ଶୂନ୍ୟ ହୃଦୟ
ଶୂନ୍ୟ ହୃଦୟ
ରାତ୍ରୀରେ ବିଳମ୍ବ ରେ ଶୋଇଥିବା କାରଣରୁ ପ୍ରାୟତଃ ସକାଳୁ ଶୀଘ୍ର ବିଛଣା ଛାଡ଼ିବାଟା ଅୟସକାନ୍ତ ବାବୁଙ୍କୁ ଭାରି କଷ୍ଟ ଲାଗେ l ତଥାପି ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁସାରେ ସପ୍ତାହ ର ସାତଦିନରୁ 5/6ଦିନ ସେମିତି କଷ୍ଟରେ ହେଉ ପଛେ ସଅଳ ଉଠି ତାଙ୍କୁ ବିଭିନ୍ନ ସଭା ସମିତିରେ ଯୋଗ ଦେବାକୁ ପଡେ l କାରଣ ପେସାରେ ସେ ଜଣେ ପ୍ରଫେସର ହେଲେ ମଧ୍ୟ ସାହିତ୍ୟ ପ୍ରତି ତାଙ୍କର ଅହେତୁକ ରୁଚି l ନିଜ ଲେଖନୀରୁ ସେ ତାଙ୍କର 20 ଖଣ୍ଡ ପୁସ୍ତକ ପ୍ରକାଶ କରିସାରିଛନ୍ତି l ଆହୁରି କେତେ ଖଣ୍ଡର ପ୍ରକାଶନ କାର୍ଯ୍ୟ ଚାଲୁ ରହିଛି l ସବୁଠାରୁ ବଡ କଥା ହେଉଛି ତାଙ୍କ ଶବ୍ଦର ଯାଦୁ, ସ୍ୱରର ମାଧୁର୍ଯ୍ୟ l ଯେକୌଣସି ସଭାରେ ଶ୍ରେlତା ମାନଙ୍କୁ ଘଣ୍ଟା ଘଣ୍ଟା ଧରି ବିମୁଗ୍ଧ କରି ରଖିବାର ଦକ୍ଷତା ତାଙ୍କର ଅନସ୍ୱୀକାର୍ଯ୍ୟ l ସେଦିନ
ରବିବାର l ସଂଯୋଗ ବଶତଃ ସେ ଛୁଟି ପାଇଯାଇଛନ୍ତି କହିଲେ କିଛି ଭୁଲ ହେବନି କାରଣ ସେଦିନ ତାଙ୍କର ନୁ ମିଟିଙ୍ଗ l ଖୁସିରେ ଚା କପ ଟା ହାତରେ ଧରି ବାଲକୋନିରେ ବସି ପିଉଛନ୍ତି, ଏଇ ଅବସରରେ ସୁନ୍ଦର କବିତାଟିଏ ତାଙ୍କ ଲେଖନୀରୁ ଆପେ ଆପେ ଝରି ପଡିଲା l ଭାଗ୍ୟକୁ ତାଙ୍କର ଜଣେ ଅନ୍ତରଙ୍ଗ ବନ୍ଧୁଙ୍କର ଫୋନ ଆସିଗଲା, ଆଉ ସେ ସୁଯୋଗ ହାତଛଡା ନ କରି କବିତାଟି ବନ୍ଧୁଙ୍କୁ ଶୁଣlଇବା ସଂଗେ ସଂଗେ ଫେସବୁକରେ ପୋଷ୍ଟ କରି ଦେଲେ l
ଲାଇକ ଆଉ କମେଣ୍ଟର ସୂଅ ଛୁଟି ଆସିଲା l ସେ ସବୁକୁ ପଢୁ ପଢୁ ଆଉ ତା'ର ପ୍ରତିକ୍ରିୟା ପ୍ରକାଶ କରୁ କରୁ ଖାଲି ଚା କପ ରେ ଆଉ କପେ ଚା ତାଙ୍କୁ ଦରକାର ପଡିଲା l ସେ ପାଟି କରି ଡାକିଲେ ନେହା..., ନେହା... l ଚା କପେ ମିଳିବ ! ସେ ପଟରୁ କିଛି ଉତ୍ତର ନ ଆସୁଣୁ ସେ ନିଜ ହାତରେ ହଠାତ ନିଜ ମୁଣ୍ଡକୁ ବାଡେଇ ପକେଇଲେ l ଆରେ 'ୟେ କଣ କରୁଛି ମୁଁ ? ନେହା.....? ସଂଗେ ସଂଗେ ଦୀର୍ଘଶ୍ୱlସ ନେଇ ଉଠିଗଲେ ନିଜେ ତିଆରି କରିଥିବା ଚା ର ଅବଶିଷ୍ଟ ଯେତକ ଥିଲା, ତାକୁ ହିଁ ଗରମ କରି ନେଇ ଆସିଲେ l ପ୍ରଥମ ଚା କପ ର ଧୂଆଁରେ ଯେଉଁ ଆନନ୍ଦ ଥିଲା ଦ୍ୱିତୀୟ ଚା କପ ର ଧୂଆଁ ଆଖିରେ ଦୁଇ ଟୋପା ଅଶ୍ରୁର ଧାର ନେଇ ଆସିଲା l
ଆଜକୁ ବର୍ଷେ ଅତିକ୍ରମ କରିଗଲାଣି l ନେହା ଅୟସକାନ୍ତଙ୍କ ଜୀବନରୁ ବିଦାୟ ନେବାଟା ପାଖାପାଖି ଛ /ସାତ ମାସ ହେଇଗଲାଣି ଗୁରୁଜନଙ୍କ
ଆଶୀର୍ବାଦ, ବାଜା, ରୋଷଣି ସହ କେତେ ଆଡ଼ମ୍ବର ସହକାରେ ନେହା କୁ ବାହା ହେଇଥିଲେ, ଘରଟା ପୂରା ଖୁସିରେ ଫାଟି ପଡ଼ୁଥିଲା l ମା'ବାପା ବୋହୂର ମୁହଁ ଦେଖି ଆନନ୍ଦରେ ଗଦ ଗଦ ହୋଇଯାଇଥିଲେ, ଆଉ ଅୟସକାନ୍ତ ବିଳମ୍ବରେ ବିବାହ କରି ମଧ୍ୟ ଏତେ ସୁନ୍ଦରୀ ସ୍ତ୍ରୀ ପାଇ ଥିବାରୁ ମନେ ମନେ ଖୁବ ଖୁସି ଥିଲେ l
ନେହା ଭାରି ସୁଲକ୍ଷଣି l ରୂପରେ ଯେମିତି ଗୋଟିଏ ଚାଉଳରେ ଗଢ଼ା, ଗୁଣରେ ବି କିଛି କମ ନୁହେଁ l ସକାଳେ ଠାକୁରସେବା ନ ସାରିବl ଯାଏ ସେ ପାଟିକୁ ଟୋପେ ପାଣି ବି ନିଅନ୍ତି ନାହିଁ l ସ୍ୱାମୀଙ୍କୁ ମୁଣ୍ଡିଆ ନ ମାରିବା ଯାଏ ପାଟିକୁ ତାଙ୍କର ଦାନାଟିଏ ବି ଯାଏନି l
ଏସବୁ ସାରିବା ପରେ ଅୟସକାନ୍ତଙ୍କ ଜଳଖିଆର ବ୍ୟବସ୍ଥା ନିଜେ କରନ୍ତି, ଆଉ ତା'ପରେ ସେ ନିଜ ଅଫିସକୁ ବାହାରି ଯାଆନ୍ତି l କେବେ କେବେ ଅୟସକାନ୍ତ ତାଙ୍କୁ ଛାଡି ଆସିବା ପାଇଁ ବାହାରିଲେ ନେହା କହନ୍ତି, "ଆରେ ମୁଁ କଣ ଛୋଟ ପିଲା ହେଇଛି, ଆପଣଙ୍କୁ ବି ତ କେତେ କାର୍ଯ୍ୟ ଶେଷ କରି ୟୁନିଭରସିଟି ଯିବାକୁ ଅଛି ନା ! " ଏଇ ପଦକ କଥାରେ ଅୟସ କାନ୍ତଙ୍କ ପାଦ ଅଟକି ଯାଏ ଆଉ ମନରେ ଖୁସିର ଲହରୀ ଖେଳିଯାଏ l
ସହରଟା ଯାକ ପ୍ରଫେସର ଅୟସକାନ୍ତ ବାବୁଙ୍କୁ କିଏ ଜାଣେନି ବୋଲି କଥା ନାହିଁ l ଭାରି ପରିଚିତ ନାଁ ଟିଏ l ଗାଁରେ ବିବାହ କରିଥିଲେ ମଧ୍ୟ ସେଠିକି ଆସିଲା ପରେ ସମସ୍ତଙ୍କୁ ପୁଣି ଭୋଜିଟିଏ ଦେବାକୁ ପଡିଥିଲା ତାଙ୍କୁ l ତଥାପି ସେ ଭାରି ଆନନ୍ଦିତ lସେଦିନ ସେ ୟୁନିଭରସିଟିରେ ଥାଆନ୍ତି, ସ୍କଲାର ମାନଙ୍କର ରିସର୍ଚ୍ଚ ୱାର୍କ ଚେକ କରୁଥାନ୍ତି, ନେହାଙ୍କ ମ୍ୟାନେଜମେଣ୍ଟ ଇନଷ୍ଟିଚ୍ୟୁଟରୁ ପ୍ରିନ
