Master Tapan

Abstract

2  

Master Tapan

Abstract

ଅଲୋଡା ମଣିଷ

ଅଲୋଡା ମଣିଷ

3 mins
191


ଶିକ୍ଷକତାରୁ ଅବସର ନେବାପରେ ନିଜ ଡ୍ରଇଂ ରୁମ୍ ର ସୋଫାସେଟ୍,ସାମ୍ନା କାନ୍ଥରେ ଝୁଲୁଥିବା ଦାମୀ L.E.D. ଟି.ଭି. ଏବଂ ଦୈନିକ ଖବର କାଗଜ ହିଁ ଚିର ସାଥି ଗୋବିନ୍ଦ ବାବୁଙ୍କର। ତିନି ପୁଅ ବୋହୂ,ନାତି-ନାତୁଣୀଙ୍କୁ ନେଇ ତାଙ୍କ ପରିବାର। ବଡ ପୁଅ ବୋହୂ ବିଦେଶ(ଇଟାଲୀ)ରେ ସଫ୍ଟଓ୍ବେର୍ ଇଞ୍ଜିନିୟର । ମଝିଆ ପୁଅ ଡାକ୍ତର,ବୋହୂ ଆଡଭୋକେଟ୍ ଅବଶ୍ୟ ଦୁହେଁ ଏଇ ସହରରେ। ସାନ ପୁଅର ଏତେ ଭଲ ପାଠ ଶାଠ ହେଲାନି ବୋଲି କଲେଜ ବେଳୁ ରାଜନୀତି କଲା । ଏବେ କୁଆଡେ ସେ ଜିଲ୍ଲା ସଂପାଦକ। କଲେଜ ବେଳୁ ଗୋଟିଏ ଝିଅକୁ ଭଲ ପାଇଥିଲା ତାକୁ ହିଁ ବାହା ହେଲା ।ସେ ଝିଅ ଏବେ ଓଡିଆ ଅଧ୍ୟାପିକା। ବଡ ପୁଅବୋହୂଙ୍କର ଗୋଟିଏ ପୁଅ,ବାକି ଦୁଇଜଣଙ୍କର ଗୋଟିଏ ଲେଖାଏଁ ଝିଅ। ବାହାରକୁ ସିନା ବଡ ପରିବାର ହେଲେ ସକାଳ ହେଲେ ଯିଏ ଯାହା ବାଟରେ ଚାଲିଯାଆନ୍ତି। ରାତି ଘଡିଏ ଯାଏଁ ଘରଟା ଖାଁ ଖାଁ।ଖାଲି ଯାହା ଦି ନାତୁଣୀ ସ୍କୁଲ୍ ରୁ ଫେରିଲା ପରେ ଘରଟା ଟିକେ ପୂରି ଉଠେ। ନହେଲେ ଗୋବିନ୍ଦ ବାବୁ ଯୋଉ ଏକା କୁ ସେହି ଏକା । ବୟସର ଅପରାହ୍ନରେ ଏ ଏକୁଟିଆପଣ ଭାରି ଅସହ୍ୟ ତାଙ୍କ ପାଇଁ। ଗତ ଚାରି ବର୍ଷ ହେଲାଣି ସାବିତ୍ରୀ ଦେବୀ ଆର ପାରିରେ। ଖାଲି ଯାହା ଏ ପିଲାଛୁଆଙ୍କ ମୁହଁକୁ ଚାହିଁ ନିଶ୍ବାସ ଚାଲିଛି।

      ଆଖିକୁ ଜାଲି ଜାଲିକା ଦେଖାଗଲାଣି ବୋଲି ଗୋଟେ ସପ୍ତାହ ହେଲାଣି ଖବରକାଗଜ ପଢା ହେଇନି। ଟି.ଭି. ଦେଖିବାକୁ ତ ଟିକେ ବି ଇଛ୍ଛା ହେଉନି। ସେମିତି ଝୁଲୁଛି କାନ୍ଥରେ। ନିଜ ମୃତ ସ୍ତ୍ରୀ କଥା ଭାବି ଭାବି ଜଡ ପାଲଟିଗଲେଣି ଗୋବିନ୍ଦ ବାବୁ। ସପ୍ତାହେ ହେଲାଣି ବାହାରକୁ ବି ଯାଇ ନାହାନ୍ତି ସେ । ସେମିତି ନିଜ ବଗିଚାରେ ସମୟ ବିତିଛି ନହେଲେ ଖଟ ଉପରେ ଏକଡ ସେକଡ ହୋଇ। କାମବାଲି ଆସି କ'ଣ ଦି ଟା ଫୁଟେଇ ଦେଇ ଯାଏ,ଗୋବିନ୍ଦ ବାବୁ ନିଜେ ବାଢି ଖାଆନ୍ତି ଇଛ୍ଛା ନଥିଲେ ସେମିତି ଉପାସ । ପୁଅ ବୋହୂ ମାନେ ନିଜ ନିଜ କାମ ସାରି ଘରକୁ ଫେରିଲା ବେଳକୁ ରାତି ଦି ଘଡି। ତାଙ୍କ ଠାରୁ ସେବା ଆଶା କରିବା ବୃଥା । ମଝିଆ ବୋହୂର ଓକିଲାତିରେ ସମୟ ଯାଉଛି,ସାନବୋହୂ କି ଲେକ୍ଚର ହେଲା ଯେ ରାତି ଦି ଘଡି ଯାଏଁ ଏ ବୁଢାଟା ପାଇଁ ସମୟ ନାହିଁ।

