ଶଶି ଗୁଣ୍ଡା
ଶଶି ଗୁଣ୍ଡା
ହାର୍ଟ ଅପରେଶନର ପାଖାପାଖି ଗୋଟିଏ ମାସ ପରେ ପୋଲିସ ଆସିଛି ଡାକ୍ତରଖାନାକୁ ନୟନାର ବୟାନ ରେକର୍ଡ଼ କରିବା ପାଇଁ। ନୟନାଙ୍କ ହାର୍ଟ ରିପ୍ଳେସମେଣ୍ଟ ହୋଇଛି। ନୟନାଙ୍କ ସ୍ୱାସ୍ଥ୍ୟ ସୁଧାର ଆସିବାରୁ ଡାକ୍ତର ପୋଲିସଙ୍କୁ ଡାକିଛି ସେଦିନ କେସ୍ ର ବୟାନ ନେବା ପାଇଁ।
ପୋଲିସ ଇନ୍ସପେକ୍ଟର : ହେଲଓ, ନୟନା ମ୍ୟାଡମ କେମିତି ଅଛନ୍ତି ?
ନୟନା : ଟିକିଏ ହସି ଦେଇ ହଁ ଏବେ ଟିକେ ଭଲ ଅଛି।
ପୋଲିସ ଇନ୍ସପେକ୍ଟର କହିଲେ ଆପଣଙ୍କ ସହ ଯେଉଁ ଘଟଣା ଘଟିଥିଲା ସେ ବିଷୟରେ ଆପଣଙ୍କ ବୟାନ ରେକର୍ଡ଼ କରିବା ପାଇଁ ଆସିଛୁ। ଆପଣ ତ ଶଶି ବିଷୟରେ ଏତିକି କହୁ କହୁ ନୟନା ଚିତ୍କାର କରି କହିଲେ ଦୟା କରି ସେ ସଇତାନର ନାମ ମୋ ସାମ୍ନାରେ ନିଅନ୍ତୁ ନାହିଁ। ଆଜି ମୋର ଏମିତି ଅବସ୍ଥା ତାରି ପାଇଁ।
ପୋଲିସ ଇନ୍ସପେକ୍ଟର : କଣ ସବୁ ହୋଇଛି ଆମକୁ ଟିକିଏ କହିବେ। ଆମେ ସେଇ ଅନୁଯାୟୀ କେସ୍ କୁ ଆଗକୁ ବଢାଇବୁ।
ନୟନା : ପାଖାପାଖି ଦୁଇ ବର୍ଷ ତଳର କଥା। ଶଶି କେଉଁ ଆଡୁ କେଜାଣି ଆମ ସାହିକୁ ରହିବା ପାଇଁ ଆସିଲା। ଜିନିଷ ସବୁ ଧରି ନେଇ ଆସିଲା ବେଳକୁ ସେ ମୋ ସହ କୁଟି ହେଲା। ମଦର ନିଶାରେ ମାତାଲ ହୋଇ ମୋତେ ପାଟି କଲା।
ତାପରେ ସବୁଦିନ ଶଶି ମଦ ପିଇ ଆସି ରାତିରେ ତା ଘର ସାମ୍ନାରେ ପାଟି ହୁରି କରେ। ଗାଁ ଲୋକଙ୍କ ଠାରୁ ଶଶି ବିଷୟରେ ଶୁଣିବାକୁ ପାଇଲି ଯେ ସେ ନିଜ ସ୍ତ୍ରୀଙ୍କୁ ହତ୍ୟା କରି କାରାଦଣ୍ଡ ଭୋଗି ଆସିଛନ୍ତି।
ମୋ ସାଙ୍ଗ ଗୋଟିଏ ପୁଅକୁ ଭଲ ପାଉଥିଲା। ମାନୁଛି ଲୁଚି ବିବାହ କରିବି ଠିକ ନୁହେଁ, ତାମାନେ ନୁହେଁ ଯେ ପୁଅକୁ ମାରି ମାରି ରକ୍ତାକ୍ତ କରି ଦେଇ ଝିଅକୁ ନେଇ ତା ବାପ ଘରେ ଛାଡି ଦେଲେ। ଆଉ ମୋ ସାଙ୍ଗର ବାପାମାଆ ତାର ଜବରଦସ୍ତି ବିବାହ କରିଦେଲେ। ସେ ପୁରା ପୁରି ଗୁଣ୍ଡାଟା।
ତାପରେ ରାସ୍ତାରେ ଶଶି ଯେତେବେଳେ ଯାହାକୁ ପାରେ ପିଟିବା ପାଇଁ ଲାଗି ଯାଏ। ସମସ୍ତଙ୍କୁ ତାର ଚାକର ବୋଲି ଭାବେ। ଭଲ ବ୍ୟବହାର କଣ ତାକୁ ଆସେ?
