STORYMIRROR

Sucharita Sena

Thriller

3  

Sucharita Sena

Thriller

ଶତ୍ରୁ ଠାରୁ ଦୂରରେ

ଶତ୍ରୁ ଠାରୁ ଦୂରରେ

6 mins
253

କେଶବପୁର ଗାଁ ରେ ହୁରିପଡିଛି ନାଣ୍ଡୁ ବାବାଙ୍କ ଶବ ଗାଁ ଶେଷ ମୁଣ୍ଡରେ ଥିବା ବରଗଛରେ ଝୁଲୁଛି । ଗାଁଟା ସାରା ଲୋକ ସମସ୍ତେ ଧାଇଁଛନ୍ତି ସେ ବୁଢା ବରଗଛ ପାଖକୁ । ନାଣ୍ଡୁ ବାବାର ପେଟରେ ଗଭୀରଭାବରେ ତ୍ରିଶୂଳଫୁଟି ରହିଛି । ଗାଁର ଲୋକ ମନେ କାନରେ କୁହା କୁହି ହେଉଛନ୍ତି " ଗାଁ ଠାକୁରାଣୀ ମା ଚକ୍ରଆସି ବଦ୍ଧ କରିଛନ୍ତି ଏ ନାଣ୍ଡୁ ବାବାକୁ "।

ପୋଲିସ ଖବର ପାଇଁ ଆସି ଘଟଣାସ୍ଥଳରେ ପହଂଚିଗଲେ । ନାଣ୍ଡୁ ବାବାର ମୃତଶରୀରକୁ ୬ଜଣ ଲୋକ ମିଶି ଗଛଉପରୁ ତଳକୁ ଆଣିବାରେ ସକ୍ଷମ ହେଲେ । ତ୍ରିଶୂଳ ଖୁବ୍ ଗଭୀର ଭାବରେ ପେଟରେ ଫୁଟି ରହିଥାଏ । ତ୍ରିଶୂଳରେ ଥିବା ହତ୍ୟାକାରୀର ଆଙ୍ଗୁଠି ଛାପ (ଫିଙ୍ଗରପ୍ରିଣ୍ଟ ) କୁ ନେବା ପାଇଁ ଫରେନସିକ୍ ଲ୍ୟବ କୁ ପଠା ଗଲା ।

ଗାଁ ଲୋକଙ୍କ ମୁଖରୁ ପୋଲିସ ଜାଣିବାକୁ ପାଇଲା ଯେ, " ନାଣ୍ଡୁ ବାବାର ରହିବାରେ ନିର୍ଦ୍ଧିଷ୍ଟ ଯାଗା ନଥାଏ । ଆଖପାଖ ବାରଟା ଗାଁରେ ସେ ଘୁରିବୁଲେ । ସବୁ ଗାଁରେ ରହିବା ପାଇଁ ଝାଟିମାଟିର କୁଡ଼ିଆ ଖଣ୍ଡେ ଗାଁଲୋକ ବନାଇ ଦିଅନ୍ତି । ମାସରେ ଥରେ ଗାଁକୁ ଆସି ଭକ୍ତ ମାନଙ୍କର ଦୁଃଖ ଦୁରକରନ୍ତି । ପ୍ରାୟ ସମୟ ନିଜର ଢୋଲ ବଜାଇ ଗାଇବ ନାଚିବାରେ ମଗ୍ନରୁହନ୍ତି ।

ପୋଲିସ- ଗାଁର ସରପଞ୍ଚଙ୍କୁ ପାଖକୁ ଡାକି ପଚରା ଉଚାରରେ ଲାଗିଥାଏ ।

ପୋଲିସ- " ତୁମେ ଏ ଗାଁର ସରପଞ୍ଚ, କହିପାରିବ ଏ ହତ୍ୟାକାଣ୍ଡ କିଏ କରିଥାଏ ପରେ "? ।

ସରପଞ୍ଚ- " ଆଜ୍ଞା, ସେ ତ୍ରିଶୂଳକୁ ଦେଖିଲେ ଲାଗୁଛି ଗାଁର ଠାକୁରାଣୀ ସ୍ୱୟଂ ମା ଚକ୍ରବାସି ହତ୍ୟା କରିଛନ୍ତି " ।