        ନାଁ ଏ ଜୀବନ ରଖି ଆଉ ଲାଭ ନାହିଁ ! ମୁଁ ତ ସମସ୍ତଙ୍କ ପାଇଁ ଅଦରକାରୀ ,ଅଯଥାରେ କାହିଁ ବୋଝ ହେବି? ମୁଁ ଆତ୍ମହତ୍ୟା କରିଦେବି ଶୂନ୍-ଶାନ୍ ରାତିରେ ହଠାତ୍ ଏମିତି କୁଭାବନା ଉଙ୍କି ମାରିଲା ଗୋବିନ୍ଦ ବାବୁଙ୍କ ମନରେ । ନିଜ ପିନ୍ଧା ଧୋତି ଆଣି ପଙ୍ଖାରେ ବାନ୍ଧିବାକୁ ପୁରା ପ୍ରସ୍ତୁତ। ହଠାତ୍ ଫୋନ୍ ବାଜି ଉଠିଲା। ରିସିଭ୍ କଲେ ଗୋବିନ୍ଦ ବାବୁ। ବାପା ଆମେ ଘରକୁ ଯାଉଛୁ କାଲି ସଂଧ୍ୟାରେ ପହଞ୍ଚିବୁ। ସେପଟୁ ବଡ ବୋହୂର କଣ୍ଠସ୍ବର। ନିଜ ପୁଅବୋହୂ ବିଦେଶରୁ ଫେରିବା ଖୁସିରେ ଆତ୍ମହତ୍ୟା କରିବାର ଇଛ୍ଛାଟା କୁଆଡେ ପାଣି ଫୋଟକା ପରି ମିଳେଇ ଗଲା।

      ପରଦିନ ସକାଳେ ଗୋବିନ୍ଦ ବାବୁ ଦେଖିଲେ ସମସ୍ତେ ଘର ଅଛନ୍ତି। ସାନ ପୁଅ,ଦି ବୋହୂ,ଦି ନାତୁଣୀ ସମସ୍ତେ। ଖାଲି ଯାହା ଡାକ୍ତର ପୁଅଟା ତା' କାମରେ ଯାଇଛି। ଆରେ ତମେ ମାନେ କେହି କ'ଣ DUTYକୁ ଯାଇନ? ଏ ଛୁଆ ଦି ଟା ବି ସ୍କୁଲ୍ ଯାଇ ନାହାନ୍ତି? ଆଜି ତ ସେମିତି କିଛି ଛୁଟି ନାହିଁ? ବାପା ! ଆପଣ କ'ଣ ଜାଣି ନାହାନ୍ତି ? କରୋନା ପାଇଁ ସବୁ ସ୍କୁଲ୍,କଲେଜ ବନ୍ଦ। ବାପାଙ୍କ ପ୍ରଶ୍ନର ଉତ୍ତର ଦେଲେ ସାନ ବୋହୂ। ଆଶ୍ଚର୍ଯ୍ୟ ହେଲେ ଗୋବିନ୍ଦ ବାବୁ। ମନେ ମନେ ଭାବିଲେ ମୁଁ ତ ଗୋଟେ ସପ୍ତାହ ହେଲାଣି ନ୍ୟୁଜ୍ ଦେଖିନି କି ଖବର କାଗଜ ବି ପଢିନି! ଜାଣିବି କେମିିତି? ତାଙ୍କ ଭାବନା ନସରୁଣୁ ମଝିଆ ବୋହୂ ଚା' କପ୍ ଆଣି ବଢେଇ ଦେଲା। ବାପା! ଚା ନିଅନ୍ତୁ! ଚା ପିଇ ନ୍ୟୁଜ୍ ଦେଖିବା ପାଇଁ ବସିଗଲେ ଗୋବିନ୍ଦ ବାବୁ। ଦିନ ତମାମ କରୋନାର ଭୟାଭୟତାରେ ଯେିତିକି ଦୁଃଖ ଅନୁଭବ କରୁଥିଲେ ତା' ଠାରୁ ବେଶୀ ଖୁସି ହେଉଥିଲେ ପୁଅ ବୋହୂ ନିରାପଦରେ ଘରକୁ ଫେରୁଛନ୍ତି ବୋଲି। ସଂଧ୍ୟାରେ ସାନବୋହୂ ପକୁଡି ଛାଣି ଗୋବିନ୍ଦ ବାବୁଙ୍କୁ ଦେଲେ । ଦି ନାତୁଣୀଙ୍କ ସହ ମୁସୁମୁସିଆ ପକୁଡିକୁ ମହା ଆନନ୍ଦରେ ଖାଉଥିଲେ ଗୋବିନ୍ଦ ବାବୁ ଏବଂ ମନେ ମନେ କରୋନାକୁ ଧନ୍ୟବାଦ୍ ଦେଇ କହୁଥିଲେ ଯାହା ହେଉ କୋରନା ଆଜି ବୁଝେଇ ଦେଲା ସଂପର୍କର ପିଭାଷାକୁ। ବଞ୍ଚିବାର ରାହା ଦେଲା ଜଣେ ଅଲୋଡା ମଣିଷକୁ.।


Rate this content
Log in

Similar oriya story from Abstract