ହାବିଲଦାର ବି ଶଶିକୁ ଡରନ୍ତି। ମଦ ନିଶାରେ ତ ଘାଇଲା ବାଘ ପରି ହେଉ ଥାଏ।
ତାର କିର୍ତ୍ତୀନାମା କହିଲେ ଦିନ ସରିବ ନାହିଁ।
ଆମ କଲେଜର ପ୍ରିନ୍ସିପାଲକୁ ପିଟି ଗୋଟିଏ ଛିଆର ଆଡମିଶନ ବି କରାଇ ଦେଲା।
ପାଞ୍ଚମାସ ତଳେ ମୁଁ ଶଶିକୁ ବନ୍ଧୁକ ନେଇ ଯାଉଥିବାର ଦେଖି ପୋଲିସକୁ ଡାକି ଧରେଇ ଦେଲି। ଯିଏ ନିଜ ସ୍ତ୍ରୀ କୁ ମାରିଛି ତା ପାଖରେ ବନ୍ଧୁକ ରହିଲେ କଣ ଯେ ହେବ ଭିବିଲା ବେଳକୁ ଡର ଲାଗେ। ସେହି ରାଗରେ ମଦ ପିଇ ସେ ରାତିରେ ଆମ ଘରକୁ ଆସିଲା। ମୋର ଲଗ୍ନଧରା ଥିଲା। ମୋତେ ପୁଅଘର ସାମ୍ନାରେ ବହୁତ ଅସଭ୍ୟ ଭାଷାରେ ଗାଲି ଦେଲା। ଏ ସବୁ ଦେଖି ପୁଅ ଘର ବାହାଘର ଭାଙ୍ଗି ଦେଲେ। ଅବଶ୍ୟ ଭଲ ହେଲା ପରେ ଜାଣିଲି ଯେ ସେ ପୁଅର ବହୁତ ଝିଅ ସହ ଖରାପ ସମ୍ପର୍କ ଅଛି।
ପୋଲିସ ଇନ୍ସପେକ୍ଟର : ତେବେ ରାଗୁଛନ୍ତି କାହିଁକି?
