Trushna Das

Abstract Drama Tragedy

3  

Trushna Das

Abstract Drama Tragedy

ସହରର ଚାକଚକ୍ୟ

ସହରର ଚାକଚକ୍ୟ

6 mins
177


ଗାଁ ନଦୀ ତୁଠରେ ସକାଳୁ ସକାଳୁ ସ୍ତ୍ରୀ ଲୋକଙ୍କ ମେଳ। କାହା ଘରେ କଣ ହେଇଛି ସବୁ କଥା ସେଇଠି ପଡେ।ଆଜି ତର ତର ହୋଇ ମିଲି ତାର କାମ କରୁଛି। ସେହି ସମୟରେ ସୁମି ଅପା ମିଲିଙ୍କୁ ପଚାରିଲେ ଆଲୋ ତୋର କ'ଣ ହୋଇଛି ତୁ ଏତେ ତର‌ ତର ହେଉଛୁ। କଥା ବି ଠିକରେ ହେଉ ନାହୁଁ।

ମିଲି ଟିକେ ଲାଜେଇ ଯାଇ କହିଲା ଅପା ଆଜି ପରା ଶନିବାର ସେ ଆସିବେ ପରା।

ସୁମି ଅପା ନ ଜାଣିଲା ପରି ପଚାରିଲେ ଆଲୋ ଏ କିଏ ଆସୁଛନ୍ତି କି ?

ମିଲି : ଅହ ଅପା ସବୁ ବେଳେ ତୁମେ ଚିଡାଇ କୁହନା ?

ସୁମି ଅପା : ଆଲୋ କୁହୁନୁ ମୋର ପତି ଦେବ ପିନୁ ଆସୁଛନ୍ତି।

ମିଲି : ଅପା ତମେ ବହୁତ ଥଟ୍ଟା ଲାଗୁଛ।

ସୁମି : ହଉ ଶୁଣୁ ଆଜି ତୋ ନିତୁ ଅପା ଆସୁଛି।

ମିଲି : ସତ କହୁଛ ଅପା। ଏତେ ବର୍ଷ ପାଖାପାଖି ଛଅ ବର୍ଷ ପରେ ଆସିବେ ନା।

ସୁମି : ହଁ ଲୋ। ସେଦିନ ସେ ବିବାହ ‌କରି ଏ ଗାଁ ରୁ ଗଲା ଯେ ଏବେ ଯାଇ ଆସିବ। ବିବାହ ଦିନ ବର ଯାତ୍ରୀମାନେ ଆମ ଗାଁ ଝିଅମାନଙ୍କୁ ଖରାପ ବ୍ୟବହାର କଲେ। ତେଣୁ ଗାଁ ର କିଛି ଲୋକ ସେମାନଙ୍କ ପ୍ରତିବାଦ କଲେ ଯେ ତା ପର ଠାରୁ ନିତୁ ର ବର ତାକୁ ଆଉ ଏ ଗାଁ କୁ ଛାଡ଼ିଲା ନାହିଁ।

ମିଲି : ହଁ ପରା। ନିତୁ ଅପା ହିଁ ସବୁଠାରୁ ପ୍ରଥମେ ମୋର ଓ ତାଙ୍କର ପିନୁ ର ଭଲ ପାଇବା ବିଷୟରେ ଜାଣି ପାରିଲେ। ଆଉ ତାପରେ କିଛି ସତ ସହ କିଛି କାହାଣୀ ମନରୁ ମିଶାଇ କହିଲେ ଯେ ଆମ ଦୁଇ ଘରେ ଭୁକମ୍ପ ଆସି ଗଲା।

ସୁମି : ହୁଏତ ତାର ସେଇ କଥା ପାଇଁ ଆଜି ତୁମେ ଦୁହେଁ ସ୍ୱାମୀ ସ୍ତ୍ରୀ।

ମିଲି : ହଁ ଅପା ତାଙ୍କ ପାଇଁ ହିଁ ଆମ ଘର ଲୋକ ଆମ ସମ୍ପର୍କ ବିଷୟ ରେ ଅବଗତ ହେଲେ । ଆଉ ଆମ ବିବାହ କରାଇଲେ।

ସୁମି : ଆଲୋ‌ ମିଲି ତୁମ ଦୁଇ ଜଣଙ୍କ ପ୍ରେମ ବିଷୟରେ ନିତୁ କେମିତି ଜାଣିଲା ?

