରୋଜଗାର କରୁଥିଲା. ବହୁ ଗ୍ରାହକ ତା ଦୋକାନର ପ୍ରସଂଶା କରନ୍ତି ଏଇଥି ପାଇଁ କି କେବେ ବାସି ବରା ବିକେନି ମାଧବ. ବଳି ପଡିଲେ ସଜ ବରା ଘରକୁ ଆଣିବା ସହ ଗାଇ ଓ ବୁଲା କୁକୁରଙ୍କୁ ଦେଇଥାଏ. ସକାଳୁ ସକାଳୁ ଉଠି ବତୁରା ବିରି ବାଟି ସ୍ୱାମୀ ହାତକୁ ବଢ଼େଇ ଦେଲାବେଳେ ସାବି କହେ ଏ ସନ ପାଉଁଜି ହଳେ କିଣିଦେଵ. ତା ଲାଜ ଭିତରେ ମାଧବର ଜୀବନ ଝଙ୍କୁରିତ ହେଉଥିଲା. ପିଲା ଦୁଇଟିଙ୍କୁ କଡ଼ କରି ସ୍ବାମୀ ଛାତିରେ ମୁଣ୍ଡ ଗୁଞ୍ଜି କେତେ ସ୍ବପ୍ନ ଦେଖୁନଥିଲା ସାବି!ହଠାତ କାହାର ନଜର ଲାଗିଗଲା ଯେମିତି. ଚଳଚଞ୍ଚଳ କର୍ମଠ ସ୍ୱାମୀଟା ତାର କୋଢ଼ିଆ ବନିଗଲା. ସାବି ବିରିବଟା ଛାଡ଼ି ପରଘରେ କାମପାଇଟି କଲା. ଆଖିରୁ ସ୍ବପ୍ନ ପୋଛି ହୋଇଗଲା ଲୁହରେ. ଯୋଉ ବରା ଦୋକାନ ଥିଲା ସମ୍ବଳର ସୂତ୍ର ତାହା ବନ୍ଦ ରହିଲା. ଦିନ ରାତି ମଦ ପିଇ ମାଦଳ ଭଳି ଗଡୁଥିଲା ମାଧବ. ଛାତିକୁ ପଥର କରି ପରଘରେ କାମ କରି ଚାରି ଚାରିଟା ପ୍ରାଣୀଙ୍କର ଭୋକ ମେଣ୍ଟେଇବାକୁ ଅସମର୍ଥ ସାବି ସେଦିନ ମନାଦୃଢ଼ କଲା.।

   ନୂଆବର୍ଷରେ ପୁଣି ବରାଦୋକାନ ଖୋଲିଲା. ଆସ୍ତେ ଆସ୍ତେ ଭିଡ଼ ଜମିଲା.ଗରାଖ ବଢିଲେ. ଶୀତ ସକାଳର କଅଁଳ ଖରାରେ ବରା ସାଙ୍ଗକୁ ଘୁଗୁନିର ଚାହିଦା ବଢିଲା. ସଂସାର ଚଳେଇ ଦି ପଇସା ସଞ୍ଚିଲା ବେଳେ ମଦନ ଆଖିକୁ ଦେଖାଯାଏ ତ ତାକୁ ନେଇ ମଦ ପିଇବା ଆରମ୍ଭ କରିଦିଏ. ଏମିତିକି ବାଡେଇବାକୁ ହାତ ଉଠେଇଲା ମଦନ ସ୍ତ୍ରୀ ସାବି ଉପରକୁ. କାନ୍ଦି କାନ୍ଦି ଆଖି ଫୁଲି ଗଲେ ବି କାହାକୁ କହିବ ଦୁଃଖ? ସେଦିନ ବିରି ବାଟି ପାରିନଥାଏ ଶୀତରେ ସାବି. ଚୁଲି ଲଗେଇ ଅଳ୍ପ ବିରିକୁ ଛାଣିବାକୁ ବସିଛି କୁଆଡୁ କୁକୁରଟିଏ ଆସି ତା କାନି ଭିଡିବାକୁ ଲାଗିଲା. ଛଣା ବରା ଦୁଇଟି ତା ଆଡକୁ ଥୋଇଲା ସାବି ହେଲେ ଖାଉନଥିଲା କୁକୁର. ସାବି ଭାବିଲା ମଣିଷ କଥା କହିବା ଶକ୍ତି ଥାଇ ମଧ୍ୟ ତା ହୃଦୟରେ ଥିବା ଶୁନ୍ୟତାକୁ ପ୍ରକାଶ କରିପାରୁନି. ବିଚରା ପଶୁର ଭାଷା ବୁଝିବାକୁ ତା ହୃଦୟର ଶୁନ୍ୟତା ମାପିବାକୁ ଥରେ ଚେଷ୍ଟା କଲେ କ୍ଷତି କଣ?

