Ram Prasad Bisoi

Tragedy Abstract

2  

Ram Prasad Bisoi

Tragedy Abstract

ଶୂନ୍ୟ କୋଣାର୍କ

ଶୂନ୍ୟ କୋଣାର୍କ

3 mins
1.6K


ନିଦର ଗହନ ବନକୁ କେତେବେଳୁ ଚାଲି ଯାଇଥିବ ମୋହ ମାୟାର ମୃଗୁଣୀ ମୁଁ କିନ୍ତୁ ବସିଛି ଅଦିନ ବର୍ଷା ମୁଖରିତ ଅମାବାସ୍ୟା ରାତି । ଆଲୋକର ପର୍ବ ଦିନେ । ତୁମ ସ୍ମୃତିରେ ଶୂନ୍ୟରେ ସଞ୍ଚରୁଛି ପ୍ରାଣ । ଯେମିତି କିଛି ରାତିର ନାହି ମୂଲ କେବଳ ଯଦି କିଛି ଅଛି ସମ୍ବଳ ଦୀପଟିଏର ରୁକ୍ମାକ ଜଳୁଥିବା ଶିଖାର । କିଛି ବର୍ଷାର ଛିଟା ମୁହଁରେ ଆସି ପଡିଗଲା ଲାଗିଲା ଯେମିତି ଅନାମିକା ତମେ ଆସି ଛୁଇଁ ଫେରିଗଲ । ଦୀପଟିଏ ଜଳୁଛି ମୋ ସହ ବେପରବା ଭାବ ତାର । କି ବର୍ଷା କି ରାତି କି କାକର କି ଅନ୍ଧାର ବୋଧେ ଭାବୁଛି ଜଳିବା ଯେତକ ସମୟ ଅନ୍ଧାରକୁ କିଛି ତ ଆଲୋକିତ କରିଦେବ । ଲିଭିବ ତ ଦିନେ ନିଶ୍ଚିତ । ଦୁନିଆକୁ ଏ ଯାବତ ବୁଝି ପାରିନି କେବେ ବୁଝିବ କେଜାଣି । ସେଥିପାଇ ବୋଧେ ସାନ୍ତନା ସ୍ୱରୂପ ଝରି ପଡେ ତା ଆଖିରୁ ଦୁଇଧାର ଲୁହ । ସେ ବଞ୍ଚିବା ଶିଖିଛି ଅହରହ ଯନ୍ତ୍ରଣାର ଛେପ ଢୋକି । ଓଠରେ ଫୁଟାଇ ହସ । ମୁଁ ଅନିମେଷ ସେ ଅନାମିକା । କଥାରେ କବିତାରେ ଏ ଯାବତ ଶିଖି ଚାଲିଛି ତା ଠାରୁ ବଞ୍ଚିବାର କଳା ।

ମୋ ଆଖି ଅନାମିକାକୁ ଦେଖିଛି ଷୋଳ ବର୍ଷୀ କିଶୋରୀରୁ ପୂର୍ଣ୍ଣା ଯୌବନବତୀ ସୁନ୍ଦରୀ ତରୁଣୀ ବନିବା ପର୍ଯ୍ୟନ୍ତ କାରଣ ଆମେ ଦୁହେଁ ସହପାଠୀ ଥିଲୁ। କେତେ ମୁକସାକ୍ଷୀ ଆଜିବି ପଚାରନ୍ତି ମତେ କୁଆଡେଗଲା ତୋ ପ୍ରେମିକା । ନିରବେ ଫେରି ଆସେ । ସେଇ ତୁମଘର,ସେଇ ରେଳଧାର,ସେଇପଥର ତୁମ ଫେରିବା ରସ୍ତାକୁ,ସେମିତି ଚାହି ରହିଛି। 