ମିଲି : ଅପା ତୁମେ ତ ଜାଣ ମୋ ବୋଉ ଆଉ ମୋ ଶାଶୁ ମାଆ ଦୁଇ ଜଣ ମିତ ଥିଲେ। ଦୁଇ ପରିବାର ସବୁ ପୂଜା ପର୍ବ ଏକା ସାଙ୍ଗରେ ପାଳୁ ଥିଲୁ। ସେ ପିନୁ ମୋ ଠାରୁ ଦୁଇ ବର୍ଷ ର‌ ବଡ଼।

ଆମେ ଦୁହେଁ ଏକା ବିଦ୍ୟାଳୟରେ ପାଠ ପଢୁ ଥିଲୁ। ଆଉ ଗୋଟିଏ ‌ଟ୍ୟୁସନ‌ ସାରଙ୍କ ପାଖକୁ ପଢ଼ିବା ପାଇଁ ଯାଉଥିଲୁ।ଚାରିଟାରୁ ପାଞ୍ଚଟା ମୋର ଥିଲା ଆଉ ତାଙ୍କର ପିନୁଙ୍କର ପାଞ୍ଚଟା ରୁ ଛଅଟା ଯାଏଁ ଥାଏ। ପାଠ ପଢିବାରେ ତ ଯେଉଁ ମନ‌ ଥାଏ ନ‌ କହିଲେ ଭଲ। କେବଳ ସାଙ୍ଗସାଥିମାନଙ୍କ ସହ ଦେଖା କରିବା ର ଗୋଟିଏ ବାହାନା ଥାଏ ଟ୍ୟୁସନ ।

ପ୍ରାୟ ଅଧିକାଂଶ ଦିନ ସନ୍ଧ୍ୟାରେ ବୋଉ ତାଙ୍କ ପିନୁ ଙ୍କ ଘରକୁ ଯିବେ ନ ହେଲେ ତାଙ୍କ ପିନୁ ଙ୍କ ମାଆ ଆମ ଘରକୁ ଆସିବେ। ଯାହା ବି ହେଉ ସନ୍ଧ୍ୟାରେ ଏକା ସାଙ୍ଗରେ ପାଠ ପଢା ହେଉ ଥିଲା। ପାଠ ପଢା ସହ ଝଗଡା ବି ବହୁତ ଲାଗୁ ଥିଲୁ ଆମେ ଦୁହେଁ। ହେଲେ ସେ ଝଗଡ଼ା ଯେ ପ୍ରେମରେ ପରିଣତ କେତେବେଳେ ହୋଇ ଗଲା ଆମେ ଆଉ ଜାଣି ପାରିଲୁ ନାହିଁ।

ସେ ପିନୁ ଯେତେବେଳେ ଦଶମ ପରେ କଲେଜ ଗଲେ ମୋତେ ଆଉ ବିଦ୍ୟାଳୟ ଯିବା ପାଇଁ ଭଲ ଲାଗିଲା ନାହିଁ। ବାହାନା କାଢିଲି ବିଦ୍ୟାଳୟ ନ ଯିବା ପାଇଁ। ବୋଉ ମୋତେ ବହୁତ ଗାଳି କରନ୍ତି। ମୁଁ ବିଦ୍ୟାଳୟ ଯିବା ପାଇଁ ବାହାରୁ ନାହିଁ ବୋଲି ସେ ପିନୁ ବୋଉ ଠାରୁ ଶୁଣିଲେ।

ତାପରେ ମାଆଙ୍କ ସହ ସନ୍ଧ୍ୟା ସମୟରେ ସେ ପିନୁ ଆମ ଘରକୁ ଆସିଲେ। ବୋଉ ଓ ମାଆ କଥା ହେଉ ଥାଆନ୍ତି। ସେ ପିନୁ ମୋତେ ଛାତ ଉପରକୁ ଯିବା ପାଇଁ ଇସାରା କଲେ। ମୁଁ ଛାତକୁ ଡରି ଡରି ଗଲି। ସେ ଅନ୍ଧାର ରେ ଛିଡ଼ା ହୋଇ ଥିଲେ। ହଠାତ ମୋ ହାତ ଧରି ତାଙ୍କ ଆଡ଼କୁ ଟାଣି ନେଲେ । ମୁଁ ପୁରା ଚମକି ଗଲି। ତାଙ୍କ ସ୍ପର୍ଶ ରେ ପୁରା ଝାଳେଇ ଗଳି।ମୋ ପାଟିରେ ହାତ ଦେଇ ମୋତେ ଜାକି ଧରିଲେ ଏବଂ କାନରେ କହିଲେ କଣ ହେଇଛି ତୁ ବିଦ୍ୟାଳୟ ଯାଉ ନାହୁଁ କଣ ପାଇଁ ? ମୋ ପାଟିରୁ ହାତ କାଢ଼ି କହିଲେ କହ କିଛି ।