  ସାବି ଚାଲୁଥିଲା କୁକୁର ପଛେ ପଛେ. ଗୋଟେ ନାଳ ପାଖେ ଅଟକି ଗଲା କୁକୁର. ସାବି ଦେଖିଲା ନାଳ ଜୋରରେ କୁକୁର ଛୁଆ ଦୁଇଟି ଫିସିଯାଇ କୁଁ କୁଁ ହେଉଛନ୍ତି. ଛୁଆଙ୍କୁ ଉଦ୍ଧାର କରିବାକୁ ପଶୁଟିର ମାତୃତ୍ୱ ତାକୁ ବିଗଳିତ କଲା. ମନେପଡୁଥିଲା ଜଙ୍ଗଲ ରାସ୍ତାରେ ଘୋଡାଟିଏ ଗାଡିଗୁଡିକୁ ଅଟକେଇବାକୁ ଚେଷ୍ଟା କରି ବିଫଳ ହେଉଥିବା ବେଳେ ବାଇକ ଆରୋହୀ ଦୁହେଁ ଅଟକିଥିଲେ ଓ ଘୋଡା ପଛେ ପଛେ ଯାଇ ଦେଖିଥିଲେ ଘୋଡା ଛୁଆ ଦୁଇଟି ପଙ୍କରେ ଫଶି ରହିଛନ୍ତି. ଅଚିରେ ଫୋନ କରି ବନ ବିଭାଗର ସାହାଯ୍ୟ ନେଇ ପଙ୍କରୁ ଘୋଡା ଛୁଆ ଦୁହିଁଙ୍କୁ ଉଦ୍ଧାର କରିବା ଭିଡିଓ ତାକୁ କୁନା ବାବୁ ଦେଖାଇବା ବେଳେ ସେ ଚମତ୍କୃତ ହୋଇଥିଲା. ମାଆ ସାଆନ୍ତାଣୀ କହୁଥିଲେ ପରର ଉପକାର କଲେ ଭଗବାନ ସାହାଯ୍ୟ କରନ୍ତି. ଆଜି ତାକୁ ମଧ୍ୟ ସେଇ ପରୀକ୍ଷା ଦେବାର ବେଳା ଆସିଛି. ଫଳକୁ ଆଶା ନକରି କର୍ମ ଓ ଧର୍ମ କରିବା ଜରୁରୀ ଅଟେ. ବିପଦ ଭିତରେ ନାଳ ଭିତରକୁ ପଶିଲା ସାବି ଆଉ ଉଦ୍ଧାର କଲା କୁକୁର ଛୁଆ ଦୁଇଟିଙ୍କୁ. କୁକୁର ଆଖିର କୃତଜ୍ଞତା ପଢୁ ପଢୁ ନିଜକୁ ଖୁବ ଶାନ୍ତି ଓ ପ୍ରଶାନ୍ତି ମିଳୁଥିଲେ ବି ନାଳରୁ ବାହାରି ଆସିପାରୁନଥିଲା ସାବି. କୁକୁର ଖୁବ ଜୋରରେ ଭୁକୁଥିଲା ତ କେହି ଆଗେଇ ଆସିଥିଲେ ସାହାଯ୍ୟର ହାତ ବଢ଼େଇ ସାବିକୁ ଶିଉଳିପୂର୍ଣ୍ଣ ନାଳରୁ ଉଦ୍ଧାର କରିବାପାଇଁ ଲୋକ ଜମା ହୋଇଯାଇଥିଲେ.ତା ଭିତରୁ ଅନେକ ଗରାଖ ଚିହ୍ନି ପାରି ସାବିକୁ ଦୋକାନ ଯାଏଁ ଛାଡିଦେଇଥିଲେ.

