ଶ୍ରାବଣ ଛତୁ
ଶ୍ରାବଣ ଛତୁ
ଏ ମାଁ... ମାଁ .....ମାଁ...
ଏ ବୁଆ.... ବୁଆ ... ଵୁଆ...
ଆ ଦେଖିବୁ... ଆ...
ଖୁଁ ଖୁଁ କାଶ ଛାଡ଼ିବାରୁ ଜଣା ପଡିଲା ବୁଆର ଆଗ ଭଳିଆ କଫ ଶ୍ୱାସ ବାହାରିଛି ମେଘୁଆ ପାଗରେ l ତା ପରେ ମାଁ ...ଗୋ ... ଡାକିବାରୁ ରଡ଼ି ଛାଡ଼ି ଭିତରୁ ଶୁଭିଲା"କାଇଁ ସକାଳୁ ସକାଳୁ ଏତେ ପାଟି କରୁଛୁ କହିଲୁ l"
କିଛି କଥା ତ କହ...
ନସର୍ ପସର୍ ହୋଇ ଗଣ୍ଡରେ ଛତୁ ଦାଣ୍ଡ ପିଣ୍ଡାରେ ରଖି ଦେଲେ ସମ୍ବାରୀ l କଷ୍ଟେ ମଷ୍ଟେ ସମ୍ବାର ର ବାପା ମାଆ ଦାଣ୍ଡ ପିଣ୍ଡାରେ ପହଞ୍ଚି ଧୋବ ଫରଫର ମାଟି ଲଗା ଛତୁ ଦେଖି ତାଟକା ହେଲେ
ଆଉ କହି ପକେଇଲେ
ଏତେ ଛତୁ ପାଇଲୁ କଉଠୁ ତୁ...???
ପ୍ରଶଂସାର ସୁଆଦ ଟିକେ ପାଇବା ପାଇଁ ଖୁସିରେ କହି ପକେଇଲା
" ମନେ ଅଛି ନା,କାଲି ରାତିରେ ଜଉ ନିର୍ଘାତିଆ ବର୍ଷା ଆଉ ଶୁଖିଲା ଘଡ଼ଘଡି ହୋଇଥେଲା l ତାରି ଯୋଗୁ ଏଇ ଆମ ଡଙ୍ଗର ପାଖ କେନ୍ଦୁ ନଟି ମୂଳେ ଫୁଟିଥିଲା l ଉପରକୁ କିଛି କିଛି ଦିଶୁ ଥିଲା, ଶୁଖିଲା ପତର ଆଡେଇ ଦେବାରୁ ସବୁଠି ଗଦେ ଗଦେ , ପୁଞ୍ଜା ପୁଞ୍ଜା ହୋଇ ଦିଶିଲା l
ମୋ ଦେଖାଶୁଣି ଦୁରରୁ ସୁପ ନାନୀ, ହରିଆ କା, ତୁଡି ମାଉସୀ ସମସ୍ତେ ଲମ୍ବାବାଡିରେ ଆଡେଇ ଆଡେଇ ଖୋଜିଲେ ସେମାନଙ୍କର ବି ମୋ ପରି ଗଦେ ହବ ତୋଳିଛନ୍ତି , ଜାଣିଲୁ ସାନିଆ କା ପୁଅ ସୁକୁରୁ ତ ବୋହି ପାରୁ ନ ଥାଏ l
_ହଁ ଯେ ଏତେ ଛତୁ କଣ କରିବା???
_ଗୋଟେ କଥା କହିବି ମାଁ,
_କହୁନୁ କହ, ସହି ପଡିଶାରେ ବାଣ୍ଟି ଦେବା କଥା କହୁଛୁ ତ _ନାଇଁ ମାଁ
ତେବେ...