ମୁଁ କେମିତି ଝିଅଟିଏ ହୋଇ ତାଙ୍କୁ କହିବି ଯେ ମୁଁ ତାଙ୍କୁ ଭଲ ପାଏ ବୋଲି।

ସେ ତାପରେ ମୋ ମୁହଁ ସହ ତାଙ୍କ ମୁହଁ ଯୋଡ଼ି ଦେଲେ।ମୋର ନିଃଶ୍ୱାସ ଜୋର ଜୋର ଚାଲିଲା। ଦେହ ଗରମ ହୋଇ ଗଲା। ସେ ମୋତେ କହିଲେ ଦେଖ ମୁଁ ଗୋଟାଏ ମୁର୍ଖ ଝିଅକୁ ମୋ ସ୍ତ୍ରୀ କରିବି ନାହିଁ।ମୋ ସ୍ତ୍ରୀ ମୁର୍ଖ ହେଲେ ମୋ ଛୁଆଙ୍କୁ କିଏ ପଢାଇବ। ଏତିକି କହି ସେ ମୁଣ୍ଡରେ ଚୁମ ଦେଇ ତଳକୁ ଚାଳି ଗଲେ। ଆଉ ମୁଁ ଆଶ୍ଚର୍ଯ୍ୟ ହୋଇ ଚାହିଁ ରହି ଥିଲି ତାଙ୍କୁ।

ଏ ସବୁ ନିତୁ ଅପା ତୁମ ଛାତରୁ ରହି ଦେଖୁ ଥାଆନ୍ତି। ମୋତେ କି ତାଙ୍କୁ ପିନୁ ଙ୍କୁ ଜଣା ନ ଥିଲା।

ତାପରେ ମୁଁ ବିଦ୍ୟାଳୟ ‌ନିତି ଗଲି। ଟ୍ୟୁସନ ସମୟ ଏବେ ସନ୍ଧ୍ୟା ପାଞ୍ଚଟା ରୁ ଛଅଟା ହୋଇ ଗଲା। ଆସିବା ସମୟରେ ସେ ପିନୁ ମୋତେ ରାସ୍ତାରେ ଜଗି ଥାଆନ୍ତି। ଏ କଥା ମୋ ସାଙ୍ଗ ରଶ୍ମୀ ଜାଣି ଥିଲା। ସେ ମୋତେ ତାଙ୍କ ସହ କଥା ହେବା ପାଇଁ ଛାଡି ଦେଇ ଦୂରରେ ଥାଏ। କିଛି ସମୟ ଆମେ ଦୁହେଁ କଥା ହେଉ ତାପରେ ମୁଁ ରଶ୍ମୀ ସହ ଘରକୁ ଆସେ।

ନିତୁ ଅପା ବଜାର ଯିବା ସମୟରେ ମୋତେ ଆଉ ତାଙ୍କୁ ପିନୁ ଏକାଠି ଦେଖିଛନ୍ତି। ସେ ଏ କଥା ରଶ୍ମୀ ର ବଡ ଭଉଣୀ ମାନୀ ଅପାକୁ କହିଲେ। ମାନୀ ଅପା ଏ କଥା ରଶ୍ମୀ କୁ ପଚାରିବାରୁ ରଶ୍ମୀ ବିଚାରୀ ମିଛ କହି ମୋତେ ବଞ୍ଚାଇବାକୁ ଚେଷ୍ଟା କଲା।ଏ କଥା ଧିରେ ଧିରେ ଗାଁ ରେ ପ୍ରଚାର ହେଲା। ଆମ ଦୁଇ ଘରେ ଏ କଥା ଜାଣିବା ଭୟରେ ତାପର ଠାରୁ ମୁଁ ଆଉ ସେ ରାସ୍ତାରେ ଦେଖା କଲୁ ନାହିଁ। ଭୋର ସକାଳୁ ପାଣି ଆଣିବା ପାଇଁ ମୁଁ ନଦୀକୁ ଆସେ। ତାପରେ ମୁଁ ନଦୀକୁ ପହଞ୍ଚିବା ପୂର୍ବରୁ ଗଛ ବୁଦାରେ ତାଙ୍କୁ ଦେଖା କଲି।