   ସବୁଦିନ କିଛିନା କିଛି ବଳକା ବରା ଘୁଗୁନି ସହ ପଇସା ନେଇ ଫେରୁଥିଲା ସାବି ହେଲେ ଆଜି ଶୁନ୍ୟତା ଭିତରେ ଯାଇ ପିଲାଙ୍କୁ ଜାହି ତାହି ଖୁଆଇ ଶୋଇପଡ଼ିଲା ଶୀତରେ. ଅଧ ରାତିରେ ନିଜ ଦେହର କମଳ କାଢ଼ି ସାବି ସହ ପିଲାଙ୍କୁ ଘୋଡେଇ ଦେଉଥିବା ସ୍ବାମୀ ମାଧକୁ ଦେଖି ସାବିର ନିଦ ଭାଙ୍ଗିଯାଇଥିଲା. ସେ ବିଶ୍ୱାସ କରିପାରୁନଥିଲା ନିଜ ଆଖିକୁ. ବାଡ଼ିଆ ବକା ବନା ଛାଡ଼ି ସ୍ୱାମୀ ତା ହାତ ମୁଠାରେ ହାତ ରଖି କହୁଥିଲା ମତେ ବିଶ୍ୱାସ କର ସାବି, ମୁଁ ଆଉ ସେ ନିଆଁଲଗା ମଦ ଛୁଇଁବିନି. ତୋ ରାଣ ଖାଉଛି ଲୋ ରାଣୀ କାଲିଠୁ ବରା ଦୋକାନ ଯାଇ ପୁଣି ବରା ଛାଣି ପଇସା ଗଣି ଆଣିବି. ଆମ ପୁଅ ଝିଅଙ୍କୁ ପାଠ ପଢେଇବା. ଭଲ ମଣିଷ କରିବା. ସାବି ସ୍ତବ୍ଧ ହୋଇ ଶୁଣୁଥିଲା ସ୍ୱାମୀ କଥା ଭାବୁଥିଲା ଏହା ଛଡା ସତ କର୍ମର ଫଳ ଆଉ କଣ ହୋଇପାରେ! କୁକୁରଟିର ଛୁଆଙ୍କୁ କୋଳକୁ ନେଇ ଚାଟିବା ଦୃଶ୍ୟ ତାକୁ ବିଗଳିତ କଲାବେଳେ ତା ପାଖରେ ଅନ୍ୟଏକ କୁକୁରର କୁଁ କୁଁ ହୋଇ ଆଶ୍ଵାସନା ଦେବା ଦୃଶ୍ୟ ତାକୁ ବିମୋହିତ କରୁଥିଲା. ପୁଣି କୁନା ବାବୁଙ୍କ ସେହି ଭିଡିଓରେ ସାହାଯ୍ୟକାରୀ ଦୁଇ ଘୋଡାଛୁଆ ଉଦ୍ଧାରକାରୀ ଯୁବକ ଦ୍ବୟ କିପରି ସେଦିନ ବାଘ ହାବୁଡ଼ରୁ ବର୍ତ୍ତି ଯାଇଥିଲେ ସେକଥା ମଧ୍ୟ ମନେପଡୁଥିଲା. ଆଜି କୋଉ ଦିବ୍ୟ ପୁରୁଷଙ୍କ ଦିବ୍ୟ ଅନୁଭବରେ ସ୍ୱାମୀ ତାର ବାଟକୁ ଫେରିଆସିବାର ପ୍ରତିଶ୍ରୁତି ଦେଉଛି ସେକଥା ଭାବିବା ସହ ଦୁଇ ପିଲାଙ୍କୁ କୋଳରେ ଜାକି, ବାକି ଥିବା କମଳ ଭିତରେ ସ୍ୱାମୀର ନିଶ୍ୱାସ ପ୍ରଶ୍ୱାସରେ ଭରସା ମାପିବା ବେଳେ ସିନ୍ଦୁରା ଫାଟୁଥିଲା ଦୂର ଦିଗବଳୟ ତଳେ.

