STORYMIRROR

Bhakti Samanta

Abstract Tragedy

3  

Bhakti Samanta

Abstract Tragedy

ପିତା

ପିତା

2 mins
211

ବସନ୍ତ ର ସେହି ଉଲ୍ଲାସ ଭାବ ଆଉ ନାହିଁ। ମନ ତ ଅଜଣା ଭାବନା ରେ ବିବ୍ରତ। ଅନ୍ୟମନସ୍କତାକୁ ଲୁଚାଇ ପାରୁନଥିଲେ ସେ। ମୁହଁ ର କାନ୍ଦୁରା କାନ୍ଦୁରା ଭାବ କୁ ବେଶୀ ସମୟ ପର୍ୟ୍ଯନ୍ତ ଲୁଚାଇ ପାରୁନଥିଲେ। ବସ୍ ରୁ ଜେଣତେଣ ଭାବେ ଓହ୍ଲାଇ ଘରକୁ ଫେରିଲେ। ବର୍ତ୍ତମାନ ଚିନ୍ତା କିଭଳି ପତ୍ନୀ ସହିତ ମୁହାଁମୁହିଁ ହେବେ। ମୂଖ୍ଯ ଦ୍ବାର ଅଳ୍ପ ଆଉଜାଇ ଦୀପ ଦେଉଥିଲେ ସରିତା, ସମସ୍ତ ଙ୍କ ମଂଗଳ କାମନା କରି ହାତ ଯୋଡି ମୁଣ୍ଡିଆମାରୁ ଥିଲେ। ସେ ଦେଖିବା ପୂର୍ବରୁ ଘର ଭିତରକୁ ଯାଇ ନିଜ ରୁମ୍ କୁ ପଶିଗଲେ ସେ। ନିଜକୁ ଏ ଯାଏଁ ସମ୍ଭାଳି ଥିବା ସମସ୍ତ ଚେ଼ଷ୍ଟା ତତଲା ଲୁହ ହୋଇ ମନର ରୁଦ୍ଧ ଦ୍ବାର କୁ ଅବିରତ ଧୋଇ ଚାଲିଥିଲା, 

ପଛରୁ ପରିଚିତ ସ୍ପର୍ଶ ରେ ସ୍ଥିତି ଶାନ୍ତ ଅବସ୍ଥାକୁ ଆଣିବା କୁ ଚେ଼ଷ୍ଟା କଲେ ସେ, କିନ୍ତୁ ଧରାପଡିଲା ପରେ ନିଜ କୁ ସରିତାଙ୍କ ସମ୍ମୁଖିନ କରିବା ଭାରି କଷ୍ଟ ।   ଅବୁଝା ଆଖିରେ ସରିତା ଦେଖୁଥିଲେ , ପ୍ରାଣଠାରୁ ଭଲ ପାଇବା ମଣିଷ ଆଜି ଏତେ ଅସହାୟ ବୁଝିପାରୁପାରୁ ନ ଥିଲେ, କ'ଣ ହେଲା 

କହୁ କହୁ ତଳେ ବସିପଡିଲେ ସେ , ହାତରୁ ଖସିଗଲା ଫୋଟ ଗୁଡିକ । 

 ସକାଳୁ ଯାଇଥିଲେ ଅମୀୟ ରହୁଥିବା ସହରକୁ, ଖୁବ୍ ଖୁସି ମନରେ। ବିଭିନ୍ନ ସ୍ଥାନ ରୁ ପ୍ରସ୍ତାବ ଆସିଥିଲା, ସମସ୍ତ ବଂଧୁବାଂଧବ ଉଚ୍ଚପଦବୀରେ ଥିବା ଅମୀୟ ର ସ୍ବଭାବ ଓ ବ୍ଯବହାର କୁ ପସନ୍ଦ କରି ତାଙ୍କୁ ବିବାହ ପ୍ରସ୍ତାବ ଦେଉଥିଲେ କିନ୍ତୁ ଏ ବିଷୟ େର ଅମୀୟ କୁ କହିଲେ ପରୋକ୍ଷରେ କଥାକୁ ଟାଳି ଦେଇ ଚାଲି ଯାଉଥିଲା। ଏ ସବୁ

କୁ କିଛି ଦିନ ଦେଖିବା ପରେ ଆଜି ହଠାତ୍ ପୁଅ ରହିବା ସହର କୁ ଯାଇଥିଲେ। ପୁଅ କୁ ଦେଖିବା ପରେ ସବୁ କଥା କହିବେ ବୋଲି କଲିଂ ବେଲ୍ 

ବଜାଇ ଅପେକ୍ଷା କରିଥିଲେ କିନ୍ତୁ କବାଟ ଖୋଲିଥିଲା ନୂଆ ବୋହୁଟିଏ, ଚମକି ପଡିଲେ ସେ। ଭୁଲ୍ ରେ ଅନ୍ୟ କାହା ଘରକୁ ଆସିଗଲେ ଭାବି ନାମ ଫଳକ ଟିକୁ ଦେଖିନେଲେ , ଠିକ୍ ଥିଲା। "କୁହନ୍ତୁ, କାହାକୁ ଖୋଜୁ ଥିଲେ? " ନାଁ, ନାଁ ମା ଭୁଲ୍ ରେ ଆସିଗଲି, ପାଣି ଟିକେ ଦେବ? " ହଁ, ବସନ୍ତ ୁ " କହି ଭିତରକୁ ଗଲା ବୋହୁଟି। କାନ୍ଥ େର ଅମୀୟ ସହ କାହା ଫୋଟ ? ଆରେ ,ଏ ତ ସେହି ବୋହୁ!! "ନୂଆ ବାହା ହେଇଛ ମା?" ହଁ, ଛଅ ମାସ ହେଲା " ।ପାଦ ଦୁଇଟି କୁ ବଡ କଷ୍ଟ େର ପଛକୁ ବୁଲାଇ ଫେରିଲେ ସେ ,ପାଣି କୁ ଅପେକ୍ଷା ନ କରି ।ମନରେ ବହୁତ ଦୁଖ ..ଅସରନ୍ତି ରାସ୍ତା ଅକୁହା କୋହ, ବସ୍ ରେ ବସିଲେ। ରାସ୍ତା କିପରି କଟିଲା ଜାଣି ହେଲାନି। ସବୁ ଶୁଣିଲେ ସରିତା । ବିଳମ୍ବ ରେ ହୋଇଥିବା ସନ୍ତାନ ପାଇଁ ଅନେକ ଓଷାବ୍ରତ, ଶୁଭ କାମନା। 


ଶେଷ ରେ ଏୟା କରିବା ଥିଲା? ହୁଏତ ଏ କଥା ଲୁଚାଇ ହେଇ ନଥାନ୍ତା। ଲୁହ ପୋଛିଲେ ନିଜର ଓ ସ୍ୱାମୀଙ୍କ ର। ନୂତନ ଭାବେ ଆରମ୍ଭ କରିବାକୁ ହେବ ଜୀବନ।  



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya story from Bhakti Samanta

ପିତା

ପିତା

2 mins ପଢ଼ନ୍ତୁ

Similar oriya story from Abstract