STORYMIRROR

Usharani Sahoo

Tragedy

3  

Usharani Sahoo

Tragedy

ଶିଶୁ ଶ୍ରମିକ

ଶିଶୁ ଶ୍ରମିକ

2 mins
198


      ରତନା..ଆରେ ଏ ରତନା । କୁଆଡ଼େ ଗଲୁରେ ? କୋଉଠି ଶୋଇ ପଡ଼ିଲୁ ନାଁ କ'ଣ?ତତେ ଡାକି ଡାକି ମୋ ଗଳା ଫାଟି ଗଲାଣି।ଶୁଣିଲୁ କି ନାହିଁ? ଶୀଘ୍ର ଆସ୍ ନ ହେଲେ ଆଜି ଖାଇବା ବନ୍ଦ୍।ଯାଉଛି ନୂଆ ମାଆ , ତୁମେ ରାଗନି। ମୁଁ ଶୀଘ୍ର ଘରକାମ ସାରିଦେଇ ମୋ କାମରେ ବାହାରିଯିଵି ନୂଆ ମାଆ।

      ବିଚରା ରତନା କ'ଣ ଅବା କରିବ?ଦଶ ବର୍ଷର ପିଲାଟିଏ।ପିଲାଟି ବେଳୁ ମାଆକୁ ଦେଖିନି।ମାଆ ସ୍ନେହ କ'ଣ ଜାଣିନି।ମାଆର ମମତା ତା ପାଇଁ ସ୍ବପ୍ନ।ବର୍ଷକର ହୋଇଥାଏ, ତା'ର ମାଆ ହୃଦରୋଗରେ ମୃତ୍ୟୁବରଣ କରିଥିଲେ। ତେଣୁ ଏ ମାଆ ଛେଉଣ୍ଡ ପିଲାଟି କିପରି ବଢ଼ିଵ କିପରି ଲାଳନପାଳନ ହେବ ସେଥିପାଇଁ ରତନାର ବାପା ଦ୍ୱିତୀୟ ଵିଵାହ କରିଥିଲେ।ରତନା ତାଙ୍କୁ ନୂଆ ମାଆ ବୋଲି ଡାକେ। ନୂଆ ମାଆ ରତନାକୁ କେବେବି ସ୍ନେହ ଆଦର କରେ ନାହିଁ।ରତନାକୁ କଷ୍ଟ ଦିଏ। ଘର କାମରେ ନିୟୋଜିତ କରେ।ରତନା ତା'ର ମାଆର ଫଟୋ ନିକଟରେ ନୂଆ ମାଆ କଥା ଜଣାଏ।ଛୋଟ ପିଲା ସିଏ। ଯେଉଁ ସମୟରେ ତା'ର ସାଙ୍ଗସାଥୀମାନେ ଖେଳନ୍ତି ସେହି ସମୟରେ ସେ ଘର କାମ କରେ। ଅଧିକ ଖର୍ଚ୍ଚ ହୋଇଯିଵା ଲୋଭରେ ରତନାକୁ ପାଠ ପଢିବା ପାଇଁ ବିଦ୍ୟାଳୟକୁ ନ ଛାଡ଼ି ଅର୍ଥ ରୋଜଗାର ପାଇଁ ପାଖରେ ଥିବା ଗୋଟିଏ ଜଳଖିଆ ଦୋକାନରେ ରଖାଇଦେଲା। ତେଣୁ ରତନା ଆଉ କ'ଣ କରିପାରିବ? ଯେଉଁ ହାତରେ ସିଏ ଖେଳନା ଧରିବା କଥା ସେହି ହାତରେ ସେ ଆଜି ଦୋକାନରେ ଜଳଖିଆ ତିଆରି କରୁଛି, ଅଇଁଠା ଗୋଟାଉଛି,ଶାସନ ମାଜୁଛି।ଏଣେ କାମରେ ଟିକେ ଅବହେଳା ହେଲେ ମାଲିକଠାରୁ ଗାଳି ଗୁଲଜ ଖାଏ। ବେଳେବେଳେ ମାଲିକ ଠାରୁ ମାଡ଼ ମଧ୍ୟ ଖାଏ। ତେଣୁ ମନ କଥା ମନରେ ରଖି ଲୁଚାଇ ଲୁଚାଇ କାନ୍ଦେ।ଏଣେ ନୂଆ ମାଆ କଥା ବାପାଙ୍କ ଆଗରେ କେମିତି ବା କହିବ? ବାପା ପରା ତା'ର ବହୁତ ଦିନ ହେଲା ଅସୁସ୍ଥ ହୋଇ କୋମାରେ ପଡିଛନ୍ତି। ତେଣୁ ଆହାଃ କରିବା ପାଇଁ ତା ପାଖେ କେହି ନାହାନ୍ତି। 