   ପ୍ରତିଦିନ ସକାଳୁ ପୁଣି ବରା ବାଟି ସ୍ୱାମୀ ମଦନ ହାତକୁ ବଢ଼ାଇ ଦେଇ ସାବି ବାବୁଘର କାମକୁ ଯାଉଥିଲା. କାରଣ ଏବେ ସେ ବୁଝିସାରିଥିଲା କର୍ମ ବଡ଼. କେତେବେଳେ କୋଉ ପରିସ୍ଥିତି ଆସିବ କିଏ କହିବ? ଦ୍ୱିତୀୟରେ ଛୁଆବାବୁ କୁନାଙ୍କ ଠାରୁ ସେ ସବୁ ପାଠ ଶିଖେ ବୁଝେ. ଏବେ କୁନା ବାବୁ ବଡ଼ ହୋଇଗଲେଣି.ସାବିର ଛୁଆ ଦୁଇଟି ମଧ୍ୟ ପଢିବାକୁ ଗଲେଣି. କୁନା ବାବୁଙ୍କ ଠାରୁ ମହାଭାରତ, ରାମାୟଣ, ଗୀତା ଓ ଭାଗବତ ଜାଣିବା ସହ ସାବି ଚିହ୍ନି ସାରିଲାଣି ଅନେକ କାଳଜୟୀ ଦେଶ ସେବକ ଓ କବି ସାହିତ୍ୟିକମାନଙ୍କୁ. ଫକୀର ମୋହନ ସେନାପତିଙ୍କ ରେବତୀ, ଛଅ ମାଣ ଆଠଗୁଣ୍ଠ, ମାମୁଁ, ଲଛମା ଆଦି ବାସ୍ତବଧର୍ମୀ ଗଳ୍ପ ପଢି ତା ଝିଅକୁ, ପୁଅ ସହିତ ସମାନ କରି ପାଠ ପଢେଇବା ସହ ନିଜକୁ ସାରିଆ ଚରିତ୍ରରେ ରଖି ସ୍ୱାମୀ ସହ ସମତାଳ ରଖି ଚାଲିବାକୁ ଚେଷ୍ଟା କରେ.

