The Stamp Paper Scam, Real Story by Jayant Tinaikar, on Telgi's takedown & unveiling the scam of ₹30,000 Cr. READ NOW
The Stamp Paper Scam, Real Story by Jayant Tinaikar, on Telgi's takedown & unveiling the scam of ₹30,000 Cr. READ NOW

Panchanan Jena

Tragedy Inspirational

3  

Panchanan Jena

Tragedy Inspirational

ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି

ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି

4 mins
12K


ପରଦା ଲଗା କାଚ ଝର୍କାର ଆରପଟେ , ପାଣି ମିଶା କ୍ଷୀର ପରି ଧୁଆଁଳିଆ ' ଝିପି ଝିପି ବର୍ଷା ଧଭଳା ଏକ ଥଣ୍ଡା ସକାଳ ସୁଜାତାକୁ ଯେତେବେଳେ ଉଠେଇଲା ସେତେବେଳକୁ ଦିନ ସାତଟାରୁ ବେଶି ହୋଇଯାଇଥିଲା ।

ଯଦିଓ ସୁଜାତା .ସବୁଦିନ କାଳିଅନ୍ଧାର ଛାଡ଼ିବାର ବହୁ ପୂର୍ବରୁ , ପୂର୍ବ ଦିଗରେ ସିନ୍ଦୁରା ଫାଟିବାର ଅନେକ ଅନେକ ଆଗରୁ ଅର୍ଥାତ୍ ବଡ଼ି ସକାଳୁ ଉଠି ପଡ଼େ , ଜଣାନାହିଁ ଆଜି କାହିଁକି ଶରୀର ଥକ୍କା ଥକ୍କା ମନେହେଲା । ଉଠୁଛି ଉଠୁଛି ର ଆଳସ୍ୟତାରେ କଡ଼ ଲେଉଟାଉ ଲେଉଟାଉ ତାର ନଜର କାନ୍ଥରେ ଟଙ୍ଗା ରାଧାରମଣ କ୍ଯ୍ୟଲେଣ୍ଡର ଉପରେ ପଡିଲା । ଆଜିତ ଜୁନ ୪ ତାରିଖ । ଆଜି ତ ତାଙ୍କର ୧୧ ତମ ବିବାହ ବାର୍ଷିକୀର ଶୁଭ ଅବସର । ଆଜିର ଦିନରେ ୨୦୦୯ ମସିହାରେ ସେ ପତି ପରମେଶ୍ଵର ଶଶିକାନ୍ତର ହାତ ଧରି ଏ ଘରକୁ ନୂଆ ବୋହୁ ହୋଇ ଆସିଥିଲା ।


ସବୁକିଛି ସିନେମାର ରଂଗୀନ ପରଦା ପରି ଆଖିର ଆଗେ ଆଗେ ଦୈଡ଼ି ଦୈଡ଼ି ଥେଇ ଥେଇ ନାଚି ଯାଉଥିଲା ।

ବାହାଘର ବର୍ଷେ ପରେ ବଡ଼ ପୁଅ ମିଟୁ ( ପ୍ରତୀସ) ଓ ତିନି ବର୍ଷ ପରେ ସାନ ପୁଅ ସିଟୁ ( ସତୀସ ) ଘର ଅଗଣାରେ ନୂଆ ଅତିଥି ଭଳିଆ ଆସି ଯାଇଥିଲେ ଜୀବନ ବଗିଚାର ଦୁଇଟି ସଜ ଫୁଲ ପରିକା ପୁଷ୍ପିତ ସୁବାସିତ । କେତେ ଖୁସିରେ ଓ ହସରେ ଥିଲେ ସୁଜାତା - ଶିଶିକାନ୍ତ ର ଛୋଟ କାଟିଆ ପରିବାର ।