ହେଲେ ଗାଁ ଲୋକଙ୍କ ର ଫୁସୁରୁ ଫାସୁରୁ କଥା ଘର ଲୋକଙ୍କ କାନରେ ପଡ଼ିଲା।ଘର ଲୋକ କିନ୍ତୁ ଏ କଥା ବିଶ୍ଵାସ ନ କରି କହିଲେ ଏ ସବୁ ମିଛ କଥା। ସେମାନେ କହିଲେ ସେ ପିନୁ ଓ ମୁଁ ଆମେ ଦୁହେଁ ହେଉଛୁ ଭାଇ ଭଉଣୀ।ଏ କି କଥା । ମୋତେ ରାଗ ଲାଗିଲା।ନିତୁ ଅପା ର ବାହାଘରକୁ କିଛି ଦିନ ଥାଏ ।ଯାଇ କି ତାଙ୍କୁ ପାଟି କଲି।ତୁମ ପାଇଁ ମୁଁ ମୋ ଭଲ ପାଇବାକୁ ହରାଇବି। ସେ ସେଥିରୁ କହିଲେ ତୁ ବ୍ୟସ୍ତ ନ ହୋଇ ଟିକେ ଚୁପ୍ ରହି ଯା ମୁଁ ସବୁ ଠିକ କରି ଦେବି। 

ତାପରେ ସେ ମୋ ବୋଉ ଆଉ ମାଆ ଶାଶୁଙ୍କୁ ଡାକି ଏମିତି ଆମର ପ୍ରେମ କାହାଣୀ ମାନେ କିଛି ସତ ଆଉ କିଛି କାହାଣୀ ମନରୁ ମିଶାଇ କହିଲେ ଯେ ଦୁଇ ପରିବାର ଧର୍ମ ସଙ୍କଟରେ ପଡିଗଲେ।

ତାପରେ ନିତୁ ଅପା ଙ୍କର ବିବାହ ହୋଇ ଗଲା। ଆଉ କିଛି ମାସ ପରେ ଆମ ଦୁହିଁଙ୍କ ର ବାବାହ ହେଲା।

ସୁମି : ହଁ ପରା । କାହାଣୀ ମନରୁ କହିବା ନିତୁର ଅଭ୍ୟାସ।

ମିଲି : ଯାହା ବି ହେଉ ତାଙ୍କ ପାଇଁ ମୁଁ ମୋ ଭଲ ପାଉଥିବା ଲୋକଙ୍କୁ ବିବାହ କଲି।ଆରେ ଦେଖୁଛ ମୁଁ ତୁମ ସହ କଥା ହେଉ ହେଉ ଡେରି କରି ଦେଲି। ଘରକୁ ଯାଏ ତାଙ୍କ ପିନୁ ପାଇଁ ଆଜି ମାଛ ଝୋଳ, ଭାତ, ଛତୁ ଭଜା , ଆରିସା ପିଠା କରିବି । ତାଙ୍କ ର ଏ ସବୁ ବହୁତ ପସନ୍ଦ।

ସୁମି : ଆରେ ନିଜର ଯତ୍ନ ନେବୁ । ସାତ ମାସ ଗର୍ଭରେ ଏତେ ସବୁ କରିବୁ।ଦେଖି କି।

ମିଲି : ହଁ ଅପା।

ସନ୍ଧ୍ୟା ହୋଇ ଗଲା ପିନୁ ଆସିଲେ ନାହିଁ।ମିଲିର ମନ କେମିତି ଲାଗୁ ଥାଏ।

କବାଟ ଖଟ ଖଟ ହେଲା। ମିଲି ଖୁସିରେ କବାଟ ଖୋଲି ଦେଲା ପିନୁ ଆସିଛନ୍ତି ଭାବି।

ନିତୁ ଅପା ଦେଖି ମିଲି ତାଙ୍କୁ କୁଣ୍ଢେଇ ପକାଇଲା। ହେଲେ ନିତୁ ଅପା ଆଣି ଥିଲେ ଦୁଃଖର ଖବର ଯେ ପିନୁ ସହରରେ ତାଙ୍କ ମାଲିକଙ୍କ ଝିଅ କୁ ବିବାହ କରି ରହୁଛନ୍ତି। ଆଉ କାଲି ତାଙ୍କର ଗୋଟିଏ ପୁଅ ହୋଇଛି।