  ସ୍ୱାମୀ ମଦ ଛାଡ଼ିଦେଇ ବରା ଦୋକାନ ସୁଚାରୁ ରୂପେ ସମ୍ଭାଳୁଥିବାରୁ ସେହି ଅଦୃଶ୍ୟ ଶକ୍ତି ଭଗବାନଙ୍କ ଉପରେ ମଧ୍ୟ ତାର ଅଖଣ୍ଡ ବିଶ୍ୱାସ. ବିଶେଷ କରି ରାମାୟଣର ସମସ୍ତ ଚରିତ୍ର ଭିତରେ ବାୟୁ ପୁତ୍ର ହନୁମାନ କିପରି ଜଳ ମଧ୍ୟରେ ସେତୁବନ୍ଧ ନିର୍ମାଣ କରି ଅଗ୍ନିଙ୍କ ଦ୍ୱାରା ରାବଣକୁ ହତ୍ୟା କରି ସୀତା ମାତାଙ୍କୁ ଠାଵ କରିବା ସହ ପୁଣି ଅଯୋଧ୍ୟା ଫେରେଇ ଆଣିବା କାହାଣୀ ଶୁଣି ସେ ସବୁବେଳେ ହନୁମାନଙ୍କୁ ଭଜୁଥାଏ.ଭଗବାନ ହନୁମାନ ବା ମହାବୀର ନିଜ ଉପଦେଶରେ ଆତ୍ମାର ଶୁଦ୍ଧି ଉପରେ ବିଶେଷ ଗୁରୁତ୍ବାରୋପ କରିଛନ୍ତି.ସେ ତାଙ୍କ ଶିଷ୍ୟମାନଙ୍କୁ କହିଥିଲେ ଅହିଂସା, ସଂଯମ, ତପ, କ୍ଷମା ଓ ସ୍ବଧ୍ଯାୟ ଦ୍ବାରା ଆତ୍ମା ଶୁଦ୍ଧ ହୋଇଥାଏ.ଆତ୍ମାକୁ ଚିହ୍ନିବା ପାଇଁ ତିନୋଟି ସାଧନ ରହିଛି, ସମ୍ଯକ ଜ୍ଞାନ, ସମ୍ଯକ ଦର୍ଶନ ଓ ସମ୍ଯକ ଚରିତ୍ର.ଯିଏ ରାଗ-ଦ୍ବେଷ, ମୋହ-ମଦ, ଆଦି ବିକାର ଉପରେ ବିଜୟ ଲାଭ କରିଥାଏ, ସେ ଆତ୍ମାରୁ ପରମାତ୍ମାରେ ପରିଣତ ହୋଇଥାଏ । ମହାବୀର କହିଛନ୍ତି, ସଦାଚାର ଓ ସଂଯମ ହିଁ ଆତ୍ମାକୁ ଶୁଦ୍ଧ କରିବାରେ ସମର୍ଥ ହୋଇଥାଏ. ସଦାଚାର ଓ ସଂଯମୀ ବ୍ଯକ୍ତିର ଆତ୍ମ ଶକ୍ତି ଏତେ ପ୍ରବଳ ଯେ ସେ କୌଣସି ପ୍ରକାର ସଂକଟରେ ଭୟଭୀତ ହୋଇନଥାଏ.ଏପରିକି କାଳ ମଧ୍ୟ ତା'କୁ ଭୟଭୀତ କରିପାରିନଥାଏ. ଭଲ ମାର୍ଗରେ ଚାଲୁଥିବା ଲୋକ ନିଜର ହିତୈଷୀ ହୋଇଥାଏ, ମନ୍ଦ ମାର୍ଗରେ ଧାଉଁଥିବା ବ୍ଯକ୍ତି ନିଜେ ନିଜର ହିଁ ଶତ୍ରୁ ହୋଇଥାଏ. ସମସ୍ତ ପ୍ରକାରର ଦୁର୍ଗୁଣ ପରିତ୍ୟାଗ କରୁଥିବା ବ୍ଯକ୍ତି ଇହଲୋକ ଓ ପରଲୋକରେ ସୁଖ ପ୍ରାପ୍ତି କରିଥାଏ.ମହାବୀର କହିଛନ୍ତି ଆତ୍ମା ହିଁ ନର୍କର ବୈତରଣୀ.