ସେଦିନ କଥା ଏମଏଏନଇ ଏସିଏଚଏଚଆଇ ଅନାମିକା, କେଏଏଲଇଜେ ଏସଏଆରଆଇବିଏଏ ପରେ ତୁମେ ପ୍ରତୀକ୍ଷା କେଏଆରଆଇଟିଏଚଆଇଏଲ ମୁଁ ପହଞ୍ଚିଲି ଦୁହେଁ ମିଶି ବସିଥିଲେ ଢେର ସମୟତକ। ଶିତୁଆ ସନ୍ଧ୍ୟା ଅନ୍ଧାର ଘନେଇ ଆସୁଥିଲା ପ୍ରେମ ପ୍ରତିଶ୍ରୁତି ,ଅନିଶ୍ଚତତା ଭିତରେ କେହି କେବେ ଆଗକୁ ବଢିବାକୁ ପ୍ରସ୍ତୁତ ନ ଥିଲେ କିନ୍ତୁ ସେଇ ଦିନ ଫେରୁଥିଲେ ଭବିଷ୍ୟତର ଅନିଶ୍ଚିତତା ସହ ଚିନ୍ତାରେ ଥିଲା ଦୁଇଟି ରକ୍ଷଣଶୀଳ ପରିବାରର ଆଭିଜାତ୍ୟ । କେଜାଣି କାହିଁକି ତୁମେ ମାତ୍ରାଧିକ ଭାବ ପ୍ରବଣ ଥିଲ ଓ ଏମଓ ବାମ ହାତରେ ଥାମି ଥିଲ ତୁମ ଡାହାଣ ହାତ । ପାଖକୁ ଲାଗି ଚାଲୁଥିଲ ବିବ୍ରତ କରିଥିଲା ତୁମକୁ ଅସୁରକ୍ଷିତ ଭିବିଷ୍ୟତ। ହରାଇଦେବାର ଜଣେ ଏଏଇଉ ଜଣକୁ ସହ ହଠାତ ବୁଲିପଡିଲ ସାମ୍ନା ଆଡକୁ ଜାବୁଡି ଧରି ଢେର କାନ୍ଦିଥିଲ । ଗୋଲାପି ଓଠକୁ ନେଇ ଆଣି ଥୋଇ ଦେଇଥିଲ ମୋ ଓଠ ଉପରେ ବ୍ୟତିବ୍ରସ୍ତ ଥିଲା ମନ । ବିଶ୍ଵାସ ଓ ନିଶ୍ଵାସର ଘେର ଭିତରେ ମୋ ଅଜାଣତରେ ଅଶ୍ରୁ ବହି ଚାଲିଥିଲା ଛୁଇଁ ଥିଲା ତୁମ ଗଣ୍ଡଦେଶ ।

ସ୍ମୃତିରେ ରହିଗଲା ହୋଇ ଅଲିଭା ପାଉଁଶ ଗଦାର ନିଆଁ ।ସେଦିନ ଟିଏଚଏଏଲଏ ଏସଇଏସଏଚ ଦିନ ଅନାମିକା ଖବର ଦେଇଥିଲ ମୁଁ ବି ପହଞ୍ଚିଥିଲି, । ଦୁହେଁ ପହଞ୍ଚି ଯାଇଥିଲେ ସମୟର ଦୋମୁହାଁ ଛକ ଦୁଇଟି ସହଯାତ୍ରୀଙ୍କ ଯାତ୍ରାର ଅନ୍ତିମ ପର୍ଯ୍ୟାୟ । ବାକରୁଦ୍ଧ ଥିଲା ଶବ୍ଧ ।ତୁମେ ପଚାରିଥିଲ ପ୍ରେମର ଇତି କଣ ବିବାହ ! ଆମେ କଣ ଏମିତି ବିଛୁଡି ଯିବା ଅନିମେଷ ?