ନୟନା : ରୁହନ୍ତୁ ସାର, ଏତିକିରେ କଣ ସରିଗଲା କି? ସେତିକିରେ ଶଶିର ରୋଗ ମୋ ଉପରେ ସରି ନାହିଁ। ସେ ମୋ ଭାଇକୁ ଖାଲି କଥାରେ ପିଟି ପିଟି ଆଣି ଆମ ଘରେ ଛାଡିଲା। ପୁରା ରକ୍ତାକ୍ତ। ପଚାରିଲାରୁ କିଛି କହିଲା ନାହିଁ କି ମୋ ବାପା ବି ପୋଲିସ କମ୍ପଲେନ ବି କଲେ ନାହିଁ। ମୁଁ କିଛି ବୁଝି ପାରିଲି ନାହିଁ। ତାପରେ ମାସେ ତଳର କଥା ଗୋଟିଏ ସ୍ତ୍ରୀ ଲୋକଟିକୁ ଘୋଷାରି ଘୋଷାରି ନେଇଗଲା। ସ୍ତ୍ରୀ ଲୋକଟିର ସଜବାଜ ଅଲଗା ଥିଲା। ହେଲେ ଶଶି ତାକୁ ବହୁତ ଗାଳି କରୁଥିଲା।
ତାପରେ ସେଇଦିନ ଘଟଣା। ମୁଁ କଲେଜରୁ ଫେରୁଥାଏ। ଆଶ୍ଚର୍ଯ୍ୟ ଲାଗୁ ଥାଏ ସାହିରେ ସମସ୍ତଙ୍କ କବାଟ ବନ୍ଦ। ଓଟ ସାହି ବାହାରେ ଛାଡି ପଳାଇଲା। ମୁଁ ଧିରେ ଧିରେ ଆମ ଘର ଅଭିମୁଖେ ଚାଲିଥାଏ। ହଠାତ ଦେଖିଲି ଶଶି ଗୋଟିଏ ଲୋକଟିକୁ ଗୋଡାଉଛି ଆଉ ତାର ପଛେ ପଛେ କିଛି ଗୁଣ୍ଡା। ପୋଲିସ ବି ସେଇ ସମୟରେ ପହଞ୍ଚିଲେ ଆମ ସାହିରେ। ମୁଁ ସାହିର ମଝା ମଝି। ସମସ୍ତଙ୍କ କବାଟ ବନ୍ଦ। କୁଆଡେ ଯିବି ଡରି ଗଲି। ପୋଲିସ ମୋତେ କହୁ ଥାଏ ପଳାଇବାକୁ। ହେଲେ ଯିବି କୁଆଡେ ମୁଁ?
ହଠାତ୍ ଶଶିର ଗୁଣ୍ଡାମାନେ ଗୁଳି ଚଳାଇବା ଆରମ୍ଭ କଲେ। ସେପଟେ ପୋଲିସ ବି ଗୁଳି ଚଳାଇଲା। ମୁଁ ଗୋଟିଏ ପାଣି ଡ୍ରମ ପାଖରେ ଲୁଚି ରହିଥାଏ। ହେଲେ ହଠାତ୍ ଗୋଟିଏ ଗୁଳି ଆସି ମୋ ଦେହରେ ବାଜିଲା। ମୋତେ ଅନ୍ଧାର ଦିଶିଲା ଆଉ ମୋର ଚେତା ନାହିଁ। ଉଠିଲା ବେଳକୁ ମୁଁ ହସ୍ପିଟାଲରେ। ହାର୍ଟ ଅପରେଶନ ହୋଇ ସାତ ଦିନ ବିତି ଗଲାଣି।
ଏ ସବୁ ସେଇ ଶଶି ଗୁଣ୍ଡା ପାଇଁ ହେଲା। ତାହାରି ପାଇଁ ଗୁଳି ଚାଲିଲା ଆଉ ଆଜି ମୋର ଏମିତି ଅବସ୍ଥା।
