ଓଡ଼ିଆ ଗଳ୍ପ ଓ କବିତା - ୩

Children

2  

ଓଡ଼ିଆ ଗଳ୍ପ ଓ କବିତା - ୩

Children

ଶୁଆର ସମାଧି

ଶୁଆର ସମାଧି

2 mins
6.8K


ଶ୍ରୀମତୀ ସୁଜାତା ସିହ୍ନା

ଜଣେ ଲୋକ ଆକବରଙ୍କ ଦରବାରକୁ ଶୁଆ ବିକ୍ରି କରିବାକୁ ଆସିଥିଲା l ସେ ଶୁଆଟି ଦେଖିବାକୁ ବହୁତ ବଡ଼ ଓ ସୁନ୍ଦର ଲାଗୁଥିଲା ଏବଂ ସେ ମଣିଷଙ୍କ ଭଳି କଥା କହି ପାରୁଥିଲା l ଆକବରଙ୍କୁ ସେ ଶୁଆଟି ବହୁତ ପସନ୍ଦ ଲାଗିଲା l ତେଣୁ ସେ ଶୁଆଟିକୁ ଦୁଇଗୁଣା ପଇସା ଦେଇ କିଣି ରଖିଲେ l

ଆକବର ସେ ଶୁଆଟିର ସେବା ଓ ଯତ୍ନ କରିବା ପାଇଁ ଏକ ସେବକକୁ ନିଯୁକ୍ତି କଲେ l ସେ ସେବକଟିର କାର୍ଯ୍ୟ କେବଳ ଶୁଆଟିର ଦେଖାରେଖା କରିବା ତେଣୁ ବାଦଶାହଙ୍କର ତାଙ୍କୁ ଶକ୍ତ ନିର୍ଦ୍ଦେଶ ଥିଲା ଯେ ଯଦି ଶୁଆଟିର ସେବାରେ କୌଣସି ଅବହେଳା ହୁଏ ତା’ହେଲେ ତୋର ମୁଣ୍ଡ କାଟି ଦିଆଯିବ l

କିଛି ଦିନ ପର୍ଯ୍ୟନ୍ତ ତ ସବୁକିଛି ଠିକ୍ ଠାକ୍ ଥିଲା କିନ୍ତୁ ହଠାତ୍ ଦିନେ ଶୁଆଟି ମରିଗଲା l ସେବକଟି ଭାବିଲା କେମିତି ଏ କଥା ବାଦଶାହଙ୍କୁ ଜଣାଇବ l ବାଦଶାହ ଜାଣିଲେ ନିଶୟ ଆଜି ତାର ମୁଣ୍ଡ କାଟ ହେବ l କ’ଣ କରିବ ? କୁଆଡେ ଯିବ ? ଏହି ପ୍ରକାର ଭାବି ସେ ବିଭିନ୍ନ ଦୁଶ୍ଚିନ୍ତା ନେଇ ସେ ବୀରବଲଙ୍କ ପାଖରେ ପହଞ୍ଚିଲା l ବୀରବଲ ସବୁକଥା ଶୁଣି ସେବକଟିକୁ ସାନ୍ତ୍ଵନା ଦେଲେ ଓ କହିଲେ –ତୁ ନିଶ୍ଚିନ୍ତ ହୋଇ ଯା l ବାଦଶାହଙ୍କୁ ସୂଚନା ଦେବାର ଦାୟିତ୍ଵ ମୁଁ ନେଉଛି l

ସଙ୍ଗେ ସଙ୍ଗେ ବୀରବଲ ବାଦଶାହଙ୍କ ପାଖକୁ ଗଲେ ଏବଂ କହିଲେ ହଜୁର ! ଆପଣଙ୍କ ଶୁଆ ....ଏହା ଶୁଣି ଆକବର ଆଶ୍ଚର୍ଯ୍ୟ ହୋଇ କହିଉଠିଲେ –କ’ଣ ହେଲା ଶୁଆକୁ ? ସେ ମରିଗଲା ନା କ’ଣ ? ନା ହଜୁର ! ଆପଣଙ୍କ ଶୁଆତ ସମାଧି ନେଇ ଯାଇଛି .....ସେ କିଛି ଖାଉ ନାହିଁ କି ପିଉ ନାହିଁ ସେ ଠିଆ ହେଉ ନାହିଁ କି ହଲ ଚଲ ହେଉନାହିଁ l ସେ କେବଳ ଆଖି ବନ୍ଦ କରି ସମାଧିରେ ଲୀନ ହୋଇ ଯାଇଛି l

ଏହା ଶୁଣି ବାଦଶାହ ତୁରନ୍ତ ଶୁଆକୁ ଦେଖିବାକୁ ଗଲେ l ଶେଠୀ ଯାଇ ଦେଖନ୍ତି ତ ଶୁଆଟି ମରିଯାଇଛି l ତା’ ପରେ ସେ ବୀରବଲଙ୍କୁ କହିଲେ ବୀରବଲ ! ତୁମେ ମତେ ଏତେ ବୁଲେଇ ବଙ୍କେଇ କାହିଁକି କହିଲ ? ସିଧା ତ କହି ଦେଇ ଥାଆନ୍ତ l ଯେ ଶୁଆଟି ମରିଯାଇଛି ବୋଲି l ବୀରବଲ କହିଲେ-ହଜୁର ! ଆପଣଙ୍କୁ ଯଦି ସେବକଟି ଆସି କହି ଥାଆନ୍ତା ଯେ ଶୁଆଟି ମରିଯାଇଛି ବୋଲି ତା’ ହେଲେ ତାକୁ ଆପଣ ନିଶ୍ଚୟ ମୃତ୍ୟୁ ଦଣ୍ଡ ଦେଇ ଥାଆନ୍ତେ l ମତେ ମଧ୍ୟ ଡର ଲାଗୁଥିଲା l ଆପଣଙ୍କୁ ସିଧା ଆସି ସତ କଥା କହିବାକୁ l ତେଣୁ ମତେ ଏହି ପ୍ରକାରରେ କହିବାକୁ ପଡ଼ିଲା l

ସେବକକୁ କହିଥିବା କଥା ଆକବରଙ୍କର ମନେ ପଡ଼ିଗଲା l ସେ କହିଲେ ହଁ ! ସତେ ତ ! ତା ମୁହଁରୁ ଶୁଣିଥିଲେ ମୁଁ ନିଶ୍ଚୟ ତାକୁ ମୃତ୍ୟୁଦଣ୍ଡ ଦେଇ ଥାଆନ୍ତି l ଆକାରଣରେ ସେବକଟିର ଜୀବନ ଯାଇ ଥାଆନ୍ତା l ପ୍ରକୃତରେ ବୀରବଲ ତମେ କେବଳ ବୁଦ୍ଧିଆ ନୁହଁ ତା ‘ ସହିତ ତୁମେ ପରଉପକାରୀ ଓ ହୃଦୟବାନ ବ୍ୟକ୍ତି ମଧ୍ୟ l ତୁମ ଭଳି ମନ୍ତ୍ରୀ ପାଇ ମୁଁ ଧନ୍ୟ l


Rate this content
Log in

Similar oriya story from Children