କିନ୍ତୁ କାହାର କ୍ରୁର ନିଜର ପଡ଼ିଗଲା କେଜାଣି । ପୁଣି ଏକ ଦିନ ----

ଶଶିକାନ୍ତର ମାରୁତି ୮୦୦ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଫୁଲନଖରା ଛକରେ -- ଗୋଡ଼ କଟା - ହାଇଟେକ୍ ହସ୍‌ପିଟାଲ ବେଡ଼ରେ ହିଁ ଆମ ସମସ୍ତଙ୍କୁ ଶୋକ ସାଗରରେ ଭସେଇ ଦେଇ ଠକେଇ ଦେଇ ଆର ପାରିକୁ ଛୁ- ମନ୍ତର ।

କିନ୍ତୁ ସୁଜାତ ହାରି ନଥିଲା ସେଦିନ । ଅସୀମ ହିମ୍ମତ ଓ ଅପରିଶିମ ସାହାସ ଦେଖେଇ ଥିଲା ଆଖିର ଲୁହ ପିଇ ଯାଇଥିଲା । ଛାତିକୁ ପଥର କରି ସ୍ୱାମୀଙ୍କ ଅଧୁରା ଅଧାଗଢ଼ା ଅସଜଡ଼ା ସ୍ବପ୍ନକୁ ସାକାର କରିବା ପାଇଁ ପଣତ କାନୀକୁ ଅଣ୍ଟାରେ ଖୋସିଥିଲା ।


ବାପା ତାକୁ ଏମ. ଏସି.ବିଇଡ଼ି ପାଠ ପଢେଇ ଉପଯୁକ୍ତା କରିଥିଲେ । ଓଡ଼ିଶା ସରକାରଙ୍କର ଗଣଶିକ୍ଷା ବିଭାଗରେ କ୍ୟାପିଟାଲ ହାଇସ୍କୁଲରେ ବିଜ୍ଞାନ ଶିକ୍ଷୟତ୍ରୀ ଚାକିରି ବି ପ୍ରଥମ ଚାନସ୍ ରେ ମିଳିଗଲା । ପୁଣି ଆରମ୍ଭ ହୋଇଗଲା ଘରର ଦାୟିତ୍ଵ ଓ ଗୃହସ୍ଥି, ବିଦ୍ୟାଳୟର ଗୁରୁ ଦାୟିତ୍ଵ ଓ ପିଲାମାନଙ୍କୁ ବଡ଼ କରେଇବାର ଓଜନିଆ ଦାତିତ୍ଵ । ଦୁଇ ପୁଅକୁ ମା'- ବାପାର ଯୁଗ୍ମ ଦାୟିତ୍ୱ ଓ ବର୍ତ୍ତବ୍ୟକୁ ସୁଚାରୁରୂପେ ସମ୍ଭାଳି ନେଲା । କେବେ ବି ପୁଅଙ୍କୁ ବାପାଙ୍କ ଖାଲି ସ୍ଥାନ କଥା ମନେ ପକେଇ ଦେବାର ମୌକା ଦେଲାନି। ସବୁ ଯାଗାରେ ଟାଣୁଆ ପଥର ପରି ଛତ୍ରେ ଛତ୍ରେ ଛାଇ ପରି ଲାଗି ରହିଲା ଲାଖି ରହିଲା ମହାରାଷ୍ଟ୍ରର ସେହି ବୀରା ମା' ଜିଜାବାଈ କୁନି ପୁଅ ଶିବାଜୀ ପଛରେ ଲାଗିବା ପରିକା ।


ଟିଂ -ଟିଂ -ଟିଂ- ଟିଟିଙ୍ଗ --- ଟିଙ୍ଗ --ଡୋର ବେଲର ଆବାଜ୍ ସୁଜାତାର ତନ୍ଦ୍ରାବସ୍ଥାକୁ ଭଙ୍ଗ କଲା । କ୍ଷୀରବାଲାର ସମୟ ପ୍ରାୟ । ତେଣୁ ରୋଷେଇ ଘରକୁ ସସପେନ୍‌ସ ଆଣିବାକୁ ଗଲା ଓ ମଥା ବୁଲେଇଦେଲା । ଧଡାସ୍ କରି ତଳେ କଚାଡ଼ି ପଡ଼ିଲା ସୁଜାତା । ଚେତା ବୁଡ଼ିଗଲା ।