ପୋଲିସ ଇନ୍ସପେକ୍ଟର : ନୟନା ମ୍ୟାଡମ ଏବେ ମୁଁ ଯାହା କହୁଛି ଆପଣ ଟିକେ ଧୈର୍ଯ୍ୟର ସହ ଶୁଣିବେ।
ନୟନା ମୁଣ୍ଡ ହଲାଇ ହଁ ମାରିଲେ।
ଇନ୍ସପେକ୍ଟର : ସାତ ବର୍ଷ ତଳର କଥା ଶଶି ଧରମପୁରରେ ରହୁ ଥାଆନ୍ତି। ମୋର ଇନ୍ସପେକ୍ଟର ଭାବରେ ସେଇଠି ପୋଷ୍ଟିଂ ହୋଇ ଥାଏ। ଶଶି ଗୋଟିଏ ନିଉଜ ରିପୋର୍ଟର ଥିଲେ। ଶଶି ସହ ମିଶିଲା ପରେ ମୁଁ ଜାଣିଲି ଯେ ସେ ଛୋଟବେଳୁ ଅନାଥ। ତାଙ୍କର ଗୋଟିଏ ସାନଭାଇ ଥିଲା। ଯିଏ କି ଡ୍ରଗସ୍ ର ଶୀକାର ହୋଇ ଥିଲା। ଦିନେ ଡ୍ରଗସ୍ ଧରି ଯାଉଥିବା ସମୟରେ ପୋଲିସକୁ ଦେଖି ଦୌଡି ପଳାଉଥିବା ସମୟରେ ରାସ୍ତାରେ ଗାଡି ସହ ଦୁର୍ଘଟଣାରେ ସେ ମରିଗଲା। ତାପର ଠାରୁ ଶଶି ନିଉଜ ରିପୋର୍ଟର ଭିବେ କାମ କରି ସତ କଥା ସମସ୍ତଙ୍କ ସାମ୍ନାକୁ ଆଣୁ ଥିଲେ।
ଥରେ ମୋର ଶଶିଙ୍କ ସହ ବଜାରରେ ଦେଖାହେଲା। ସାଙ୍ଗରେ ତାଙ୍କ ସ୍ତ୍ରୀ ଶ୍ରଦ୍ଧା ଥିଲେ। ଶ୍ରଦ୍ଧା ଦେଖିବାକୁ ଯେମିତି ସୁନ୍ଦର ଗୁଣରେ ବି ସେମିତି ଭଲ। ଶ୍ରଦ୍ଧା ପାଞ୍ଚ ମାସର ଗର୍ଭବତୀ ଥିଲେ।
ମୋତେ ଶଶି ଶ୍ରଦ୍ଧା ଠାରୁ ଦୂରକୁ ନେଇ କହିଲେ ସେ କିଛି ଆତଙ୍କବାଦୀଙ୍କ ଉପରେ ତଥ୍ୟ ସଂଗ୍ରହ କରୁଛନ୍ତି । ଆଉ ସହରର ବଡ ବଡ ଲୋକଙ୍କର ଏଥିରେ ହାତ ଅଛି।
ତାପରେ ଶଶି ମୋତେ ବହୁତ ତଥ୍ୟ ଆଣିକି ଦିଅନ୍ତି। କିଛି ମାସ ପରେ ହଠାତ୍ ମୁଁ ଖବର ପାଇଲି ଯେ ଶଶି ମଦ ନିଶାରେ ନିଜ ସ୍ତ୍ରୀଙ୍କୁ ପିଟି ଗର୍ଭ ଅବସ୍ଥାରେ ଜବରଦସ୍ତି କରି ମାରି ଦେଇଛନ୍ତି। ମୁଁ ସେଠାରେ ପହଞ୍ଚିଲା ବେଳକୁ ଜାଣିଲି ଯେ ସବୁ ପ୍ରମାଣ ଶଶିଙ୍କ ବିରୁଦ୍ଧରେ। ଶେଷରେ ସବୁ ଜାଣି ମଧ୍ୟ ନିର୍ଦ୍ଦୋଷ ବୋଲି ପ୍ରମାଣ ମୁଁ କରି ପାରିଲି ନାହିଁ। ଆଉ ଶଶିଙ୍କୁ ଚଉଦ ବର୍ଷ କାରାଦଣ୍ଡ ହେଲା। ପ୍ରକୃତରେ ସେଇ ଦିନ ଶଶିଠାରୁ ସବୁ ପ୍ରମାଣ ନେବା ପାଇଁ ଆତଙ୍କବାଦୀ ସହ ମିଶି ଥିବା ଲୋକମାନେ ଶଶିଙ୍କ ସ୍ତ୍ରୀକୁ ଅସ୍ତ୍ର ବନାଇ ଥିଲେ। ଆଉ ପ୍ରମାଣ ପାଇଲା ପରେ ଶଶିଙ୍କ ଆଖି ଆଗରେ ତାଙ୍କ ସ୍ତ୍ରୀର ବଳାତ୍କାର କରି ହତ୍ୟା କରିଥିଲେ। ତାପରେ ଶଶିଙ୍କୁ ଡ୍ରଗସ୍ ଦେଇ ମଦ ପିଆଇ ସେଠାରେ ଛାଡି ଦେଇଥିଲେ ହତ୍ୟାକରୀ ସଜାଇ।
ଶଶିଙ୍କ ଭଲ ଗୁଣ ଦେଖି କୋର୍ଟ ପାଞ୍ଚ ବର୍ଷ ପରେ ଶଶିଙ୍କୁ ଦଣ୍ଡମୁକ୍ତ କଲେ। ସେତେବେଳେ ମୋର ପୋଷ୍ଟିଂ ଏଇ ସହରରେ ହୋଇଥାଏ। ମୁଁ ଶଶିଙ୍କୁ ଖବର ଦେଲି ଆତଙ୍କବାଦୀ ବୋଧେ ଆପଣଙ୍କ ସାହିରେ ଲୁଚି ରହିଛି।ତେଣୁ ଶଶି ଆସି ଆପଣଙ୍କ ସାହିରେ ରହିଲେ।
ଆପଣ ସାଙ୍ଗ ଯେଉଁ ପିଲା ସହ ଲୁଚି ବିବାହ କରିବା କଥା କହୁଥିଲେ ସେ ପିଲା ଆଉ କେହି ନୁହେଁ ଆତଙ୍କବାଦୀ ସହ ମିଶିଥିବା ଲୋକ। ତେଣୁ ଶଶି ତାକୁ ଏମିତି ମାରିଲା। ଆଉ ଆପଣ ଭାଇ ସେଦିନ ଡ୍ରଗସ୍ ନେବା ପାଇଁ ଯାଉଥିଲା। ଶଶି ସେଦିନ ତାକୁ ଠିକ ସମୟରେ ବଞ୍ଚାଇ ଦେଲେ ନ ହେଲେ ସେ ଆଜି ହାଜତରେ ଥାଆନ୍ତେ। ଆଉ ଯେଉଁ ବନ୍ଧୁକ କଥା କହିଲେ ସେ ବନ୍ଧୁକ ନେଇ ଶଶି ଆତଙ୍କବାଦୀକୁ ଧରିବା ପାଇଁ ଯାଉଥିଲେ। ଆପଣଙ୍କ ପାଇଁ ସେଦିନ ସେ ଆତଙ୍କବାଦୀ ଖସି ପଳାଇଲା।
ଆଉ ଯେଉଁ ସ୍ତ୍ରୀ ଲୋକଟିକୁ ଶଶି ଘୋଷାରି ଘୋଷାରି ନେଇ ଗଲେ, ସେ ଗୋଟିଏ ବେଶ୍ୟା। ଝିଅମାନଙ୍କୁ ଜବରଦସ୍ତି ଏ କାମରେ ଲଗାଏ। ସେଇଦିନ ତୁମ ଗାଁର ଗୋଟିଏ ଝିଅ ସହ ସେମିତି ହୋଇଥାଆନ୍ତା। ସେ କଥା ଜାଣି ଶଶି ତାକୁ ନେଇ ପୋଲିସ ଥାନା ଗଲେ।