ପୋଲିସ- " ତୁମେ କିପରି ଜାଣିଲ ଯେ ଏସବୁ ଗାଁ ଠାକୁରାଣୀ କରିଛନ୍ତି, କଣ ତୁମେ ନିଜ ଆଖିରେ ଦେଖିଛ? " ।

ସରପଞ୍ଚ- " ନଇଁ ଆଜ୍ଞା, କିଛି ଦିନ ତଳେ ଦେବୀମା ନିଜେ କହିଥିଲେ, ସେ ନାଣ୍ଡୁ ବାବାକୁ ମରିବାକୁ । ନହେଲେ କହୁନାହାନ୍ତି ଏତେ ବଡ ବରଗଛଉପରକୁ କିପରି ସେ ଗଲା, ପୁଣି ତ୍ରିଶୂଳରେ ମରିଛି !!! " ।

ଏହି ସମୟରେ ଭିଡ ଭିତରୁ କାଶୀ ପାଟି କରି କରି ଦୌଡ଼ିକି ଆସିଲା । ନିଶ୍ୱାସ ଘର ଧରୁନଥାଏ ।

ପୋଲିସ-" କଣ ହେଲା, କଣ କିଛି କହିବ?? "।

କାଶୀ (ହାତ ଯୋଡି) " ଆଜ୍ଞା..... ଆଜ୍ଞା ( ପାଟି ଖନିମାରି ଯାଉଥାଏ ) ମୋ ସ୍ତ୍ରୀ କୁ ଠାକୁ.....ରାଣୀ ଲାଗିଛନ୍ତି । ଆସନ୍ତୁ ଦେଖିବେ ସେ କଣ ସବୁ କହୁଛି " ।

ସମସ୍ତେ ଦୌଡିଲେ କାଶୀ ପଛରେ, ପୋଲିସ ମଧ୍ୟ । କାଶୀ ତା ସ୍ତ୍ରୀ ରମ୍ଭାର ଗୋଡ, ହାତକୁ ବନ୍ଧୀକି ରଖିଥାଏ । ରମ୍ଭା ଚୁଟିକୁ ଖୋଲି ମୁଁହ ଉପରେ ପକାଇଥାଏ । ପୋଲିସ ଘର ଭିତରେ ଯେପରି ପ୍ରବେଶ କରିଛି..... ବିକଟାଳ ଗର୍ଜନ କରି ସେ ଲମ୍ବା ଚୁଟିକୁ ଘିରଘିର କରି ବୁଲେଇବାକୁ ଆରମ୍ଭ କଲା ରମ୍ଭା । ହଳଦୀ ରଙ୍ଗର ଦେହ, ମୁଖ ଓ ମୁଣ୍ଡରେ ସିନ୍ଦୁର ଟୋପା ଦାଉଦାଉ ହୋଇ ଜଳୁଥାଏ । ଯିଏ ଦେଖିବ ଦେହ ଶୀତେଇ ଯିବ । ପୋଲିସ କୁ ଦେଖି ରମ୍ଭା କାହିବା ଆରମ୍ଭ କଲା......

