STORYMIRROR

Master Tapan

Romance Thriller

2  

Master Tapan

Romance Thriller

ଶ୍ରାବଣୀ-ଭାଗ-୩

ଶ୍ରାବଣୀ-ଭାଗ-୩

2 mins
3.0K

ତନ୍ମୟ ପୁଣି ପଚାରିଲା,ତମେ ଶ୍ରାବଣୀ ତ?ସେପଟୁ reply ଆସିଲା କ'ଣ ବିଶ୍ବାସ ହଉନି?ଯଦି ବିଶ୍ବାସ ନହଉଛି ତା'ହେଲେ ଭିଡିଓ କଲ୍ କରୁନ!ଆପେ ଜାଣି ଯିବନି?ତନ୍ମୟ ପୁରା ଆଶ୍ଚର୍ଯ୍ୟ ହେଇଗଲା ଆଉ ମନେ ମନେ ଭାବିଲା ଇଏ କ'ଣ ସତରେ ମୋ ଶ୍ରାବଣୀ ହେଇଥିବ?ନା ତା' ଭାଉଜ ମୋ ସହ ଥଟ୍ଟା କରୁଛନ୍ତି?ଭିଡିଓ କଲ୍ କଲେ କହିବେ ହାଏ !ତନ୍ମୟ ମୁଁ ଶ୍ରାବଣୀ ନୁହଁ ମାନସୀ।ତନ୍ମୟ ଏକଥା ଭାବୁ ଭାବୁ ସେପଟୁ ପୁଣି ମେସେଜ୍ ଆସିଲା ,ଆରେ କ'ଣ ହେଲା?କଲ୍ କରିବନି? ok !bye! Have a nice day....!ବାସ୍ ତା'ପରେ ଅଫଲାଇନ୍।

     ତା'ପରେ ତନ୍ମୟ ଯେତେ କଲ୍ କଲେ ବି ସେପଟୁ କେହି ରିସିଭ୍ କଲେନି।ଶେଷରେ ବାଧ୍ୟ ହୋଇ Birthday wish କଲା ଶ୍ରାବଣୀ ନାଁରେ।ପୁଣି ଶ୍ରାବଣୀ ମହାପାତ୍ରର ପ୍ରୋଫାଇଲ୍ ଫୋଟୋକୁ ଡାଉନଲୋଡ କରି ସେଥିରେ ସୁନ୍ଦର କବିତା ଲେଖି ସୁନ୍ଦର ଭାବେ Editing କରି ଜନ୍ମଦିନର ଶୁଭେଛ୍ଛା ଜଣାଇଲା ଶ୍ରାବଣୀକୁ।ଏତେ ପରେ ବି ସେପଟୁ କିଛି reply ଆସିଲାନି।ତନ୍ମୟ ଭାରି ଅନୁତପ୍ତ ହେଲା,ନିଜକୁ ନିଜେ ଧିକ୍କାର କଲା।ମୁଁ ବହୁତ ବଡ ଭୁଲ୍ କଲି,ସମୟ ନଷ୍ଟ ନକରି ଭିଡିଓ କଲ୍ କରି ଦେଇଥିଲେ ଭଲ ହେଇଥାନ୍ତା।ଇଏ ଭାଉଜ ନହେଇ ଯଦି ମୋ ଶ୍ରାବଣୀ ହେଇଥିବ?କେଜାଣି ପୁଣି କେତେବେଳେ ଅନଲାଇନ୍ କୁ ଆସିବ?

      ଦିନ ସାରା ଆଉ କୌଣସି କାମରେ ମନ ଲାଗିଲାନି ତନ୍ମୟର।କେବଳ ସେହି ଗୋଟିଏ କଥାକୁ ଘୁଣି ହେଲା।ଇଏ ମୋ ଶ୍ରାବଣୀ ନଥିଲା ତ?ଜୀବନରେ ଅନେକ ଝିଅ ଦେଖିଛି ହେଲେ ଏ ଫୋଟୋରେ ଥିବା ଶ୍ରାବଣୀ ମହାପାତ୍ର କେଜାଣି କାହିଁକି ତନ୍ମୟକୁ ଭାରି unique ଲାଗେ।ସେ ଭାବିନେଇଛି ଏ ଶ୍ରାବଣୀ କେବଳ ତନ୍ମୟ ପାଇଁ ହିଁ ଗଢା।ନହେଲେ ଫେସ୍-ବୁକ୍ ରେ ଏ ସଂଯୋଗ ଘଟିଥାନ୍ତା କାହିଁକି?ଆଜି ପର୍ଯ୍ୟନ୍ତ କୌଣସି ଝିଅକୁ ଆଡ ଆଖିରେ ଚାହିଁ ନଥିବା ତନ୍ମୟ ଆଜି ପ୍ରଥମଥର ପାଇଁ ଏ ଶ୍ରାବଣୀ ମହାପାତ୍ରର ଫଟୋ ଦେଖି ପାଗଳ ହେଇଯାଇଛି।ତା'ର କେବଳ ଗୋଟିଏ ଲକ୍ଷ୍ୟ ସେ ଝିଅକୁ ଦେଖିବ।ଆଉ ପ୍ରେମ ନିବେଦନ କରିବ।

       ୟା ଭିତରେ ସକାଳ ଯାଇ ସଂଧ୍ୟା ହେଇସାରିଲାଣି।ତନ୍ମୟ ସେମିତି ଅଖିଆ,ଅପିଆ ଅପେକ୍ଷା କରିଛି ଶ୍ରାବଣୀ ମହାପାତ୍ରର reply କୁ।ମୋବାଇଲ୍ କୁ ଚାହୁଁ ଚାହୁଁ ହଠାତ୍ ଦେଖିଲା ଶ୍ରାବଣୀ ଅନଲାଇନ୍ କୁ ଆସିଛି।ତନ୍ମୟ ଆଉ କାଳ ବିଳମ୍ବ ନକରି ମେସେଜ୍ କଲା Hii....

ସେପଟୁ ମେସେଜ୍ ଆସିଲା" hello..ମୋ Birthday ଗିଫ୍ଟ୍ କାହିଁ?ଡେରିରେ ତ wish କଲ!Gift ଦେବାକୁ ବି କୁଣ୍ଠାବୋଧ।କଞ୍ଜୁସ୍ କୋଉଠିକାର!ଏ ମେସେଜ୍ ଟିକୁ ପଢି ତନ୍ମୟର ଉଦାସ ଓଠରେ ଗୋଟେ ମିଠା ହସ ଖେଳିଗଲା।ଗୋଟେ ଅପୂର୍ବ ଖୁସିର ଅନୁଭବ ସହ ପୁଣି ତା' ମନରେ ପ୍ରଶ୍ନଟିଏ ଉଙ୍କି ମାରିଲା 'ଇଏ ମୋ ଶ୍ରାବଣୀ ତ..?

               କ୍ରମଶଃ........


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Romance