Master Tapan

Thriller

3  

Master Tapan

Thriller

ଶ୍ରାବଣୀ-ଭାଗ-୧

ଶ୍ରାବଣୀ-ଭାଗ-୧

2 mins
11.6K



ବହୁତ ଭାବିଚିନ୍ତି ଗୋଟିଏ ରୋମାଣ୍ଟିକ୍ କବିତା ଲେଖି ଘଣ୍ଟାଏ ହେଲାଣି ଫେସ୍-ବୁକ୍ ରେ ପୋଷ୍ଟ୍ କରି ସାରିଲାଣି ତନ୍ମୟ।ପାଖାପାଖି ଦେଢଶହ ଲାଇକ୍,ଷାଠିଏ କମେଣ୍ଟସ୍ ବି ଆସି ସାରିଲାଣି।ହେଲେ ସେ ଯାହା କମେଣ୍ଟକୁ ଚାତକ ପରି ଚାହିଁ ରହିଛି ,ଏ ପର୍ଯ୍ୟନ୍ତ ସେ ଅନଲାଇନ୍ କୁ ବି ଆସିନି।ସବୁ କାମ ଛାଡି ସେମିତି ମୋବାଇଲ୍ କୁ ଚାହିଁ ରହିଛି ତନ୍ମୟ।ନିଜ କବିତାକୁ ବାରମ୍ବାର ପଢି ସେ ମଧ୍ୟ ବୋର୍ ହେଇ ଗଲାଣି।ଶେଷରେ ବାଧ୍ୟ ହୋଇ ସବୁ କମେଣ୍ଟସର ଗୋଟି ଗୋଟି କରି ରିପ୍ଲାଏ ଦେଲା।Thank you !