ରମ୍ଭା....... "ହେଇ, ସେଇଠି ରହିଯା । ଯାଅ ପଳା ମୋ ଗାଁରୁ ।ସେ ଭଣ୍ଡ, ପାପୀ ବାବାକୁ ମୁଁ ମାରିଛି । ଏ ସଂସାରରୁ ପାପର ଭାର କମ ହୋଇଗଲା, ଚାଲିଯା..... ଯା ଚାଲିଯା " । ଏତିକି କହି ବେହୋସ ହୋଇ ତଳେ ପଡିଗଲା । ପାଣି ଛାଟିଲା ପରେ ଚେତା ଆସିଲା । ତା ପରେ ରମ୍ଭା ପୁରା ଶାନ୍ତ ଓ ଗୋଟେ ଗାଉଁଲି ସ୍ତ୍ରୀଲୋକ ପରି କଥା କହୁଥିଲା ।

ପୋଲିସ କୁ କିଛି ବୁଝା ପଡ଼ୁ ନଥାଏ ଏ ହେଉଛି କଣ । ଗାଁ ଠାକୁରାଣୀ ମନ୍ଦିର ଯାଇ ଦେଖନ୍ତି ସେଠାରେ ମା ଙ୍କ ତ୍ରିଶୂଳ ସୁରକ୍ଷିତ ଭାବରେ ଥୁଆ ହୋଇଛି ।

ମନ୍ଦିର ପଣ୍ଡା ଜ୍ଞାନୀ ସଦୃଶ ପୋଲିସକୁ କହିଲେ," ମହାଶୟ, ସେ ଦେବୀମା.... ତାଙ୍କର କଣ ଏ ଗୋଟେ ତ୍ରିଶୂଳ ହୋଇଥିବ " ।

ପୋଲିସ ଜାଣି ସାରିଥିଲା, ଏ ସବୁ ପଛରେ ନିଶ୍ଚୟ କିଏ ଅନେକ ଲୋକଙ୍କ ହାତ ଅଛି । ରମ୍ଭା ଯଦିବି ମାରିଛି, ଏତେ ଉଞ୍ଚା ଗଛ ଉପରେ ଶବରଖିବାକୁ ତା ସାମର୍ଥବାହାରେ । ରମ୍ଭାଙ୍କୁ ପୋଲିସ ଷ୍ଟେସନ ଆଣି ପଚରାଉଚରା ଚାଲିଲା । ଯେହେତୁ ରମ୍ଭା ନିଜେ ମାରିଛି ବୋଲି ସ୍ୱୀକାର କରୁଛି ସେଥିପାଇଁ ରମ୍ଭାଙ୍କୁ ହାଜତରେ ପୁରାଇବାକୁ ନିଆଗଲା ।କିନ୍ତୁ ରମ୍ଭା ଜୋରେ ଜୋରେ କାନ୍ଦି ସେ ନିର୍ଦୋଷ ବୋଲି କହୁଥାଏ । ହତ୍ୟା ସେ କରିନି, ଗ୍ରାମଦେବୀ କରିଛନ୍ତି ବୋଲି ଚିଲେଇକି କହୁଥାଏ ।

ନାଣ୍ଡୁ ବାବାଙ୍କ ପରମ ଭକ୍ତ ଥିଲା କାଶୀ । ନିଜର ସନ୍ତାନ ପାଇଁ ସବୁବେଳେ ନାଣ୍ଡୁ ବାବା ପାଖକୁ ଦୌଡୁଥିଲା । କିଛି ଦିନପରେ କାଶୀ ବାପା ହେବାର ସ୍ୱଭାଗ୍ୟ ଅର୍ଜନ କଲା । କିନ୍ତୁ ସେଦିନ ରମ୍ଭା ଗାଁର କିଛି ସ୍ତ୍ରୀଲୋକ ମାନଙ୍କ ସହ ଠାକୁରାଣୀ ମନ୍ଦିରରୁ ଫେରୁଥାଏ, ହଟାତ ସେ ବରଗଛ ପାଖରେ ଅଚେତ ହୋଇ ପଡିଗଲା । ତାକୁ ସାଷ୍ଟାଙ୍ଗ କଲା ପରେ ତା ଭିତରେ ଦେବୀ ମା ଆସିସାରିଥିଲେ । ନାଣ୍ଡୁ ବାବା ଙ୍କୁ ଦେଖି ବଡ ବଡ ଆଖିରେ ମାରିବାକୁ ଗୋଡ଼ାଇ ଗଲା ।

