STORYMIRROR

Bhakti Samanta

Classics

3  

Bhakti Samanta

Classics

ଶ୍ରଦ୍ଧା

ଶ୍ରଦ୍ଧା

1 min
328

ଅସୁମାରି ସ୍ୱପ୍ନ ନେଇ ଶାଶୁ ଘରେ ପହଞ୍ଚି ଥିଲେ ଶ୍ରଦ୍ଧା। ନାମ ସହ କାମ ବ୍ଯବହାର, କଥାବାର୍ତ୍ତା ସବୁ କିଛିର ତାଳମେଳ ରହିଥିଲା । ସାର୍ଥକତା ପ୍ରତିପାଦିତ ହୋଇଥିଲା ପ୍ରତି ଥର। ଅନେକ ବର୍ଷ ବିତିଗଲା ନବବିବାହିତାରୁ ମାଁ... ନୂଆଁବୋହୁରୁ ଶାଶୁ... ।

ଆରମ୍ଭ ହେଲା ପୁଣି ଏକ ନୂତନ ଜୀବନ। 

     କିଛି ଦିନ ଅନ୍ତରରେ ଆରମ୍ଭ ହେଲା ପିଲାମାନଙ୍କର ଛୋଟଛୋଟ ଅଭିଯୋଗର ଫର୍ଦ୍ଦ, ଗୋଟିଏ ସମାଧାନ ହେଉହେଉ କେତେବେଳେ ଯେ ଅଭିଯୋଗର ଲମ୍ବା ତାଲିକା ଅସମାହିତ ହୋଇ ପରିସ୍ଥିତିକୁ ଜଟିଳ କରି ଚାଲିଥିଲା ।ଧୀରେ ଧୀରେ ହାତରୁ ଖସିଗଲା ହାତ, ବଢି ଗଲା ଦୂରତା ,ଏକୁଟିଆ ହୋଇଗଲା ସେ... ଲୁହ, ସବୁ ସମୟରେ ସାଥିରେ ରହିବାକୁ ଆସିଗଲା। ଏମିତି ରହିଲା ଯେ ସତରେ ଯେମିତି ଚିର ସାଥି.. ! 

ଶକ୍ତ ଧକ୍କା ପାଇ ଶରୀର ମଧ୍ଯ ସହଯୋଗ କଲାନି । ଅଚେତ ଅବସ୍ଥାରେ ଘରେ ପାଇ ପଡୋଶୀ ହସ୍ପିଟାଲରେ ଆଡମିଶନ୍ କରି ଖବର ଦେଲେ ପିଲାମାନଙ୍କୁ। ବାସ୍ତବରେ ସେ ଭାବିଥିଲେ ତାଙ୍କର ଦେହ ଖରାପ ଖବର ଶୁଣି କ୍ଷମା ମାଗିବେ ପିଲାମାନେ, ହସି ଉଠିବ ଅସଜଡା ଘର କିନ୍ତୁ ଭ୍ରାନ୍ତ ଧାରଣା କିଛି ସମୟ ପରେ ଦୂର ହେଲା, କୋମାରେ ତ ମା ଅଛି, ଆଉ କଣ ଦୀର୍ଘ ସମୟ ବଂଚିବ? ପରସ୍ପର କଥାବାର୍ତ୍ତା କରି ପୁଣି ଥରେ ହାତ ଛାଡିଲେ ସନ୍ତାନ । ସେହି ହସ୍ପିଟାଲରେ ଏକୁଟିଆ ଛାଡି ଦେଇଗଲେ। 

କଥାବାର୍ତ୍ତା କରିପାରୁନଥିଲେ ବି ଜାଣିପାରୁଥିଲ ସେ । ସେହି ଚିର ସାଥି ଲହ ବୋହିଯାଇଥିଲା...କିନ୍ତୁ ଯେଉଁ ଜନ୍ମ କଲା ପିଲା ଛାଡି ଦେଇ ଗଲେ ଅଲୋଡା ଭାବି ,ସେଠାରେ ଥିବା ଡାକ୍ତର, ନର୍ସ, ସଫେଇ କର୍ମକର୍ତ୍ତା ଅକ୍ଳାନ୍ତ ପରିଶ୍ରମ କରି ତାଙ୍କର ସେବା କରି ସୁସ୍ଥ କରି ଦେଲେ। ସେ ପୁନର୍ବାର ନୂତନ ଜନ୍ମ ପାଇଲେ। ଆଉ ଫେରିଲେନି ସେ..।ସେଇଠି ରହି ଅନେକ ରୋଗୀଙ୍କ ସେବାଯତ୍ନ କଲେ.. ଦୀର୍ଘ କିଛି ବର୍ଷ ବିତିଗଲା .... ଦିନେ ଶେଷ ନିଶ୍ୱାସ ଛାଡିଲେ । ହସ୍ପିଟାଲର ସମସ୍ତ ଡାକ୍ତର ଓ କର୍ମକର୍ତ୍ତା ଭକ୍ତି ସାମନ୍ତ ପରିବାରର ସଦସ୍ଯ ହୋଇ ସମସ୍ତ ଶେଷକର୍ମ କରିଥିଲେ। 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya story from Bhakti Samanta

ପିତା

ପିତା

2 mins ପଢ଼ନ୍ତୁ

Similar oriya story from Classics