_ସହରକୁ ନେଲେ କେମିତି ହେବ ସମ୍ବରୀ କଥା ଶୁଣି ମୁହଁକୁ ଚାହିଁଲେ ଉଭୟ ବାପା ମାଆ। ଏକ ସ୍ଵରରେ କହି ଦେଲେ
ସହରକୁ... ପୁଣି ତୁଇ ଯିବୁ l
_ ତିରସ୍ତା ବର୍ଷ ଏଇ ହାଡିଆ କୁ ତୋ ବାପା ଦେଉଥିଲେ ଛତୁ ବିକିଆଣି କିଛି ପଇସା ଦେବାକୁ, ହେଲେ ସେ ତିନିଶହ ଟଙ୍କା ଦେଇ ଆଉ ସବୁ ପାଟିରେ ପୁରେଇ ଦେଲା lଏତେ କମ୍ ଟଙ୍କା ପଚାରିବାରୁ ସେ କହିଲା ବିକିରି ହେଲାଣି ଘରକୁ ଲେଉଟ ଆଣିବି କଣ ଭଡ଼ା ପଇସା ବି ଉଠିବନି , ପକେଇ ଦେଲି ମିଛ କଥା କହି ଭଣ୍ଡେଇଥିଲା ମାଁ କଥା ସରୁ ସରୁ ସଂଗେ ସଂଗେ ସଂବାରି
_ନାଇଁ ମାଁ ...
ମୁଇଁ ଯିବି ମୁଇଁ କି ଆଉ ଛୁଆ ହେଇଛି l ବିକିଲେ ଭଲ ଦି ପଇସା ହେବ l ଆଉ ସେଇ ପଇସାରେ ବଇଦଠୁ ଚେର ମୂଳି ଉଷଧ ଖାଇଲେ ବୁଆର ବାତ ଭଲ ହେବ। ଆଉ ତୋର ଅଦୃଷ ଆଖି ବି ଠିକ୍ ହେବ l
ଦି'ଜଣକୁ ବୁଝେଇ ଶୁଖେଇ ବାହାରି ପଡିଲେ ସହରକୁ l
ପହିଲି ବସ୍ ରେ ବସି ତାକୁ ନୂଆ ଉନ୍ମାଦନା ଦେଇଥିଲା l ବସ ଆଗକୁ ଆଗକୁ ବଢ଼ୁଥିଲା ସତ,ହେଲେ ଗଛ ବ୍ରୁଛ, ଘର ଦ୍ବାର ସବୁ ଯେମିତି ପଛକୁ ଧାଇଁ ଚାଲିଥିଲେ lଏମିତି ଆଗରୁ ଏତେ ବାଟ କେବେ ଆସିନି l ମାମୁଁ ଘରକୁ ଚାଲି ଚାଲି ଯାଏ ମାଁ ସାଥିରେ lଏମିତି ଭାବୁଭାବୁ ବସ କଣ୍ଡକ୍ଟର ଟାଉନ୍ କଚେରି ରୋଡ଼ ଆସିଲା ଆସିଗଲା କହିବାରୁ ଓହ୍ଲେଇ ପଡ଼ିଲେ l ସେତେବଳକୁ ସେଠି ପ୍ରବଳ ଜନ ଗହଳି l
ଏତେ ଭିଡ଼ ...ବୁଝିଲା ବେଳକୁ ସେଦିନ ଗଣେଶ ଠାକୁରଙ୍କ ଭସାଣି ଉତ୍ସବ l ଏଥିପାଇଁ ସହରର ବିଭିନ୍ନ ମଣ୍ଡପରେ ପୁଜା ପାଉଥିବା ମେଢ଼ଙ୍କର ସେଦିନ ଏକ ସାଙ୍ଗରେ ଭସାଣି ଯାତ l
ନାନା ପ୍ରକାରର ବାଦ୍ୟ, ଦେଶୀୟ ନାଚ, ଓ ଠାଏ ଥାଏଁ ରାଇଜ ବାହାରୁ ପାରମ୍ପରିକ ନୃତ୍ୟ ପରିବେଷଣ ହେଉଥାଏ l ତା ସାଙ୍ଗକୁ