ନିତୁ ଅପା ତାଙ୍କ ଝିଅକୁ ଦେଖାଇବା ପାଇଁ ଡାକ୍ତରଖାନା ଯାଇ ଥିଲେ ଏବଂ ଏସବୁ ବିଷୟରେ ଜାଣିଲେ। ଆହୁରି ପିନୁଙ୍କୁ ତାଙ୍କ ସାଙ୍ଗ ସହ କଥା ହେବାର ଶୁଣିଲେ ଯେ ସେ ମିଲି ଙ୍କୁ ଭଲ ପାଆନ୍ତି ସତ ହେଲେ ମିଲି ସହରର ଚାକଚାକ୍ୟ ପାଇଁ ଜମା ଫିଟ୍ ନୁହେଁ। ଗାଉଁଲି ଝିଅଟେ। ତେଣୁ ଗାଁ ରେ ମିଲି ସ୍ତ୍ରୀ ଆଉ ସହରରେ ମାଲିକଙ୍କ ଝିଅ ସ୍ତ୍ରୀ ଏ‌ କଥା ଶୁଣି ମିଲି ବିଶ୍ଵାସ କରି ପାରୁ ନ ଥାଏ। ମନେ ମନେ ଭାବିଲା ନିତୁ ଅପାଙ୍କର କିଛି କାହାଣୀ ମନରୁ କହିବା ଅଭ୍ୟାସ। ତଥାପି ମିଲି ଜମା ଶୋଇ ପାରିଲା ନାହିଁ। ପିନୁଙ୍କ ଫୋନ ରିଙ୍ଗ ହୋଇ କଟୁ ଥାଏ।

ସକାଳୁ ମିଲି ଆଉ ରହି ନ ପାରି ନିତୁ ଅପା ଙ୍କ ପାଖକୁ ଯାଇ କହିଲା ମୋତେ ସହରର ସେଇ ଡାକ୍ତରଖାନାକୁ ନେଇ ଚାଲ। ମିଲି ପାଞ୍ଚ ବର୍ଷ ର ଝିଅକୁ ବୋଉ ଓ ମାଆ ପାଖରେ ଛାଡି ଦେଇ ନିତୁ ଅପା ସହ ସହରକୁ ଗଲା ଏବଂ ଡାକ୍ତରଖାନା ରେ ଯାହା ଦେଖିଲା ତା ଗୋଡ଼ ତଳୁ ମାଟି ଖସି ଗଲା। ନିତୁ ଅପା ସତ କହୁଥିଲେ। ଗାଁ ର ତାର ସ୍ବାମୀ ସହରର ଚାକଚାକ୍ୟରେ ଆଉ ଜଣଙ୍କ ସ୍ବାମୀ। ମିଲି ପିନୁଙ୍କୁ ଫୋନ କରିବାରୁ ପିନୁ ବାହାରକୁ ଆସି ମିଟିଂ ରେ ଅଛି ପରେ ଫୋନ‌ କରିବି କହୁ କହୁ ସାମ୍ନାରେ ମିଲିକୁ ଦେଖି ଆଶ୍ଚର୍ଯ୍ୟ ହୋଇ ଗଲେ।

ମିଲି ପିନୁଙ୍କୁ ଜୋରରେ ଚାପୁଡ଼ା ମାରି କହିଲା ମିଷ୍ଟର ପିନୁ ସହରର ଚାକଚାକ୍ୟ ଆପଣଙ୍କୁ ଆଉ ଆପଣଙ୍କ ନୂଆ ସ୍ତ୍ରୀ ପାଇଁ ଶୁଭମୟ ହେଉ। ମିଲି ଏକ ମୁହାଁ ହୋଇ ଫେରି ଚାଲି ଆସିଲା। ପିନୁଙ୍କୁ ଆଉ କେବେ ଫେରି ଚାହିଁଲା ନାହିଁ କି କ୍ଷମା କଲା ନାହିଁ। ନିଜେ ଟ୍ୟୁସନ ପଢ଼ାଇ ରୋଜଗାର କରି ଘର ସମ୍ଭାଳିବା। ବୋଉ, ମାଆ, ଝିଅ ଆଉ ତାର କୁନି ପୁଅ ଏବେ ତାର ସବୁ କିଛି।


Rate this content
Log in

Similar oriya story from Abstract