ଅଧମ, ପାପୀ, ଭଣ୍ଡ... ପାଖଣ୍ଡି କହି ଦୁଇ ଦିନ ଭିତରେ "ତୁ ମରିବୁ " ଏପରି ସର୍ବସମ୍ମୁଖରେ କହିଥିଲା । ଠିକି ଦୁଇଦିନ ପରେ ନାଣ୍ଡୁ ବାବାର ମୃତ ଶରୀର ଝୁଲୁଥିଲା ସେ ବୁଢ଼ାବରଗଛରେ ।

ଏପଟେ ପୋଲିସ ଜାଣି ବାକୁ ପାଇଲା, ଗାଁରେ ଦଶ ଦିନ ହେବ ଗୋଟେ ଯାତ୍ରା ପଡିଛି । ଯାତ୍ରାର ନାଆଁ ଥିଲା "ତ୍ରିଶୂଳଧର" । ଦେବୀକା ସେ ଯାତ୍ରା ପାଟିର ମାଲିକାଣୀ ଥିଲା । ତା ଯାତ୍ରାରେ ଅନେକ ତ୍ରିଶୂଳ ଥିଲା ଯାହାକୁ ଯାତ୍ରାପାର୍ଟିର କଳାକାର ପ୍ରାରମ୍ଭରୁ ନିଜର ଯାତ୍ରାର ନାମ ଅନୁସାରେ ନୃତ୍ୟ ପରିବେଷଣ କରୁଥିଲେ । ପୋଲିସ ଯାଇ ଦେବୀକାକୁ ପଚାରିବା ପରେ ଜଣା ଗଲା ଦୁଇଦିନ ତଳୁ ଯାତ୍ରାପାର୍ଟିର ଗୋଟେ ତ୍ରିଶୂଳ ଚୋରି ହୋଇ ଯାଇଛି ।

ରମ୍ଭାକୁ ବାରମ୍ବାର ଠାକୁରାଣୀ ଲାଗୁଥାନ୍ତି । ତାର କିଛି ମାନସିକ ରୋଗର ଲକ୍ଷଣ ଭାବି, ସବୁ ଟେଷ୍ଟ କରାଗଲା କିନ୍ତୁ ରମ୍ଭା ସମ୍ପୂର୍ଣ୍ଣ ଭାବରେ ଠିକି ଥିଲା । ଠାକୁରାଣୀ ତାକୁ ଲାଗୁଛି ବୋଲି କାହିବା ତାର ଗୋଟେ ବାହାନା ବୋଲି ପୋଲିସ ଜାଣିସାରିଥିଲା ।

ପୋଲିସ ନାଣ୍ଡୁବାବାର ପରିଚୟ ପାଇଗଲା । ଦୀର୍ଘ ଆଠ ବର୍ଷ ତଳେ ସେ ଦୁଇଟି ଯାଗାରୁ ଚୋରିକରି ଫେରାର ଥିଲା । ତା ବିରୁଦ୍ଧରେ କେସ କରିଥିବା ଦୁଇ ବ୍ୟକ୍ତି ମଧ୍ୟରୁ ଜଣେ ଥିଲା ଯାତ୍ରାପାର୍ଟି ର ମାଲିକାଣୀ ଦେବୀକା ।

