STORYMIRROR

Suresh chandra Padhy

Abstract Fantasy

4  

Suresh chandra Padhy

Abstract Fantasy

ଶ୍ରମିକ ର ଦୁଃଖ

ଶ୍ରମିକ ର ଦୁଃଖ

2 mins
417


ଜୀବନ ରେ ଅନେକ ଲୋକ ଅଛନ୍ତି ଯିଏ ଦାଦନ ଖଟିବାକୁ ବିଦେଶ କୁ ଯାଆନ୍ତି। ସେମାନେ ଭାରି ଦୁଃଖରେ ସମୟ କାଟନ୍ତି। ଶ୍ରମିକ କହିଲେ ଯିଏ ବହୁତ କଷ୍ଟ ରେ ଖରା ବର୍ଷା ଶୀତ ସହି ସବୁ କାମ କରେ। କେବେ ପ୍ରତିବାଦ କରେ ନାହିଁ।


  ଏମିତି ଏକ ଶ୍ରମିକ ରାଜୁ। ସେ ସୀତାପୁର ଗାଁର ପିଲା।ଭାରି ଦୁଃଖରେ ଜୀବନ କାଟେ। ଘରେ ଛୋଟ ଛୋଟ ଦୁଇ ଭଉଣୀ। ପିଲାଦିନୁ ବାପାଙ୍କୁ ହରାଇଛି । ଘରେ ମା'ଙ୍କୁ ଛାଡି ଗଲା ବିଦେଶକୁ। ବହୁତ କଷ୍ଟ ରେ ଯାଇ ବମ୍ବେ ରେ ପହଁଞ୍ଚିଲା ।


 ସେଠାରେ ପ୍ରଥମ ରାତି ରେଳ ଷ୍ଟେସନରେ କଟାଇଲା।ତା ପରେ କିଛି ଖଳ ପ୍ରକୃତିର ଲୋକ ତାକୁ ନେଇଗଲେ ବହୁତ କଷ୍ଟ ଦେଲେ । ଶେଷରେ ତାକୁ ମାରି ଦେବାକୁ ଯୋଜନା କଲେ। ସେ ବହୁତ କଷ୍ଟ ରେ ରାତିରେ ଲୁଚି ପଳେଇ ଆସିଲା।


 ଆସୁ ଆସୁ ଏକ ଭଦ୍ରଲୋକ ତାକୁ ରକ୍ଷାକଲେ। ଏକ ଘରୋଇ କମ୍ପାନୀରେ ତାକୁ ଶ୍ରମିକ କରି ରଖିଲେ। ଦିନକୁ ବାର ଘଣ୍ଟା ଖଟି ସେ ପଇସା କମାଏ। ତାର ପଇସା ରେ ଘର ଚଳିଯାଏ। ଦିନେ ତାର ମା' ଙ୍କ ଦେହ ଖରାପ କଥା ଶୁଣି ଆସିବାକୁ ବାହାରିଲା। କିନ୍ତୁ ଭାଗ୍ୟ ରେ ତାର ବହୁତ ଦୁଃଖ ଥିଲା। ରେଳ ରେ ଆସିବା ସମୟ ରେ ସେ ରେଳ ଧାରଣାରେ ରେ ପଡି ଯିବାରୁ ତାର ଦୁଇ ଗୋଡ଼ କଟିଗଲା । ସେବେଠୁ ତାର ଜୀବନ ଦୁଃଖମୟ ହୋଇଗଲା । ସେ ତାର ପରିବାରକୁ କିପରି ଚଳାଇବ ଏହା ତା'ପାଇଁ ଏକ ଚ୍ୟାଲେଞ୍ଜ ହୋଇଗଲା। ସେ ଏକ ନୂଆ ସକାଳକୁ ଦେଖିଲା, ତାର ଜୀବନର ମୋଡ଼ ପରିବର୍ତ୍ତନ ହେଲା।


  ସେ ଏକ ହ୍ଵିଲ୍ ଚେୟାର୍ ରେ କିଛି ଦିନ ବସି ଖାଲି କାନ୍ଦିଲା । ଭଗବାନ ତାକୁ ସାହା ହେଲେ। ଜଣେ ଲୋକ ତାକୁ ସଂଗୀତ ଶିକ୍ଷା ଦେଲେ। ସେ ଗୀତ ଗାଇ ସୁନାମ ଅର୍ଜନ କଲା ଓ କିଛି ପଇସା ପାଇଲା। ସେହି ପଇସା ରେ ଏକ ଜେରେସ୍କ ମେସିନ ଆଣି କିଛି ପଇସା ପାଇଲା।


  ପୁଣି କିଛି ଦିନ ପରେ ସେ ଏକ ଛୋଟ ଦୋକାନ କରି ଘର ଚଳାଇଲା। ଦୁଇ ଭଉଣୀ ଙ୍କ ବିବାହ କରିଲା। କିନ୍ତୁ ନିଜେ ବାହା ନ ହୋଇ ଜୀବନ ସାରା କଷ୍ଟ ସହିଲା।ଶେଷରେ ସେ ତାର ସବୁ କିଛି ଛାଡି ଦିନେ ଆଖି ବୁଜି ଦେଲା।


 ରାଜୁ ଜଣେ ଭିନ୍ନକ୍ଷମ ଶ୍ରମିକ ହୋଇ ମଧ୍ୟ ଆତ୍ମନିର୍ଭରଶୀଳ ହୋଇ ପାରିଲା। ତେଣୁ ଜୀବନ ରେ ଆମେ ମଧ୍ୟ ସବୁ ପରିସ୍ଥିତି ରେ ସାହସ ଧରି ବଞ୍ଚିବା ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Abstract