ମୁଁ କହିଥିଲି ଏଠାରୁ ରାସ୍ତା ଭିନ୍ନ ସତ ଅନାମିକା ହେଲେ ପ୍ରେମ ଏମିତି ମରିଯାଏ ନି ତୁମେ ସ୍ମୃତିରେ ସେମିତି ରହିଥିବ ଇଆଇ ଶେଷ ଦୃଶ୍ୟରେ ଯେମିତି ଦେଖା ଯାଉଛ ଜାଣେନା ଭବିଷ୍ୟତ କିନ୍ତୁ ଏ କଥା ବି ସତ ଆମର ଏ ଜନ୍ମରେ ଆଉ କେବେ ଦେଖା ହୋଇ ନପାରେ। କଥା ଦେଉଛି ତୁମକୁ ତୁମକୁ ଭଲ ପାଇ କବିତା ଲେଖିବା ଶିଖିବି । କବିତାରେ,କଥାରେ,କଳ୍ପନାରେ ତୁମେ ଜୀବିତ ହୋଇ ରହିଥିବ । ତମେ ତ ଇତିହାସର ଛାତ୍ରୀ ବାରଶହ ବଢେଇ ଗଢିଥିଲେ କୋଣାର୍କ ସେମାନଙ୍କ ପ୍ରେମ, ବିରହ,ବିଛେଦ,ପ୍ରେମିକାକୁ ନେଇ କିଏ ମାନେ ରଖିଛି କୁହ ସେମାନଙ୍କ ଗାଥା ଶୂନ୍ୟରେ ସେମାନଙ୍କ ସ୍ଵପ୍ନ ଆଜିବି ଝୁଲୁଛି । ତୁମେ ଏଇ ସମୟ ପର୍ଯ୍ୟନ୍ତ ମୋର ଏହା ପରେ ତୁମର ଓ ମୋର ବଦଳିଯିବ ଠିକଣା । ଏମିତି ତ ଆକାଶରୁ ଅନେକ ବର୍ଷା ବିନ୍ଦୁଝଋ ପଡେ କିନ୍ତୁ କିଛି କାଦୁଅରେ ମିଶି ବହିଯାଏ କିଛି ନଦୀରେ,କିଛି ପଦ୍ମ ପାଖୁଡା ଉପରେ ପଡି ଚନ୍ଦ୍ର ପ୍ରତିବିମ୍ବରେ ଝଲସି ଉଠେ ଆଉ କିଛି ସମୁଦ୍ରରେ ମିଶି ଯାଏ । କ୍ଵଚିତକୁ ମିଳେ ଶାମୁକାର ସାନିଧ୍ୟ ମୋତିରେ ବିବାରଟିତ ହେବାକୁ ତୁମେ ଶାମୁକା ଅନାମିକା ଆଉ ମୁଁ ବର୍ଷାର ସେଇ ଠିକଣାବିହୀନ ବିନ୍ଦୁ । ତୁମ ହୃଦୟ କନ୍ଦରରେ ନିବଦ୍ଧ ହୋଇ ରହିଥିବି। ଅପ୍ରକାଶ୍ୟ ଭାବରେ ଆଉ ତୁମେ ବି ଦେଖ ତ ସମନ୍ନାରେ ଥିବା ଦୁଇଟି ଗଳିକୁ । ଅନେକ ପଥିକ ଚାଲି ଯାଉଛନ୍ତି । ଦିବା ରାତ୍ରି ଭଳି ସେମାନେ ବଦଳି ଯାଆନ୍ତି । ରାତ୍ରିରେ ପାଲଟି ଯାଅନ୍ତି-ବର୍ବର ଆଦି ମାନବ ଓ ସକାଳୁ ବଦଳି ଯାଏ ବେଶ ଅନ୍ତରଆତ୍ମା ସହ କରି ଦଗା ଅଭିନୟ କରି ବୁଲି ଚାଳନ୍ତି। ଯନ୍ତ୍ରଣାରେ ଅହରହ ଜଳନ୍ତି । ମୁହଁରେ କିନ୍ତୁ ଥାଏ ହସ । ଅଭିନୟ ନୁହେଁ ତ ଆଉ କଣ ଅନାମିକା । ତାକୁ ପୁଣି ନାମ ଦିଅନ୍ତି ବଞ୍ଚିବାର କଳା । ଅନେକ ନିଜକୁ ଲୁଚାଇ ଦିଅନ୍ତି ଫରୁଆ ଭିତରେ ଆଉ କିଛି ଫରୁଆ ବାହାରେ କିଛି ଇଚ୍ଛା ବିରୁଦ୍ଧରେ କରନ୍ତି ଶ୍ରୁଙ୍ଗାର କିଛି ଅନିଚ୍ଛା ସତ୍ଵେ ବାଧ୍ୟ ହୁଅନ୍ତି କିଛି ପ୍ରେମରେ ଭୋଗନ୍ତି ବୈରାଗ୍ୟ । 

ଆମ ପ୍ରେମ ଭିନ୍ନ ଆମ ମିଳନ ଅଲୌକିକ ସବୁ ଚରିତ୍ର ଭିତରେ ରହିଥିବ । ତୁମେ ଅନାମିକା ଏଇ ବର୍ଷା ମୁଖରିତ ରାତ୍ରିର ଜଳୁଥିବ ଦୀପଟିଏ ହୋଇ । ଲିଭି ବୁଝିବା ପର୍ଯ୍ୟନ୍ତ । ଏଇ ଦେଖ ଭିଜା ବର୍ଷାର ଉଆଁସ ରାତି ମତେ ବି ବାଧ୍ୟ କଲା ତୁମ ସ୍ମୃତିକୁ ଉଜାଗର କରବା ପାଇଁ । ତଥାପି କହିବି ତୁମକୁ ଗୋଟିଏ ଶେଷ କଥା । ଆରପାରିରେ ତ ଦେଖା ହେବ ସେଠି ନ ଥିବ କିଛି ନିବନ୍ଧତା । ପଚାରିବ ତ କେମିତି ଅଛ ଅନିମେଷ । ମୁଁ କିନ୍ତୁ ତୁମେ ପଚାରିବା ପୂର୍ବରୁ ଦୁଇ ହାତ ପ୍ରସାରୀ ତୁମକୁ ବାନ୍ଧି ରଖିବି ଯେମିତି ସେଦିନ ତୁମେ ବାନ୍ଧିଥିଲ ମତେ । ଗଢି ଚାଲିଛି ଅନାମିକା ଏ ଯାବତ ଗୋଟି ଗୋଟି କରି ଶିଳ୍ପ ଶୂନ୍ୟରେ,କଳ୍ପନାରେ,ଭାବରେ,ସ୍ଵପ୍ନରେ,ନିଦରେ,ଜାଗରଣରେ,ଛାଇ ଆଲୁଅରେ,ଅନ୍ଧାରେ ମୋ ଶୂନ୍ୟ କୋଣାର୍କରେ।

ରାମ ପ୍ରସାଦ ବିଷୋଇ,

{କାଶ୍ୟପ}ରାୟଗଡ଼ା ।


Rate this content
Log in

Similar oriya story from Tragedy