       ହଠାତ୍ ତା ଅପେକ୍ଷିତ କମେଣ୍ଟଟି ଆସିଲା।"very nice poem",ବାସ୍ ଏତିକିରେ ତନ୍ମୟ ପୁରା ଖୁସ୍।ନିଜ କବି ସୁଲଭ ଠାଣିରେ ଦୁଇପଦ ଲେଖିଦେଇ ଧନ୍ୟବାଦ ଜଣାଇଲା ଶ୍ରାବଣୀକୁ।ଶ୍ରାବଣୀ ମହାପାତ୍ର ,ତନ୍ମୟ ପାଇଁ ସଂପୂର୍ଣ୍ଣ ଅଜଣା,ଅଚିହ୍ନା ହେଲେ ହେଁ ଫେସ୍-ବୁକ୍ ର ସାହିତ୍ୟ ପେଜ୍ ରେ ତନ୍ମୟର ସବୁ ଗପ,କବିତାକୁ ପଢେ ଶ୍ରାବଣୀ ଆଉ ପ୍ରତିଟି ଲେଖାରେ ମତାମତ ବି ଦିଏ କେବଳ ଗୋଟିଏ ଧାଡିରେ।ତନ୍ମୟ ଭଲ କବିତା,ଗପ ଲେଖେ ବୋଲି ସମସ୍ତେ ପ୍ରଶଂସା କରନ୍ତି ତାକୁ।ଆଉ ବହୁତ ଭଲ କମେଣ୍ଟସ ବି ଆସେ ତା' ଲେଖାରେ।କିନ୍ତୁ କେଜାଣି କାହିଁକି ସେ ଅନେଇ ବସିଥାଏ ଶ୍ରାବଣୀ ମହାପାତ୍ରର କମେଣ୍ଟକୁ।ଶ୍ରାବଣୀର DP(display picture କିମ୍ବା ପ୍ରୋଫାଇଲ୍ ଫଟୋ) ଦେଖି ତନ୍ମୟ ଜାଣି ସାରିଛି ଯେ ଶ୍ରାବଣୀ ଅପରୂପା ସୁନ୍ଦରୀ,ବଡ ବଡ ହିରୋଇନ୍ ମାନେ ବି ଫିକା ପଡିଯିବେ ଶ୍ରାବଣୀ ଆଗରେ।ତନ୍ମୟର ଫ୍ରେଣ୍ଡ୍ requestକୁ ମଧ୍ୟ accept କରିଛି ସେ।ତନ୍ମୟ ବହୁତ ଥର ଚେଷ୍ଟା କଲାଣି ଶ୍ରାବଣୀ ସହ କଥା ହେବା ପାଇଁ ହେଲେ ସାହସ କରି ପାରୁନି।ଆଜି କିନ୍ତୁ ମନରେ ସାହସ ବାନ୍ଧି ମେସେଜ୍ କଲା Hii...,ସେପଟୁ ଶ୍ରାବଣୀ ଉତ୍ତର ଦେଲା Hello...।ତନ୍ମୟ ଆଶ୍ଚର୍ଯ୍ୟ ହେଲା,ସେ ଭାବି ନଥିଲା ଶ୍ରାବଣୀ ଏତେ ଶୀଘ୍ର respond କରିବ ବୋଲି।ତା' ଛାତିର ସ୍ପନ୍ଦନ ବଢିବାକୁ ଲାଗିଲା।ପରବର୍ତ୍ତୀ ମେସେଜ୍ କ'ଣ ଲେଖିବ ଭାବୁ ଭାବୁ ସେପଟୁ ମେସେଜ୍ ଆସିଲା "କ'ଣ କବି ମହାଶୟ ,କବିତା ଲେଖୁଛ ନା ଗପ?ତନ୍ମୟ ମନେ ମନେ ଭାରି ଖୁସି ହେଲା,ଆଉ ଉତ୍ତର ଦେଲା,ନାଇଁ ଏମିତି ବସିଛି।ତମେ କ'ଣ କରୁଛ?ଶ୍ରାବଣୀ ଉତ୍ତର ଦେଲା ମୁଁ ବି ବସିଛି।ଆଛ୍ଛା !ଗୋଟେ କଥା ପଚାରିବି କିଛି ଖରାପ ଭାବିବନି ତ?ପଚାରିଲା ତନ୍ମୟ।ଖରାପ କାହିଁକି ଭାବିବି?ପଚାର ଯାହା ପଚାରିବାର ଅଛି।ଉତ୍ତର ଦେଲା ଶ୍ରାବଣୀ।ତମେ ଏତେ ସୁନ୍ଦରୀ କେମିତି ହେଲ ଯେ?ଶ୍ରାବଣୀ ଲାଜ କରିବାର ଇମୋଜି ପଠାଇଲା ଆଉ କହିଲା ମୋ ମାଆକୁ ପଚାରିଲେ ଜଣାପଡିବ।ହଉ ଠିକ୍ ଅଛି ଟିକେ ପଚାରିକି କୁହ ତ?ମୋର ଦରକାର ଅଛି।ଏତିକି କହି ସ୍ମାଇଲ୍ ଇମୋଜି ଦେଇ send କଲା ତନ୍ମୟ।ତା'ପରେ ତନ୍ମୟ ଜାଣି ପାରୁନଥିଲା ଆଉ କ'ଣ ଲେଖିବ।ଖୁବ୍ ନର୍ଭସ୍ ବି ହେଇ ଯାଉଥିଲା।ଆଉ କ'ଣ କଥା ହେବ ଭାବୁ ଭାବୁ ତା' ହାତ ବାଜି ଭିଡିଓ କଲିଂ ହେଇଗଲା ଶ୍ରାବଣୀ ପାଖକୁ।ତନ୍ମୟ ପୁରାପୁରି ଡରିଗଲା ,ହେ ଭଗବାନ !ଏବେ କ'ଣ ହେବ?କଲ୍ cancel କରିବା ପୂର୍ବରୁ ସେପଟୁ ରିସିଭ୍ ହେଇ ସାରିଥିଲା।ତନ୍ମୟ ଦେଖିଲା ଫଟୋରେ ଥିବା ଶ୍ରାବଣୀ ମହାପାତ୍ରର DP ଠାରୁ ଆହୁରି ସୁନ୍ଦର ଝିଅଟେ ତା' ମୋବାଇଲ୍ ସ୍କ୍ରିନ୍ ରେ।ଆଉ ହାତ ଠାରି କହୁଛି Hii ତନ୍ମୟ!ତନ୍ମୟ ସେ ଝିଅର ସୌନ୍ଦର୍ଯ୍ୟରେ ଯେତିକି ମୁଗ୍ଧ ହେଉନଥିଲା ତା' ଠାରୁ ଅଧିକ ଆଶ୍ଚର୍ଯ୍ୟ ହେଉଥିଲା ସେ ଝିଅ ମଥାରେ ସିନ୍ଦୂର ଟୋପା ଦେଖି।ଆଉ ଥରିଲା କଣ୍ଠରେ ପଚାରିଲା ତମେ ଶ୍ରାବଣୀ ତ.....?

              କ୍ରମଶଃ.......


Rate this content
Log in

Similar oriya story from Thriller