ସିପାଲ କମ ଚେୟାର ପରସନ ଫୋନ କଲେ ସାର ଆପଣ ସମୟ ପାଇଲେ ଟିକିଏ ଆସନ୍ତେନି, କିଛି ଆବଶ୍ୟକ କଥା ଥିଲା ଯାହା ଫୋନରେ ହେବା ସମ୍ଭବ ନୁହେଁ l ସମୟ ପାଖାପାଖି ଦିନ 3ଟା l ଅୟସକାନ୍ତ ସଂଗେ ସଂଗେ ବସିବା ଜାଗାରୁ ଉଠି ଆସିଲେ l କଥାଟା ନେହାର ଇନଷ୍ଟିଚ୍ୟୁଟର ଥିଲା ନା, ଯେଉଁଠି ନେହା ଟିଚିଙ୍ଗ ଷ୍ଟାଫ ରୂପେ କାର୍ଯ୍ୟ କରୁ ଅଛନ୍ତି l ମନକୁ ପାପ ଛୁଇଁଲା l କେଉଁଠି କିଛି ଦୁର୍ଘଟଣା..... ନା... ନା... l ସେ ଆଉ ଆଗକୁ ନ ଭାବି ସିଧା ଅଫିସରେ ପହଁଚିଲେ l
ପ୍ରିନସିପାଲ ଅୟସକାନ୍ତ ବାବୁଙ୍କୁ ସାଦରେ ପାଛୋଟି ନେଲେ ତାଙ୍କ ପ୍ରକୋଷ୍ଠକୁ lସାମାନ୍ୟ ପାନୀୟର ବନ୍ଦେlବସ୍ତ କଲା ପରେ କହିଲେ "ଦେଖନ୍ତୁ ଅୟସକାନ୍ତ ବାବୁ ମୁଁ ଆପଣଙ୍କୁ ବହୁତ ଦିନରୁ ଜାଣିଛି l ଖାଲି ଜାଣିଛି ନୁହଁ ଆପଣ ଓ ଆପଣଙ୍କ ପ୍ରତ୍ୟେକ ଟି ଶବ୍ଦକୁ ମୁଁ ସମ୍ମାନ କରେ l ତେଣୁ ମୁଁ ଉଚିତ ମନେ କରୁଛି ଆପଣଙ୍କୁ ଟିକିଏ ସୂଚନା ଦେଇ ଦେବା ପାଇଁ l ଅୟସକାନ୍ତ ଅଳ୍ପ ହସି କହିଲେ, "ତେବେ ବିଳମ୍ବ କାହିଁକି? " ଯଥାଶୀଘ୍ର କୁହନ୍ତୁ l ପ୍ରିନସିପାଲ କେମିତି ଇତସ୍ତତ ହେଇ କହିଲେ, "ସାର ଆପଣ ଯଦି ଖରାପ ନ ଭାବିବେ ନେହା ମ୍ୟାଡ଼ାମ ଆଉ ଇନଷ୍ଟିଚ୍ୟୁଟ ନ ଆସିଲେ ଚଳନ୍ତାନି ! ଅୟସକାନ୍ତ ସାମାନ୍ୟ ବିବ୍ରତ ହୋଇ ପଚାରିଲେ, "ସାର କାରଣ ଟା ଜାଣି ପାରେ କି? " ପ୍ରିନସିପାଲ ସାର ପୁଣି ଆରମ୍ଭ କଲେ, "ଆମେ ଆପଣଙ୍କୁ ବର୍ଷ ବର୍ଷ ଧରି ଜାଣିଛୁ, ନେହା ମ୍ୟାଡ଼ାମଙ୍କ ଏକଟିଭିଟି କୁ ନେଇ ଆପଣ ବଦନାମ ହୁଅନ୍ତୁ, ଏକଥା ଆପଣଙ୍କର ଜଣେ ଶୁଭେଛୁ ତଥା ବନ୍ଧୁ ହିସାବରେ ମୁଁ ତ କେବେ ଚାହିଁବିନି l ଧନ୍ୟବାଦ ଦେଇ ଅୟସକାନ୍ତ ଆଖି ପିଚୁଳାକେ ସେ ସ୍ଥାନ ପରିତ୍ୟାଗ କଲେ l ଆଉ ୟୁନିଭରସିଟି ନ ଯାଇ ସେ ସିଧା ରୁମକୁ ଫେରିଲେ l