ଦେବୀକା ସତ ସତ ସବୁ କହିଗଲା, ସାତ ବର୍ଷ ତଳେ ସେ ନାଣ୍ଡୁ ଓରଫ ନଣ୍ଡାକୁ ଭଲପାଇ ବସିଥିଲା । ତା ସହ ବିବାହ କରିବାର ପ୍ରଲୋଭନ ଦେଖାଇ ଦେବୀକାର ସମସ୍ତ ଗହଣା ଓ ଟଙ୍କା ଧରି ଚମ୍ପଟ ମାରିଥିଲା । ଦେବୀକା କେଶବପୁର ଆସିବାପରେ ନାଣ୍ଡୁବାବାଙ୍କ ଚମତ୍କାର ଶକ୍ତି ବିଷୟରେ ଶୁଣି ଦେଖା କରିବାକୁ ଯାଇଥିଲା । ନାଣ୍ଡୁକୁ ଦେଖିବା ପରେ ସେ ନିଜର ଟଙ୍କା ଓ ସୁନା ବାବଦକୁ ସାତଲକ୍ଷ୍ୟ ମାଗିଥିଲା ଓ ନାଣ୍ଡୁବାବା ପାଞ୍ଚଦିନର ସମୟ ମାଗିଥିଲା ତା ସମସ୍ତ ଟଙ୍କା ଫେରସ୍ତ ଦେବାକୁ । କିନ୍ତୁ ନାଣ୍ଡୁ ବାବା ତା ଟଙ୍କା ଫେରେଇବା ଆଗରୁ ମରିଗଲା । ସେ ନାଣ୍ଡୁକୁ ମାରି କି ଲାଭ ଅବା ପାଇବ ।

କାଶୀ କୁ ପଚରା ଗଲା ଘଟଣା ଦିନ ରାତିରେ ସେ କେଉଁଠି ଥିଲା?

.... କାଶୀ, ସୂର୍ଯ୍ୟ ଓ ବଳି ତିନିଜନ ସେଦିନ ରାତିରେ ଯାତ୍ରା ଦେଖିବାକୁ ଯାଇଥିଲେ । ଘରେ ରମ୍ଭାଙ୍କୁ ଜଂଜୀରରେ ବନ୍ଧୀକି । ଯାତ୍ରା ଟିକେଟ ତାଙ୍କ ପାଖରେ ଥିଲା । ଯାତ୍ରାଦେଖି ଫେରିବା ପରେ ଗାଁମୁଣ୍ଡରେ ରମ୍ଭାକୁ ଦେଖିଥିଲେ, ସେ ଜଂଜୀର ଛିଣ୍ଡାଇ ଦେଇ ଚାଲିଯାଇଥିଲା । ତା ଦେହସାରା ରକ୍ତଥିଲା ଓ ସେ କହୁଥିଲା ଠାକୁରାଣୀ ନାଣ୍ଡୁବାବାକୁ ମାରିଦେଇ ସେ ଗଛରେ ଟାଙ୍ଗି ଦେଇଛନ୍ତି ।

ରମ୍ଭାଙ୍କୁ ଗୋଟେ ଚୌକିରେ ମହିଳା ପୋଲିସ ଭଲକି ବାନ୍ଧି ଦେଲେ, କହିଲେ ତୋ ଠାକୁରାଣୀଙ୍କୁ ଡାକେ, ସେ ଜଂଜୀର ଛିଣ୍ଡାଇ ଦେଉଛନ୍ତି ତାଙ୍କ ପାଖରେ ଏ ରସି କଣ ।

ରମ୍ଭା ପୂର୍ଵ ପରି ଅଭିନୟ କରି ଅନେକ ଚେଷ୍ଟା କଲା ସେ ରାଶିକୁ ଛିଣ୍ଡାଇବାକୁ କିନ୍ତୁ ତାର ସବୁ ଚେଷ୍ଟା ବ୍ୟର୍ଥ ଗଲା । ଏଥର ସେ କାନ୍ଦିବାକୁ ଲାଗିଲା । ମୋ ନିଜର ଏ ଅଭିନୟ ପଛର କାହାଣୀ କାହିବା ଆରମ୍ଭ କଲା......... "