ଆଉ ସେ ଦୁର୍ଘଟଣା ଦିନ ଶଶି ଆତଙ୍କବାଦୀଙ୍କୁ ଧରିବା ପାଇଁ ଗୋଡାଉ ଥାଆନ୍ତି। ଗାଁରେ ସବୁ ଖବର ପାଇ କବାଟ ବନ୍ଦ କରି ଦେଲେ। ତୁମ ଫୋନ ଲାଗିଲା ନାହିଁ। ତୁମେ ଆସିଲା ବେଳକୁ ଗୁଳି ବିନିମୟ ଆରମ୍ଭ ହୋଇଗଲା। ଆଉ ତୁମ ସହ ଏ ସବୁ ଘଟିଲା। ଯାହା ବି ହେଉ ସେଇ ଶଶି ପାଇଁ ତୁମେ ଆଜି ବଞ୍ଚିଲ ଆଉ ଆମ ଦେଶ ବି ଆତଙ୍କବାଦୀଙ୍କ ଆକ୍ରମଣରୁ ବଞ୍ଚିଲା।
ନୟନାଙ୍କ ଆଖିରୁ ଲୁହ ବହିଗଲା। ସେ ଇନ୍ସପେକ୍ଟରଙ୍କୁ କହିଲେ ମୁଁ ଯାହାକୁ ଶଶି ଗୁଣ୍ଡା ବୋଲି କହୁଥିଲି ସେ ତ ପ୍ରକୃତରେ ସୁପର ହିରୋ।ମୋତେ ଦୟା କରି ତାଙ୍କ ପାଖକୁ ନେଇ ଯାଆନ୍ତୁ। ମୁଁ ତାଙ୍କୁ ଥରୁଟିଏ ଛୁଇଁବାକୁ ଚାହେଁ। ତାଙ୍କ ପାଦ ଛୁଇଁ କ୍ଷମା ମାଗିବାକୁ ଚାହେଁ। ମୋତେ ଜଲଦି ନେଇ ଚାଲନ୍ତୁ ନା।
ଇନ୍ସପେକ୍ଟର : ତୁମେ ତୁମ ହୃଦୟରେ ହାତ ମାରି ତାଙ୍କୁ କ୍ଷମା ମାଗ।
ନୟନା : ମାନେ, ମୁଁ ବୁଝି ପାରିଲି ନାହିଁ।
ପୋଲିସ ଇନ୍ସପେକ୍ଟର : ସେଦିନ ଘଟଣାରେ ଶଶି ତୁମକୁ ବଞ୍ଚାଉ ବଞ୍ଚାଉ ତାଙ୍କ ମୁଣ୍ଡରେ ଗୁଳି ବାଜିଲା। ଆମେ ଆତଙ୍କବାଦୀ ମାନଙ୍କୁ ଗିରଫ କଲୁ। ଡାକ୍ତର ଖାନା ପହଞ୍ଚିଲା ବେଳକୁ ଶଶି ଆଉ ନ ଥିଲେ। କିନ୍ତୁ ଶଶି ଆଗରୁ ହିଁ ନିଜ ଶରୀରର ଅଙ୍ଗଗୁଡିକୁ ମତ୍ୟୁ ପରେ ଦରକାର ଲୋକ ଲୋକଙ୍କୁ ଦାନ କରାଯାଉ ବୋଲି ସ୍ୱାକ୍ଷର କରି ଥିଲେ। ଆଉ ତୁମର ହାର୍ଟରେ ଗୁଳି ବାଜି ଥିବାରୁ ରିପ୍ଲେସମେଣ୍ଟ ହେବାର ଥିଲା। ତେଣୁ ତାଙ୍କର ହାର୍ଟ ତୁମକୁ ଦିଆଗଲା।
ନୟନା ନିଜ ହୃଦୟକୁ ହାତ ମାରି ଜୋରରେ କାନ୍ଦି କହିଲେ ଶଶି ଗୁଣ୍ଡା ନୁହେଁ ସେ ତ ଜୀବନ ରଙ୍ଗମଞ୍ଚରେ ସୁପର ହିରୋ।ନୟନା ତାପରେ ସବୁବେଳେ ନିଜ ହୃଦୟକୁ ହାତ ମାରି ଶଶିଙ୍କୁ କୁହନ୍ତି ମୁଁ ଥରୁଟିଏ ତୁମକୁ ଛୁଇଁବାକୁ ଚାହେଁ। ତୁମେ ମରି ମଧ୍ୟ ମୋ ମଧ୍ୟରେ ଜୀବିତ।