ସେଦିନ ମଧ୍ୟ ନେହା ମ୍ୟାଡ଼ାମ ପୂର୍ବ ଦିନ ପରି ରାତି 9ଟା ରେ ଘରକୁ ଫେରିଲେ l ଆଜି କିନ୍ତୁ ଅୟସକାନ୍ତ ନିଜକୁ ରୋକି ପାରିଲେନି ବିଳମ୍ବର କାରଣ କଣ ପଚାରିବାକୁ l ସଂଗେ ସଂଗେ ନେହା ମ୍ୟାଡ଼ାମ ଉତ୍ତର ଦେଲେ "ଜାଣି ନାହାନ୍ତି କି ଏକ୍ସଟ୍ରା କ୍ଲାସ ଥିଲା ପରା l"
" ଏକ୍ସଟ୍ରା କ୍ଲାସଟା ପିଲାମାନଙ୍କର ନା ମିଷ୍ଟର ସମୀର ରାୟଙ୍କର !"ପଚାରି ଦେଲେ ସିଧା ସଳଖ ଭାବେ ଅୟସକାନ୍ତ l ଆଦୌ ଚମକିଲେନି ନେହା l ବରଂ ସ୍ପଷ୍ଟ ଭାବେ କହିଦେଲେ "ଭଲ ହେଲା ଖବର ଆପଣଙ୍କ ପାଖରେ ପହଂଚି ସାରିଛି l ଆଉ କେଉଁ ଦିନ ପ୍ରଶ୍ନ କରିବେନି, ସେଇଟା ମୋ ଲାଇଫ ର ରିୟଲ କ୍ଲାସ l ଅୟସକାନ୍ତ ଙ୍କ ମୁଣ୍ଡଟା କଣ ହେଇଗଲା l ସେ ଆଉ ଆଗକୁ ଭାବି ପାରିଲେ ନାହିଁ l ବାହାଘର ପ୍ରଥମ ରାତ୍ରିରୁ ନେହା ତାଙ୍କ ଠାରୁ ଦୂରତା ବଜାୟ ରଖୁ ଥିଲେ, ନାନା ବାହାନା କରି, ସେ ସମସ୍ତ ବାହାନାକୁ ସତ ମଣି ସବୁ ବାହାନାର ଶେଷକୁ ପ୍ରତୀକ୍ଷା କରିଥିଲେ l
ତହିଁ ପରଦିନ ସକାଳୁ ଥାନାରୁ କଲ ଆସିଲା, ଅୟସକାନ୍ତ ବାବୁ ଆପଣଙ୍କ ନାମରେ କେସ ଫାଇଲ କରାଯାଇଛି, ଆପଣ ଆପଣଙ୍କ ପତ୍ନୀଙ୍କୁ ମାନସିକ ନିର୍ଯ୍ୟାତନା ଦେଉଛନ୍ତି, ଆହୁରି ଅନେକ ଦଫା ଲାଗିଛି, ଆପଣ ଶୀଘ୍ର ଆସି ଭେଟନ୍ତୁ l ସେଇ ଦିନଠୁ, ଥାନା, କଚେରୀ ଦୌଡ଼ି ଦୌଡ଼ି କେତେ କଷ୍ଟରେ ସେସବୁରୁ ପିଛା ଛାଡ଼ିଛି ଆଉ ପଛ କରି ନେହା ଚାଲି ଯାଇଛନ୍ତି ତାଙ୍କ ରାସ୍ତାରେ l
ନେହା ସିନା ଚାଲିଗଲେ ଅନ୍ୟର ହାତ ଧରି l ହେଲେ ବେଦୀରେ ବସି ଅୟସକାନ୍ତ ତାଙ୍କ ହାତ ଧରିଥିଲେ, ତାଙ୍କୁ ହୃଦୟରେ ବସାଇ ଥିଲେ, ତାଙ୍କ ପାଇଁ ରାତ୍ରିରେ ଅନିଦ୍ରା ରହି କେତେ କବିତା ଲେଖୁ ଥିଲେ l ନେହା ସିନା ଛଳନା କରି ଥିଲେ ହେଲେ ଅୟସକାନ୍ତ ଙ୍କ ମନ ଓ ହୃଦୟ ସମ୍ପୂର୍ଣ ନିଷ୍କପଟ ଭାବରେ ନେହାଙ୍କୁ ନିଜର କରିଥିଲା, ତାଙ୍କ ପରିବାର ଇତିହାସରେ ନେହାଙ୍କ ନାମ ଯୋଡି ହେଇଗଲା, ଚାହେଁ ସେ ଦୁଇ ଦିନର ହେଉ ନା କାହିଁକି ! ଆଜିବି ଅୟସକାନ୍ତଙ୍କ ଶୁନ୍ୟ ହୃଦୟରେ ନେହା ଘର କରି ବସିଛନ୍ତି, ସକାଳର ଚା'କପରେ ତାଙ୍କର ସ୍ପର୍ଶର ଅଭାବ ଅନୁଭୂତ ହେଉଛି, ହେଉଥିବ !