କାଶୀକୁ ବିବାହ କରିବା ୬ ବର୍ଷ ପରେ ମଧ୍ୟ କୌଣସି ସନ୍ତାନ ପ୍ରାପ୍ତ ହେଲାନି । ଗାଁ ସ୍ତ୍ରୀଲୋକ ବାଂଝ କାହିବା ଆରମ୍ଭ କଲେ । ସେ ସମୟରେ ନାଣ୍ଡୁ ବାବା ଗାଁରେ ପ୍ରକଟ ହେଲେ । କାଶୀ ଓ ରମ୍ଭା ଛୋଟ ବଡ ଯାଦୁ ଦେଖି ନାଣ୍ଡୁ ବାବା ଙ୍କୁ ଭଗବାନ ଭାବି ବସିଲେ । ନିଜର ପୁତ୍ର କାମନା କରି କାଶୀ ବାବାଙ୍କ ସବୁ କଥାରେ ରାଜି ହଉଥିଲା । ନାଣ୍ଡୁ ବାବା ଏହାର ଫାଇଦା ଉଠାଇ ରମ୍ଭାକୁ ବାରମ୍ବାର ଧର୍ଷଣ କରୁଥିଲା । କାଶୀ କୁ ଅନେକ ଥର କହିବାକୁ ରମ୍ଭା ଚେଷ୍ଟା କରିଛି । ନାଣ୍ଡୁ ବାବା ରମ୍ଭା କୁ ଡରାଇ ଧମକାଇ ଗାଁ ଲୋକଙ୍କ ଆଗରେ ତାକୁ ଡାହାଣୀ ସଜେଇ ଦେବ ବୋଲି କହି ତା ଫାଇଦା ଉଠାଇଛି ।

ସେଦିନ ନାଣ୍ଡୁବାବାଙ୍କୁ ଏପରି କୁକର୍ମ କରୁଥିବାର କାଶୀ ନିଜ ଆଖିରେ ଦେଖିନେଲା । ତା ଭିତରେ ଥିବା ଭକ୍ତିଭାବ ଘୃଣାରେ ପରିବର୍ତନ ହୋଇଗଲା । ନାଣ୍ଡୁ ବାବା ଯେ କେବଳ କାଶୀର ସ୍ତ୍ରୀ ସହ କରିଥିଲା ତା ନୁହେଁ, ତା ସାଙ୍ଗ ସୂର୍ଯ୍ୟ ଓ ବଳି ସହ ଆହୁରି ଅନେକ ଲୋକଙ୍କୁ ଧୋକା ଦେଇଥିଲା ।

ରମ୍ଭାକୁ ଠାକୁରାଣୀ ଲାଗିବାର ଅଭିନୟ କରିବାକୁ କାଶୀ କହିଥିଲା । ସେଦିନ ଯାତ୍ରା ଦେଖିବାକୁ ଯାଇ ଟିକେଟ ନେଇ, ସେଠାରୁ ଚାଲି ଆସିଥିଲେ । ପୂର୍ବରୁ ଭାବି ରଖିଥିବା ଯୋଜନା କୁ କାର୍ଯ୍ୟକାରି କରିଥିଲେ । ସୂର୍ଯ୍ୟ, ବଳି ଓ କାଶୀ ସାଙ୍ଗ ହୋଇ ନାଣ୍ଡୁ ବାବାକୁ ମାରି ସେ ବରଗଛରେ ଟାଙ୍ଗୀ ଦେଇଥିଲେ । ରମ୍ଭାଙ୍କୁ ଠାକୁରାଣୀ ଲାଗିବାର ଅଭିନୟ କରିବାକୁ କହିଥିଲେ । ସମସ୍ତେ ଭାବିବେ ନାଣ୍ଡୁ ଭଳି ଗୋଟେ ପାପୀ କୁ ଠାକୁରାଣୀ ମାରିଛନ୍ତି ।

ତେଣୁ ଅନ୍ଧବିଶ୍ୱାସ ମଣିଷର ପରମ ଶତ୍ରୁ ତା ଠାରୁ ଯେତେ ଦୂରେଇ ରହିବେ ସେତେ ଭଲ ।


Rate this content
Log in

Similar oriya story from Thriller