Master Tapan

Others

2  

Master Tapan

Others

ଧାରାବାହିକ ଗଳ୍ପ:-ଶ୍ରାବଣୀ(ଭାଗ-୨)

ଧାରାବାହିକ ଗଳ୍ପ:-ଶ୍ରାବଣୀ(ଭାଗ-୨)

2 mins
3.1K


ହଁ!ମୁଁ ଶ୍ରାବଣୀ,କ'ଣ ବିଶ୍ବାସ ହଉନି?ତନ୍ମୟର ଉଦାସ ମୁହଁକୁ ଦେଖି ଠୋ ଠା ହେଇ ହସିବାକୁ ଲାଗିଲେ ମାନସୀ।ଆରେ ତମେ ଚୁପ୍ ରହିଲ ଯେ?ହଁ ଶୁଣ,ମୁଁ ଶ୍ରାବଣୀ ନୁହଁ ,ଶ୍ରାବଣୀର ଭାଉଜ ମାନସୀ।ସେ ଶୋଇଗଲା ପରେ ତାଙ୍କ ଫୋନ୍ ରେ ମୁଁ ଟିକେ ଟାଇମ୍ ପାସ୍ କରେ,i mean ଏଈ ଫେସ୍-ବୁକ୍ ରେ....। ତମ ଷ୍ଟୋରୀ,କବିତା ମୋତେ ବହୁତ ଭଲଲାଗେ। ତମ ପ୍ରତିଟି ଗପ,କବିତାରେ କମେଣ୍ଟ୍ ଦେଇଛି ମୁଁ,ଏଇ ଶ୍ରାବଣୀଙ୍କ ନାଁରେ। OK Thank you ଭାଉଜ !ଗୁଡ୍ ନାଇଟ୍!

      ତନ୍ମୟ,ଶ୍ରାବଣୀ ମହାପାତ୍ରକୁ ନେଇ ଦେଖିଥିବା ସବୁସ୍ବପ୍ନ ଭାଙ୍ଗିରୁଜି ଚୁର୍-ମାର୍ ହେଇଗଲା।ରାତିଟା ସାରା ଆଉ ନିଦ ହେଲାନି।ବାଧ୍ୟହେଇ ଅଧରାତିରେ ଗୋଟେ ବିରହ କବିତା ଲେଖି ପୁଣି ପୋଷ୍ଟ୍ କଲା।ସେତେବେଳକୁ ରାତି ପାଖାପାଖି ୨ଟା। ମାତ୍ର ୫ମିନିଟ୍ ପରେ ପ୍ରଥମ ଲାଇକ୍ ଆଉ ପ୍ରଥମ କମେଣ୍ଟ୍ ଆସିଲା ଶ୍ରାବଣୀ ମହାପାତ୍ରର।ଆଶ୍ଚର୍ଯ୍ୟ ହେଲା ତନ୍ମୟ ,ଭାଉଜ କ'ଣ ଶୋଇନାହାନ୍ତି?ସେପଟୁ ମେସେଜ୍ ଆସିଲା କ'ଣ କବି ମହାଶୟ ଶୋଇନାହାନ୍ତି କି?ତନ୍ମୟ ଉତ୍ତର ଦେଲା ନାଁ ନିଦ ହଉନି।ସେପଟୁ ପୁଣି ମେସେଜ୍ ଆସିଲା କବିତାଟି ଭଲ ହେଉଛି। ତନ୍ମୟର reply:- Thank you !

ସେପଟୁ:-ତମେ କ'ଣ କର?

ତନ୍ମୟ:- ଏମିତି କବିତା ଲେଖେ,story ଲେଖେ।

-ଆଛ୍ଛା !ଏଇ କବିତା ଲେଖାକୁ ପ୍ରଫେସନ୍ କରିବ ନାଁ କ'ଣ?

-ହଁ !କରିବି,ଏଥିରେ ଅସୁବିଧା କ'ଣ?

-ସେଥିରୁ ତମେ ଚଳି ପାରିବ ତ?

ତନ୍ମୟ ଟିକେ ହଡବଡ ହେଇଗଲା। ସେ ତ ଏକଥା କେବେ ଭାବି ନଥିଲା। ଖାଲି ଯାହା ଗୋଟେ ନିଶାରେ କବିତା ଲେଖିଚାଲିଛି।

ସେପଟୁ ମେସେଜ୍ ଆସିଲା:-ହଉ ଛାଡ ସେକଥା। ମୋର Favourite colour ହେଉଛି BLACK,ହଁ ମୋର DAIRY MILK ଚକଲେଟ୍ ବହୁତ ପସନ୍ଦ।ତନ୍ମୟ ଆଶ୍ଚର୍ଯ୍ୟ ହେଇ ପଚାରିଲା ହଠାତ୍ କାହିଁକି topic change କଲ? ତା'ଛଡା କବିତା ଲେଖା ସହ ଏ କଲର୍ ଆଉ ଚକଲେଟ୍ ର କ'ଣ ସଂପର୍କ?

ସେପଟୁ ଆଉ କିଛି reply ଆସିଲାନି।କିଛି ସମୟ ପରେ ଶ୍ରାବଣୀ ମହାପାତ୍ର ଅଫଲାଇନ୍।

         ତନ୍ମୟର ମନଟା ଭାରି ଗୋଳେଇ ଘାଣ୍ଟି ହେଲା।ସେମିତି ବିଛଣାରେ ଗଡପଡ ହେଉ ହେଉ ରାତି ପାହିଗଲା।ସକାଳୁ ସକାଳୁ ପୁଣି ମେସେଜ୍ ଆସିଲା-"ମୁଁ ତୁମ ଉପରେ ରାଗିଛି।ତନ୍ମୟ ପଚାରିଲା କ'ଣ ପାଇଁ?ସେପଟୁ ଉତ୍ତର ଆସିଲା-"ମୁଁ ଭାବିଥିଲି ତମେ ମୋତେ ଫାଷ୍ଟ୍ Birthday wish କରିବ ବୋଲି।ହେଲେ....??

ଏଥର ତନ୍ମୟ ଫେସ୍-ବୁକ୍ ନୋଟିଫିକେସନରୁ ଜାଣିପାରିଲା ଆଜି ଶ୍ରାବଣୀର ଜନ୍ମଦିନ ବୋଲି।ତନ୍ମୟ ବୁଝିପାରୁନଥିଲା ବର୍ତ୍ତମାନ Birthday wish କରିବ ନା ପୁଣି ପଚାରିବ ତମେ ଶ୍ରାବଣୀ ତ......?

            କ୍ରମଶଃ......


Rate this content
Log in