      ହଠାତ୍ ଦିନେ ସେହି ଜଳଖିଆ ଦୋକାନକୁ ସେହି ଗାଁର ଜଣେ ଶିକ୍ଷକ ରଘୁନାଥ ସାର୍ ଚାହା ପିଇବା ପାଇଁ ଆସିଥିଲେ।ଆଉ ସେ ରତନାର କାନ୍ଦ ଶୁଣିପାରିଲେ।ସେ ରତନା ପାଖକୁ ଯାଇ ତା'ର କାନ୍ଦୁଥିବାର କାରଣ ପଚାରି ଵୁଝି ଜାଣି ପାରିଲେ ଯେ ଦୋକାନୀ ମାଲିକ କାମରେ ବିଳମ୍ବ ହେବାରୁ ରତନାକୁ ପିଟିଛନ୍ତି। ତେଣୁ ରଘୁନାଥ ସାର୍ ରତନାକୁ ମାଲିକଙ୍କ ପାଖକୁ ନେଇ ପିଲାଟିକୁ ପିଟିବା ପାଇଁ ବିରୋଧ କରିଛନ୍ତି ‌।ଆଉ ଜଣାଇଛନ୍ତି ଯେ ଆଜିର ଶିଶୁ କାଲିର ଭବିଷ୍ୟତ, ତେଣୁ ସେମାନଙ୍କୁ ବିକଶିତ ହେବାକୁ ଦିଅ ନଚେତ୍ ଦେଶର ଉନ୍ନତି ବଦଳରେ ଅବନତି ହେବ। ହଁ ଶିଶୁ ହେଉଛନ୍ତି ଫୁଲ କଢି ସଦୃଶ ତେଣୁ ତାଙ୍କୁ ଫୁଟି ବିକଶିତ ହେବା ପୂର୍ବରୁ ଦଳିଚକଟି ନଷ୍ଟ କରିଦିଅନି। ସରକାର ମଧ୍ୟ ଛୋଟ ପିଲାମାନଙ୍କୁ କାମରେ ଲଗାଇଵା କିମ୍ବା ଖଟାଇବା ଦଣ୍ଡନୀୟ ଅପରାଧ। ତେଣୁ ତୁମେ ଏହି ରତନାକୁ ଆଣି ଏହି ଦୋକାନରେ କାମ କରାଉଛ ସରକାର ଜାଣିଲେ ଆଇନ୍ ଅନୁଯାୟୀ ତୁମେ ଦଣ୍ଡିତ ହେବ।ଦେଖିବ ,ଏହି ପିଲା ପାଠ ପଢ଼ି ନାଁ କରିବ,ପ୍ରଦୀପ ଭଳି ଆଲୋକିତ ହେବ, ରତ୍ନର ସନ୍ଧାନ କରିବ। ତେଣୁ ଏହି ରଚନାକୁ ଛାଡ଼ିଦିଅ,ଆଉ ପାଠ ପଢ଼ିବାକୁ ସୁଯୋଗ ଦିଅ ।ଏହି କଥା ଶୁଣି ଦୋକାନୀ ମାଲିକ କହିଲା ଵାଵୁ ଆପଣ ସିନା ଶିକ୍ଷିତ ଲୋକ। ପାଠଶାଠ ପଢ଼ିଛନ୍ତି ବୋଲି ଏହି ନିୟମ କାନୁନ୍ ବିଷୟରେ ଜାଣିଛନ୍ତି। ତା'ର ମାଆକୁ ଏହି ବିଷୟରେ ଜଣାଇଦିଅ ଯେ ଛୋଟ ପିଲାଙ୍କୁ କାମରେ ଲଗାଇବା ଆଇନ ଅପରାଧ ଓ ଦଣ୍ଡନୀୟ ମଧ୍ୟ।

    ଶିକ୍ଷକଙ୍କ ଏହି କଥା ଶୁଣି ରତନାର ନୂଆମାଆ ନିଜର ଭୁଲ ଵୁଝିପାରି ରତନାକୁ ପାଠ ପଢିବାର ସୁଯୋଗ ଦେଲେ। ରଚନା ମଧ୍ୟ ଭଲ ପାଠ ପଢ଼ି ବାପା ମାଆଙ୍କର , ଶିକ୍ଷକଙ୍କର,ଆଖ ପାଖ ଖଣ୍ଡମଣ୍ଡଳର ନାଁ ରଖିଲା ଓ ପୁରସ୍କାର ମଧ୍ୟ ଲାଭ କଲା।

     

ଉଷାରାଣୀ ସାହୁ

ଜଙ୍କିଆ, ଖୋର୍ଦ୍ଧା।

       

       

       

     


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Tragedy