ଧଡ଼ାସ୍‌ ଆବାଜରେ ମିଟୁ ଆଉ ସିଟୁର ନିଦ ଭାଙ୍ଗିଗଲା ଠାଏ କିନା I ଦୁଇ ଜଣ ଏକା ସାଙ୍ଗରେ ମମ୍ ମମ୍ ଡାକି ଡାକି ଦୈଡ଼ି ଆସିଲେ ବିଜୁଳି ବେଗରେ ଓ ମିଳିମିଶି ମମ୍ମି କୁ ଉଠେଇଲେ । ଦେହରେ ହାତ ବାଜିବାରୁ ଜାଣିଗଲେ ମମ୍ କୁ ବହୁତ ଜୋର ଜ୍ୱର । କଷ୍ଟେ ମଷ୍ଟେ କୁନ୍ଥେଇ କାନ୍ଧେଇ ଭାଇ ଦୁଇ ସୁଜାତାକୁ ପଲଙ୍କ ଉପରେ ଶୁଆଇ ଦେଲେ ଆଉ ସିଟୁ ଗରମ ପାଣି ପଟି କପାଳରେ ଲଗେଇ ଚାଲିଲା । ମିଟୁ ଝଟପଟ ଖୀରବାଲା ଭାଇଠୁଁ କ୍ଷୀର ଆଣି ସମସ୍ୟାକୁ ଶେଷ କଲା ।


ମମ୍ ଙ୍କ ଡାଏରୀରୁ ଡାକ୍ତର ଅଙ୍କଲଙ୍କ ଫୋନ୍ ନମ୍ବର ପାଇଲା ଓ ଫୋନ କଲା କାରଣ କରୋନା ଲକ୍ ଡ଼ାଉନ ଯୋଗୁଁ ସମସ୍ତ ସମସ୍ୟା ଫୋନ ମାଧ୍ୟମରେ କହି ଘରେ ମେଡିସିନ୍ ବକ୍ସ ରେ ଥିବା ପାରାସିଟାମଲ୍ ଟ୍ୟାବଲେଟ୍ ମମ୍ କୁ ଖୁଆଇ ଦେଲା ।

ମିଟୁ ସୁଜାତାର ପାଦ ତ ସିଟୁ ମମ୍ ର ମଥା ଉପରେ ଧିରେ ଧିରେ ଦବେଇ ଚାଲିଥିଲେ । ସୁଜାତାକୁ ଟିକେ ଆରାମ ଲାଗିଲା ଆଉ ସେ ଶୋଇଗଲା ।


ଯେତେବେଳେ ଆଖି ଖୋଲିଲା ଘର ପୁରାପୁରି ଚିକ୍ ଚିକ୍ କରୁଥିଲା । ଆଉ କିଛି କହିବାକୁ ପାଟି ଆଁ କରରିବାକୁ ଯାଉଥିଲା ସୁଜାତା । ସାନ ପୁଅ ସିଟୁ ସୁଜାତାକୁ କୁଣ୍ଢେଇ ପକେଇ ସରାଗରେ କହିଲା.----

" ମମ୍ ! ତୁମ ଚୁଟି ମୁଁ ବାନ୍ଧି ଦିଏ ! ତୋ ମଥା ମୁଁ କୁଣ୍ଡେଇ ଦିଏ ! ବେଣୀ ପକେଇ ଦିଏ ! "


" କଣ କହିଲୁ ? ଚୁଟି --- ତୁ--- ବେଣୀ --ତୁ--- ବାନ୍ଧିବୁ -- ହା--ହା--ହା---ହାହା ହା --"- ସୁଜାତା ଜୋର ଜୋର ହସି ହସି କହିଲେ।