ସରକାର୍ ୧୩୦ ଡେସିବିଲି ରୁ ଅଧିକ ଶବ୍ଦ ସୃଷ୍ଠିକାରୀ କାନଫଟା ଡିଜେ ସାଉଣ୍ଡ, ମଦୁଆଙ୍କ ଉନ୍ମକ୍ତ ନାଚ କୁ ସହର ଚଞ୍ଚଳ କରୁଥାଏ l
ଦି କାନରେ ହାତ ଦେଇ ଘଡ଼ିଏ ଠିଆ ହେଲା ସଂବାରୀ lନା ଏଠି ଆଉ ରହି ହେବନି ଭାବିଲା ବେଳକୁ ପଟୁଆର ଆଗେ ଆଗେ ଚାଲୁଥିବା ପୋଲିସ୍ ର ଲୋଲୁପ ଦୃଷ୍ଟି ପଡିଗଲା l ସଂଗେ ସଂଗେ କଚେରୀ ବାରଣ୍ଡା ଉପରକୁ ଉଠିଯିବା ପାଇଁ କହିବାରୁ ବାଧ୍ୟ ହୋଇ ଚାଲିଗଲା ସେଠିକି
ଗାଆଁ ରୁ ସାଙ୍ଗ ହୋଇ ଆସୁଥିବା ହରିକା କିଏ କୁଆଡେ ଗଲେ କାହାରି ଦେଖା ଦର୍ଶନ ନାଇଁ l l
ବ୍ୟସ୍ତ ହୁଅନା, ସେମାନଙ୍କୁ ଏଠି କି ପଠେଇ ଦେବି l ଆରମ୍ ରେ ରୁହ କିଛି ସମୟ ପାଇଁ l ସମ୍ବlରୀ ବୁଝି ପାରିଲା ନାହିଁ ଖାକି ପୋଷାକ ତଳେ ଲୁଚିଥିବା ଗୋଟାଏ ସୈତାନ୍ କୁ l
ଆରେ ବଢ଼ିଆ କଢ଼ଫୁଟା ଛତୁ ଆଣିଛୁ ତ ! ଆଉ କିଛି ଦେଖା.... କହିବାରୁ ପସରାକୁ ମେଲେଇ ଦେଲା l
ସମ୍ବାରୀର ଏଇ ତଳମୁହାଁ ଅବସ୍ଥାରେ କାମୁକର ହାତ ଲମ୍ବିଯାଇଥିଲା ତା ଦିହ ଆଡକୁ l
ଏ କଣ ବାବୁ???
ଛାଡ ମୋତେ , ହେଲେ ଆକୁଳ ଚିତ୍କାର ଡିଜେ ସାଉଣ୍ଡ ସହ ମିଶି ଯାଇଥିଲା l ବାହାରକୁ କିଛି ଶୁଭୁ ନ ଥିଲl l ନାଚାର ହୋଇ ଜଡ ଭଳି ପଡ଼ି ରହିଥିଲା କଚେରୀ ବାରଣ୍ଡା ଉପରେ l କିଛି ସମୟ ପରେ ଥଣ୍ଡାଳିଆ ପବନ ବହିବାରୁ ଚେତା ଫେରିପାଇଲା l ଦେଖିଲା ଅଚାନକ ଆକାଶରେ କଳାହାଣ୍ଡିଆ ମେଘ ଘଡଘଡି l ଦେଖେଣା ହାରି
ଯିଏ ଯୁଆଡେ ଯାଇ ସାରିଲେଣି ସାରା ସବଦ କିଛି ନାହିଁ l ହେଲେ ସେଇ ବିଜୁଳି ଶୁଣି ପାରିଥିଲା କୁଆଁରୀ ଝିଅର ଆକୁଳ ଚିତ୍କାର କିଏ କେଉଁଠି ଅଛ ରକ୍ଷାକର l ଗୋଟାଏ ନିରୀହା କୁଆଁରୀ ଝିଅ ଉପରେ ପୁଋଷତ୍ଵ ଜାହିର କରିସାରିବା ପରେ ବାଆଁ ହାତରେ ସିଗାରେଟ୍ ଟାଣୁଥିଲା ବେଳେ ଚଟକିନା କଳାବାଦଲ ଭିତରୁ ଗୋଟେ ଉଜ୍ଜ୍ବଳ ଆଲୋକ ରେଖା ଡେଇଁପଡିଲା ଖାକି ପୋଷାକଧାରୀ ଉପରକୁ l
