ଶତ୍ରୁ ଠୁ ଦୂର ରେ
ଶତ୍ରୁ ଠୁ ଦୂର ରେ
ଦୁଇ ସାଙ୍ଗ ପାଠ ପଢ଼ୁ ଥାନ୍ତି ସାଙ୍ଗରେ । ଓମ୍ ଆଉ ଶ୍ୟାମ ।
ଖାଇବା , ଶୋଇବା , ଖେଳିବା ,। ସବୁ କିଛି ଏକା ସହ ।
ଥରେ ଥରେ ତାଙ୍କ ଘର ଲୋକ ବି ରାଗିଯାଇ ଦୁଇ ଜଣଙ୍କୁ ତାଗିଦ୍ କରନ୍ତି ।
କିନ୍ତୁ କାହିଁକି ତାଗିଦ୍ କରନ୍ତି ସେ ଦୁଇ ଜଣଙ୍କୁ ଜଣା ନଥାଏ ।
ଦୁଇ ଜଣ ଥାନ୍ତି ଅଲଗା ବର୍ଗ ର ।
ଜଣେ ଥିଲା ବାଲା ଘର ର ଆଉ ଜଣେ ନଥିଲା ବାଲା ଘର ର ।
ଜଣେ ଧନୀ ତ ଆଉ ଜଣେ ଗରିବ ।
ସେମାନଙ୍କର ଏ ଇ ଭାବନା ସେ ଦୁଇ କୋମଳ ହୃଦୟ ଭିତରେ ଗାର ଟାଣି ଦେଇଥାଏ ।
ଦିନେ ଓମ୍ ଯାଇଥାଏ ଶ୍ୟାମ ର ଘରକୁ , କିନ୍ତୁ ପାଦରେ ତାର ବସ୍ତି ର ସେ ରାସ୍ତା ର ମାଟି ଲାଗିଥାଏ ।
ଖାଲି ପାଦ ରେ ଦୌଡ଼ି ଚାଲି ଯାଇଥାଏ ସେ ତା ସାଙ୍ଗ ଘରକୁ ।
ତା ଘରେ ପହଞ୍ଚିଲା ପରେ ଶ୍ୟାମ ଘର ର ଧଳା ମାର୍ବଲ ଉପରେ ଓମ୍ ପାଦ ର କାଦ ଚିହ୍ନ ବସି ଯାଇଥାଏ ।
ସେ ଦାଗ ଦେଖି ଚିଡ଼ିଗଲେ ଶ୍ୟାମ ର ମା ।
ଓମ୍ ର ହାତ ଧରି ଟାଣି ଟାଣି ନେଇ ଛାଡ଼ି ଦେଇ ଆସିଲେ ବାହାରେ ।
କିନ୍ତୁ ଓମ୍ ବୁଝି ପାରୁ ନଥାଏ ।
ସିଏ ତା ସାଙ୍ଗ କୁ ଦେଖିବା ପାଇଁ ଚାହିଁ ରହିଥାଏ ।
ହେଲେ ବିଚରା ପିଲା ବୁଝି ପାରୁ ନଥାଏ , ସମାଜ ର ଏ ଅଦୃଶ୍ୟ ଗାର ଟିକୁ ।
ବସ୍ତି ରେ ପହଞ୍ଚି ମା ପାଖେ ବହୁତ୍ କାନ୍ଦିଲା ଓମ୍ ।
ମା ତାର ତାକୁ ବୁଝେଇ ଦେଲେ କି ସେମାନେ ବଡ଼ ଲୋକ, ଧନୀ ଲୋକ , ତାଙ୍କ ଘର କୁ ଆଉ ଯିବୁନି ।
ଓମ୍ ତାର କୋମଳ ସ୍ୱର ରେ ପଚାରୁଥାଏ
ମା
ଧନୀ ମାନେ କଣ ?
ଗରିବ କାହାକୁ କହନ୍ତି ?
ଯଦି ସେମାନେ ଧନୀ ତାହେଲେ ଆମେ ଗରିବ କାହିଁକି ?
ଏ ଧନୀ , ଗରିବ କିଏ କରିଲା ?
ଧନୀ ର ଦେହ କାଟିଗଲେ ରକ୍ତ କେଉଁ ରଙ୍ଗ ରେ ବାହାରେ କି ମା ?
ଏ ସବୁ ପ୍ରଶ୍ନ ର ଉତ୍ତର ନଥାଏ ଓମ୍ ର ଅଳ୍ପ ପାଠ ପଢା ମା ପାଖରେ ।
ଓମ୍ ର ମା ଭାବୁଥାନ୍ତି , ଏ ଭେଦ ଭାବ ସତରେ କାହିଁକି ଅଛି ?
ଗୋରା ଯେବେ ଆମକୁ ଶାସନ କରୁଥିଲେ ତାକୁ ଆମେ ଶତ୍ରୁ କହୁଥିଲେ ।
କିନ୍ତୁ ଆଜି କଣ ଆମେ ଶତ୍ରୁ ଠୁ ଦୂର ରେ ଅଛେ କି ?
ଏ ଥିଲା ବାଲା , ନଥିଲା ବାଲା ର ଶତ୍ରୁ ନା ଆମେ ନଥିଲା ବାଲା ସେ ଥିଲା ବାଲା ଙ୍କ ଶତ୍ରୁ ।
ସତ କଥା ଏ ଭାବନା ସବୁ କାହା ପାଇଁ ?