" ତୋତେ ଆସିବ ଟି ! "

" ହଁ ! କରିବାର କଣ ଅଛି ଯେ । ବାଁ ପଟର ବାଳକୁ ଡାହାଣ ଓ ଡାହାଣ ପଟ ବାଳକୁ ବାଁ । କହୁ କହୁ ପାରାଚୁଟ ନଡ଼ିଆ ତେଲ ଲଗେଇଲା ଓ ବେଣୀ କରିବାକୁ ଲାଗିଲା । ଅଝଟିଆ ତୁରୁତୁରିଆ ହରଵରିଆ ସିଟୁ ଟା I ଜମା ଶୁଣି ବନି ।


ବେଣୀ ତ ବନେଇ ଦେଲା ମାତ୍ର କ'ଣ ବନେଇଲା କେମିତିକାର ବନେଇଲା ସେ ହିଁ ଜାଣେ । ଆଉ ଯେତେବେଳେ ମା'- ପୁଅ ଆଇନାରେ ଦେଖିଲେ --- ଖାଲି ହସିଲେ ଆଉ ହସିଲେ ।


ସେତେବେଳେ ମିଟୁ ହାତରେ ଟ୍ରେ --- ଗରମ ବାମ୍ଫ ବାହାରୁଥିବା ଚା' କପ ସାଥିରେ ଅମୁଲ ଵଟର ଲଗା ରୋଷ୍ଟେଡ ବ୍ରେଡ I


ଆରେ ଶୁଣ ଶୁଣ ! ଏସବୁ କଣ ହେଉଛି ଆଜି ? ମୋର ଦୁଇ ସଇତାନ ପୁଅ ଆଜି କେମିତି ଦାୟିତ୍ୟବତୀ ଝିଅ ପାଲଟି ଯାଇଛନ୍ତି ।

ଯଦି ତୁ ଆମ ପାଇଁ ବାପା ବନିଯାଇ ପାରୁ ------- ତେବେ ଆମେ ଦୁଇ ଗେଲବସର ପୁଅ କଣ ତାଙ୍କର ସ୍ନେହମୟୀ ମମତାର ସାଗର ଭଳିଆ ମମ୍ ପାଇଁ ଝିଅ ହୋଇ ପାରିବେନି ---- କାହିଁକି ମମ୍ ---- କାହିଁକି ମମ୍ !

ଆଜି ମା'-ପୁଅର ଆଖିରେ ସ୍ନେହ-ସେବାର ହସ-ଖୁସିର ଲହର । ମନ-ମଗଜ ହୃଦୟ-ଆତ୍ମା ପାରାବାରରେ ଶାନ୍ତି-ପ୍ରଶାନ୍ତିର ବଡ଼ ବଡ଼ ଜୁଆର । 

ସୁଜାତାର ଆଖି କୋଣ ଭିଜି ଯାଇଥିଲେ ବି ସେ ଆଜି ହସୁଥିଲା ପରମ ତୃପ୍ତିରେ । ସ୍ମିତ ହାସ୍ୟର ଛଟାରେ ଦୁଇ ପୁଅଙ୍କୁ ଦୁଇ ବାହୁ ବନ୍ଧନରେ ଜାବୋଡ଼ି ଧରି କାନ୍ଥରେ ଟଙ୍ଗା ପ୍ରତିଦେବ ଶଶିକାନ୍ତଙ୍କ ଫଟୋ ଫ୍ରେମ ତଳେ ଦଣ୍ଡବତ ମୁଦ୍ରାରେ ୧୧ ତମ ବିବାହ ବାର୍ଷିକୀର ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି ଦେଉଥିଲା ।


Rate this content
Log in

More oriya story from Panchanan Jena

Similar oriya story from Tragedy