ଆତ୍ମା ହିଁ ସ୍ବର୍ଗର ଚନ୍ଦନ ବନ । ଆତ୍ମା ଇଚ୍ଛାପୂର୍ତ୍ତି କରୁଥିବା ଧରିତ୍ରୀର କାମଧେନୁ. ସେଥିପାଇଁ ଆତ୍ମାକୁ ପ୍ରଥମେ ଚିହ୍ନିବା ଉଚିତ୍.ଆତ୍ମାକୁ ଶୁଦ୍ଧ ରଖିବା ନିମନ୍ତେ ସଦାଚାର ଓ ସଂଯମକୁ ଜୀବନରେ ସଂକଳ୍ପ ଭାବେ ଗ୍ରହଣ କରିବା ଉଚିତ. ଭଗବାନ ମହାବୀର ନିଜ ଶିଷ୍ୟମାନଙ୍କୁ କହିଛନ୍ତି ଦୟା ସମାନ ଧର୍ମ ନାହିଁ, ଅନ୍ନଦାନ ସମାନ କରୁଣା ନାହିଁ, ସତ୍ୟ ସମାନ କୀର୍ତ୍ତି ନାହିଁ ଏବଂ ଶୀଳ ସମାନ ଶୃଙ୍ଗାର ନାହିଁ.କ୍ରୋଧ, ଲୋଭ, ମୋହ, ଭୟ ଓ ପାଞ୍ଚ ଇନ୍ଦ୍ରିୟକୁ ଜିତିନେଇଥିବା ଲୋକ ହିଁ ଆତ୍ମଜୟୀ ହୋଇଥାଏ.।

   ସାବି ମୁଁହରୁ ଏତେ ଜ୍ଞାନ ଶୁଣି ମଦନ ଶଙ୍କି ଯାଏ. ପିଲାମାନେ କିଛି ବୁଝନ୍ତି ତ କିଛି ଅବୁଝା ରୁହେ. ସାବି ବୁଝେଇଦିଏ ସ୍ୱାମୀଙ୍କୁ, ହନୁମାନଙ୍କୁ ଭଜି ମୁଁ ତୁମକୁ ବାଟକୁ ଆଣିଛି. ନଚେତ ସେଦିନ ସ୍ୱପ୍ନରେ ଆସି ମଦ ଛାଡ଼ି ସଂସାରରେ ସାଂସାରିକ ନିୟମ ମାନି ଚାଲିବାକୁ ଯେଉଁ ଦିବ୍ୟପୁରୁଷ ତୁମକୁ କହିଗଲେ ସେ ହନୁମାନଙ୍କ ଛଡା ଆଉ କେହି ନୁହଁନ୍ତି. ଏତେ କଥା କୁନା ବାବୁଙ୍କଠୁଁ ଜାଣି ସାବି ପରିପୂର୍ଣ୍ଣତା ଲଭିବା ଜ୍ଞାନ ବାଣ୍ଟିବା ବେଳେ ମଦନ ମନ ଭିତରେ ଶୁନ୍ୟତାରେ ପରିପୂର୍ଣ୍ଣ ହୋଇଯାଏ.ଏଣିକି ସାବି ସ୍ୱାମୀଙ୍କ ସହ ଗୀତା, ଭାଗବତ, ରାମାୟଣ ପଢିବା ସହ ସୃଷ୍ଟି ରହସ୍ୟ କିଛି କିଛି ବୁଝି କହୁଥାଏ ତୁ ଯାହା କହ ସାବି ମୁଁ କିନ୍ତୁ ଏତିକି ବୁଝିଛି କି କର୍ମ ତୋହର ନିଜ ଗୁରୁ.. ଉଦ୍ଧବ କେତେ ତୁ ପଚାରୁ. ସାବି ଖିଲ ଖିଲ ହସି କହେ, ଏହିତ ଶୁନ୍ୟତାରୁ ପରିପୂର୍ଣ୍ଣତା. ସ୍ତ୍ରୀ ମୁହଁକୁ କାବା ହୋଇ ଚାହିଁରହେ ମଦନ. ନୀଳକଇଁ ଜହ୍ନକୁ ଚାହିଁରହିଲା ପରି.।


Rate this content
Log in

Similar oriya story from Abstract